ଚିତ୍ରକଳାରେ ସଚେତନତା ବାର୍ତ୍ତା

ବାରିପଦା ଅଫିସ, ୧୦।୯-ଚିତ୍ରକଳାରେ ନିଜର ପାରଦର୍ଶିତା ଦେଖାଇ ଦେଶ ବିଦେଶରେ ସୁନାମ ଅର୍ଜନ କରୁଛନ୍ତି ବାରିପଦାର ଯୁବ ଚିତ୍ରଶିଳ୍ପୀ ମାନସରଞ୍ଜନ ପତି ା କାଳ୍ପନିକ ଚିତ୍ର ପ୍ରସ୍ତୁତ କରିବା ଅପେକ୍ଷା ସମସାମୟିକ ସାମାଜିକ ପରିସ୍ଥିତି ସହିତ ଅସଜଡ଼ା ପରିବେଶର କରାଳ ରୂପକୁ ସେ ଚିତ୍ରକଳାରେ ସ୍ଥାନିତ କରି ସଚେତନତା ବାର୍ତ୍ତା ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି ା ଦର୍ଶକଙ୍କର ଭାବନାକୁ ଛୁଇଁଲା ଭଳି ଚିତ୍ର ପ୍ରସ୍ତୁତିକୁ ପ୍ରାଥମିକତା ଦେଇ ଆସୁଛନ୍ତି।
କଳା ଓ ସଂସ୍କୃତିର ସହର ମୟୂରଭଞ୍ଜର ସନ୍ତାନ ମାନସଙ୍କ ପିଲାଟି ଦିନରୁ ଚିତ୍ରକଳା ପ୍ରତି ଆଗ୍ରହ ଥିବାରୁ ବାପା ଦାମୋଦର ପତି ତାଙ୍କୁ ଖଲ୍ଲିକୋଟ ଚାରୁକଳା ମହାବିଦ୍ୟାଳୟରେ ଶିକ୍ଷା ଗ୍ରହଣ ପାଇଁ ପଠାଇଥିଲେ। ସେହି ମହାବିଦ୍ୟାଳୟରୁ ୨୦୦୧ରେ ଚାରୁକଳାରେ ଡିଗ୍ରୀ ହାସଲ ପରେ ତୈଳଚିତ୍ର, ଜଳ ରଙ୍ଗ ଚିତ୍ର, ସମସାମୟିକ ଆଧୁନିକ ଚିତ୍ର ଆଙ୍କି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସେ। ଅଦ୍ୟାବଧି ପ୍ରାୟ ୧୫୦ଟି ଚିତ୍ର ପ୍ରସ୍ତୁତ କରି ପ୍ରଶଂସକଙ୍କ ମନ ଜିଣିିଛନ୍ତି ା ତାଙ୍କ ଦ୍ୱାରା ପ୍ରସ୍ତୁତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ତୈଳଚିତ୍ର ବାରିପଦା ପୌରପରିଷଦର ସମ୍ମିଳନୀ କକ୍ଷରେ ସ୍ଥାନିତ ହୋଇଛି। ଯାହାକି ସମସ୍ତଙ୍କୁ ଚକିତ କରୁଛି। ସେ ଭୁବନେଶ୍ୱର ଓ ବାରିପଦାଠାରେ ଅନୁଷ୍ଠିତ ବିଭିନ୍ନ ଚିତ୍ରକଳା ପ୍ରଦର୍ଶନୀରେ ଭାଗ ନେଇ ବେଶ ପ୍ରଶଂସିତ ହୋଇଛନ୍ତି। ତାଙ୍କ ଚିତ୍ରକଳା ଦର୍ଶକମାନଙ୍କ ଦ୍ୱାରା ବେଶ ଆଦୃତ ହେବା ସହ ବିକ୍ରି ମଧ୍ୟ ହେଉଛି। କରୋନା ମହାମାରୀ ପ୍ରକୋପରୁ ମାନବ ସମାଜକୁ ସୁରକ୍ଷିତ ରଖିବା ପାଇଁ ଚିତ୍ରକଳାରେ ଜୀବନ୍ତ ରୂପ ଦେଇ ନୂଆ ପରିଚୟ ପାଇଛନ୍ତି। ପଡ଼ୋଶୀ ରାଷ୍ଟ୍ର ନେପାଳରେ ଅନଲାଇନ୍‌ ମାଧ୍ୟମରେ ଅନୁଷ୍ଠିତ କରୋନା ସଚେତନତା ସମ୍ବନ୍ଧୀୟ ଅନ୍ତର୍ଜାତୀୟ ଚିତ୍ର ପ୍ରଦର୍ଶନୀରେ ସେ ଅଂଶ ଗ୍ରହଣ କରିଥିଲେ ା ନେପାଳର କ୍ଲାସିକ ଗ୍ୟାଲେରୀରେ ପ୍ରଦର୍ଶିତ ବିଭିନ୍ନ ଦେଶର ଚିତ୍ରଶିଳ୍ପୀମାନଙ୍କ କରୋନା ସମ୍ବନ୍ଧୀୟ ଚିତ୍ରକଳାରେ ମାନସଙ୍କ ପ୍ରଦର୍ଶିତ ଚିତ୍ରକଳା ଉଚ୍ଚ ପ୍ରଶଂସିତ ହୋଇଥିଲା ା ପ୍ରଦର୍ଶିତ ଚିତ୍ରକଳାଟି ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ମଧ୍ୟ ପୁରସ୍କାର ପାଇଁ ମନୋନୀତ ହୋଇଛି। ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ବିଭାଗୀୟ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ନିର୍ଦ୍ଦେଶକ ବିଜୟ କୁମାର ନାୟକ ପ୍ରମୁଖ ତାଙ୍କ ଚିତ୍ରକଳାର ପ୍ରଶଂସା କରିଛନ୍ତି। ସେହିପରି ବୁର୍ଲାଠାରେ ହୋପ୍‌ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଜାତୀୟସ୍ତରର କୋଭିଡ୍‌-୧୯ ଚାରୁକଳା ପ୍ରତିଯୋଗିତାରେ ମଧ୍ୟ ସେ ଅନଲାଇନ୍‌ରେ ଭାଗ ନେଇ ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି ା ବାରିପଦାରେ ଏକ ଆର୍ଟ ଆଡଭାର୍ଟାଇଜମେଣ୍ଟ ସଂସ୍ଥା ଆରମ୍ଭ କରି ନିଜେ ଆତ୍ମସନ୍ତୋଷ ପାଇବା ସହିତ ଅନେକଙ୍କୁ ରୋଜଗାର ମଧ୍ୟ ଯୋଗାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri