ଆଡିଡାସ୍‌ ପକ୍ଷରୁ ଫେଡେରେଶନ କିଟ୍‌ସର ଉନ୍ମୋଚନ

ନୂଆଦିଲ୍ଲୀ,୧୧ା୯: ଅନ୍ତଃରାଷ୍ଟ୍ରୀୟ ସ୍ପୋର୍ଟସ ଡ୍ରେସ୍‌ ସ୍ପେଶାଲିଷ୍ଟ ଆଡିଡାସ୍‌ ପକ୍ଷରୁ ଫେଡେରେଶନ କିଟ୍‌ସର ଉନ୍ମୋଚନ କରାଯାଇଛି। ବିଶେଷକରି ଆଡିଡାସ୍‌ ଆର୍ଜେଣ୍ଟିନା, ଜର୍ମାନୀ, ଜାପାନ, ମେକ୍ସିକୋ ଓ ସ୍ପେନ୍‌ ଭଳି ଜାତୀୟ ଦଳ ପାଇଁ ସୃଷ୍ଟି ହୋଇଥିବା ହୋମ୍‌ ଏବଂ ଆୱେ ଫେଡେରେଶନ କିଟ୍‌ସର ଉନ୍ମୋଚନ କରିଛି। ଆଗକୁ ମଧ୍ୟ ଅନ୍ୟ ଦେଶର କିଟ୍‌ସଗୁଡିକ ଉନ୍ମୋଚନ ହେବା ଯୋଜନା ରହିଛି। ଏପରିକି ବିଶ୍ୱର ସବୁଠୁ ବଡ଼ କ୍ରୀଡ଼ା ମଞ୍ଚ ଫିଫା ବିଶ୍ୱକପ୍‌-୨୦୨୨ରେ ଏହା ବେଶ୍‌ ଆକର୍ଷଣୀୟ ପୋଷାକ ଭାବେ ସ୍ଥାନ ପାଇବ।
ଏ ସମ୍ପର୍କରେ ଆଡିଡାସ୍‌ର ସିନିୟର ଡିଜାଇନ ନିର୍ଦ୍ଦେଶକ (ଫୁଟ୍‌ବଲ) ଜୁର୍‌ଗେନ ର଼୍ୟାଙ୍କ୍‌ କହିଛନ୍ତି, ଆଡିଡାସ୍‌ ପ୍ରତ୍ୟେକ ଫେଡେରେଶନର ଏକ ନୂତନ ସୃଜନଶୀଳତାକୁ ଦେଖି ଆସିଛି ଓ ସେହି ଅନୁସାରେ ଡିଜାଇନ ମଧ୍ୟ ପ୍ରସ୍ତୁତ କରୁଛି। ଭବିଷ୍ୟତ ଉପଯୋଗୀ ଗ୍ରାଫିକ ଡିଜାଇନ ଏହାର ପ୍ରତିଟି ଉପତ୍ାଦକୁ ପ୍ରତିନିଧିତ୍ୱ କରେ। ଯେତେବେଳ ଆମେ ଫିଫା ବିଶ୍ୱକପ୍‌ ପରି ଟୁର୍ନାମେଣ୍ଟ ପାଇଁ ଜାତୀୟ ଦଳ କିଟ୍‌ ଡିଜାଇନ କରୁ, ସେତେବେଳ ଆମେ ସବୁବେଳେ ମନେରଖୁ ଯେ ଏହି ଡିଜାଇନଗୁଡ଼ିକ ଫୁଟ୍‌ବଲ ଇତିହାସର ଏକ ଅଂଶ ହୋଇ ରହିବ। ଆମ ପାଇଁ ଏହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଯେ ଏହି କିଟ୍‌ ପ୍ରସ୍ତୁତି ଆଥ୍‌ଲେଟମାନଙ୍କୁ ଆକୃଷ୍ଟ କରିବା ସହ ସେମାନଙ୍କୁ ସର୍ବୋଚ୍ଚ ସ୍ତରରେ କ୍ରୀଡ଼ା ପ୍ରଦର୍ଶନ ପାଇଁ ମଧ୍ୟ ଉତ୍ସାହିତ କରିବ ବୋଲି ର଼୍ୟାଙ୍କ୍‌ ମତବ୍ୟକ୍ତି କରିଛନ୍ତି।
ସେହିଭଳି କାର୍ଯ୍ୟଦକ୍ଷତା ଓ ସ୍ଥାୟିତ୍ୱକୁ ସର୍ବୋଚ୍ଚ ପ୍ରାଥମିକତା ସହ କିଟ୍‌ ଉପରେ ଏକ ସ୍ଥିର ଡିଜାଇନ ପଦ୍ଧତି ନିଆଯାଇଛି। ଏହା ଉଭୟ ସୃଜନଶୀଳତା ଓ ଆଇକନିକ୍‌ ସରଳତାକୁ ପ୍ରଦର୍ଶନ କରିଥାଏ। ଆମର ସବୁ କିଟ୍‌ସ ୧୦୦% ରିସାଇକଲ୍‌ଡ ପଲିଷ୍ଟର ସହ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପରିସମାପ୍ତି ବୋଲି ଆଡିଡାସ୍‌ର ଲକ୍ଷ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ସରିଲା NEET, UG ପରୀକ୍ଷା

ନୂଆଦିଲ୍ଲୀ,୨୧।୬: କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି NEET-UG ପରୀକ୍ଷା। ୫୪୪୦ କେନ୍ଦ୍ରରେ ୨୨ ଲକ୍ଷରୁ ଊଦ୍ଧର୍‌ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନ ମିଳିଛି। ପରୀକ୍ଷାକୁ ସୁରକ୍ଷିତ…

ତାମିଲନାଡୁରେ ବଡ଼ ଅଘଟଣ: ସି-ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍, ୨ ମୃତ ଓ ୪୬ ଗୁରୁତର

ଚେନ୍ନାଇ,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ୍ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ଏକ ବଡ଼ ଦୁର୍ଘଟଣା ଘଟିଛି।…

ଯୋଗ ଦିବସରେ ସାମିଲ ହେଲେ ମହିଳା ସରପଞ୍ଚ, କହିଲେ ନିଜକୁ ସୁସ୍ଥ ରଖିବାକୁ ହେଲେ…

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗରେ ମହିଳା ସରପଞ୍ଚ ମମତା ବେହେରାଙ୍କ ସମେତ…

IRCTC ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଛନ୍ତି କି? ଏହି ସହଜ ଷ୍ଟେପ୍ସ ଆପଣାଇ କେଇ ମିନିଟ୍‌ରେ କରନ୍ତୁ ରିସେଟ୍‌

ନୂଆଦିଲ୍ଲୀ,୨୧।୬:ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚାଲୁଛି। କୋଟି କୋଟି ଲୋକ ଏଥିରେ ଯାତ୍ରା କରୁଛନ୍ତି। ପୂର୍ବରୁ ଲୋକେ ଟିକେଟ କାଉଣ୍ଟରକୁ ଯାଇ ଲମ୍ବା ଲାଇନରେ ଛିଡ଼ା…

ଦିଲ୍ଲୀ ଏୟାରପୋର୍ଟରେ ୪୫ ମିନିଟ୍‌ ଅଟକି ରହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୧ା୬: ରବିବାର ଅପରାହ୍ନରେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ତାଙ୍କ ବାସଭବନକୁ ଯିବା ପରିବର୍ତ୍ତେ ବିମାନବନ୍ଦରରେ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ।…

କେନ୍ଦୁଝରରେ ଉପମୁଖ୍ୟମନ୍ତ୍ରୀ: କୃଷି କାର୍ଯ୍ୟର ସମୀକ୍ଷା କରି କହିଲେ ଅସ୍ବାଭାବିକ ମୌମୁମୀ ପରିସ୍ଥିତିର ସମ୍ଭାବନାକୁ…

କେନ୍ଦୁଝର,୨୧ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରବିବାର କେନ୍ଦୁଝର ଜିଲା ଗସ୍ତ କରି ବିଭିନ୍ନ କୃଷି…

ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କରିଦେଲେ ମା’-ବାପା! ଘର ଭିତରୁ ପୋଲିସ…

ପୁରୀ,୨୧ା୬(ଅଜିତ କୁମାର ମହାନ୍ତି): ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ରବିବାର ଦେଖିବାକୁ ମିଳିଛି। ଘର ଭିତରୁ ପୋଲିସ ଦମ୍ପତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri