Posted inଖେଳ

ଆଝାର ଓ ଆବିଦଙ୍କ ଶତକ

ହରାରେ, ୮ା୫-ସ୍ଥାନୀୟ ହରାରେ ସ୍ପୋଟର୍‌ସ କ୍ଲବରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଜିମ୍ବାଓ୍ବେ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ପାକିସ୍ତାନର ଆବିଦ ଅଲି(୧୧୮ ନଟ୍‌ଆଉଟ) ଓ ଆଝାର ଅଲିି (୧୨୬ ରନ) ଶତକ ହାସଲ କରିଛନ୍ତି। ଭ୍ରମଣକାରୀ ଦଳ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୪ଉଇକେଟ ବିନିମୟରେ ୨୬୮ରନ କରିଛି। ଆବିଦ ଅଲିଙ୍କ ସହ ସାଜିଦ ଖାଁ ୧ ରନ କରି ଅପରାଜିତ ରହିଛନ୍ତି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ମାତ୍ର ୧୨ ରନ୍‌ରେ ପ୍ରଥମ ଉଇକେଟ ହରାଇଥିଲା। ଓପନର ଇମ୍ରାନ ବଟ ରିଚାର୍ଡ ଏନ୍‌ଗାରାଭଙ୍କ ବଲ୍‌ରେ ଡୋନାଲ୍ଡ ତିରିପାନୋଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଯାଇଥିଲେ। ବଟ ମାତ୍ର ୨ ରନ କରିଥିଲେ। ମାତ୍ର ଆବିଦ ଓ ଆଝାର ଦ୍ୱିତୀୟ ଉଇକେଟ ପାର୍ଟନରଶିପ୍‌ରେ ୨୩୬ ରନ ଯୋଗ କରି ଦଳର ସ୍ଥିତିକୁ ମଜଭୁତ କରିଦେଇଥିଲେ। ବ୍ଲେସିଂ ମୁଜାରାବାନି ଏହି ପାର୍ଟନରଶିପ୍‌କୁ ଭାଙ୍ଗି ଦେଇଥିଲେ। ସେ ଆଝାରଙ୍କୁ ମିଲ୍‌ଟନ ଶୁମ୍ବାଙ୍କ ଦ୍ୱାରା କ୍ୟାଚ ଆଉଟ କରିଦେଇଥିଲେ। ପରବର୍ତ୍ତୀ ଦୁଇ ବ୍ୟାଟ୍ସମ୍ୟାନ ଅଧିନାୟକ ବାବର ଆଜାମ ଓ ଫଓ୍ବାଦ ଆଲାମ ଯଥାକ୍ରମେ ମାତ୍ର ୨ ଓ ୫ ରନ କରି ଶୀଘ୍ର ଆଉଟ ହୋଇଯାଇଥିଲେ।

୧୮ବର୍ଷ ଅପେକ୍ଷା ପରେ ଟେଷ୍ଟ ପଦାର୍ପଣ କଲେ ତାବିଶ
ଏହି ମ୍ୟାଚରେ ୬୬ ବର୍ଷ ବ୍ୟବଧାନରେ ସବୁଠାରୁ ବୟସ୍କ ଖେଳାଳି ଭାବେ ତାବିଶ ଖାଁ (୩୬ବର୍ଷ ୧୪୬ ଦିନ) ପାକିସ୍ତାନ ଦଳରୁ ଟେଷ୍ଟ ପଦାର୍ପଣ କରିଛନ୍ତି। ଏହି ଫାଷ୍ଟ ବୋଲରଙ୍କୁ ଜାତୀୟ ଦଳରେ ସ୍ଥାନ ପାଇବା ପାଇଁ ଦୀର୍ଘ ୧୮ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ତାବିଶ ୫୯୮ ପ୍ରଥମଶ୍ରେଣୀ ଉଇକେଟ ଅକ୍ତିଆର କରିଛନ୍ତି। ଟେଷ୍ଟ ପଦାର୍ପଣ ପୂର୍ବରୁ କୌଣସି ଏସୀୟ ଦଳର ଖେଳାଳିଙ୍କ କ୍ଷେତ୍ରରେ ଏହା ହେଉଛି ସର୍ବାଧିକ। ପୂର୍ବରୁ ଏହି ରେକର୍ଡ ଶ୍ରୀଲଙ୍କାର ମାଲିଣ୍ଡା ପୁଷ୍ପକୁମାରାଙ୍କ ନାମରେ ରହିଥିଲା। ସେ ୨୦୧୭ରେ ଭାରତ ବିପକ୍ଷରେ ତାଙ୍କ ଟେଷ୍ଟ ପଦାର୍ପଣ ପୂର୍ବରୁ ୫୫୮ ପ୍ରଥମ ଶ୍ରେଣୀ ଉଇକେଟ ଅକ୍ତିଆର କରିସାରିଥିଲେ। ଆୟର୍ଲାଣ୍ଡର ଟେଷ୍ଟ ପଦାର୍ପଣ ପୂର୍ବରୁ ଟିମ୍‌ ମୁର୍ତ୍ତାଗ ୭୧୨ ପ୍ରଥମ ଶ୍ରେଣୀ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri