Categories: ଖେଳ

କୋହଲିଙ୍କ ମୁଣ୍ଡରୁ ମୁକୁଟ ଛଡାଇ ନେଲେ ଏହି ପାକିସ୍ତାନ ବ୍ୟାଟ୍ସମ୍ୟାନ୍

ଇସଲମାବାଦ,୧୪।୪: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପଛରେ ପକାଇ ପାକିସ୍ତାନ ଅଧିନାୟକ ବାବର ଆଜାମ ବିଶ୍ୱର ଏକ ନମ୍ବର ଏକଦିବସୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ୨୬ ବର୍ଷ ବୟସ୍କ ବାବର ୧୨୫୮ ଦିନ ପରେ ବିରାଟ କୋହଲିଙ୍କ ମୁଣ୍ଡରୁ ମୁକୁଟ ଛଡାନେଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ହୋଇଥିବା ସିରିଜରେ ବାବର ଚମତ୍କାର ପ୍ରଦର୍ଶନ କରିଥିଲେ। ବୁଧବାର ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ର଼୍ୟାଙ୍କିଙ୍ଗରେ ସେ ୮୬୫ ପଏଣ୍ଟ ପାଇଛନ୍ତି। କୋହଲିଙ୍କ ଅପେକ୍ଷା ସେ ୮ ପଏଣ୍ଟ ଅଧିକ ଅଛି। ବିରାଟ କୋହଲି ଦ୍ୱିତୀୟ ସ୍ଥାନକୁ ଖସି ଆସିଥିବାବେଳେ ଟିମ ଇଣ୍ଡିଆର ଉପ-ଅଧିନାୟକ ରୋହିତ ଶର୍ମା ତୃତୀୟ ସ୍ଥାନରେ ଅଛନ୍ତି। ବାବର ଆଜାମ ଚତୁର୍ଥ ପାକିସ୍ତାନୀ କ୍ରିକେଟର୍‌ ଭାବେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ପୂର୍ବରୁ କେବଳ ଜାହିର ଅବ୍ବାସ (୧୯୮୩୮୪), ଜାଭେଦ ମିଆନ୍ଦାଦ (୧୯୮୮୮୯) ଏବଂ ମହମ୍ମଦ ୟୁସୁଫ ଏହି ସ୍ଥାନରେ ପହଞ୍ଚିଛନ୍ତି। ୨୦୧୦ ଏବଂ ୨୦୧୨ ଅଣ୍ଡର -୧୯ ବିଶ୍ୱକପର ଅଂଶବିଶେଷ ଥିବା ବାବର ୨୦୧୫ ପାକିସ୍ତାନୀ ଏକଦିବସୀୟ ଦଳରେ ଡେବ୍ୟୁ କରିଥିଲେ।

Share