ପେ ନିଅରବାଏ ସହ ଆକ୍ସିସ୍‌ ବ୍ୟାଙ୍କର ଚୁକ୍ତିନାମା

ନୂଆଦିଲ୍ଲୀ,୧୧ା୯: ଦୂରଦୂରାନ୍ତରେ ରହୁଥିବା ଉଭୟ ଗ୍ରାହକ ଓ ରିଟେଲରମାନଙ୍କ ସଞ୍ଚୟ ଖାତା ଓ ଚଳନ୍ତି ଖାତା ଖୋଲିବା ଲାଗି ଭାରତର ଅଗ୍ରଣୀ ଶାଖା ବିହୀନ ଓ ଡିଜିଟାଲ ସେବା ପ୍ରଦାନକାରୀ ସଂସ୍ଥା ପେ ନିଅରବାଏ ସହ ଆକ୍ସିସ୍‌ ବ୍ୟାଙ୍କର ଏକ ଚୁକ୍ତିନାମା ବା ସହଯୋଗିତା ସ୍ଥାପନ କରାଯାଇଛି। ଆଖପାଖ ଷ୍ଟୋରରେ ଗ୍ରାହକମାନେ ଆଧାର ଭିତ୍ତିକ ସ୍ବୀକୃତି (ଇ-କେୱାଇସି) ଜରିଆରେ ଅତି ସହଜ ଏବଂ ସୁବିଧାରେ ଖାତା ଖୋଲିପାରିବେ। ଏହି ସହଯୋଗିତା ଆକ୍ସିସ୍‌ ବ୍ୟାଙ୍କ ଓ ପେ ନିଅରବାଏକୁ ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାହକମାନଙ୍କ ପାଖରେ ପହଞ୍ଚତ୍ବା ଓ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଯଥା କାଗଜପତ୍ର କାମ, ଲମ୍ବା ପ୍ରକ୍ରିୟା, ପ୍ରଯୁକ୍ତି, ଦୂରରେ ରହିବା ଓ ସୁହାଇବା ଭଳି ପରିବେଶର ଅଭାବ ଆଦିକୁ ସମାଧାନ କରିବା ଲାଗି ସଶକ୍ତ କରିବ। ଏହି ସହଯୋଗିତା ଜରିଆରେ ପେ ନିଅରବାଏର ପ୍ରଯୁକ୍ତିଭିତ୍ତିକ ବିତରଣ ସେବା ଯେଉଁଥିରେ ୨୦ହଜାର ପିନ୍‌କୋଡ୍‌ର ୫୦ଲକ୍ଷରୁ ଅଧିକ ଲଘୁ ଉଦ୍ୟୋଗୀ ଯୋଡ଼ିହୋଇଛନ୍ତି ତାହାକୁ ଆକ୍ସିସ୍‌ ବ୍ୟାଙ୍କ ବ୍ୟବହାରକରି ଦେଶର କୋଣ ଅନୁକୋଣରେ ଏହାର ଆର୍ଥିକ ସମାଧାନଗୁଡ଼ିକୁ ପହଞ୍ଚାଇପାରିବ। ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ଗ୍ରୁପ୍‌ ଏକ୍‌ଜିକ୍ୟୁଟିଭ୍‌ ତଥା ମୁଖ୍ୟ ଭାରତ ବ୍ୟାଙ୍କିଙ୍ଗ୍‌ ମୁନୀସ ଶାରଦା କହିଛନ୍ତି, ଗ୍ରାହକମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ସ୍ବତନ୍ତ୍ର ଧରଣର ସମାଧାନ ପ୍ରଦାନ କରିବା ଲାଗି ନବସୃଜନ ଭିତ୍ତିକ ସହଯୋଗିତା ମଡେଲ ଉପରେ ଆମେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛୁ। ପେ ନିଅରବାଏ ସହ ଆମର ଏହି ସହଯୋଗିତା ଜରିଆରେ ଆମେ ଅର୍ଦ୍ଧସହରାଞ୍ଚଳ ଓ ଗ୍ରାମାଞ୍ଚଳର ଏକ ବଡ଼ ଗ୍ରାହକ ଭାଗ ପାଖରେ ପହଞ୍ଚିପାରିବୁ ଏବଂ ସେମାନଙ୍କୁ ବ୍ୟାଙ୍କ ଖାତା ଖୋଲିବା ସହ ବିଭିନ୍ନ ପ୍ରକାର ସୁବିଧା ଯୋଗାଇଦେବୁ। ସେହିଭଳି ପେ ନିଅରବାଏର ପ୍ରତିଷ୍ଠାତା, ଏମ୍‌ଡି ଓ ସିଇଓ ଆନନ୍ଦ କୁମାର ବଜାଜ କହିଛନ୍ତି, ଭାରତକୁ ଶେଷ ଦୂରତା ପର୍ଯ୍ୟନ୍ତ ଆର୍ଥିକ ଓ ଡିଜିଟାଲ୍‌ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ଥାନୀୟ ରିଟେଲରମାନଙ୍କ ଅଭିବୃଦ୍ଧି ଆଗକୁ ବଢ଼ାଇବା ଲାଗି ସେମାନଙ୍କୁ ଆବଶ୍ୟକ ଉପକରଣ ପ୍ରଦାନ କରିବା ବେଶ୍‌ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri