ସଚେତନତା ମୂଳକଥା

ସିକଲ୍‌ ସେଲ୍‌ ରୋଗ ଏକ ବେମାରୀ ସମୂହ, ଯାହା ଆମର ଲୋହିତ ରକ୍ତ କଣିକାକୁ ପ୍ରଭାବିତ କରିଥାଏ। ଏପରି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ତାହାର ଚିକିତ୍ସା କରାଇ ନେବା ଜରୁରୀ। ସିକଲ୍‌ ସେଲ୍‌ ରୋଗ ବିଷୟରେ ଜନସାଧାରଣକୁ ସଚେତନ କରିବା ଲାଗି ପ୍ରତିବର୍ଷ ଜୁନ୍‌ ୧୯କୁ ‘ବିଶ୍ୱ ସିକଲ୍‌ ସେଲ୍‌ ରୋଗ ଦିବସ’ ଭାବରେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ସ୍ଲୋଗାନ ହେଉଛି- ‘ଅବରୋଧକୁ ଛିନ୍ନ କରି ଆଶାର ସଞ୍ଚାର’ ଅର୍ଥାତ୍‌ ଏହି ରୋଗକୁ ପ୍ରଥମରୁ ପ୍ରତିହତ କରି ଏକ ସୁସ୍ଥ ଜୀବନଯାପନ କରିପାରିବା ପାଇଁ ଉଦ୍ୟମ। ସିକଲ୍‌ ସେଲ୍‌ ରୋଗ ବିଷୟରେ ବରିଷ୍ଠ ଚିକିତ୍ସକ ତଥା ପରାମର୍ଶଦାତା ଡା. ରାମଚନ୍ଦ୍ର ରାଉତ କହନ୍ତି, ”ସିକଲ୍‌ ସେଲ୍‌ ରୋଗରେ ଲୋହିତ ରକ୍ତକଣିକା ପ୍ରଭାବିତ ହୋଇଥାଏ। ଏହାଦ୍ୱାରା ଏହି ରକ୍ତକଣିକା ଗୋଲ୍‌ ଚେପ୍‌ଟା ପରି ଦେଖାଯିବା ବଦଳରେ ଦାଆ ପରି ବକ୍ର ଓ ଅଣଚଉଡ଼ା ହୋଇଯାଏ। ଏହା ଏକ ଗୁଣସୂତ୍ରଗତ(ଜିନ୍‌) ରୋଗ। ମାତାପିତାଙ୍କଠାରୁ ଶିଶୁମାନଙ୍କୁ ଏହା ଆସିଥାଏ। ଏହି ରୋଗରେ ଆକ୍ରାନ୍ତ ହେଲେ ଶରୀରରେ ଯନ୍ତ୍ରଣା, ଷ୍ଟ୍ରୋକ୍‌, ଛାତି ଯନ୍ତ୍ରଣା, ହଠାତ୍‌ ଅମ୍ଳତ୍ୱ, ଅସ୍ଥିମଜ୍ଜା ନଷ୍ଟ ଏବଂ ଦୀର୍ଘ ସମୟ ଧରି ଯନ୍ତ୍ରଣାଦାୟକ ଲିଙ୍ଗ ଦୃଢ଼ତା ଇତ୍ୟାଦି ପରିଲକ୍ଷିତ ହୁଏ। ଏହାଦ୍ୱାରା ଶରୀରର ଅଙ୍ଗମାନଙ୍କର କ୍ଷତି ଓ କାର୍ଯ୍ୟହୀନତା ସହିତ ଯକୃତ(ଲିଭର), କିଡ୍‌ନୀ, ଫୁସ୍‌ଫୁସ, ହୃଦ୍‌ଯନ୍ତ୍ର ଓ ପ୍ଲିହା ଇତ୍ୟାଦି ନଷ୍ଟ ହୋଇଯାଏ। ଫଳରେ ଆକ୍ରାନ୍ତ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ିଥାଏ। ତେଣୁ ଏହି ରୋଗ ବିଷୟରେ ସମସ୍ତେ ସଚେତନ ରହିବା ନିହାତି ଜରୁରୀ। ଏଥିପାଇଁ ମିଳିତ ଜାତିସଂଘ ଦ୍ୱାରା ସ୍ଥିରୀକୃତ ‘ବିଶ୍ୱ ସିକଲ୍‌ ସେଲ୍‌ ରୋଗ ଦିବସ’ ୨୦୦୮ରୁ ପ୍ରତିବର୍ଷ ଜୁନ୍‌ ୧୯ରେ ପାଳନ ହୋଇ ଆସୁଅଛି। ଏଥିପାଇଁ ରୋଗର ଶୃଙ୍ଖଳ ଛିନ୍ନ କରିବାକୁ ହେବ। ଜନ୍ମ ସମୟରେ ରକ୍ତ ପରୀକ୍ଷା କରି ଏହି ରୋଗ ଅଛି କି ନାହିଁ ଜାଣିନେବା ଜରୁରୀ। ସବୁ ନବଜାତ ଶିଶୁଙ୍କର ଜନ୍ମର ୨୪-୪୮ ଘଣ୍ଟା ମଧ୍ୟରେ ଏଥିପାଇଁ ରକ୍ତ ପରୀକ୍ଷା କରାଇ ନେବା ଦରକାର। ସମ୍ପୂର୍ଣ୍ଣ ସ୍ଥିର ନିଶ୍ଚିତ ପାଇଁ ଅଧିକ ରକ୍ତ ପରୀକ୍ଷା କରାଇ ନିଅନ୍ତୁ। ଏହି ରକ୍ତ ପରୀକ୍ଷାସମୂହ ହେଲା- ସିବିସି (CBC), ହିମୋଗ୍ଲୋବିନ୍‌-ରକ୍ତହୀନତାର ମାତ୍ରା, ଏମ୍‌ଭିସି, ହିମୋଗ୍ଲୋବିନ୍‌ ଇଲେକ୍ଟ୍ରୋଫୋରେସିସ୍‌, ଏଚ୍‌ପିଏଲ୍‌ସି ଏବଂ ଡିଏନ୍‌ଏ। ପ୍ରାରମ୍ଭରୁ ସଚେତନ ରହିଲେ ଭବିଷ୍ୟତରେ ଏଭଳି ଜଟିଳ ସ୍ବାସ୍ଥ୍ୟ ସମସ୍ୟାକୁ ଏଡ଼ାଇ ଦେଇହେବ।“


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri