Posted inଜାତୀୟ

ଅଯୋଧ୍ୟା ରେଳ ଷ୍ଟେଶନ ନାଁ ହେଲା ପରିବର୍ତ୍ତନ

ଅଯୋଧ୍ୟା,୨୭।୧୨: ଅଯୋଧ୍ୟା ରେଳ ଷ୍ଟେଶନର ନାମ ଅଯୋଧ୍ୟା ଧାମ ଜଙ୍କସନରେ ପରିବର୍ତ୍ତନ କରାଯାଇଛି। ଅଯୋଧ୍ୟାର ଭାଜପା ଏମ୍‌ପି ଲାଲୁ ସିଂଙ୍କ ବୁଧବାର ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ରାମ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହାପୂର୍ବରୁ ଡିସେମ୍ବର ୩୦ରେ, ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ନୂତନ ବିମାନବନ୍ଦର ଏବଂ ନୂତନ ଭାବରେ ନିର୍ମିତ ରେଳ ଷ୍ଟେଶନକୁ ମଧ୍ୟ ଉଦଘାଟନ କରିବେ।
ଲାଲୁ ସିଂ ଏକ୍ସରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ନବନିର୍ମାଣ ଗ୍ରାଣ୍ଡ ଅଯୋଧ୍ୟା ରେଳ ଷ୍ଟେଶନର ନିଁ ଜନସାଧାରଣଙ୍କ ଆଶା ଅନୁଯାୟୀ ଅଯୋଧ୍ୟା ଧାମ ଜଙ୍କସନରେ ପରିବର୍ତ୍ତିତ ହୋଇଛି। ସମ୍ମାନିତ ସାଧୁ, ଅଯୋଧ୍ୟା ବାସିନ୍ଦା ତଥା ଭକ୍ତଙ୍କ ତରଫରୁ ମୁଁ ପ୍ରଧାନମନ୍ତ୍ରୀ ମୋଦି, ସିଏମ ଯୋଗୀ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୈତିକ ଉଷ୍ମତାକୁ ବଢାଇଲା ଥରୁରଙ୍କ ବୟାନ

ମୁମ୍ବାଇ,୧୩।୫: କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ଅନ୍ୟ ଦଳ ସମ୍ପର୍କରେ ଦେଇଥିବା ବିବୃତ୍ତି ରାଜନୈତିକ ଆଲୋଡ଼ନକୁ ବଢାଇ ଦେଇଛି। କଂଗ୍ରେସ ସହିତ ଛୋଟ ଦଳର...

ଭାରତ ସୈନିକ ଫେରିବା ପରେ ବିମାନ ଉଡ଼ାଇପାରୁ ନାହାନ୍ତି ଆମ ପାଇଲଟ, ସ୍ୱୀକାର କଲେ ମାଳଦ୍ୱୀପ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୩।୫: ମାଲଦ୍ୱୀପର ପ୍ରତିରକ୍ଷା ମନ୍ତ୍ରୀ ଘାସାନ୍ ମୋୖମନ୍ ସ୍ୱୀକାର କରିଛନ୍ତି ଯେ ଏହାର ସୈନ୍ୟବାହିନୀରେ ଭାରତ ଦାନ କରିଥିବା ତିନିଟି ବିମାନ ଚଳାଇବାରେ ସକ୍ଷମ ପାଇଲଟ୍...

ନିର୍ବାଚନ ମଧ୍ୟରେ ବଡ଼ ଘୋଷଣା କଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧୩।୫: ଲୋକ ସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଚାଲିଥିବା ଭୋଟ ମଧ୍ୟରେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମହିଳାମାନଙ୍କ ପାଇଁ ବାର୍ତ୍ତା ଦେଇ...

ସ୍କୁଲ ଉଡାଇ ଦେବାକୁ ଆସିଲା ଧମକ: ପୋଲିସର ନିଦ ହଜିଲା

ନୂଆଦିଲ୍ଲୀ,୧୩।୫: ନୋଏଡା ପରେ ଏବେ ଜୟପୁର ଦୁର୍ବୃତ୍ତଙ୍କ ଟାର୍ଗେଟକୁ ଆସିଛିି। ଜୟପୁରର ଅନେକ ବଡ ବିଦ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ ଆସିଛି। ଏଥିମଧ୍ୟରେ ସ୍କୁଲଗୁଡ଼ିକୁ ବୋମା ପକାଇ...

ଓଡ଼ିଶାବାସୀଙ୍କୁ ମତଦାନ ପାଇଁ ଅପିଲ କଲେ ମୋଦି

ନୂଆଦିଲ୍ଲୀ,୧୩ା୫: ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୧୩ା୫: ସୋମବାର ସକାଳୁ ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ୯୬ଟି ସଂସଦୀୟ କ୍ଷେତ୍ର ପାଇଁ ଆଜି ମତଦାନ ଆରମ୍ଭ ହୋଇଛି। ୧୦ ରାଜ୍ୟ...

ବିହାରରେ ଏଥର ଗୋଟିଏ ବି ଆସନ ହାରିବୁ ନାହିଁ, ଚତୁର୍ଥ ପର୍ଯ୍ୟାୟ ଭୋଟ ପୂର୍ବରୁ କାହିଁକି ଏମିତି କହିଲେ ମୋଦି

ପାଟନା,୧୨।୫: ଲୋକ ସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ କଂଗ୍ରେସ ଏବଂ I.N.D.I.A ସହଯୋଗୀ ଦଳକୁ...

ଏଏପିକୁ ବାଛିଲେ ମୋତେ ଦ୍ୱିତୀୟ ଥର ଜେଲ ଯିବାକୁ ପଡିବ ନାହିଁ: କେଜରିଓ୍ବାଲ

ନୂଆଦିଲ୍ଲୀ,୧୨।୫: ମଧ୍ୟବର୍ତ୍ତୀକାଳୀନ ଜାମିନରେ ତିହାର ଜେଲରୁ ମୁକ୍ତ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ଅରବିନ୍ଦ କେଜରିୱାଲ ରବିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri