ଆଡିଡାସ୍‌ ପକ୍ଷରୁ ଫେଡେରେଶନ କିଟ୍‌ସର ଉନ୍ମୋଚନ

ନୂଆଦିଲ୍ଲୀ,୧୧ା୯: ଅନ୍ତଃରାଷ୍ଟ୍ରୀୟ ସ୍ପୋର୍ଟସ ଡ୍ରେସ୍‌ ସ୍ପେଶାଲିଷ୍ଟ ଆଡିଡାସ୍‌ ପକ୍ଷରୁ ଫେଡେରେଶନ କିଟ୍‌ସର ଉନ୍ମୋଚନ କରାଯାଇଛି। ବିଶେଷକରି ଆଡିଡାସ୍‌ ଆର୍ଜେଣ୍ଟିନା, ଜର୍ମାନୀ, ଜାପାନ, ମେକ୍ସିକୋ ଓ ସ୍ପେନ୍‌ ଭଳି ଜାତୀୟ ଦଳ ପାଇଁ ସୃଷ୍ଟି ହୋଇଥିବା ହୋମ୍‌ ଏବଂ ଆୱେ ଫେଡେରେଶନ କିଟ୍‌ସର ଉନ୍ମୋଚନ କରିଛି। ଆଗକୁ ମଧ୍ୟ ଅନ୍ୟ ଦେଶର କିଟ୍‌ସଗୁଡିକ ଉନ୍ମୋଚନ ହେବା ଯୋଜନା ରହିଛି। ଏପରିକି ବିଶ୍ୱର ସବୁଠୁ ବଡ଼ କ୍ରୀଡ଼ା ମଞ୍ଚ ଫିଫା ବିଶ୍ୱକପ୍‌-୨୦୨୨ରେ ଏହା ବେଶ୍‌ ଆକର୍ଷଣୀୟ ପୋଷାକ ଭାବେ ସ୍ଥାନ ପାଇବ।
ଏ ସମ୍ପର୍କରେ ଆଡିଡାସ୍‌ର ସିନିୟର ଡିଜାଇନ ନିର୍ଦ୍ଦେଶକ (ଫୁଟ୍‌ବଲ) ଜୁର୍‌ଗେନ ର଼୍ୟାଙ୍କ୍‌ କହିଛନ୍ତି, ଆଡିଡାସ୍‌ ପ୍ରତ୍ୟେକ ଫେଡେରେଶନର ଏକ ନୂତନ ସୃଜନଶୀଳତାକୁ ଦେଖି ଆସିଛି ଓ ସେହି ଅନୁସାରେ ଡିଜାଇନ ମଧ୍ୟ ପ୍ରସ୍ତୁତ କରୁଛି। ଭବିଷ୍ୟତ ଉପଯୋଗୀ ଗ୍ରାଫିକ ଡିଜାଇନ ଏହାର ପ୍ରତିଟି ଉପତ୍ାଦକୁ ପ୍ରତିନିଧିତ୍ୱ କରେ। ଯେତେବେଳ ଆମେ ଫିଫା ବିଶ୍ୱକପ୍‌ ପରି ଟୁର୍ନାମେଣ୍ଟ ପାଇଁ ଜାତୀୟ ଦଳ କିଟ୍‌ ଡିଜାଇନ କରୁ, ସେତେବେଳ ଆମେ ସବୁବେଳେ ମନେରଖୁ ଯେ ଏହି ଡିଜାଇନଗୁଡ଼ିକ ଫୁଟ୍‌ବଲ ଇତିହାସର ଏକ ଅଂଶ ହୋଇ ରହିବ। ଆମ ପାଇଁ ଏହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଯେ ଏହି କିଟ୍‌ ପ୍ରସ୍ତୁତି ଆଥ୍‌ଲେଟମାନଙ୍କୁ ଆକୃଷ୍ଟ କରିବା ସହ ସେମାନଙ୍କୁ ସର୍ବୋଚ୍ଚ ସ୍ତରରେ କ୍ରୀଡ଼ା ପ୍ରଦର୍ଶନ ପାଇଁ ମଧ୍ୟ ଉତ୍ସାହିତ କରିବ ବୋଲି ର଼୍ୟାଙ୍କ୍‌ ମତବ୍ୟକ୍ତି କରିଛନ୍ତି।
ସେହିଭଳି କାର୍ଯ୍ୟଦକ୍ଷତା ଓ ସ୍ଥାୟିତ୍ୱକୁ ସର୍ବୋଚ୍ଚ ପ୍ରାଥମିକତା ସହ କିଟ୍‌ ଉପରେ ଏକ ସ୍ଥିର ଡିଜାଇନ ପଦ୍ଧତି ନିଆଯାଇଛି। ଏହା ଉଭୟ ସୃଜନଶୀଳତା ଓ ଆଇକନିକ୍‌ ସରଳତାକୁ ପ୍ରଦର୍ଶନ କରିଥାଏ। ଆମର ସବୁ କିଟ୍‌ସ ୧୦୦% ରିସାଇକଲ୍‌ଡ ପଲିଷ୍ଟର ସହ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପରିସମାପ୍ତି ବୋଲି ଆଡିଡାସ୍‌ର ଲକ୍ଷ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri