ବାବୁହତା ଏବେ ଚାରଣଭୂଇଁ

କେନ୍ଦ୍ରାପଡ଼ା ଅଫିସ, ୧୮ା୬: କେନ୍ଦ୍ରାପଡ଼ା ସହର ରଣପଡ଼ାଠାରେ ଥିବା ଜଳସମ୍ପଦ ବିଭାଗର ପୁରୁଣା ଆବାସିକ କାର୍ଯ୍ୟାଳୟ ବାବୁହତା ଏବେ ଚାରଣଭୂଇଁ ପାଲଟିଛି। ଏହା ଅପରାଧୀମାନଙ୍କ ଆଡ୍ଡାସ୍ଥଳ ପାଲଟିଛି। କେନ୍ଦ୍ରାପଡ଼ା ହାଇସ୍କୁଲ ପଡିଆ ନିକଟରେ ଥିବା ପ୍ରାୟ ୧୩ ଗୁଣ୍ଠ ପରିମିତ ସରକାରୀ ଜମି ଅପରାଧୀଙ୍କ ଚାରଣଭୂମିରେ ପରିଣତ ହୋଇଛି। ଏହି ଜମି ଉପରେ ଥିବା ପୁରୁଣା ଆବାସିକ କାର୍ଯ୍ୟାଳୟର ଘର ଓ ଏହାର ଛାତ, କବାଟ, ଝରକା ଏପରି କି କାନ୍ଥ ଓ ମୂଳଦୁଆ ସବୁ ଲୋକମାନେ ତାଡି ନେଇଯାଇଥିବାରୁ ଏବେ ଘରର କୌଣସି ଚିହ୍ନବର୍ଣ୍ଣ ନାହିଁ। କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଏହି ସମ୍ପତ୍ତି ଓ ଘରକୁ ବିଭାଗ ପକ୍ଷରୁ ଅବହେଳା କରାଯାଇଥିବାରୁ ଏପରି ଅବସ୍ଥା ହୋଇଛି ।
ଇଂରେଜ ଶାସନ ସମୟରେ ନିର୍ମିତ କୋଠିଟିକୁ କୃଷି ବହୁଳ କେନ୍ଦ୍ରାପଡ଼ା ଜିଲାରେ ଜଳସମ୍ପଦ କାର୍ଯ୍ୟାଳୟ କରିବାକୁ ୧୯୬୪ ମସିହାରେ କଟକ ଜଳସେଚନ ଡିଭିଜନ ଅଧୀନରେ ଏହି କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା। ୧୯୬୮ ମସିହାରୁ ଜଳସମ୍ପଦ ବିଭାଗ କଟକ ଡିଭିଜନ ଅଧୀନରେ ଓ ୧୯୭୦ ମସିହାରୁ ମହାନଦୀ କେନ୍ଦ୍ରୀୟ ଡିଭିଜନ ଅଧୀନରେ ଏହି ବିଲ୍‌ଡିଂ ପ୍ରମୁଖ କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯାଉଥିଲା। ଏହା ଏକ ଆବାସିକ କାର୍ଯ୍ୟାଳୟ ଓ ଏଠାରେ ଜଳସମ୍ପଦ ବିଭାଗର ଏସ୍‌ଡିଓ ଓ ପୂର୍ବରୁ ଇଂରେଜ ଶାସନ ସମୟରେ ବାବୁମାନେ ଅବସ୍ଥାନ କରୁଥିବାରୁ ଏହାକୁ ସ୍ଥାନୀୟ ଅଞ୍ଚଳରେ ବାବୁହତା ବୋଲି କୁହାଯାଉଥିଲା। ୧୯୭୫ ମସିହାରେ କେନ୍ଦ୍ରାପଡ଼ାକୁ ଜଳସେଚନ ଡିଭିଜନର ମାନ୍ୟତା ଦିଆଯିବା ପରେ ୨୦୦୮ପର୍ଯ୍ୟନ୍ତ ବାବୁହତା ଜଳସମ୍ପଦ କୋଠିରେ କେନ୍ଦ୍ରାପଡ଼ା ସବ୍‌ଡିଭିଜନର ଏସ୍‌ଡିଓଙ୍କ ଆବାସିକ କାର୍ଯ୍ୟାଳୟରେ ପରିଣତ କରାଯିବା ସହ ନିୟମିତ ଭାବେ ଅଧିକାରୀମାନେ ରହି ଆସୁଥିଲେ। ତତ୍‌କାଳୀନ ଏସ୍‌ଡିଓ ଇଂ. ଯୁଗଳ କିଶୋର ତ୍ରିପାଠୀଙ୍କ ପର୍ଯ୍ୟନ୍ତ ଏହା ଏକ ପ୍ରମୁଖ ସରକାରୀ କୋଠିରେ କାର୍ଯ୍ୟକରି ଆସୁଥିଲା। ତାଙ୍କ ବଦଳି ପରେ ଇଂ. ପ୍ରଶାନ୍ତ ଦାସ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ଦୁଇ ସବ୍‌ଡିଭିଜନର ଦାୟିତ୍ୱରେ ରହିବା ପରେ ରଣପଡାର ଏହି ବାବୁହତା ଆବାସିକ କାର୍ଯ୍ୟାଳୟ ପଟ୍ଟାମୁଣ୍ଡାଇ ଉଠି ଯାଇଥିଲା। ଫଳରେ ଏହି ବିରାଟ କୋଠି ଦୀର୍ଘଦିନ ଧରି ପରିତ୍ୟକ୍ତ ଭାବେ ପଡିରହିଲା। ଏହାର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତିମାନେ କୋଠିକୁ ଭଙ୍ଗାରୁଜା କରି ମୂଲ୍ୟବାନ କାଠ, ଲୁହାକଡି ସାମଗ୍ରୀ କବାଟ, ଝରକା, ଟେବୁଲ, ଥାକ, ଫ୍ୟାନ, ଆଲମିରା ପ୍ରଭୃତି ଚୋରାଇ ନେଇଗଲେ। ଏହା ସହ ଏହାର ଚତୁଃପାର୍ଶ୍ୱରେ ଥିବା ପାଚେରି ଓ ଘରର କାନ୍ଥ, ଛାତ ପ୍ରଭୃତିକୁ ଭଙ୍ଗାରୁଜା କରି ବୋହି ନେଇଗଲେ। ଅଳ୍ପ କେତେଦିନ ମଧ୍ୟରେ ଇଂରେଜଙ୍କ ସମୟରୁ ତିଆରି ହୋଇଥିବା ଏହି କୋଠାଟିକୁ ଏହାର ମୂଳଦୁଆ ସହ ତାଡି ନେଇଯିବା ଫଳରେ ବର୍ତ୍ତମାନ ଏହି ବିଲ୍‌ଡିଂର କୌଣସି ଚିହ୍ନବର୍ଣ୍ଣ ନାହିଁ। ଏପରି କି ଏହାର ମୁଖ୍ୟ ଫାଟକରେ ଲାଗିଥିବା ଲୁହା ଗ୍ରୀଲକୁ ଛାଡି ଦେଲେ ଏହି ସୁସଜ୍ଜିତ ଅଫିସରମାନଙ୍କ ବାସଗୃହଟିର କୌଣସି ସତ୍ତା ନାହିଁ। କୋଟି କୋଟି ଟଙ୍କାର ଏହି ମୂଲ୍ୟବାନ ସରକାରୀ ଜମିର ଉପଯୋଗ କରାଯାଉ ନ ଥିବାରୁ ଏହାର ପରିସର ଗୋରୁଙ୍କ ଚରାଭୂଇଁ ଓ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାରେ ପରିଣତ ହୋଇଥିବା ଦେଖିବାକୁ ମିଳୁଛି। ଜିଲା ସଦର ମହକୁମାରେ ଅନେକ କାର୍ଯ୍ୟାଳୟ ଭଡ଼ା ସୂତ୍ରରେ ଚାଲୁଥିବା ବେଳେ ଏହି ସରକାରୀ ଜମି ଉପରେ ରିଜର୍ଭ ପୋଲିସ କ୍ୱାର୍ଟର୍ସ, ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଭଳି ଯେକୌଣସି ସରକାରୀ କାର୍ଯ୍ୟାଳୟ କରାଯାଇ ଏହି ମୂଲ୍ୟବାନ ସମ୍ପତ୍ତିର ରକ୍ଷଣାବେକ୍ଷଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଜିଲା ଜଳସମ୍ପଦ ଅଧିକାରୀ ପ୍ରବୋଧ କୁମାର ରାଉତଙ୍କୁ ପଚାରିବାରେ ଜିଲା ପ୍ରଶାସନ ପକ୍ଷରୁ କ୍ରୀଡା ବିଭାଗକୁ ଏହି ସ୍ଥାନ ପ୍ରଦାନ ପାଇଁ ନିର୍ଦ୍ଦେଶ ଆସିଥିଲା। ପରେ ଏହାକୁ କ୍ରୀଡା ବିଭାଗକୁ ହସ୍ତାନ୍ତର କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକରି ପୋଡ଼ିଦେଲେ

ପଦ୍ମପୁର,୨୭ା୨: ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା ପରେ ପୋଡ଼ି ଦିଆଯାଇଛି। ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ୍‌ ନୂଆଗଡ଼ ପଞ୍ଚାୟତ ପାଜିଲିବନ୍ଧ ଗାଁ...

ପିଲା ଚୋରି ଅଭିଯୋଗରେ ଯୁବକଙ୍କୁ ମାଡ଼

ଗଞ୍ଜାମ,୧୫। ୭(ଡି.ଏନ.ଏ.)-ଗଞ୍ଜାମ ଥାନା ବଡ଼ନୋଳିଆ ନୂଆଗାଁରେ ରବିବାର ରାତି ପ୍ରାୟ ସାଢ଼େ ୮ଟାରେ ଜଣେ ବ୍ୟକ୍ତି ପିଲା ଚୋରି କରି ନେଇ ଯାଉଥିବା ବେଳେ ଗ୍ରାମବାସୀ...

ସବୁ ଜିଲାରେ ଗାଡ଼ି ପଞ୍ଜୀକରଣ, ବିକ୍ରୟକୁ ଅନୁମତି

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜ୍ୟ ସରକାର ଲକ୍‌ଡାଉନ୍‌ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି। ସମସ୍ତ ଜିଲାରେ ଅଟୋମୋବାଇଲ୍‌ ଶୋ’ରୁମ୍‌ଗୁଡ଼ିକ ଖୋଲାଯିବା ସହ ନୂତନ ଗାଡ଼ି ପଞ୍ଜୀକରଣ ଓ ବିକ୍ରୟ...

ପୁଣି ଥରେ ବିଦ୍ୟାଭାରତୀଙ୍କୁ ଜେରା : ଏଥର ମିଳିବ କି କିଛି ତଥ୍ୟ

ଉଦଳା,୩।୨(ଡି.ଏନ୍‌.ଏ.): ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାର ୨୩ ଦିନ ପରେ ମଧ୍ୟ ସସ୍ପେନ୍ସ ଲାଗି ରହିଛି। ଏହା ଏକ...

ବନ୍ଦ ହେଲା କୁଲଡ଼ିହା ଅଭୟାରଣ୍ୟ

ସଜନାଗଡ଼, ୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଅବସ୍ଥିତ ପ୍ରକୃତିର ଗନ୍ତାଘର କୁଲଡ଼ିହା ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ...

ଶିଶୁର ବିକାଶ ପାଇଁ ଉଦ୍ୟମ ଆବଶ୍ୟକ

ଅନୁଗୋଳ ଅଫିସ, ୧୮।୧୨-ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣର ପରିପ୍ରକାଶ ପାଇଁ ୧୯୭୯ରୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଶିଶୁ ଉତ୍ସବ ପାଳନ କରାଯାଉଛି।...

୮ରୁ ଯୁକ୍ତ୩ ଇ-ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର,୫।୯(ବ୍ୟୁରୋ): ରାଜ୍ୟରେ ଡିଗ୍ରୀ କଲେଜଗୁଡ଼ିକରେ ଇ-ନାମଲେଖା ପାଇଁ ଆସନ୍ତା ୮ ତାରିଖ ପୂର୍ବାହ୍ନ ୧୧ଟାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୨ ତାରିଖ ରାତି ୧୧ଟା...

ଆଜି ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’

ଭୁବନେଶ୍ୱର,୯।୧୨(ବ୍ୟୁରୋ):ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଶୁକ୍ରବାରଠାରୁ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହେବ। ୧୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

Advertisement
Archives

Model This Week