ଅମ୍ଳପିତ୍ତର ଆୟୁର୍ବେଦୀୟ ଉପଚାର

ଏକ ସଦ୍ୟତମ ସର୍ଭେରୁ ଜଣାପଡିଛି ଯେ ବର୍ତ୍ତମାନ ୮୦ ପ୍ରତିଶତରୁ ଅଧିକ ଲୋକ ଅମ୍ଳପିତ୍ତ ରୋଗରେ ଆକ୍ରାନ୍ତ। ଏପରି କି ଯୌବନ ଆରମ୍ଭରୁ ଏହି ରୋଗରେ ପୀଡିତ ହେବା ଦେଖାଯାଉଛି। କେତେକ ଲୋକ ଭୋଜିକୁ ଗଲେ ସାଦା ଭୋଜନ ମଧ୍ୟ ଖାଇପାରନ୍ତି ନାହିଁ। ଯାହା ଖାଇଲେ ଅଜୀର୍ଣ୍ଣ ହୋଇ ଅମ୍ଳ ଯୋଗୁଁ ହେକୁଟି ଦେବାର ଦେଖାଯାଏ। ବିନା ପରିଶ୍ରମରେ ଗରିଷ୍ଠ ଖାଦ୍ୟ ଖାଇବା, ମଦ, ଗୁଟ୍‌ଖା, କଡ଼ା ମସଲା, ଖଟା, ବାସି ଜିନିଷ, ଅସ୍ବାସ୍ଥ୍ୟକର ଖାଦ୍ୟ ପାନୀୟ ବ୍ୟତୀତ ଚିନ୍ତା, ଶୋକ, ଭୟ, ଅନିଦ୍ରା, ଭୋକ ଲାଗିଲେ ନ ଖାଇବା, କଳକାରଖାନାରେ ଦିବାରାତ୍ର କାମ କରିବା ଦ୍ୱାରା ଖାଦ୍ୟ ସହଜରେ ହଜମ ନ ହୋଇ ପିତ୍ତ ସୃଷ୍ଟି ହୋଇଥାଏ। ଏଥିଯୋଗୁ ପେଟରେ ଜ୍ୱଳନ, ଅମ୍ଳ ହେକୁଟି, ଛାତିରେ କିଛି ଅଟକିବା ପରି ଲାଗିବା, ଦାନ୍ତ ଖଟା ପଡ଼ିଯିବା, କୋଷ୍ଠବଦ୍ଧତା, ନାଳମିଶ୍ରିତ ପତଳା ବା ଖଦଖଦଡ଼ିଆ ଝାଡ଼ା, ଅଳ୍ପ ଖାଇଲେ ଅଜୀର୍ଣ୍ଣ ହେବା, ମୁଣ୍ଡ ବୁଲାଇବା, ବିନା ପରିଶ୍ରମରେ କ୍ଳାନ୍ତ ଲାଗିବା, କଣ୍ଠ ପ୍ରଦେଶରେ ଦାହ, ଅରୁଚି ଇତ୍ୟାଦି ଲକ୍ଷଣ ଦେଖିବାକୁ ମିଳେ। ଏପରି କିଛି ଦିନ ଲାଗି ରହିଲେ ଉଦରଶୂଳ ବା କଲିକ୍‌ ପେନ୍‌ ଆରମ୍ଭ ହୁଏ। ବେଳେବେଳେ ବାନ୍ତି ହୋଇଥାଏ। ପରେ ପିତ୍ତାଶୟରେ ପଥର ଦେଖିବାକୁ ମିଳେ। କେତେକ ଆଣ୍ଟାସିଡ୍‌ ଆଦି ଖାଇ ଏହି ରୋଗରୁ ସାମୟିକ ଉପଶମ ପାଇଥାଆନ୍ତି। କିନ୍ତୁ ରୋଗ ସମ୍ପୂର୍ଣ୍ଣ ଭାବରେ ଭଲ ନ ହୋଇ ଶରୀର ଭିତରେ କାୟା ବିସ୍ତାର କରି ଚାଲିଥାଏ। ଏପରି କି କେତେକଙ୍କ ପେଟରେ ଏଥିଯୋଗୁଁ ଅଲସର ବା ଘା’ ହୋଇଥାଏ, ଯାହାକି ପରବର୍ତ୍ତୀ ସମୟରେ ଅସ୍ତ୍ରୋପଚାର କରିବାକୁ ପଡିଥାଏ। ଡାକ୍ତରଙ୍କ ସହ ପରାମର୍ଶ ସମୟରେ ରୋଗ ସମ୍ପର୍କରେ ସଠିକ୍‌ ବିବରଣୀ ଦେଇ ଏହାର ଚିକିତ୍ସା କରିବା ସହ ଏ ନେଇ ସଚେତନ ରହିଲେ ଏଥିରୁ ଆରୋଗ୍ୟ ମିଳିଥାଏ।ଅନ୍ୟପକ୍ଷରେ ଏପରି ସମସ୍ୟା ପାଇଁ ଆୟୁର୍ବେଦୀୟ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଶାସ୍ତ୍ରୀୟ ଭଷ୍ମ ଔଷଧ ସେବନ ଓ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ପଥ୍ୟାପଥ୍ୟ ନିୟମ ପାଳନ କଲେ ରୋଗୀ ଅଳ୍ପ ଦିନ ମଧ୍ୟରେ ଆରୋଗ୍ୟ ଲାଭ କରି ଖୁସିରେ ଜୀବନଯାପନ କରିଥାଏ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର, ବେତନଟୀ, ମୟୂରଭଞ୍ଜ
ମୋ : ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri