Posted inଜାତୀୟ

ଶକ୍ତିଶାଳୀ ଭୂକମ୍ପକୁ ସହ୍ୟ କରିପାରିବ ଅଯୋଧ୍ୟା ରାମ ମନ୍ଦିର, ୧୦୦୦ ବର୍ଷ ପାଇଁ ଆବଶ୍ୟକ ନାହିଁ କୌଣସି ମରାମତି

ନୂଆଦିଲ୍ଲୀ, ୧୨ା୧୨: ଅଯୋଧ୍ୟାରେ ରାମ ଜନ୍ମଭୁମି ମନ୍ଦିର ନିର୍ମାଣକୁ ସୁପ୍ରିମକୋର୍ଟ ଅନୁମତି ଦେବାର ଚାରି ବର୍ଷ ପରେ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପ୍ରାୟ ଶେଷ ହୋଇସାରିଛି। ଜଣାଶୁଣା ସ୍ଥପତି ଚନ୍ଦ୍ରକାନ୍ତ ଭୋଇ ସୋମପୁରାଙ୍କ ଅଧୀନରେ ପରିକଳ୍ପିତ ନାଗରା ଶୈଳୀ ମନ୍ଦିର ମୁଖ୍ୟତଃ ଗୋଲାପୀ ବାଲୁକା ପଥର ଏବଂ ରାଜସ୍ଥାନର ମିର୍ଜାପୁର ଏବଂ ବଂଶୀ-ପହରପୁରରୁ ଖୋଦିତ ମାର୍ବଲରେ ନିର୍ମାଣ ହେଉଛି। ଏହା ବ୍ୟତୀତ ୧୭,୦୦୦ ଗ୍ରାନାଇଟ୍ ପଥର, ପ୍ରତ୍ୟେକର ଓଜନ ୨ ଟନ୍, ଏଥିରେ ବ୍ୟବହୃତ ହୋଇଛି।

ଟ୍ରଷ୍ଟିମାନଙ୍କ କହିବାନୁସାରେ, ମନ୍ଦିରରେ ଅତି କମରେ ୧୦୦୦ ବର୍ଷ ପର୍ଯ୍ୟନ୍ତ କୌଣସି ମରାମତି ଆବଶ୍ୟକ ହେବ ନାହିଁ ଏବଂ ଏପରିକି ୬.୫ ତୀବ୍ରତାର ଶକ୍ତିଆଳି ଭୂକମ୍ପ ଏହାର ମୂଳଦୁଆକୁ ହଲାଇ ପାରିବ ନାହିଁ। ମନ୍ଦିର ନିର୍ମାଣରେ ଇସ୍ପାତ ଏବଂ ସାଧାରଣ ସିମେଣ୍ଟ ବ୍ୟବହାର କରାଯାଇ ନାହିଁ। ମନ୍ଦିରର ମୂଳଦୁଆ ମଧ୍ୟ ୧୨ ମିଟର ଗଭୀର ଭିତରେ ରହିଛି। ମୂଳଦୁଆ ପୋତିବା ପାଇଁ ବ୍ୟବହାର ହୋଇଥିବା ମାଟି ୨୮ ଦିନ ମଧ୍ୟରେ ପଥରରେ ପରିଣତ ହୋଇପାରେ ଏବଂ ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ ସମୁଦାୟ ୪୭ ସ୍ତର ଭିତ୍ତିପ୍ରସ୍ତରରେ ରଖାଯାଇଛି। ମନ୍ଦିର ନିର୍ମାଣରେ ଏପର୍ଯ୍ୟନ୍ତ ୨୧ ଲକ୍ଷ ଘନଫୁଟ ଗ୍ରାନାଇଟ୍, ବାଲୁକା ପଥର ଏବଂ ମାର୍ବଲ ବ୍ୟବହାର କରାଯାଇଛି ବୋଲି ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୧୯୯୨ ‘ଶିଲା ଦାନ’ ସମୟରେ ଏବଂ ପରେ ଦାନ କରାଯାଇଥିବା ସମସ୍ତ ଇଟା ମନ୍ଦିର ନିର୍ମାଣରେ ବ୍ୟବହୃତ ହୋଇଛି।

ଆଉ ୨ଟି ପର୍ଯ୍ୟାୟ ବାକି ଅଛି।

ନିର୍ମାଣ କମିଟିର ଅଧ୍ୟକ୍ଷ ନ୍ରିପେନ୍ଦ୍ର ମିଶ୍ର, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବତନ ମୁଖ୍ୟ ସଚିବ – ପ୍ରଥମ ପର୍ୟ୍ୟାୟ ସମାପ୍ତ କରିବାକୁ ଡିସେମ୍ବର ୧୫ ତାରିଖ ଧାର୍ଯ୍ୟ କରିଥିଲେ-ଯେଉଁଠାରେ ପବିତ୍ର ମନ୍ଦିର ଅବସ୍ଥିତ।

ଦ୍ୱିତୀୟ ପର୍ଯ୍ୟାୟ, ଯେଉଁଥିରେ ପ୍ରଥମ ଏବଂ ଦ୍ୱିତୀୟ ମହଲା, ସମସ୍ତ ମୂର୍ତି ଏବଂ ବିଭିନ୍ନ କଳାକୃତି କାର୍ଯ୍ୟ , ତଳ ଚଟାଣ ଏବଂ ପ୍ରାୟ ୩୬୦ ବୃହତ ସ୍ତମ୍ଭ ଉପରେ ଖୋଦିତ କାର୍ଯ୍ୟ ଡିସେମ୍ବର ୨୦୨୪ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି।

ପ୍ରଥମ ମହଲାରେ ରାମ ଦରବାର ରହିବ।

ପ୍ରଥମ ମହଲାରେ ରାମ ଦରବାର ରହିବ ଏବଂ ପ୍ରତ୍ୟେକ ସ୍ତମ୍ଭରେ ୨୫-୩୦ ଚିତ୍ର ଖୋଦିତ ହେବ। ଆସନ୍ତା ବର୍ଷ ପାର୍କୋଟା (ବାହ୍ୟ କାନ୍ଥ) ବାହାରେ ମହର୍ଷି ବାଲ୍ମୀକି , ନିଶାଦ, ବିଶ୍ୱାମିତ୍ର, ଶାବ୍ରି ସମେତ ସାତୋଟି ମନ୍ଦିର ମଧ୍ୟ ନିର୍ମାଣ କରାଯିବ। ତୃତୀୟ ପର୍ଯ୍ୟାୟରେ, ୭୧ ଏକର ଜାଗା, ଅଡିଟୋରିୟମ୍ ଏବଂ ପାର୍କୋଟା ସହିତ ପିତ୍ତଳର ମୂର୍ତି ଏବଂ ସପ୍ତଋଷିଙ୍କ ମନ୍ଦିର ଇତ୍ୟାଦି ଡିସେମ୍ବର ୨୦୨୫ ସୁଦ୍ଧା ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri