ରଥକାଠ ଅନୁକୂଳ ପାଇଁ କୁରାଢ଼ି ନିର୍ମାଣ

ପୁରୀ ଅଫିସ,୧୯।୪: ଚଳିତ ମାସ ୨୩ ତାରିଖରେ ଅକ୍ଷୟ ତୃତୀୟା। ଏହିଦିନଠାରୁ ବାହାର ଚନ୍ଦନଯାତ୍ରା ଆରମ୍ଭ ସହ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଅକ୍ଷୟତୃତୀୟା ତିଥିରେ ବାହାର ଚନ୍ଦନଯାତ୍ରା ପାଇଁ ଶ୍ରୀ ରାମକୃଷ୍ଣ, ଶ୍ରୀମଦନମୋହନ, ଶ୍ରୀଦେବୀ, ଭୂଦେବୀ ଆଜ୍ଞାମାଳ ପାଇ ପାଲିଙ୍କି ଏବଂ ବିମାନକୁ ବିଜେ କରିବା ପରେ ୩ବାଡ଼ରୁ ୩ଜଣ ପୂଜାପଣ୍ଡା ବିଜେ କରାଇ ଆଣିଥିବା ଆଜ୍ଞାମାଳ ଧରି ଆଗରେ ଏବଂ ବିଜେ ପ୍ରତିମା ପଟୁଆରରେ ଶ୍ରୀନଅର ନିକଟକୁ ବିଜେ କରିବେ। ସେହିପରି ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ତିନିଖଣ୍ଡ ଧଉରା କାଠକୁ ବିଧି ବିଧାନ ଅନୁଯାୟୀ ଧୁଆଯାଇ ରଖାଯାଇଥାଏ। ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କ ଦ୍ୱାରା ରଥଖଳାରେ ବନଯାଗ ପଦ୍ଧତିରେ ରଥକାଠ ନୀତି ଅନୁକୂଳ କରାଯାଇଥାଏ। ତେବେ ଶ୍ରୀମନ୍ଦିରରୁ ୩ଜଣ ପୂଜାପଣ୍ଡା ଆଜ୍ଞାମାଳ ଧରି ରଥ ନିର୍ମାଣକାରୀ ବିଶ୍ୱକର୍ମା ମହାରଣା, ରୂପକାର, ଓଝା ଏବଂ ଭୋଇ ସେବକମାନଙ୍କ ଶାଢି ବନ୍ଧା ନୀତି ପଟଜୋଷୀ ମହାପାତ୍ରଙ୍କ ଉପସ୍ଥିତିରେ ଦେଉଳ କାରଣ ସମାପନ କରିଥାନ୍ତି। ଏହାପରେ ରଥତ୍ରୟ ନିର୍ମାଣ ଶୁଭାନୁକୂଳ ନିମନ୍ତେ ପୂଜା ପାଇଁ ରଖାଯାଇଥିବା ତିନିଗୋଟି ଧଉରା କାଠରେ ଆଜ୍ଞାମାଳ ଲାଗିହେବ। ପରେ ତିନି ରଥର ମୁଖ୍ୟ ମହାରଣାମାନଙ୍କ ଦ୍ୱାରା ଉକ୍ତ ତିନିଗୋଟି କାଠରେ ଅସ୍ତ୍ର ଛୁଆଁ କରାଯାଇ ରଥ କାଠ ଅନୁକୂଳ ନୀତି କରାଯାଇଥାଏ। ତେବେ ଅକ୍ଷୟତୃତୀୟାକୁ ଆଉ ୫ ଦିନ ଥିବା ହେତୁ କାଠ ଅନୁକୂଳ ପାଇଁ ବ୍ୟବହୃତ ହେଉଥିବା ଲୁହା କୁରାଢିକୁ ମଙ୍ଗଳବାର ଶ୍ରୀମନ୍ଦିର ଓଝା ସେବକ ନିର୍ମାଣ କରିଛନ୍ତି। ବଳଭଦ୍ର ବାଡର ମୁଖ୍ୟ ଓଝା ସେବକ ଜଗନ୍ନାଥ ମହାରଣାଙ୍କ କହିବା ଅନୁଯାୟୀ, ଅକ୍ଷୟତୃତୀୟାରେ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ। ଅନୁକୂଳ ସମୟରେ ସୁନା, ରୁପା ସହ ଲୁହା କୁରାଢି ବ୍ୟବହାର କରାଯାଇଥାଏ। ବ୍ୟବହାର ହେଉଥିବା ୩ଟି ଲୁହା କୁରାଢିକୁ ସେ ଓ ତାଙ୍କ ପୁଅ ମିଶିି ନିର୍ମାଣ କରିଛନ୍ତି। ସେ ୨୦୦୮ରୁ ମହାପ୍ରଭୁଙ୍କ ସେବା କରିଆସଛନ୍ତି। କୁରାଢ଼ି ନିର୍ମାଣ କରିବାକୁ ତାଙ୍କୁ ୨ଦିନ ଲାଗିଥିଲା। ନିର୍ମାଣ ପରେ ସେ ତାକୁ ନାଜରକୁ ହସ୍ତାନ୍ତର କରିବେ ବୋଲି ଜଗନ୍ନାଥ ମହାରଣା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri