ସାଥୀଙ୍କଠାରୁ ଦୂରରେ ଥିଲେ କରନ୍ତୁ ଏପରି, କେବେ ତୁଟିବନି ବନ୍ଧନ

ସାଥୀଙ୍କଠାରୁ ଦୂରେଇ ରହିବା ବାସ୍ତବରେ କଷ୍ଟଦାୟକ। କିନ୍ତୁ କିଛି ଲୋକ କୁହନ୍ତି, ଦୂରତା ଦୁଇଟି ହୃଦୟକୁ ନିକଟତର କରିଥାଏ। ଆଉ କିଛି ଭାବନ୍ତି, ଯିଏ ଆଖିରୁ ଦୂରରେ, ସେ ମଧ୍ୟ ହୃଦୟଠାରୁ ଦୂରରେ। ମାତ୍ର ଏମିତି ଭ୍ରାନ୍ତ ଧାରଣା ଦୂର କରିବା ପାଇଁ ଏମିତି କିଛି କରନ୍ତୁ ଯେପରି କେବେ ଅନୁଭବ କରିବେ ନାହିଁ ଯେ, ସାଥୀଙ୍କଠାରୁ ଆପଣ ଦୂରରେ ବୋଲି।

ଶୁଭ ସକାଳ ଏବଂ ଶୁଭ ରାତ୍ରିର ଶୁଭେଚ୍ଛା ଦେବାକୁ ଭୁଲନ୍ତୁ ନାହିଁ :
ଏହି ଛୋଟ ଛୋଟ କଥା ବା ଶୁଭେଚ୍ଛା ଅନ୍ୟ ଜଣଙ୍କ ଭଲ ପାଇବାକୁ ଦୂରେଇ ଦେଇ ପାରେନା। ତେଣୁ ଏକ ଛୋଟ ବାର୍ତ୍ତା ମଧ୍ୟ ପ୍ରେମ ସମ୍ପର୍କକୁ ସୁଦୃଢ଼ କରି ରଖିବାରେ ସହାୟକ ହୋଇଥାଏ। ଆଜିକାଲି ଡିଜିଟାଲ ଯୁଗରେ କିଛି ଅସମ୍ଭବ ନୁହେଁ। ତେଣୁ ମଝିରେ ମଝିରେ ପରସ୍ପରକୁ ଫଟୋ, ଅଡିଓ କ୍ଲିପ୍‌ ଏବଂ ଭିଡିଓ ପଠାଇ ଯୋଗାଯୋଗ ଜାରି ରଖନ୍ତୁ। ଏହା ଦ୍ୱାରା ସାଥୀଙ୍କ ଭଲପାଇବା ବଢ଼ିଯିବ।

ଯେ କୌଣସି ବିଷୟରେ ପରସ୍ପର ଖୋଲାଖୋଲି କଥା ହୁଅନ୍ତୁ:
ସାଥୀ ଦୂରରେ ରହୁଥିଲେ ପ୍ରତିଟି କଥା ତାଙ୍କ ସହ ଶେୟାର କରିବାକୁ ଆଦୌ ଭୁଲନ୍ତୁ ନାହିଁ। ଯାହା ବି କରୁଛନ୍ତି ମନ ଖୋଲି କଥା ହୁଅନ୍ତୁ। ଦୁହେଁ ଦୁହିଁଙ୍କୁ ସମ୍ମାନ କରନ୍ତୁ। ସାଥୀଙ୍କୁ କୌଣସି କଥା ଲୁଚାନ୍ତୁ ନାହିଁ। ଏପରି କରିବା ଦ୍ୱାରା ସାଥୀ ଯେତେ ଦୂରରେ ଥିଲେ ପାଖରେ ଥିବା ପରି ଅନୁଭବ ହୁଏ।

ପରସ୍ପର ଦୂରତାକୁ ବିଚାର କରନ୍ତୁ:
ଦୂରତା ଦୁହିଁଙ୍କୁ ଅଲଗା କରୁଛି ବୋଲି ଭାବିବା ପରିବର୍ତ୍ତେ ଏହାକୁ ଏକ ଶିକ୍ଷଣ ପର୍ଯ୍ୟାୟ ଭାବରେ ଗ୍ରହଣ କରନ୍ତୁ। ଅଲଗା ରହିବା, ପରସ୍ପରକୁ ଭଲ ପାଇବା ଏହି ଅଭିଜ୍ଞତା ସହିତ ବନ୍ଧନ ଅତୁଟ ରହିଥାଏ ବୋଲି ମନକୁ ଆଣନ୍ତୁ। ସବୁଠୁ ବଡ଼ କଥା ହେଲା ଉତ୍ତମ ବୁଝାମଣା। ପରସ୍ପର ମଧ୍ୟରେ ସର୍ବଦା ବୁଝାମଣା ଠିକ୍‌ ରଖନ୍ତୁ। ଏପରି କଲେ ସାଥୀଙ୍କ ଦୂରତା କେବେ କଷ୍ଟ ଦେବନି ବରଂ ପ୍ରେମସମ୍ପର୍କ ଆହୁରି ନିବିଡ଼ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri