ପେ ନିଅରବାଏ ସହ ଆକ୍ସିସ୍‌ ବ୍ୟାଙ୍କର ଚୁକ୍ତିନାମା

ନୂଆଦିଲ୍ଲୀ,୧୧ା୯: ଦୂରଦୂରାନ୍ତରେ ରହୁଥିବା ଉଭୟ ଗ୍ରାହକ ଓ ରିଟେଲରମାନଙ୍କ ସଞ୍ଚୟ ଖାତା ଓ ଚଳନ୍ତି ଖାତା ଖୋଲିବା ଲାଗି ଭାରତର ଅଗ୍ରଣୀ ଶାଖା ବିହୀନ ଓ ଡିଜିଟାଲ ସେବା ପ୍ରଦାନକାରୀ ସଂସ୍ଥା ପେ ନିଅରବାଏ ସହ ଆକ୍ସିସ୍‌ ବ୍ୟାଙ୍କର ଏକ ଚୁକ୍ତିନାମା ବା ସହଯୋଗିତା ସ୍ଥାପନ କରାଯାଇଛି। ଆଖପାଖ ଷ୍ଟୋରରେ ଗ୍ରାହକମାନେ ଆଧାର ଭିତ୍ତିକ ସ୍ବୀକୃତି (ଇ-କେୱାଇସି) ଜରିଆରେ ଅତି ସହଜ ଏବଂ ସୁବିଧାରେ ଖାତା ଖୋଲିପାରିବେ। ଏହି ସହଯୋଗିତା ଆକ୍ସିସ୍‌ ବ୍ୟାଙ୍କ ଓ ପେ ନିଅରବାଏକୁ ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାହକମାନଙ୍କ ପାଖରେ ପହଞ୍ଚତ୍ବା ଓ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଯଥା କାଗଜପତ୍ର କାମ, ଲମ୍ବା ପ୍ରକ୍ରିୟା, ପ୍ରଯୁକ୍ତି, ଦୂରରେ ରହିବା ଓ ସୁହାଇବା ଭଳି ପରିବେଶର ଅଭାବ ଆଦିକୁ ସମାଧାନ କରିବା ଲାଗି ସଶକ୍ତ କରିବ। ଏହି ସହଯୋଗିତା ଜରିଆରେ ପେ ନିଅରବାଏର ପ୍ରଯୁକ୍ତିଭିତ୍ତିକ ବିତରଣ ସେବା ଯେଉଁଥିରେ ୨୦ହଜାର ପିନ୍‌କୋଡ୍‌ର ୫୦ଲକ୍ଷରୁ ଅଧିକ ଲଘୁ ଉଦ୍ୟୋଗୀ ଯୋଡ଼ିହୋଇଛନ୍ତି ତାହାକୁ ଆକ୍ସିସ୍‌ ବ୍ୟାଙ୍କ ବ୍ୟବହାରକରି ଦେଶର କୋଣ ଅନୁକୋଣରେ ଏହାର ଆର୍ଥିକ ସମାଧାନଗୁଡ଼ିକୁ ପହଞ୍ଚାଇପାରିବ। ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ଗ୍ରୁପ୍‌ ଏକ୍‌ଜିକ୍ୟୁଟିଭ୍‌ ତଥା ମୁଖ୍ୟ ଭାରତ ବ୍ୟାଙ୍କିଙ୍ଗ୍‌ ମୁନୀସ ଶାରଦା କହିଛନ୍ତି, ଗ୍ରାହକମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ସ୍ବତନ୍ତ୍ର ଧରଣର ସମାଧାନ ପ୍ରଦାନ କରିବା ଲାଗି ନବସୃଜନ ଭିତ୍ତିକ ସହଯୋଗିତା ମଡେଲ ଉପରେ ଆମେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛୁ। ପେ ନିଅରବାଏ ସହ ଆମର ଏହି ସହଯୋଗିତା ଜରିଆରେ ଆମେ ଅର୍ଦ୍ଧସହରାଞ୍ଚଳ ଓ ଗ୍ରାମାଞ୍ଚଳର ଏକ ବଡ଼ ଗ୍ରାହକ ଭାଗ ପାଖରେ ପହଞ୍ଚିପାରିବୁ ଏବଂ ସେମାନଙ୍କୁ ବ୍ୟାଙ୍କ ଖାତା ଖୋଲିବା ସହ ବିଭିନ୍ନ ପ୍ରକାର ସୁବିଧା ଯୋଗାଇଦେବୁ। ସେହିଭଳି ପେ ନିଅରବାଏର ପ୍ରତିଷ୍ଠାତା, ଏମ୍‌ଡି ଓ ସିଇଓ ଆନନ୍ଦ କୁମାର ବଜାଜ କହିଛନ୍ତି, ଭାରତକୁ ଶେଷ ଦୂରତା ପର୍ଯ୍ୟନ୍ତ ଆର୍ଥିକ ଓ ଡିଜିଟାଲ୍‌ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ଥାନୀୟ ରିଟେଲରମାନଙ୍କ ଅଭିବୃଦ୍ଧି ଆଗକୁ ବଢ଼ାଇବା ଲାଗି ସେମାନଙ୍କୁ ଆବଶ୍ୟକ ଉପକରଣ ପ୍ରଦାନ କରିବା ବେଶ୍‌ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?