ସଚେତନତା ମୂଳକଥା

ସିକଲ୍‌ ସେଲ୍‌ ରୋଗ ଏକ ବେମାରୀ ସମୂହ, ଯାହା ଆମର ଲୋହିତ ରକ୍ତ କଣିକାକୁ ପ୍ରଭାବିତ କରିଥାଏ। ଏପରି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ତାହାର ଚିକିତ୍ସା କରାଇ ନେବା ଜରୁରୀ। ସିକଲ୍‌ ସେଲ୍‌ ରୋଗ ବିଷୟରେ ଜନସାଧାରଣକୁ ସଚେତନ କରିବା ଲାଗି ପ୍ରତିବର୍ଷ ଜୁନ୍‌ ୧୯କୁ ‘ବିଶ୍ୱ ସିକଲ୍‌ ସେଲ୍‌ ରୋଗ ଦିବସ’ ଭାବରେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ସ୍ଲୋଗାନ ହେଉଛି- ‘ଅବରୋଧକୁ ଛିନ୍ନ କରି ଆଶାର ସଞ୍ଚାର’ ଅର୍ଥାତ୍‌ ଏହି ରୋଗକୁ ପ୍ରଥମରୁ ପ୍ରତିହତ କରି ଏକ ସୁସ୍ଥ ଜୀବନଯାପନ କରିପାରିବା ପାଇଁ ଉଦ୍ୟମ। ସିକଲ୍‌ ସେଲ୍‌ ରୋଗ ବିଷୟରେ ବରିଷ୍ଠ ଚିକିତ୍ସକ ତଥା ପରାମର୍ଶଦାତା ଡା. ରାମଚନ୍ଦ୍ର ରାଉତ କହନ୍ତି, ”ସିକଲ୍‌ ସେଲ୍‌ ରୋଗରେ ଲୋହିତ ରକ୍ତକଣିକା ପ୍ରଭାବିତ ହୋଇଥାଏ। ଏହାଦ୍ୱାରା ଏହି ରକ୍ତକଣିକା ଗୋଲ୍‌ ଚେପ୍‌ଟା ପରି ଦେଖାଯିବା ବଦଳରେ ଦାଆ ପରି ବକ୍ର ଓ ଅଣଚଉଡ଼ା ହୋଇଯାଏ। ଏହା ଏକ ଗୁଣସୂତ୍ରଗତ(ଜିନ୍‌) ରୋଗ। ମାତାପିତାଙ୍କଠାରୁ ଶିଶୁମାନଙ୍କୁ ଏହା ଆସିଥାଏ। ଏହି ରୋଗରେ ଆକ୍ରାନ୍ତ ହେଲେ ଶରୀରରେ ଯନ୍ତ୍ରଣା, ଷ୍ଟ୍ରୋକ୍‌, ଛାତି ଯନ୍ତ୍ରଣା, ହଠାତ୍‌ ଅମ୍ଳତ୍ୱ, ଅସ୍ଥିମଜ୍ଜା ନଷ୍ଟ ଏବଂ ଦୀର୍ଘ ସମୟ ଧରି ଯନ୍ତ୍ରଣାଦାୟକ ଲିଙ୍ଗ ଦୃଢ଼ତା ଇତ୍ୟାଦି ପରିଲକ୍ଷିତ ହୁଏ। ଏହାଦ୍ୱାରା ଶରୀରର ଅଙ୍ଗମାନଙ୍କର କ୍ଷତି ଓ କାର୍ଯ୍ୟହୀନତା ସହିତ ଯକୃତ(ଲିଭର), କିଡ୍‌ନୀ, ଫୁସ୍‌ଫୁସ, ହୃଦ୍‌ଯନ୍ତ୍ର ଓ ପ୍ଲିହା ଇତ୍ୟାଦି ନଷ୍ଟ ହୋଇଯାଏ। ଫଳରେ ଆକ୍ରାନ୍ତ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ିଥାଏ। ତେଣୁ ଏହି ରୋଗ ବିଷୟରେ ସମସ୍ତେ ସଚେତନ ରହିବା ନିହାତି ଜରୁରୀ। ଏଥିପାଇଁ ମିଳିତ ଜାତିସଂଘ ଦ୍ୱାରା ସ୍ଥିରୀକୃତ ‘ବିଶ୍ୱ ସିକଲ୍‌ ସେଲ୍‌ ରୋଗ ଦିବସ’ ୨୦୦୮ରୁ ପ୍ରତିବର୍ଷ ଜୁନ୍‌ ୧୯ରେ ପାଳନ ହୋଇ ଆସୁଅଛି। ଏଥିପାଇଁ ରୋଗର ଶୃଙ୍ଖଳ ଛିନ୍ନ କରିବାକୁ ହେବ। ଜନ୍ମ ସମୟରେ ରକ୍ତ ପରୀକ୍ଷା କରି ଏହି ରୋଗ ଅଛି କି ନାହିଁ ଜାଣିନେବା ଜରୁରୀ। ସବୁ ନବଜାତ ଶିଶୁଙ୍କର ଜନ୍ମର ୨୪-୪୮ ଘଣ୍ଟା ମଧ୍ୟରେ ଏଥିପାଇଁ ରକ୍ତ ପରୀକ୍ଷା କରାଇ ନେବା ଦରକାର। ସମ୍ପୂର୍ଣ୍ଣ ସ୍ଥିର ନିଶ୍ଚିତ ପାଇଁ ଅଧିକ ରକ୍ତ ପରୀକ୍ଷା କରାଇ ନିଅନ୍ତୁ। ଏହି ରକ୍ତ ପରୀକ୍ଷାସମୂହ ହେଲା- ସିବିସି (CBC), ହିମୋଗ୍ଲୋବିନ୍‌-ରକ୍ତହୀନତାର ମାତ୍ରା, ଏମ୍‌ଭିସି, ହିମୋଗ୍ଲୋବିନ୍‌ ଇଲେକ୍ଟ୍ରୋଫୋରେସିସ୍‌, ଏଚ୍‌ପିଏଲ୍‌ସି ଏବଂ ଡିଏନ୍‌ଏ। ପ୍ରାରମ୍ଭରୁ ସଚେତନ ରହିଲେ ଭବିଷ୍ୟତରେ ଏଭଳି ଜଟିଳ ସ୍ବାସ୍ଥ୍ୟ ସମସ୍ୟାକୁ ଏଡ଼ାଇ ଦେଇହେବ।“


Enter your email to get our daily news in your inbox.

All Right Reserved By Dharitri.Com

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri