Odisha Elections 2024
Posted inଫୁରସତ

ପଶୁପକ୍ଷୀ ଚିହ୍ନଟ କରିବ ଏଏକ୍ସ ଭିସିଓ ସ୍ମାର୍ଟ ବାଇନୋକୁଲାର

ନୂଆଦିଲ୍ଲୀ,୨୧।୧: ପ୍ରକୃତିକୁ ଅନୁଧ୍ୟାନ କରିବାରେ ଏକ ପ୍ରଭାବଶାଳୀ ଉପକ୍ରମ ସ୍ବାରୋଭସ୍କି ଅପ୍‌ଟିକ୍‌ ଏଏକ୍ସ ଭିସିଓ ସ୍ମାର୍ଟ ବାଇନୋକୁଲାର ଆଣିଛନ୍ତି। ପ୍ରଥମେ ଅଣାଯାଇଥିବା ଏହି ଦୂରବୀକ୍ଷଣ ଯନ୍ତ୍ରରେ ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବସ୍ଥା ରହିଛି, ଯାହା ବନ୍ୟପ୍ରାଣୀ କୈନ୍ଦ୍ରିକ। ଏହି ଅତ୍ୟାଧୁନିକ ପ୍ରଯୁକ୍ତି ବନ୍ୟପ୍ରାଣୀଙ୍କ ଉପରେ ଅଧିକ ଆଗ୍ରହ ରଖିୁଥିବା ଲୋକମାନଙ୍କୁ ସେମାନଙ୍କ ଚତୁଃପାର୍ଶ୍ୱରେ ଥିବା ଉଦ୍ଭିଦ ଓ ପ୍ରାଣୀମାନଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିବା ସହ ସେମାନଙ୍କ ଅଭିଜ୍ଞତା ବଢ଼ାଇବ। ଦୀର୍ଘ ୫ ବର୍ଷର ବିକାଶ ପ୍ରକ୍ରିୟାର ଫଳ ସ୍ବରୂପ ଏଏକ୍ସ ଭିସିଓ ବାଇନୋକୁଲାର ମିଳିଛି। ଏଥିପାଇଁ ସ୍ବାରୋଭସ୍କି ଅପ୍‌ଟିକ୍‌ ଏବଂ ଖ୍ୟାତନାମା ଡିଜାଇନର ମାର୍କ ନିଉସନ ମିଳିତ ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ ଦୂରବୀକ୍ଷଣ ଯନ୍ତ୍ରରେ ୧୦x ୩୩ ଅପ୍‌ଟିକ୍‌ ସିଷ୍ଟମ ସମେତ ୩୯୦ଟି ହାର୍ଡଓ୍ବେର ଯନ୍ତ୍ରାଂଶ ରହିଛି। ତେବେ ଉକ୍ତ ଉପକରଣର ବାସ୍ତବ ସ୍ବାତନ୍ତ୍ର୍ୟ ହେଲା ଇନ୍‌-ଲେନ୍ସ ସିଷ୍ଟମ, ଯାହା ୯,୦୦୦ରୁ ଊର୍ଦ୍ଧ୍ୱ ପକ୍ଷୀ ପ୍ରଜାତି ଓ ଅନେକ ଅନ୍ୟ ପ୍ରାଣୀଙ୍କୁ ଚିହ୍ନଟ କରିଥାଏ। ବନ୍ୟ ଜୀବଜନ୍ତୁଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ ଲାଗି ଏଏକ୍ସ ଭିସିଓ ସ୍ମାର୍ଟ ବାଇନୋକୁଲାର ସହ କ୍ୟାମେରା ସଂଯୋଗ କରାଯାଇଛି। ଉକ୍ତ ଦୃଶ୍ୟ ଭଣ୍ଡାରକୁ ଏକ ଆପ୍‌ ଜରିଆରେ ସ୍ମାର୍ଟଫୋନ୍‌ରେ ସହଜରେ ଶେୟାର କରାଯାଇପାରିବ। ସ୍ମାର୍ଟ ବାଇନୋକୁଲାର ୟୁଜରଙ୍କୁ ଅନ୍ୟ ଏଏକ୍ସ ଭିସିଓ ଆଗ୍ରହୀଙ୍କ ସହ ସ୍ଥାନ ଟ୍ୟାଗ୍‌ ଓ ଶେୟାର କରିବାର ସୁଯୋଗ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

ଜାଣନ୍ତୁ କେଉଁ ରାଜନେତା କେତେ ପଢ଼ିଛନ୍ତି, କାହାର ଶିକ୍ଷାଗତ ଯୋଗ୍ୟତା ଅଧିକ, କାହାର କମ୍‌

ଆମର ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କ ହାତରେ ଆମ ଦେଶ ଏବଂ ରାଜ୍ୟ ପରିଚାଳିତ ହେଉଛି। ତେବେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକ...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ,...

ଆଧୁନିକ ନାରୀଙ୍କ ପାଇଁ ଦୃଷ୍ଟାନ୍ତ ‘ନନ୍ଦିନୀ’

ଓଡ଼ିଶା ମାଟିର ସୁଯୋଗ୍ୟା ସନ୍ତାନ ସେ । ଜଣେ ପ୍ରତିଷ୍ଠିତ ଲେଖିକା ହେବା ସହ ରାଜନୀତିରେ ବି ସେ ଥିଲେ ବେଶ୍‌ ପାରଙ୍ଗମ। ଯାହା ତାଙ୍କୁ...

ମା’ ଖୁସି ପାଇଁ..ସବୁ ଖୁସି ପାଦ ତଳେ ଥୋଇ ଦେଇଥିବା ସୁଯୋଗ୍ୟ ସନ୍ତାନ…

ମା’;  ଯାହାର ଜୀବନ ନାଟିକା ତା’ ସନ୍ତାନ ପାଖରେ ଅଟକିଥାଏ। ଯାହାର ସବୁ ସୁଖଦୁଃଖ ତା’ ପିଲା ପାଖରୁ ଆରମ୍ଭ ହୋଇ ତାଙ୍କଠି ହିଁ ସରିଯାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri