ଆଗେଇପାରୁନି ଆବାସ ଯୋଜନା

ଅନୁଗୋଳ ଅଫିସ, ୨୫।୭ – ଅନୁଗୋଳ ପୌରାଞ୍ଚଳରେ ଆଗେଇ ପାରୁନି ଆବାସ ଯୋଜନା। ପୂର୍ବ ବର୍ଷ ଗୁଡ଼ିକରେ ବଣ୍ଟନ ହୋଇଥିତ୍ବା ଗୃହ ମଧ୍ୟରୁ ଅଳ୍ପ କେତୋଟିକୁ ବାଦ୍‌ଦେଲେ ପ୍ରାୟତଃ ଘର ନିର୍ମାଣ ଶେଷ ହୋଇଛି। କିନ୍ତୁ ୨୦୧୯-୨୦ ବର୍ଷରେ ୧୯୫ କାର୍ଯ୍ୟାଦେଶ ମଧ୍ୟରୁ ମାତ୍ର ୮ଟି ଘର ନିର୍ମାଣ ହୋଇପାରିଛି। ଟାର୍ଗେଟ ପୂରଣ ପାଇଁ ହିତାଧିକାରୀଙ୍କ ନିକଟକୁ ପୌର କର୍ମଚାରୀମାନେ ଦୌଡ଼ୁଥିଲେ ବି କରୋନା ସମୟ ଯୋଗୁ ସେମାନେ ଘର କରିପାରୁ ନ ଥିବା ପୌରପାଳିକା ପକ୍ଷରୁ କୁହାଯାଇଛି।
୨୦୧୧ ଜନଗଣନା ଅନୁଯାୟୀ ଅନୁଗୋଳ ପୌରାଞ୍ଚଳରେ ୪୪ ହଜାର ଲୋକ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଅର୍ଥତ୍କ ଅନଗ୍ରସର ପରିବାରକୁ ଚିହ୍ନଟ କରି ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଉଛି। ଏଥିପାଇଁ ଆବଶ୍ୟକ ଅର୍ଥର ୭୫ ପ୍ରତିଶତ କେନ୍ଦ୍ର ସରକାର ଓ ୨୫ ପ୍ରତିଶତ ରାଜ୍ୟ ସରକାର ଦେଉଛନ୍ତି। ୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଗଲେ ୨୦ ହଜାର ଓ ୬ ମାସ ମଧ୍ୟରେ ଶେଷ ହେଲେ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ ବ୍ୟବସ୍ଥା ଏଥିରେ ରହିଛି। ଗତ ୪ ବର୍ଷରେ ପୌରପାଳିକା ପକ୍ଷରୁ ୪୩୩ ଆବାସ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ଅଦ୍ୟାବଧି ୨୨୯ଟି ଘର ଶେଷ ହୋଇଥିବା ସୂଚନା ମିଳିଛି। ୨୦୧୬-୧୭ ଆର୍ଥତ୍କ ବର୍ଷରେ ୧୪୬ କାର୍ଯ୍ୟାଦେଶ ମଧ୍ୟରୁ ୧୪୫ ଘର ନିର୍ମାଣ ସରିଛି। ୨୦୧୭-୧୮ରେ ୪୧ଟି ଆବାସ ମଧ୍ୟରୁ ୩୮ ସମୂର୍ଣ୍ଣ ହୋଇଛି। ୨୦୧୮-୧୯ରେ ଲକ୍ଷ୍ୟଧାର୍ଯ୍ୟ ୫୨ଟି ମଧ୍ୟରୁ ୩୮ ଘର ଶେଷ ହୋଇଛି। ୨୦୧୯-୨୦ ଆର୍ଥତ୍କ ବର୍ଷରେ ୧୯୫ଟି ଘର ନିର୍ମାଣ କରିବାକୁ ଟାର୍ଗେଟ ଦିଆଯାଇଥିବାବେଳେ ମାତ୍ର ୮ଟି ଘର କାମ ଶେଷ ହୋଇଛି। ଚଳିତବର୍ଷ ଆବାସ ନିର୍ମାଣରେ ଏପରି କଚ୍ଛପ ଗତିକୁ ଦେଖି ପୌରପାଳିକା ପକ୍ଷରୁ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କ ଘରକୁ ଯାଇ ବୁଝାଶୁଝା କରାଯାଉଥିଲେ ବି ସେମାନେ କରୋନା ସମୟ କହି ପୌର କର୍ମଚାରୀଙ୍କୁ ଫେରାଇ ଦେଉଥିବା ପୌରପାଳିକା ପକ୍ଷରୁ କୁହାଯାଇଛି।

ନୋଟିସ ପଠାଇ ତାଗିଦ୍‌ କରିଛୁ
କାର୍ଯ୍ୟାଦେଶ ପାଇବା ପରେ ଯେଉଁମାନେ ନିର୍ମାଣ ଆରମ୍ଭ କରିନାହାନ୍ତି, ସେମାନଙ୍କୁ ନୋଟିସ୍‌ ପଠାଯାଇଛି। ଏପରି କି ଘର ଆରମ୍ଭ ନ କଲେ କାର୍ଯ୍ୟାଦେଶ ବାତିଲ କରାଯିବ ବୋଲି ଚେତାଇ ଦିଆଯାଇଛି। ତେଣୁ ଏବେ କିଛି ସ୍ଥାନରେ ଲୋକମାନେ ନିର୍ମାଣ କାମ କରୁଥିବା ଜଣାପଡ଼ିଛି।
-ବିନୋଦ ଚନ୍ଦ୍ର ପଣ୍ଡା, ପୌର ନିର୍ବାହୀ ଅଧିକାରୀ, ଅନୁଗୋଳ

ଆବାସ ଆଶା ଛାଡ଼ିଦେଇଛି
ଆବାସ ଯୋଜନାରେ ଘରଟିଏ ପାଇଁ ଦୁଇ ତିନି ଥର ଆବେଦନ କଲିଣି। କିନ୍ତୁ ପୌରପାଳିକାର ବାବୁମାନେ କାଗଜପତ୍ର ଠିକ୍‌ ନାହିଁ କହି ଫେରାଇ ଦେଉଛନ୍ତି। ତେଣୁ ସରକାରୀ ଯୋଜନାରେ ଉପକୃତ ହେବା ଆଶା ଛାଡ଼ିଦେଇଛି।
-ଧୀରେନ୍‌ ବାରିକ, ହେମସୁରପଡ଼ା

କାର୍ଯ୍ୟରେ ବିଳମ୍ବ ହେଉଛି
କାର୍ଯ୍ୟାଦେଶ ପାଇ ଯେଉଁମାନେ ମାଟି ଖୋଳୁଛନ୍ତି ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସୁଛି। କିନ୍ତୁ ମହାମାରୀ ସମୟ ଚାଲିଥିବାରୁ କାର୍ଯ୍ୟ ବିଳମ୍ବ ହେଉଛି। ଆବାସ ଯୋଜନା ବଣ୍ଟନରେ ସ୍ବଚ୍ଛତା ଥିବାବେଳେ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁଛି।
-ଭାଗୀରଥି ଦେହୁରୀ, ପୂର୍ବତନ କାଉନସିଲର

ପ୍ରକୃତ ହିତାଧିକାରୀଙ୍କୁ ମିଳୁନାହିଁ
ପୌରାଞ୍ଚଳର ପ୍ରକୃତ ହୀତାଧିକାରୀଙ୍କୁ ଏହି ସରକାରୀ ଯୋଜନାରେ ଘରଟିଏ ମିଳୁନାହିଁ। ତେଣୁ ହୀତାଧିକାରୀ ଚୟନରେ ସ୍ବଚ୍ଛତା ରଖିଲେ ଭଲ ହେବ। ଏହାଦ୍ୱାରା ସାମାଜିକ ଓ ଅର୍ଥିକ ଅନଟନରେ ଥିବା ପରିବାର ଲୋକଙ୍କ ମୁହଁରେ ହସ ଫୁଟିବ।
-ନିଶିକାନ୍ତ ମିଶ୍ର, ସହରବାସୀ


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri