ବାବୁହତା ଏବେ ଚାରଣଭୂଇଁ

କେନ୍ଦ୍ରାପଡ଼ା ଅଫିସ, ୧୮ା୬: କେନ୍ଦ୍ରାପଡ଼ା ସହର ରଣପଡ଼ାଠାରେ ଥିବା ଜଳସମ୍ପଦ ବିଭାଗର ପୁରୁଣା ଆବାସିକ କାର୍ଯ୍ୟାଳୟ ବାବୁହତା ଏବେ ଚାରଣଭୂଇଁ ପାଲଟିଛି। ଏହା ଅପରାଧୀମାନଙ୍କ ଆଡ୍ଡାସ୍ଥଳ ପାଲଟିଛି। କେନ୍ଦ୍ରାପଡ଼ା ହାଇସ୍କୁଲ ପଡିଆ ନିକଟରେ ଥିବା ପ୍ରାୟ ୧୩ ଗୁଣ୍ଠ ପରିମିତ ସରକାରୀ ଜମି ଅପରାଧୀଙ୍କ ଚାରଣଭୂମିରେ ପରିଣତ ହୋଇଛି। ଏହି ଜମି ଉପରେ ଥିବା ପୁରୁଣା ଆବାସିକ କାର୍ଯ୍ୟାଳୟର ଘର ଓ ଏହାର ଛାତ, କବାଟ, ଝରକା ଏପରି କି କାନ୍ଥ ଓ ମୂଳଦୁଆ ସବୁ ଲୋକମାନେ ତାଡି ନେଇଯାଇଥିବାରୁ ଏବେ ଘରର କୌଣସି ଚିହ୍ନବର୍ଣ୍ଣ ନାହିଁ। କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଏହି ସମ୍ପତ୍ତି ଓ ଘରକୁ ବିଭାଗ ପକ୍ଷରୁ ଅବହେଳା କରାଯାଇଥିବାରୁ ଏପରି ଅବସ୍ଥା ହୋଇଛି ।
ଇଂରେଜ ଶାସନ ସମୟରେ ନିର୍ମିତ କୋଠିଟିକୁ କୃଷି ବହୁଳ କେନ୍ଦ୍ରାପଡ଼ା ଜିଲାରେ ଜଳସମ୍ପଦ କାର୍ଯ୍ୟାଳୟ କରିବାକୁ ୧୯୬୪ ମସିହାରେ କଟକ ଜଳସେଚନ ଡିଭିଜନ ଅଧୀନରେ ଏହି କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା। ୧୯୬୮ ମସିହାରୁ ଜଳସମ୍ପଦ ବିଭାଗ କଟକ ଡିଭିଜନ ଅଧୀନରେ ଓ ୧୯୭୦ ମସିହାରୁ ମହାନଦୀ କେନ୍ଦ୍ରୀୟ ଡିଭିଜନ ଅଧୀନରେ ଏହି ବିଲ୍‌ଡିଂ ପ୍ରମୁଖ କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯାଉଥିଲା। ଏହା ଏକ ଆବାସିକ କାର୍ଯ୍ୟାଳୟ ଓ ଏଠାରେ ଜଳସମ୍ପଦ ବିଭାଗର ଏସ୍‌ଡିଓ ଓ ପୂର୍ବରୁ ଇଂରେଜ ଶାସନ ସମୟରେ ବାବୁମାନେ ଅବସ୍ଥାନ କରୁଥିବାରୁ ଏହାକୁ ସ୍ଥାନୀୟ ଅଞ୍ଚଳରେ ବାବୁହତା ବୋଲି କୁହାଯାଉଥିଲା। ୧୯୭୫ ମସିହାରେ କେନ୍ଦ୍ରାପଡ଼ାକୁ ଜଳସେଚନ ଡିଭିଜନର ମାନ୍ୟତା ଦିଆଯିବା ପରେ ୨୦୦୮ପର୍ଯ୍ୟନ୍ତ ବାବୁହତା ଜଳସମ୍ପଦ କୋଠିରେ କେନ୍ଦ୍ରାପଡ଼ା ସବ୍‌ଡିଭିଜନର ଏସ୍‌ଡିଓଙ୍କ ଆବାସିକ କାର୍ଯ୍ୟାଳୟରେ ପରିଣତ କରାଯିବା ସହ ନିୟମିତ ଭାବେ ଅଧିକାରୀମାନେ ରହି ଆସୁଥିଲେ। ତତ୍‌କାଳୀନ ଏସ୍‌ଡିଓ ଇଂ. ଯୁଗଳ କିଶୋର ତ୍ରିପାଠୀଙ୍କ ପର୍ଯ୍ୟନ୍ତ ଏହା ଏକ ପ୍ରମୁଖ ସରକାରୀ କୋଠିରେ କାର୍ଯ୍ୟକରି ଆସୁଥିଲା। ତାଙ୍କ ବଦଳି ପରେ ଇଂ. ପ୍ରଶାନ୍ତ ଦାସ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ଦୁଇ ସବ୍‌ଡିଭିଜନର ଦାୟିତ୍ୱରେ ରହିବା ପରେ ରଣପଡାର ଏହି ବାବୁହତା ଆବାସିକ କାର୍ଯ୍ୟାଳୟ ପଟ୍ଟାମୁଣ୍ଡାଇ ଉଠି ଯାଇଥିଲା। ଫଳରେ ଏହି ବିରାଟ କୋଠି ଦୀର୍ଘଦିନ ଧରି ପରିତ୍ୟକ୍ତ ଭାବେ ପଡିରହିଲା। ଏହାର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତିମାନେ କୋଠିକୁ ଭଙ୍ଗାରୁଜା କରି ମୂଲ୍ୟବାନ କାଠ, ଲୁହାକଡି ସାମଗ୍ରୀ କବାଟ, ଝରକା, ଟେବୁଲ, ଥାକ, ଫ୍ୟାନ, ଆଲମିରା ପ୍ରଭୃତି ଚୋରାଇ ନେଇଗଲେ। ଏହା ସହ ଏହାର ଚତୁଃପାର୍ଶ୍ୱରେ ଥିବା ପାଚେରି ଓ ଘରର କାନ୍ଥ, ଛାତ ପ୍ରଭୃତିକୁ ଭଙ୍ଗାରୁଜା କରି ବୋହି ନେଇଗଲେ। ଅଳ୍ପ କେତେଦିନ ମଧ୍ୟରେ ଇଂରେଜଙ୍କ ସମୟରୁ ତିଆରି ହୋଇଥିବା ଏହି କୋଠାଟିକୁ ଏହାର ମୂଳଦୁଆ ସହ ତାଡି ନେଇଯିବା ଫଳରେ ବର୍ତ୍ତମାନ ଏହି ବିଲ୍‌ଡିଂର କୌଣସି ଚିହ୍ନବର୍ଣ୍ଣ ନାହିଁ। ଏପରି କି ଏହାର ମୁଖ୍ୟ ଫାଟକରେ ଲାଗିଥିବା ଲୁହା ଗ୍ରୀଲକୁ ଛାଡି ଦେଲେ ଏହି ସୁସଜ୍ଜିତ ଅଫିସରମାନଙ୍କ ବାସଗୃହଟିର କୌଣସି ସତ୍ତା ନାହିଁ। କୋଟି କୋଟି ଟଙ୍କାର ଏହି ମୂଲ୍ୟବାନ ସରକାରୀ ଜମିର ଉପଯୋଗ କରାଯାଉ ନ ଥିବାରୁ ଏହାର ପରିସର ଗୋରୁଙ୍କ ଚରାଭୂଇଁ ଓ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାରେ ପରିଣତ ହୋଇଥିବା ଦେଖିବାକୁ ମିଳୁଛି। ଜିଲା ସଦର ମହକୁମାରେ ଅନେକ କାର୍ଯ୍ୟାଳୟ ଭଡ଼ା ସୂତ୍ରରେ ଚାଲୁଥିବା ବେଳେ ଏହି ସରକାରୀ ଜମି ଉପରେ ରିଜର୍ଭ ପୋଲିସ କ୍ୱାର୍ଟର୍ସ, ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଭଳି ଯେକୌଣସି ସରକାରୀ କାର୍ଯ୍ୟାଳୟ କରାଯାଇ ଏହି ମୂଲ୍ୟବାନ ସମ୍ପତ୍ତିର ରକ୍ଷଣାବେକ୍ଷଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଜିଲା ଜଳସମ୍ପଦ ଅଧିକାରୀ ପ୍ରବୋଧ କୁମାର ରାଉତଙ୍କୁ ପଚାରିବାରେ ଜିଲା ପ୍ରଶାସନ ପକ୍ଷରୁ କ୍ରୀଡା ବିଭାଗକୁ ଏହି ସ୍ଥାନ ପ୍ରଦାନ ପାଇଁ ନିର୍ଦ୍ଦେଶ ଆସିଥିଲା। ପରେ ଏହାକୁ କ୍ରୀଡା ବିଭାଗକୁ ହସ୍ତାନ୍ତର କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri