Posted inଖେଳ

ବିଶ୍ୱକପ୍‌ ପୂର୍ବରୁ ଆରମ୍ଭ ହେଲା କ୍ୟାପ୍‌ଟେନ୍ସ ମିଟ୍‌: ବାବର କହିଲେ ‘ଆମେ ଭାରତରେ ଅଛୁ ବୋଲି ଲାଗୁନାହିଁ’  

ଅହମ୍ମଦାବାଦ,୪।୧୦: ଦିନିକିଆ ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ ୨୪ ଘଣ୍ଟାରୁ କମ୍‌ ସମୟ ବାକି। ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ ମୁକାବିଲା ଖେଳାଯିବ। ଉଭୟ ଟିମ୍‌ ଗତ ବିଶ୍ୱକପ୍‌ ଫାଇନାଲ ଖେଳିଥିଲେ। ଏମିତିରେ ବିଶ୍ୱକପ୍‌ ଓପନିଂ ମ୍ୟାଚ୍‌ ମଧ୍ୟ ସେମାନେ ଖେଳିବାକୁ ଯାଉଥିବାରୁ କ୍ରିକେଟ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି। ତେବେ ଓପନିଂ ମ୍ୟାଚ୍‌ ପୂର୍ବରୁ ଅହମ୍ମଦାବାଦରେ ଆଇସିସି ପକ୍ଷରୁ କ୍ୟାପ୍‌ଟେନ୍ସ ମିଟ୍‌(ଅଧିନାୟକଙ୍କ ଭେଟଘାଟ) କାର୍ଯ୍ୟକ୍ରମ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ୧୦ ଟିମ୍‌ର ଅଧିନାୟକ ଯୋଗ ଦେଇଥିବା ବେଳେ ଦଳର ପ୍ରସ୍ତୁତି ଏବଂ ଚିନ୍ତାଧାରାକୁ ନେଇ ବୟାନ ଦେଉଛନ୍ତି।
ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ବିଶ୍ୱକପ୍‌ ୨୦୨୩ରେ ଦଳର ଅଧିନାୟକ ହେବା ସମ୍ମାନର କଥା। ଆମ ଉପରେ ଚାପ ତ ରହିଛି। ହେଲେ ଆମର ଏହା ଅଭ୍ୟାସରେ ପରିଣତ ହେଲାଣି। ଖେଳରେ ଚାପ ରହିବା ସ୍ବାଭାବିକ। ଆମେ ଭଲ ପ୍ରସ୍ତୁତି କରିଥିବାରୁ ତାହା କାମରେ ଆସିବ ବୋଲି ଭାବୁଛୁ। ଏହି ଟୁର୍ନାମେଣ୍ଟ ବହୁତ ବଡ଼। ଆମର ଧ୍ୟାନ ସବୁ ମ୍ୟାଚ୍‌ ଉପରେ ରହିବ ବୋଲି ସେ କହିଛନ୍ତି। ସେହିଭଳି ପାକିସ୍ତାନ ଅଧିନାୟକ ବାବର ଆଜମ ଭାରତ ଆସି ବହୁତ ଭଲ ଅନୁଭବ କରୁଥିବା କହିଛନ୍ତି। ସପ୍ତାହେ ହେଲା ସେ ଭାରତରେ ଅଛନ୍ତି। ସେ ନିଜ ଦେଶରେ ନାହାନ୍ତି ବୋଲି ଅନୁଭବ କରି ନ ଥିବା କହିଛନ୍ତି।
ପ୍ରକାଶ ଯେ, ବିଶ୍ୱକପ୍‌ ଭାରତର ୧୦ ସ୍ଥାନରେ ଖେଳାଯିବ। ଏଥର ଟୁର୍ନାମେଣ୍ଟରେ ମୋଟ ୪୮ ମ୍ୟାଚ୍‌ ହେବ। ୧୯ ନଭେମ୍ବରରେ ବିଶ୍ୱକପ ଫାଇନାଲ ଅହମ୍ମଦାବାଦରେ ଖେଳାଯିବ।ଚେନ୍ନାଇ, ଦିଲ୍ଲୀ, ପୁଣେ, ଅହମ୍ମଦାବାଦ, ଧର୍ମଶାଳା, ପୁଣେ, ଲକ୍ଷ୍ନୌ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଏବଂ ଅହମ୍ମଦାବାଦରେ ବିଶ୍ୱକପ୍‌ ମ୍ୟାଚ ଅନୁଷ୍ଠିତ ହେବ। ଏଥର ସମୁଦାୟ ୧୦ ଟି ଦଳ ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ବେଳେ ସମସ୍ତ ମ୍ୟାଚ ରାଉଣ୍ଡ-ରୋବିନ ଫର୍ମାଟରେ ଖେଳାଯିବ।
ଯଦିଓ ଟୁର୍ନାମେଣ୍ଟରେ ୧୦ ଦଳ ଅଛନ୍ତି, କିନ୍ତୁ ଟାଇଟଲ ପାଇଁ ଟିମ ଇଣ୍ଡିଆ ସବୁଠାରୁ ବଡ ଦାବିଦାର ବୋଲି କୁହାଯାଉଛି। ଘରୋଇ ମଇଦାନ ସାଙ୍ଗକୁ ଅଭିଜ୍ଞତା ଦଳକୁ ବିଜୟୀ କରିପାରେ ବୋଲି କୁହାଯାଉଛି। ତେବେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଏବଂ ପାକିସ୍ଥାନ ଦଳ ମଧ୍ୟ ବିଶ୍ୱକପ୍‌ ଟାଇଟଲ ହାସଲ କରିବାକୁ ପ୍ରତିନ୍ଦ୍ୱନ୍ଦ୍ୱିତା କରିପାରନ୍ତି। ଏହା ବ୍ୟତୀତ ଆଫଗାନିସ୍ତାନ, ନେଦରଲ୍ୟାଣ୍ଡ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକାର ମଧ୍ୟ ସେମାନଙ୍କର ଦାବି ଉପସ୍ଥାପନ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

ବିଧାୟକଙ୍କ ସହ ବିବାଦ ଘଟଣା ପରେ ପଦକ୍ଷେପ, ବଦଳିଲେ ରେଭେନ୍ସା ବଦଳିଲେ ଚିଫ୍‌ ୱାର୍ଡେନ

କଟକ,୧୨ା୮(ପ୍ରଭୁକଲ୍ୟାଣ ପାଲ୍): ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଙ୍ଘ ଓ ବିଧାୟକ ଵିଵାଦ ଘଟଣାରେ ଚିଫ୍ ଓ୍ବାର୍ଡେନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ବିଧାୟକଙ୍କ ସହ ଵିଵାଦ…

କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢାଉ, ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ୩ ଗିରଫ

ଦିଗପହଣ୍ଡି,୧୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍ ଅତର୍କିତ ଭାବେ ଚଢ଼ାଉ…

ରାସ୍ତା ନଥିବାରୁ ନାଳ ପାଖରେ ଅଟକିଲା ଆମ୍ବୁଲାନ୍ସ ; ରାତିସାରା ଖୋଲା ଆକାଶ ତଳେ ପଡ଼ିରହିଲା ମୃତଦେହ, ସକାଳେ ୮ କିମି ବୋହିଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): ସ୍ୱାଧୀନତାର ୮୦ ବର୍ଷ ପୂର୍ତ୍ତି ଆଡ଼କୁ ଦେଶ ଆଗେଇ ଚାଲିଥିବା ବେଳେ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଯାତାୟାତ ଓ ସ୍ୱାସ୍ଥ୍ୟସେବାର କରୁଣ ଚିତ୍ର…

ଡକାୟତି କରିବାକୁ ଚେଷ୍ଟା କରୁଥିବା ବେଳେ ମାଡିବସିଲା କୋକସରା ପୋଲିସ, ତାପରେ….

କୋକସରା,୧୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଡକାୟତି କରିବାକୁ ଚେଷ୍ଟା କରୁଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥରୁ ଦୁଇଜଣ ଯୁବକଙ୍କୁ କୋକସରା ପୋଲିସ ଗିରଫ କରିଛି । ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri