ବାବୁଙ୍କ ପତନ

Dillip Cherian

କେରଳରେ ଧରାପଡ଼ିଥିବା ସୁନା ଚୋରା ଚାଲାଣ ର଼୍ୟାକେଟ୍‌ ଏକ ବଡ଼ ବିବାଦ ସୃଷ୍ଟି କରିଛି ଏବଂ ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କର ପ୍ରଶାସନିକ ସେବାରେ ଥିବା ଉଜ୍ଜ୍ୱଳ କ୍ୟାରିୟରର ଆକସ୍ମିକ ଅନ୍ତ ଘଟିଛି। ଘଟଣାର କେନ୍ଦ୍ରରେ ଅଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ଙ୍କ ପ୍ରମୁଖ ସଚିବ ତଥା ରାଜ୍ୟ ସୂଚନା ପ୍ରଯୁକ୍ତିବିଦ୍ୟା ସଚିବ ଏମ୍‌. ଶିବଶଙ୍କର। ଏହି ଦୁର୍ନୀତି ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିନ୍ଦିତ ହେବା ଆଶଙ୍କାରେ ବିଜୟନ୍‌ ପ୍ରଥମେ ଏହାର ତଦନ୍ତ ଦାବି କରିବା ସହ ତୁରନ୍ତ ଶିବଶଙ୍କରଙ୍କୁ ଉକ୍ତ ଦୁଇଟି ପଦବୀରୁ ହଟାଇ ଦେଇଛନ୍ତି। ଅଭିଯୁକ୍ତ ବାବୁ ଜଣକ ବର୍ତ୍ତମାନ ୩୦ କିଲୋଗ୍ରାମ୍‌ ସୁନା ଚୋରା କାରବାରର ମୁଖ୍ୟ ଅଭିଯୁକ୍ତଙ୍କ ସହ ତାଙ୍କର କିଛି ସମ୍ପର୍କ ଥିଲା କି ନାହିଁ ସେ ନେଇ ଯାଞ୍ଚର ସମ୍ମୁଖୀନ ହେବେ। ସୂଚନାନୁସାରେ ସରକାରରେ ଶିବଶଙ୍କରଙ୍କର ଖୁବ୍‌ ପ୍ରଭାବ ରହିଥିଲା। କେରଳକୁ ପୁଞ୍ଜି ନିବେଶର ଏକ ଆକର୍ଷକ କେନ୍ଦ୍ରରେ ପରିଣତ କରିବା ଲାଗି ତାଙ୍କୁ କ୍ରେଡିଟ୍‌ ଦିଆଯାଉଥିଲା। ଜଣେ ରୋକ୍‌ଠୋକ୍‌ ଓ ସକ୍ରିୟ ବାବୁ ଭାବରେ ଜଣାଶୁଣା ଶିବଶଙ୍କର ସରକାରଙ୍କ କେତେକ ଫ୍ଲାଗ୍‌ଶିପ୍‌ ପ୍ରୋଜେକ୍ଟ ଯଥା ରାଜ୍ୟରେ ହାଇସ୍ପିଡ୍‌ ଇଣ୍ଟର୍‌ନେଟ୍‌ ସଂଯୋଗ ଏବଂ ଷ୍ଟାର୍ଟଅପ୍‌ ମିଶନ୍‌ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେଣୁ ଏପରି ଜଣେ ପ୍ରଭାବଶାଳୀ ବାବୁଙ୍କ ଆକସ୍ମିକ ପତନକୁ ତାଙ୍କ ସହକର୍ମୀମାନେ ସହଜରେ ହଜମ କରିପାରୁ ନାହାନ୍ତି।

ବାବୁଙ୍କୁ ଅସ୍ତ୍ର କରି ରାଜନୈତିକ ଯୁଦ୍ଧ
ସର୍ବଭାରତୀୟ ସେବା ନିୟମକୁ ଉଲ୍ଲଂଘନ କରି ନାଗାଲାଣ୍ଡ ସରକାର ଏହାର ୧୧ଟି ଜିଲାରୁ ୬ଟିରେ ଜିଲା ମାଜିଷ୍ଟ୍ରେଟ୍‌ କିମ୍ବା ଡେପୁଟି କମିଶନର ଭାବେ ଅଣ-ଆଇଏଏସ୍‌ ଅଧିକାରୀଙ୍କୁ ନିଯୁକ୍ତ କରି ନିଜ ପାଇଁ ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ରାଜ୍ୟ ସରକାର କୁଶାସନ ଚଳାଇଛନ୍ତି ବୋଲି କେନ୍ଦ୍ର ସରକାର ସମାଲୋଚନା କରିଛନ୍ତି। ସୂଚନାନୁସାରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ନାଗାଲାଣ୍ଡର ମୁଖ୍ୟ ଶାସନ ସଚିବ ଟେମ୍‌ଜେନ୍‌ ଟୟଙ୍କୁ ଚିଠି ଲେଖି ଏହାର ପ୍ରତିବାଦ କରିଛି ଏବଂ ଏହା ମଧ୍ୟ କହିଛି ଯେ ରାଜ୍ୟ ସରକାର ନିୟମାନୁଯାୟୀ ଉକ୍ତ ପଦଗୁଡ଼ିକରେ ନିଯୁକ୍ତି ଦେବାକୁ ଉପଯୁକ୍ତ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ନାହିଁ। କୁହାଯାଉଛି ଯେ, ନଅ ଜଣ କର୍ମରତ ଆଇଏଏସ୍‌ ଅଧିକାରୀଙ୍କୁ ଡେପୁଟି କମିଶନର ବଦଳରେ ଏକ୍ସ-କ୍ୟାଡର କିମ୍ବା ଅଧସ୍ତନ ପଦବୀରେ ଅବସ୍ଥାପିତ କରାଯାଇଛି। ଆଇଏଏସ୍‌ କ୍ୟାଡର ରୁଲ୍‌ର ୯ ନମ୍ବର ନିୟମରେ କୁହାଯାଇଛି ଯେ, କେତେକ ବ୍ୟତିକ୍ରମ ଛଡ଼ା ଜଣେ ଅଣ-ଆଇଏଏସ୍‌ ଅଧିକାରୀଙ୍କ ଦ୍ୱାରା କ୍ୟାଡର ପଦବୀ ପୂରଣ କରାଯାଇପାରିବ ନାହିଁ ଏବଂ ଯଦି କରାଯିବ ତେବେ ତାହା କେବଳ ଏକ ଅସ୍ଥାୟୀ ସମାଧାନ ହେବ, ଯେଉଁଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ନେବା ଜରୁରୀ। କୌତୂହଳର ବିଷୟ, ରାଜ୍ୟପାଳ ଆର୍‌.ଏନ୍‌ ରବି ମଧ୍ୟ ମୁଖ୍ୟମନ୍ତ୍ରୀ ନିଫିଉ ରିଓଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, କୌଣସି ବଦଳି କରିବାକୁ ହେଲେ ପୂର୍ବରୁ ରାଜ୍ୟପାଳଙ୍କ ଅନୁମୋଦନ ନେବାକୁ ପଡ଼ିବ। ଜଣାପଡ଼ୁଛି ସେତେ ଯେମିତି ବାବୁଙ୍କୁ ଅସ୍ତ୍ର କରି ଏକ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି।

ଏଡିବିର ନୂଆ ଉପାଧ୍ୟକ୍ଷ
ଏସିଆନ୍‌ ଡେଭ୍‌ଲପ୍‌ମେଣ୍ଟ ବ୍ୟାଙ୍କ (ଏଡିବି)ର ଉପାଧ୍ୟକ୍ଷ ଭାବେ ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ନିଯୁକ୍ତି ଅନେକ ବିଷୟକୁ ସ୍ପଷ୍ଟ କରିଛି। ଏପ୍ରିଲ ୨୦୨୧ରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋଡ଼ାଙ୍କ ଅବସର ପରେ ଲାଭାସା ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହୋଇଥାନ୍ତେ। କିନ୍ତୁ ବର୍ତ୍ତମାନ ନୂତନ କାର୍ଯ୍ୟଭାର ଗ୍ରହଣ କରିବାକୁ ତାଙ୍କୁ ପୂର୍ବ ପଦବୀରୁ ଇସ୍ତଫା ଦେବାକୁ ପଡ଼ିବ। ସେ କାର୍ଯ୍ୟକାଳ ପୂରଣ କରିବା ପୂର୍ବରୁ ଅନ୍ୟ ଏକ ନିଯୁକ୍ତି ପାଇବାରେ ପ୍ରଥମ ନିର୍ବାଚନ କମିଶନର ହେବେ। ଅନ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବା ପାଇଁ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ। ତା’ଛଡ଼ା ସରକାର ଆଉ ଜଣେ ପୂର୍ବତନ ବାବୁଙ୍କୁ ସୁଶୀଲ ଚନ୍ଦ୍ରଙ୍କ ସ୍ଥାନରେ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିବାକୁ ବାଟ ସଫା ହୋଇଯିବ। କୌତୂହଳର ବିଷୟ, ଲାଭାସା ତାଙ୍କ ନୂତନ ନିଯୁକ୍ତି ବିଷୟରେ ଅବଗତ ନ ଥିଲେ, ଯଦିଚ ସଂପୃକ୍ତ ସରକାର ନିଷ୍ପତ୍ତିରେ ସାମିଲ ନ ହେଲେ ଅନେକ ଅନ୍ତର୍ଜାତୀୟ ସଂସ୍ଥା ନିଯୁକ୍ତି ଘୋଷଣା କରନ୍ତି ନାହିଁ। ହରିୟାଣା କ୍ୟାଡର୍‌ର ପୂର୍ବତନ ଆଇଏଏସ୍‌ ଅଧିକାରୀ ଲାଭାସା ଯିଏ କି ଅର୍ଥ, ପରିବେଶ, ଜଙ୍ଗଲ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଦାୟିତ୍ୱ ନେଇଥିଲେ, ସେ ନିର୍ବାଚନ କମିଶନର ହେବା ପରେ ସରକାରଙ୍କ ସହ ତିକ୍ତତା ଆରମ୍ଭ ହୋଇଥିଲା। ଗତବର୍ଷ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା, ସେଥିରେ ନିର୍ବାଚନ ଆୟୋଗ ସେମାନଙ୍କୁ କ୍ଳିନ୍‌ ଚିଟ୍‌ ଦେଇଥିବା ବେଳେ ସେ ଏକାକୀ ଭିନ୍ନମତ ପୋଷଣ କରିଥିଲେ। ଏହାପରେ ଦୁର୍ନୀତି ଅଭିଯୋଗରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଅନେକ ଆୟକର ନୋଟିସର ସାମ୍ନା କରିବାକୁ ପଡିଥିଲା। ନୂତନ ନିଯୁକ୍ତି ସମ୍ଭବତଃ ଲାଭାସାଙ୍କୁ ଅଧିକ ଆଶ୍ୱସ୍ତି ଦେବ। ଆସନ୍ତା ବର୍ଷ କେତେକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ନିର୍ବାଚନ ଥିବାରୁ ତା’ ପୂର୍ବରୁ ପୋଲ୍‌ ପ୍ୟାନେଲରୁ ଜଣେ ଭିନ୍ନ ମତବାଲା ବିଦା ହେବା ସରକାରଙ୍କ ପାଇଁ ମଧ୍ୟ ଆଶ୍ୱସ୍ତିକର ହୋଇପାରେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri