ଆକ୍ସିଅମ ଅଭିଯାନ ୪ ଓ ଭାରତ

ଚଳିତ ବର୍ଷ ଜୁନ୍‌ ୨୫ ତାରିଖ: ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସାର କେନେଡି ଅନ୍ତରୀକ୍ଷ କେନ୍ଦ୍ରର କଣ୍ଟ୍ରୋଲ ରୁମ୍‌ରେ ବିଳମ୍ବିତ ରାତ୍ରିର ଏକ ଭାରାକ୍ରାନ୍ତ ଓ ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତ୍ତ। ବୈଜ୍ଞାନିକମାନେ ଆକ୍ସିଅମ ମିଶନ ୪ର ଉତ୍‌କ୍ଷେପଣ ପାଇଁ ଉତ୍ସାହର ସହିତ ପ୍ରତୀକ୍ଷା କରିଥାନ୍ତି। ଇତିମଧ୍ୟରେ ରକେଟ ପ୍ରସ୍ତୁତିରେ ବିଳମ୍ବ, ପାଣିପାଗର ସ୍ଥିତି, ରକେଟରେ ତରଳ ଅମ୍ଳଜାନ ଲିକ୍‌ ଏବଂ ଅନ୍ତଃରାଷ୍ଟ୍ରୀୟ ଅନ୍ତରୀକ୍ଷ କେନ୍ଦ୍ରରେ ସେବା ମଡ୍ୟୁଲରେ ତ୍ରୁଟି ସମେତ ଅନେକ ସମସ୍ୟା ଯୋଗୁ ଏହି ଅଭିଯାନକୁ ପାଞ୍ଚ ପାଞ୍ଚ ଥର ବାତିଲ କରାଯାଇ ସାରିଥାଏ। କାଉଣ୍ଟ ଡାଉନ ଆରମ୍ଭ ହୋଇସାରିଥାଏ। ସବୁରି ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥାଏ: ଏଥର ଉତ୍‌କ୍ଷେପଣ ସଫଳ ହେବ ତ? ଇତିମଧ୍ୟରେ ପାଣିପାଗ ବିଭାଗ ପକ୍ଷରୁ ପ୍ରକ୍ଷେପଣ ସମୟରେ ପାଗ ଅନୁକୂଳ ପ୍ରାୟ: କାଉଣ୍ଟ ଡାଉନ ମନିଟରରେ ‘୦୦:୦୦:୦୦’ ସମୟ ବୋଲି ପ୍ରଦର୍ଶିତ ହେଲା। ସମସ୍ତଙ୍କର ନଜର ଥାଏ ଲଞ୍ଚ୍‌ ପ୍ୟାଡ୍‌ରେ ସଂଯୁକ୍ତ ଫାଲକନ-୯ ରକେଟ ଉପରେ। ଅଚାନକ ଚତୁଃପାର୍ଶ୍ୱକୁ ବିପୁଳ ଧୂଅଁା ନିକ୍ଷେପ କରି ରକେଟ ଇନ୍ଧନର ଦହନ ପ୍ରକ୍ରିୟା ଆରମ୍ଭ ହେଲା ଏବଂ ରକେଟଟି ଊର୍ଦ୍ଧ୍ୱକୁ ଉଠିବା ଆରମ୍ଭ କଲା। କ୍ରମଶଃ ରକେଟ ଲଞ୍ଚ୍‌ ପ୍ୟାଡ୍‌ ତ୍ୟାଗକରି ଆକାଶକୁ ଆରୋହଣ କଲା ଏବଂ ଦୂରନ୍ତ ଗତିରେ ଛୁଟିଯାଇ ଦୃଷ୍ଟିପଟରୁ ଅନ୍ତର୍ଦ୍ଧାନ ହୋଇଗଲା। ଅଭିଯାନର ଏହି ସଫଳତାରେ ଉଲ୍ଲସିତ ହୋଇ ଉପସ୍ଥିତ ବୈଜ୍ଞାନିକମାନେ କରତାଳି ତଥା କରମର୍ଦ୍ଦନ କରି ପରସ୍ପରକୁ ଅଭିବାଦନ ଜଣାଇଲେ। ଇତିମଧ୍ୟରେ ଅଭିଯାନର ଫାଲକନ-୯ ଅନ୍ତରୀକ୍ଷ ଯାନଟି ପୃଥିବୀକୁ ପ୍ରାୟ ୪୦୦ କିମି ଊର୍ଦ୍ଧ୍ୱରେ ପ୍ରଦକ୍ଷଣରତ। ଅନ୍ତଃରାଷ୍ଟ୍ରୀୟ ଅନ୍ତରୀକ୍ଷ କେନ୍ଦ୍ର ସହିତ ସଫଳତାର ସହ ଡକିଙ୍ଗ କରି ମହାକାଶଚାରୀମାନେ ଏହି ଅନ୍ତରୀକ୍ଷ କେନ୍ଦ୍ରରେ ପ୍ରବେଶ କରିଛନ୍ତି।
ଏହି ଅଭିଯାନର ଚାଳକ ଦଳରେ ସଦସ୍ୟ ଥିଲେ ଜଣେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। ସେ ଏହି ଅଭିଯାନରେ ସ୍ପେସ-ଏକ୍ସ କମ୍ପାନୀର ଫାଲକନ-୯ ଅନ୍ତରୀକ୍ଷ ଯାନରେ ଅନ୍ତରୀକ୍ଷ ଯାତ୍ରା କରି ଇତିହାସ ରଚନା କରିଛନ୍ତି। ଏହି ସଫଳତାରେ ସେ ପ୍ରଦକ୍ଷିଣରତ ଅନ୍ତଃରାଷ୍ଟ୍ରୀୟ ଅନ୍ତରୀକ୍ଷ କେନ୍ଦ୍ରକୁ ଯାତ୍ରା କରିବାରେ ପ୍ରଥମ ଭାରତୀୟ ଏବଂ ମହାକାଶରେ ପୃଥିବୀକୁ ପ୍ରଦକ୍ଷିଣ କରିବା କ୍ଷେତ୍ରରେ ରାକେଶ ଶର୍ମାଙ୍କ ପରେ ଦ୍ୱିତୀୟ ଭାରତୀୟ ମହାକାଶଯାତ୍ରୀ ପାଲଟି ଯାଇଛନ୍ତି।
ସୂଚନାଯୋଗ୍ୟ ଯେ, ରାକେଶ ଶର୍ମା ଗତ ୧୯୮୪ରେ ରୁଷିଆର ସୋୟୁଜ ଯାନ ଜରିଆରେ ଅନ୍ତରୀକ୍ଷ ଯାତ୍ରା କରି ସାଲ୍ୟୁଟ-୭ ଅନ୍ତରୀକ୍ଷ କେନ୍ଦ୍ରରେ ପହଞ୍ଚତ୍ଥିଲେ ଓ ଅନ୍ତରୀକ୍ଷରେ ୮ ଦିନ ଅବସ୍ଥାନ କରିଥିଲେ। ସୁତରାଂ ରାକେଶ ଶର୍ମାଙ୍କ ଯାତ୍ରାର ଦୀର୍ଘ ୪୧ ବର୍ଷ ପରେ ଅନ୍ୟ ଜଣେ ଭାରତୀୟ ନାଗରିକ ଏବେ ମହାକାଶ ଯାତ୍ରା କରିଛନ୍ତି। ସେ ଅନ୍ତରୀକ୍ଷରେ ନିଜର ୧୪ ଦିନ କାଳ ରହଣି ମଧ୍ୟରେ ସେଠାକାର ମାଧ୍ୟାକର୍ଷଣ ରହିତ ପରିସ୍ଥିତିରେ କୃଷି ବିଜ୍ଞାନ, ଜୈବ ପ୍ରଯୁକ୍ତି, ସ୍ବାସ୍ଥ୍ୟ ଓ ପୋଷଣ ସମ୍ପର୍କୀୟ ବିଶ୍ୱର ୩୧ ଦେଶର ବୈଜ୍ଞାନିକଙ୍କ ଦ୍ୱାରା ବିକଶିତ ସମୁଦାୟ ୬୦ଟି ଉଚ୍ଚକୋଟୀର ପରୀକ୍ଷା ନିରୀକ୍ଷା ସମ୍ପାଦନ କରିବେ। ଏହି ଅଭିଯାନରେ ଶୁଭାଂଶୁ ଅଭିଯାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଲଟ (ଚାଳକ)ର ଦାୟିତ୍ୱ ନିର୍ବାହ କରୁଛନ୍ତି।
ଶୁଭାଂଶୁ ୧୯୮୫ ମସିହା ଅକ୍ଟୋବର ୧୦ ତାରିଖରେ ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ଶମ୍ଭୁ ଦୟାଲ ଶୁକ୍ଳା ଯେ କି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଥିଲେ। ମାତା ଆଶା ଶୁକ୍ଳା ଜଣେ ଗୃହିଣୀ ଥିଲେ। ମାତାପିତାଙ୍କର ତିନି ସନ୍ତାନ ମଧ୍ୟରୁ ଶୁଭାଂଶୁ ସର୍ବକନିଷ୍ଠ। ପିଲା ଦିନରୁ ତାଙ୍କର ସାମରିକ କ୍ଷେତ୍ର ତଥା ସାହସିକତା ପ୍ରତି ଗଭୀର ଆଗ୍ରହ ଥିଲା। ସେ ୧୯୯୯ ମସିହାର କାରଗିଲ ଯୁଦ୍ଧରେ ଭାରତୀୟ ସୈନିକଙ୍କ ବୀରତ୍ୱ ତଥା ଭାରତର ବିଜୟଗାଥାରେ ଅନୁପ୍ରାଣିତ ହୋଇ ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ (ନ୍ୟାଶନାଲ ଡିଫେନ୍ସ ଏକାଡେମୀ-ଏନ୍‌ଡିଏ) ପ୍ରବେଶିକାରେ ଭାଗ ନେଇଥିଲେ ଓ ସେଥିରେ ଉତ୍ତୀର୍ଣ୍ଣ ହୋଇ ସେଠାରେ ଶିକ୍ଷାଲାଭ ନିମନ୍ତେ ଯୋଗଦାନ କରିଥିଲେ। ସେ ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀରେ ଅଧ୍ୟୟନ କରି ୨୦୦୫ ମସିହାରେ କମ୍ପ୍ୟୁଟର ବିଜ୍ଞାନରେ ସ୍ନାତକ ଡିଗ୍ରୀ ଲାଭ କରିଥିଲେ। ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀରୁ ଶିକ୍ଷା ସମାପ୍ତି ପରେ ସେ ଉଡ଼ାଣ ବିଭାଗରେ ମନୋନୀତ ହୋଇ ଭାରତୀୟ ବାୟୁସେନା ଏକାଡେମୀରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ପ୍ରଶିକ୍ଷଣ ସମାପ୍ତି ପରେ ସେ ୨୦୦୬ ମସିହାରେ ଭାରତୀୟ ବାୟୁସେନାର ଲଢୁଆ ବିମାନର ଫ୍ଲାଇଙ୍ଗ ଅଫିସର ରୂପେ ନିଯୁକ୍ତି ପାଇଥିଲେ।
ସେ ବାୟୁସେନାରେ ଲଢୁଆ ବିମାନର ଟେଷ୍ଟ ପାଇଲଟ ଭାବରେ ବିଭିନ୍ନ ଲଢୁଆ ବିମାନ ଯଥା ସୁଖୋଇ-୩୦ MKI, ମିଗ୍‌-୨୧, ମିଗ୍‌-୨୯, ଜାଗୁଆର, ହକ, ଡ୍ରୋନିୟର, ଏ.ଏନ୍‌. ୩୯ ଇତ୍ୟାଦିରେ ୨୦୦୦ ଘଣ୍ଟା କାଳ ଉଡ଼ାଣର ଅଭିଜ୍ଞତା ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ଦକ୍ଷତାରେ ସନ୍ତୁଷ୍ଟ ହୋଇ ଭାରତୀୟ ବାୟୁସେନା ତରଫରୁ ତାଙ୍କୁ ଭାରତୀୟ ମାନବଯୁକ୍ତ ଅନ୍ତରୀକ୍ଷ ଉଡ଼ାଣ ଅଭିଯାନରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସମୟକ୍ରମେ, ଇସ୍ରୋ ତରଫରୁ ତାଙ୍କୁ ଏହି କାର୍ଯ୍ୟକ୍ରମର ଅନ୍ତିମ ଚାରିଜଣ ମହାକାଶଚାରୀ ରୂପେ ମଧ୍ୟ ମନୋନୀତ କରାଯାଇଥିଲା। ସେ ୨୦୨୦ ମସିହାରେ ରୁଷିଆ ଯାତ୍ରା କରି ‘ୟୁରି ଗାଗାରିନ ମହାକାଶଚାରୀ ପ୍ରଶିକ୍ଷଣ କେନ୍ଦ୍ର’ରେ ଅନ୍ତରୀକ୍ଷ ଉଡ଼ାଣ ସମ୍ବନ୍ଧୀୟ ମୌଳିକ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ପ୍ରଶିକ୍ଷଣ ସମାପ୍ତି ପରେ ସେ ଭାରତ ପ୍ରତ୍ୟାବର୍ତ୍ତନ କରି ବେଙ୍ଗାଲୁରୁସ୍ଥିତ ମହାକାଶଯାତ୍ରୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ଭାରତୀୟ ବାୟୁସେନାର ଉଇଙ୍ଗ କମାଣ୍ଡର ପଦବୀକୁ ଉନ୍ନୀତ ହୋଇଥିଲେ। ଏହି ସମୟ ମଧ୍ୟରେ ସେ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ବେଙ୍ଗାଲୁରୁରେ ଏରୋସ୍ପେସ ଇଞ୍ଜିନିୟରିଂ ପାଠ୍ୟକ୍ରମ ଅଧ୍ୟୟନ କରି ସେଥିରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଥିଲେ। ଭାରତୀୟ ମାନବଯୁକ୍ତ ଗଗନଯାନ ଅଭିଯାନର ସଦସ୍ୟ ରୂପେ ତାଙ୍କର ନାମ ପ୍ରଥମ କରି ଫେବୃଆରୀ ୨୭ ରାରିଖ ୨୦୨୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ।
ଶୁଭାଂଶୁ ଆକ୍ସିଅମ ଅଭିଯାନ ୪ର ପାଇଲଟ ରୂପେ ସ୍ପେସ ଏକ୍ସ କମ୍ପାନୀର ଫାଲକନ-୯ ଯାନରେ ଅନ୍ତଃରାଷ୍ଟ୍ରୀୟ ଅନ୍ତରୀକ୍ଷ କେନ୍ଦ୍ରକୁ ଯାତ୍ରା କରିବା ନିମନ୍ତେ ମନୋନୀତ ହୋଇଥିଲେ। ସେ ସେଥିନିମନ୍ତେ ନାସାର ଜନ୍‌ସନ୍‌ ଅନ୍ତରୀକ୍ଷ କେନ୍ଦ୍ରଠାରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଏହି ଅଭିଯାନ ନାସା, ସ୍ପେସ ଏକ୍ସ ଏବଂ ଇସ୍ରୋର ଏକ ମିଳିତ ଉଦ୍ୟମ ଅଟେ। ଏହି ଅଭିଯାନରେ ଶୁଭାଂଶୁଙ୍କ ସମେତ ସମୁଦାୟ ଚାରି ଜଣ ମହାକାଶ ଯାତ୍ରୀ ଅନ୍ତର୍ଭୁକ୍ତ। ସେମାନେ ହେଲେ: କମାଣ୍ଡର ଭୂମିକାରେ ଆମେରିକୀୟ ମହାକାଶଯାତ୍ରୀ ପେଗି ହୱିଟସନ, ଅଭିଯାନ ବିଶେଷଜ୍ଞ ଭୂମିକାରେ ପୋଲାଣ୍ଡର ସ୍ଲାୱଜ ଉଜନାନସ୍କି ୱିସ୍ନିୱିସ୍କି ଓ ହଙ୍ଗେରୀର ନାଗରିକ ଟିବର କପୁ।
ଏହି ଅଭିଯାନ ଭାରତର ମହତ୍ତ୍ୱାକାଂକ୍ଷୀ ଗଗନଯାନ କାର୍ଯ୍ୟକ୍ରମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ ରୂପେ ସାବ୍ୟସ୍ତ ହେବ। ଏହି ଅଭିଯାନ ଅନ୍ତଃରାଷ୍ଟ୍ରୀୟ ଅନ୍ତରୀକ୍ଷ କେନ୍ଦ୍ର ପରିବେଶ ମଧ୍ୟରେ କାର୍ଯ୍ୟ କରିବାର ଅନୁଭୂତି, ମାଧ୍ୟାକର୍ଷଣ ରହିତ ପରିସ୍ଥିତି ସହିତ ଖାପ ଖୁଆଇ ଜୀବନ ବଞ୍ଚତ୍ବାର ଶୈଳୀ, ମାଧ୍ୟାକର୍ଷଣ ରହିତ ପରିସ୍ଥିତିରେ ଜଟିଳ ବୈଜ୍ଞାନିକ ପରୀକ୍ଷଣ ସମ୍ପାଦନ ନିମନ୍ତେ ଦକ୍ଷତା ହାସଲ ଏବଂ ଅନ୍ତର୍ଜାତୀୟ ମହାକାଶ ନୀତିନିୟମ ମଧ୍ୟରେ କାର୍ଯ୍ୟ କରିବାରେ ବହୁମୂଲ୍ୟ ଅଭିଜ୍ଞତା ପ୍ରଦାନ କରିବ। ଏହି ପ୍ରାପ୍ତ ଜ୍ଞାନ ଆଗାମୀ ୨୦୩୦ ଦଶକ ସୁଦ୍ଧା ଭାରତର ନିଜସ୍ବ ମହାକାଶଚାରୀଙ୍କୁ କକ୍ଷପଥରେ ଅବସ୍ଥାପିତ କରିବା ତଥା ସ୍ବଦେଶୀ ଜ୍ଞାନକୌଶଳରେ ମହାକାଶ ଷ୍ଟେଶନ ନିର୍ମାଣ କରିବା ପାଇଁ ପ୍ରସ୍ତୁତିରେ ବିଶେଷ ସହାୟକ ହେବ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!

ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

୬ରୁ ହବିଷିଆଳି ବ୍ରତ ପାଇଁ ଅନ୍‌ଲାଇନ ପଞ୍ଜୀକରଣ

ପୁରୀ,୩ା୧୦(ଅଜିତ୍‌ କୁମାର ମହାନ୍ତି) ଚଳିତ ବର୍ଷ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ରୁ ଆରମ୍ଭ ହୋଇ ନଭେମ୍ବର ୨୪ରେ ଶେଷହେବ। କେବଳ ଅନ୍‌ଲାଇନ ମାଧ୍ୟମରେ…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?