Posted inଜାତୀୟ

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ୪ କୋଟିରୁ ଅଧିକ ନାଗରିକଙ୍କ ତଥ୍ୟ ସାମିଲ: ସ୍ବାସ୍ଥ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୧୭।୧୨ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ଶନିବାର କହିଛନ୍ତି ଯେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ୪ କୋଟି ଡିଜିଟାଲ ସଂଯୁକ୍ତ ସ୍ବାସ୍ଥ୍ୟ ରେକର୍ଡର ସୀମା ଅତିକ୍ରମ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏଭଳି ସ୍ବାସ୍ଥ୍ୟ ହବ ନିର୍ମାଣ ପାଇଁ ପ୍ରତିଶ୍ରୁତିବଦ୍ଧ। ଏକ ସୁସ୍ଥ ଭାରତ ପାଇଁ ଶକ୍ତିଶାଳୀ, ପାରସ୍ପରିକ କାର୍ଯ୍ୟକ୍ଷମ ତଥା ଅନ୍ତର୍ଭୁକ୍ତ ଡିଜିଟାଲ ସ୍ବାସ୍ଥ୍ୟ ଇକୋସିଷ୍ଟମ ଜରୁରୀ ଅଟେ।

ଏକ ଟୁଇଟରେ ମାଣ୍ଡବ୍ୟ କହିଛନ୍ତି, ଫ୍ଲାଗଶିପ ସ୍କିମ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ) ଦେଶ ପାଇଁ ଏକ ବିସ୍ତୃତ ଡିଜିଟାଲ ସ୍ବାସ୍ଥ୍ୟ ଇକୋସିଷ୍ଟମ ନିର୍ମାଣ କ୍ଷେତ୍ରରେ ସ୍ଥିର ଭାବେ ଅଗ୍ରଗତି କରୁଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏଥିରେ ସମ୍ପ୍ରତି ୪ କୋଟିରୁ ଅଧିକ ଡିଜିଟାଲ ସ୍ବାସ୍ଥ୍ୟ ରେକର୍ଡ ବ୍ୟକ୍ତିବିଶେଷଙ୍କ ଏବିଏଚଏ ଆକାଉଣ୍ଟ ରହିଛି।

ମନ୍ତ୍ରଣାଳୟ କହିଛି, ବର୍ତ୍ତମାନ ପର୍ଯ୍ୟନ୍ତ ୨୯ କୋଟିରୁ ଅଧିକ ନାଗରିକ ସେମାନଙ୍କର ସ୍ବତନ୍ତ୍ର ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଆକାଉଣ୍ଟସ ସୃଷ୍ଟି କରିଛନ୍ତି। ଏହା ନାଗରିକମାନଙ୍କୁ ବିଭିନ୍ନ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ମଧ୍ୟରେ ଏକ ବିସ୍ତୃତ ଚିକିତ୍ସା ଇତିହାସ ସୃଷ୍ଟି କରିବାକୁ ସକ୍ଷମ ହେବ। ଯାହା ଦ୍ୱାରା କ୍ଲିନିକାଲ ନିଷ୍ପତ୍ତି ନେବାରେ ଉନ୍ନତି ହେବ। ଏଥିସହ, ନାଗରିକମାନେ ଏବିଡିଏମ୍‌ ପଞ୍ଜୀକୃତ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ସହିତ ସମ୍ପୃକ୍ତ ସ୍ବାସ୍ଥ୍ୟ ରେକର୍ଡଗୁଡ଼ିକୁ ଡିଜିଟାଲ ଭାବରେ ଅଂଶୀଦାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କଦଳୀ ଚାଷ କରି ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରୁଛନ୍ତି ମାନସିକ ଅସୁସ୍ଥ ବ୍ୟକ୍ତି

ନାଗପୁର,୧୧।୭: ମହାରାଷ୍ଟ୍ର ନାଗପୁରରେ ଥିବା ରିଜିଓନାଲ ମେଣ୍ଟାଲ ହସ୍ପିଟାଲରେ ଥିବା ମାନସିକ ଅସୁସ୍ଥ ରୋଗୀମାନେ କଦଳୀ ଚାଷ କରି ପ୍ରାୟ ୧ ଲକ୍ଷ ୩୪ ହଜାର...

ବର-କନ୍ୟାଙ୍କ ସହ ସେଲ୍‌ଫି ନେଉଥିଲେ କରୋନା ସଂକ୍ରମିତ: ପରେ ଘଟିଲା ଏମିତି

ଭୋପାଳ,୭।୫: ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଆତଙ୍କ ଖେଳାଇଦେଇଛି। ସଂକ୍ରମଣ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ସହ ବଢିବାରେ ଲାଗିଛି। ଏହାସତ୍ତ୍ୱେ କିଛି ଲୋକ...

ଥାନାରୁ ୨୫ ଲକ୍ଷ ଚୋରି, ଜେରା ବେଳେ ଆଖି ବୁଜିଲେ ଅଭିଯୁକ୍ତ

ଆଗ୍ରା,୨୦।୧୦: ଉତ୍ତର ପ୍ରଦେଶର ଆଗ୍ରାସ୍ଥିତ ଜଗଦୀଶପୁରା ଥାନାରୁ ୨୫ ଲକ୍ଷ ଟଙ୍କା ଚୋରି କରିବା ଅଭିଯୋଗରେ ପୋଲିସ ଜେରା କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ହାଜତ...

୧୩ ଅଭିଯୁକ୍ତଙ୍କୁ ଅର୍ଦ୍ଧଉଲଗ୍ନ କରି ପରେଡ କରାଇଲା ପୋଲିସ

କୋଲକାତା,୨୪ା୯(ପି.ଟି.): ବେହରୋର ଥାନା ଉପରେ ଗତ ୬ ତାରିଖରେ ଗୁଳି ଚଳାଇ ହରିୟାଣାର ଗ୍ୟାଙ୍ଗଷ୍ଟର ବିକ୍ରମ ଓରଫ ପାପଲା ଗୁଜ୍ରାରଙ୍କୁ ଖସାଇନେବା ଅଭିଯୋଗରେ ଗିରଫ ହୋଇଥିବା...

ପାକିସ୍ତାନ ସତ୍‌ଲେଜ ନଦୀରୁ ଆସୁଛି ବିଷାକ୍ତ ପାଣି: ରୋଗରେ ପଡୁଛନ୍ତି ପଞ୍ଜାବ ଲୋକେ

ଚଣ୍ଡିଗଡ଼,୨୪।୮: ଭାରତ ବିରୋଧରେ ପାକିସ୍ତାନ ନୂଆ ନୂଆ ଷଡ଼ଯନ୍ତ୍ର ରଚିବାରେ ଲାଗିଛି। ପାକିସ୍ତାନର ଚମଡା କାରଖାନାରୁ ନିର୍ଗତ ହେଉଥିବା ଗନ୍ଧଯୁକ୍ତ ରାସାୟନିକ ପଦାର୍ଥ ଓ ଆବର୍ଜନା...

ତାଲାର ଓଜନ ୩୦୦ କିଲୋଗ୍ରାମ୍‌: ଲକ୍ଷେ ଟଙ୍କା ହେଲାଣି ଖର୍ଚ୍ଚ

ଅଲିଗଡ଼,୧୮।୩: ଉତ୍ତରପ୍ରଦେଶ ଅଲିଗଡ଼ରେ ଜଣେ ବ୍ୟକ୍ତି ୩୦୦ କିଲୋଗ୍ରାମ୍‌ ଓଜନର ଏକ ବୃହତ୍‌ ତାଲା ନିର୍ମାଣ କରିଛନ୍ତିି। ସ୍ଥାନୀୟ ଜ୍ୱାଲାପୁରୀରେ ବାସ କରୁଥିବା ସତ୍ୟପ୍ରକାଶ ଶର୍ମା...

ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

ଶ୍ରୀନଗର,୨୫।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪ ଦିନିଆ ଜମ୍ମୁ-କଶ୍ମୀର, ଲଦାଖ ଗସ୍ତରେ ରବିବାର ୧୧ଟା ୧୫ରେ ଶ୍ରୀନଗର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା...

ଆର୍ଥିକ ପ୍ରସଙ୍ଗଠାରୁ ଲୋକଙ୍କ ଦୃଷ୍ଟି ହଟାଇବାକୁ ଯୋଜନା କରୁଛନ୍ତି ମୋଦି ସରକାର: ଆଣ୍ଟୋନୀ

ନୂଆଦିଲ୍ଲୀ,୨୮।୧୨: ଦେଶର ଆର୍ଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଲୋକଙ୍କ ଦୃଷ୍ଟି ଏହି ପ୍ରମୁଖ ପ୍ରସଙ୍ଗଠାରୁ ହଟାଇବା...

Advertisement
Archives

Model This Week