Advertisement
Posted inଖେଳ

ବିଶ୍ୱକପ୍‌ ମୁକାବିଲା ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନ ଅଧିନାୟକ; କହିଲେ…

ନୂଆଦିଲ୍ଲୀ, ୧୮।୮: ଆଇସିସି ପକ୍ଷରୁ ୟୁଏଇରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍‌ ୨୦୨୧ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥିରେ ଭାରତର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ସହ ଥିବା ଦେଖାଯାଇଛି। ମ୍ୟାଚ୍‌କୁ ନେଇ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥିବା ବେଳେ ପାକିସ୍ତାନୀ ଦଳର ଅଧିନାୟକ ବାବର ଆଜମ ଭାରତକୁ ଏକ ପ୍ରକାର ଚେତାବନୀ ଦେଇଛନ୍ତି। ବାବର କହିଛନ୍ତି, ଏଥର ଟି-୨୦ ବିଶ୍ୱକପ୍‌ ସେମାନଙ୍କ ପାଇଁ ଏକ ଘରୋଇ ମୁକାବିଲା ଭଳି ରହିବ। ଏକ ଦଶନ୍ଧିରୁ ଅଧିକ ସମୟ ଧରି ସେ ୟୁଏଇରେ ଖେଳି ଆସୁଛନ୍ତି। ସେଠାରେ ସେ ନିଜର ପ୍ରତିଭା ଦେଖାଇବା ସହ ଟି-୨୦ ଟିମ୍‌ ର଼୍ୟାଙ୍କିଂରେ ଶୀର୍ଷରେ ପହଞ୍ଚିପାରିଛନ୍ତି। ଏବେ ଭାରତ ବିପକ୍ଷ ମୁକାବିଲାକୁ ନେଇ ଖେଳାଳିମାନେ ଉତ୍ସାହିତ ଅଛନ୍ତି। ଏହି ଟୁର୍ନାମେଣ୍ଟକୁ ସେମାନେ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ଭାବେ ଦେଖୁଛନ୍ତି। ମୁଁ ନିଜର ପ୍ରଦର୍ଶନ ସହ ଦଳକୁ ଉତ୍ସାହିତ କରିବା ଉପରେ ଧ୍ୟାନ ଦେଉଛି। ଏହାଦ୍ୱାରା ଆମେ ଏସିଆରେ ଆଇସିସିର ପ୍ରମୁଖ ପ୍ରତିଯୋଗିତା ଜିତିଥିବା ପ୍ରଥମ ପାକିସ୍ତାନୀ ଦଳ ହୋଇପାରିବୁ ବୋଲି ଆଜମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜୀବନର ସର୍ବଶ୍ରେଷ୍ଠ ର଼୍ୟାଙ୍କିଙ୍ଗ ହାସଲ କଲେ ରୋହିତ ଶର୍ମା

ଅହମଦାବାଦ,୨୮।୨: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି ଭାରତୀୟ ଓପନର୍‌ ରୋହିତ ଶର୍ମା। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପ୍ରକାଶିତ ସର୍ବଶ୍ରେଷ୍ଠ ଟେଷ୍ଟ...

ଅଭ୍ୟାସ ମ୍ୟାଚ୍‌ରେ ବି ଫେଲ୍‌ ମାରିଲେ ରୋହିତ, ପୂଜାରା

ଡର୍ହାମ,୨୦।୭: ଚେଷ୍ଟର ଲେ-ଷ୍ଟ୍ରିଟ୍‌ସ୍ଥିତ ରିଭରସାଇଡ୍‌ ଗ୍ରାଉଣ୍ଡରେ ମଙ୍ଗଳବାରଠାରୁ କାଉଣ୍ଟି ସିଲେକ୍ଟ ଏକାଦଶ ଓ ଭାରତୀୟ ଦଳ ମଧ୍ୟରେ ଆରମ୍ଭ ହୋଇଛି ୩ ଦିନିଆ ଅଭ୍ୟାସ ମ୍ୟାଚ୍‌।...

ପାକିସ୍ତାନକୁ ଦୋହଲାଇ ଦେଇଥିଲେ ଏହି ଭାରତୀୟ କ୍ରିକେଟର୍‌

ଆଜି ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ଲକ୍ଷ୍ମୀପତି ବାଲାଜୀଙ୍କ ୩୮ତମ ଜନ୍ମଦିନ। ୧୯୮୧ ସେପ୍ଟେମ୍ବର ୨୭ରେ ସେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ଯଦିଓ ସେ ବେଶୀ...

ସିଡ୍‌ନୀ ଟେଷ୍ଟ: ସୁଇପସନ୍‌ ଅଷ୍ଟ୍ରେଲିଆ ଦଳରେ ସାମିଲ

ମେଲବୋର୍ନ, ୨୬।୧୨ (ଏଏଫ୍‌ପି)- ନ୍ୟୁଜିଲାଣ୍ଡ ବିପକ୍ଷରେ ସିଡ୍‌ନୀରେ ଖେଳାଯିବାକୁ ଥିବା ଅନ୍ତିମ ତଥା ୩ୟ ଟେଷ୍ଟ ପାଇଁ ଘରୋଇ ଅଷ୍ଟ୍ରେଲିଆ ଦଳରେ ଲେଗ୍‌-ସ୍ପିନର ମିଚେଲ ସୁଇପ୍‌ସନଙ୍କୁ...

ସମଦଶା ଭୋଗିଲା ଟିମ୍‌ ଇଣ୍ଡିଆ

ଦୁବାଇ,୩୧।୧୦: ପାକିସ୍ତାନ ଭଳି ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ବ୍ୟାଟିଂ ଭାରତୀୟ ଦଳର ବ୍ୟାଟିଂ ଲାଇନ୍‌ ପୂରା ଫେଲ ମାରିଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ...

ଆସନ୍ତାବର୍ଷ ଜୁନ୍‌ରେ ଏସିଆ କପ୍‌ ଆୟୋଜନ ସମ୍ଭାବନା

ନୂଆଦିଲ୍ଲୀ,୧୦।୭: ଚଳିତ ବର୍ଷ ଏସିଆକପ୍‌ କ୍ରିକେଟ ଟୁର୍ନାମେଣ୍ଟ ସ୍ଥଗିତ ରହିବା ସ୍ପଷ୍ଟ ହୋଇଛି। ଏହି ଟୁର୍ନାମେଣ୍ଟ ଆସନ୍ତାବର୍ଷ ଜୁନ୍‌ରେ ଆୟୋଜନ କରିବାକୁ ଯୋଜନା ହେଉଛି ଓ...

ବିରୋଧି ଟିମ୍‌ ବୋଲରଙ୍କ ନିଦ ହଜାଇଦିଅନ୍ତି ଭାରତୀୟ ଟିମ୍‌ର ଗବ୍ବର: ଏହି ୫ ପାଳିକୁ ଆଜି ବି ମନେପକାନ୍ତି ପ୍ରଶଂସକ

ନୂଆଦିଲ୍ଲୀ,୫।୧୨: ଭାରତୀୟ ଟିମ୍‌ର ଦ୍ରୁତ ଓପନୀ୍‌ ଶିଖର ଧଓ୍ବନ୍‌ ଶନିବାର ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୯ ବର୍ଷ ପୂର୍ବେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଖେଳିବା ଆରମ୍ଭ...

ଏହି ସିକ୍ରେଟ୍‌ ଅସ୍ତ୍ର ନେଇ ଇଂଲଣ୍ଡ ଗସ୍ତରେ ଯିବେ ବିରାଟ କୋହଲି…

ନୂଆଦିଲ୍ଲୀ,୧୮।୫: ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଜୁନ୍‌ ୧୮ରୁ ୨୨ ପର୍ଯ୍ୟନ୍ତ ସାଉଥେମ୍ପଟନ୍‌ ଓ୍ବାଲର୍‌ଡ ଟେଷ୍ଟ୍‌ ଚାମ୍ପିୟନଶିପ୍‌ ଖେଳିବ। ଟିମ୍‌ ଇଣ୍ଡିଆର ବ୍ୟାଟ୍ସମ୍ୟାନଙ୍କ ପାଇଁ...

Advertisement
Archives

Model This Week