Posted inଖେଳ

ବିଶ୍ୱରେକର୍ଡ କଲେ ବାବର ଆଜମ, ୧୬ ବର୍ଷ ବଡ ଗେଲ, କୋହଲିଙ୍କୁ ପଛରେ ପକାଇଲେ

ଇସଲାମାବାଦ,୪।୧୦:ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ଜବରଦସ୍ତ ଫର୍ମ ଜାରି ରହିଛି। ରବିବାର ସେ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ସେ ଟି -୨୦ରେ ୭୦୦୦ ରନ ସ୍କୋର କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଜାତୀୟ ଟି -୨୦ କପ୍‌ର ଏକ ମ୍ୟାଚରେ ବାବର ଅପରାଜିତ ୫୯ ସ୍କୋର କରି ତାଙ୍କ ନାମରେ ଏହି ରେକର୍ଡ ସୃଷ୍ଟି କରିଥିଲେ। ୨୬ ବର୍ଷୀୟ ବାବର ତାଙ୍କଠାରୁ ୧୬ ବର୍ଷ ବଡ କ୍ରିସ ଗେଲ ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି। ଟି -୨୦ ବିଶ୍ୱକପ ପୂର୍ବରୁ ବାବର ଆଜମ ଜବରଦସ୍ତ ଫର୍ମରେ ଅଛନ୍ତି। ଜାତୀୟ ଟି -୨୦ କପରେ ସେଣ୍ଟ୍ରାଲ ପଞ୍ଜାବ ପାଇଁ ଖେଳୁଥିବାବେଳେ ବାବର ଆଜମ ୪୯ ବଲରୁ ଅପରାଜିତ ୫୯ ରନ କରିଥିଲେ। ବାବର ୧୮୭ ଇନିଂସରେ ୭ ହଜାର ରନ ଛୁଇଁଛନ୍ତି॥ ଏହାପୂର୍ବରୁ ଏହି ବିଶ୍ୱ ରେକର୍ଡ କ୍ରିସ ଗେଲଙ୍କ ନାମରେ ଥିଲା। ସେ ସବୁଠାରୁ କମ ୧୯୨ ଇନିଂସରେ ଏହା କରିଥିଲେ। ଏଥି ସହିତ ବିରାଟ କୋହଲି ୨୧୨ଇନିଂସ ସହ ତୃତୀୟ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୂରଶିକ୍ଷା ପାଇଁ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟକୁ ଅନୁମତି

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷାରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ…

ଗଛରେ ପିଟହେଲା ଯାତ୍ରୀବାହୀ ବସ୍‌, ଚାଳକ ମୃତ, ୩୦ ଯାତ୍ରୀ ଆହ, ୧୦ ଗୁରୁତର

ନୟାଗଡ଼,୪।୯(ଲୋକନାଥ ମିଶ୍ର): ନୟାଗଡ଼ ବ୍ଲକ ଇଟାମାଟି ଥାନା ବାଉଁଶିଆପଡ଼ା ଜହ୍ନିପଦା ଛକ ନିକଟ ୫୭ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ…

ଜନ୍ତରମନ୍ତର ପରି ପୁଣି ହେବାକୁ ଯାଉଛି ବଡ଼ ଆନ୍ଦୋଳନ? ସାଂଘାତିକ ଭବିଷ୍ୟବାଣୀ କଲେ…

ନୂଆଦିଲ୍‌ଲୀ,୪।୯: ସେପ୍ଟେମ୍ୱର ୨୦୨୬ରେ ସରକାରଙ୍କୁ ପୁଣି ଥରେ ରାଜରାସ୍ତାରୁ ଉଠୁଥିବା ଏକ ବଡ଼ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ। ଭାରତର କୁଣ୍ଡଳୀ ଅନୁଯାୟୀ, ୧୮ରୁ ୨୪ ସେପ୍ଟେମ୍ୱର…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ସେପ୍ଟେମ୍ୱର ୧୧ରେ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନରେ ଫିଟିଯିବ ଭାଗ୍ୟ, ୫ ରାଶିଙ୍କ ଉପରେ ଧନବର୍ଷା

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ ଶୁକ୍ରବାର ରାତି ୧୧ଟା ୧୯ ମିନିଟରେ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଗ୍ରହଙ୍କର ସ୍ୱାତୀ ନକ୍ଷତ୍ରରେ ଗୋଚର ଫଳରେ…

ଶୋଇଥିଲେ ସ୍ତ୍ରୀ-ସ୍ବାମୀ, ଭୁଶୁଡିଲା କାନ୍ଥ: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୪।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲଜ ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣାରେ ସ୍ବାମୀର ମୃତ୍ୟୁ ହୋଇଯାଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇ କେନ୍ଦ୍ରାପଡା ଡାକ୍ତରଖାନାରେ…

ତ୍ରିଶୂଳୀ ସୁଡ଼ଙ୍ଗ ଭିତରେ ‘ହରେ କୃଷ୍ଣ’ ଜପ କରୁଥିଲେ ସଞ୍ଜୟ; ଜନ୍ମାଷ୍ଟମୀରେ ମିଳିଲା ନୂଆ ଜୀବନ

କାଠମାଣ୍ଠୁ,୪।୯: ନେପାଳର ତ୍ରିଶୁଳିରେ ଥିବା ଏକ ଜଳବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗରୁ ଶୁକ୍ରବାର ଦୁଇଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri