Posted inଫୁରସତ

ପଶୁପକ୍ଷୀ ଚିହ୍ନଟ କରିବ ଏଏକ୍ସ ଭିସିଓ ସ୍ମାର୍ଟ ବାଇନୋକୁଲାର

ନୂଆଦିଲ୍ଲୀ,୨୧।୧: ପ୍ରକୃତିକୁ ଅନୁଧ୍ୟାନ କରିବାରେ ଏକ ପ୍ରଭାବଶାଳୀ ଉପକ୍ରମ ସ୍ବାରୋଭସ୍କି ଅପ୍‌ଟିକ୍‌ ଏଏକ୍ସ ଭିସିଓ ସ୍ମାର୍ଟ ବାଇନୋକୁଲାର ଆଣିଛନ୍ତି। ପ୍ରଥମେ ଅଣାଯାଇଥିବା ଏହି ଦୂରବୀକ୍ଷଣ ଯନ୍ତ୍ରରେ ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବସ୍ଥା ରହିଛି, ଯାହା ବନ୍ୟପ୍ରାଣୀ କୈନ୍ଦ୍ରିକ। ଏହି ଅତ୍ୟାଧୁନିକ ପ୍ରଯୁକ୍ତି ବନ୍ୟପ୍ରାଣୀଙ୍କ ଉପରେ ଅଧିକ ଆଗ୍ରହ ରଖିୁଥିବା ଲୋକମାନଙ୍କୁ ସେମାନଙ୍କ ଚତୁଃପାର୍ଶ୍ୱରେ ଥିବା ଉଦ୍ଭିଦ ଓ ପ୍ରାଣୀମାନଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିବା ସହ ସେମାନଙ୍କ ଅଭିଜ୍ଞତା ବଢ଼ାଇବ। ଦୀର୍ଘ ୫ ବର୍ଷର ବିକାଶ ପ୍ରକ୍ରିୟାର ଫଳ ସ୍ବରୂପ ଏଏକ୍ସ ଭିସିଓ ବାଇନୋକୁଲାର ମିଳିଛି। ଏଥିପାଇଁ ସ୍ବାରୋଭସ୍କି ଅପ୍‌ଟିକ୍‌ ଏବଂ ଖ୍ୟାତନାମା ଡିଜାଇନର ମାର୍କ ନିଉସନ ମିଳିତ ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ ଦୂରବୀକ୍ଷଣ ଯନ୍ତ୍ରରେ ୧୦x ୩୩ ଅପ୍‌ଟିକ୍‌ ସିଷ୍ଟମ ସମେତ ୩୯୦ଟି ହାର୍ଡଓ୍ବେର ଯନ୍ତ୍ରାଂଶ ରହିଛି। ତେବେ ଉକ୍ତ ଉପକରଣର ବାସ୍ତବ ସ୍ବାତନ୍ତ୍ର୍ୟ ହେଲା ଇନ୍‌-ଲେନ୍ସ ସିଷ୍ଟମ, ଯାହା ୯,୦୦୦ରୁ ଊର୍ଦ୍ଧ୍ୱ ପକ୍ଷୀ ପ୍ରଜାତି ଓ ଅନେକ ଅନ୍ୟ ପ୍ରାଣୀଙ୍କୁ ଚିହ୍ନଟ କରିଥାଏ। ବନ୍ୟ ଜୀବଜନ୍ତୁଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ ଲାଗି ଏଏକ୍ସ ଭିସିଓ ସ୍ମାର୍ଟ ବାଇନୋକୁଲାର ସହ କ୍ୟାମେରା ସଂଯୋଗ କରାଯାଇଛି। ଉକ୍ତ ଦୃଶ୍ୟ ଭଣ୍ଡାରକୁ ଏକ ଆପ୍‌ ଜରିଆରେ ସ୍ମାର୍ଟଫୋନ୍‌ରେ ସହଜରେ ଶେୟାର କରାଯାଇପାରିବ। ସ୍ମାର୍ଟ ବାଇନୋକୁଲାର ୟୁଜରଙ୍କୁ ଅନ୍ୟ ଏଏକ୍ସ ଭିସିଓ ଆଗ୍ରହୀଙ୍କ ସହ ସ୍ଥାନ ଟ୍ୟାଗ୍‌ ଓ ଶେୟାର କରିବାର ସୁଯୋଗ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri