ସଚେତନତାଧର୍ମୀ ଫିଲ୍ମ ‘ରାକ୍ଷୀ’ ଜାତୀୟସ୍ତରରେ ପୁରସ୍କୃତ

ବାଲେଶ୍ୱର ଅଫିସ, ୭ା୭: ବାଲେଶ୍ୱର ଜିଲାର କେତେକ ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ସଚେତନତାଧର୍ମୀ କ୍ଷୁଦ୍ର ଫିଲ୍ମ ‘ରାକ୍ଷୀ’ ଜାତୀୟସ୍ତରରେ ପୁରସ୍କୃତ ହୋଇଛି। ପୁରସ୍କାର ସ୍ବରୂପ ଉକ୍ତ ଟିମ୍‌କୁ ଟ୍ରଫି ସହ ୧ଲକ୍ଷ ଟଙ୍କା ମିଳିଛି। ଏହି ପୁରସ୍କାର ଗ୍ରହଣ କରି ଓଡ଼ିଶା ତଥା ବାଲେଶ୍ୱର ପାଇଁ ଗର୍ବ ଆଣିଛନ୍ତି ‘ରାକ୍ଷୀ’ ଫିଲ୍ମର ଲେଖକ, ନିର୍ଦ୍ଦେଶକ ତଥା ଅଭିନେତା ମନ୍ମୟ ଦେ ଓ ତାଙ୍କ ଟିମ୍‌।
ରାଜ୍ୟ ଟ୍ରାନ୍ସପୋର୍ଟ ଅଥରିଟି ପକ୍ଷରୁ ପୁରୀ ଟାଉନ୍‌ ହଲରେ ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ସାରା ଭାରତର ୮ଟି ରାଜ୍ୟର ୬ଟି ଭାଷାର ୨୪୦ଟି କ୍ଷୁଦ୍ର ଚଳଚ୍ଚିତ୍ର ଅଂଶଗ୍ରହଣ କରିଥିଲା। ବିଶେଷ କରି ଓଡ଼ିଆ ଓ ଅଣଓଡ଼ିଆ ବିଭାଗ ଅଲଗା ରହିଥିଲା। ତେବେ ଓଡ଼ିଆ ଭାଷା ତଥା ବିଭାଗରେ ୧୭୦ଟି କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟରୁ ‘ରାକ୍ଷୀ’ ଫିଲ୍ମ ଜାତୀୟସ୍ତରରେ ପୁରସ୍କୃତ ହୋଇଛି।
ଦିନେ କିଛି ସାଙ୍ଗ ମିଶି ଏକ ୟୁଟ୍ୟୁବ ଚ୍ୟାନେଲ କରି ସେଥିରେ କମେଡି ଭିଡ଼ିଓ ସହ କିଛି ସଚେତନତାମୂଳକ ବାର୍ତ୍ତା ପ୍ରଦର୍ଶନ କରୁଥିଲେ। ସେମାନଙ୍କ ଏପରି ଉଦ୍ୟମ ଦେଇଛି ଏକ ସ୍ବତନ୍ତ୍ର ପରିଚୟ। ସରକାରଙ୍କ ସଡ଼କ ସୁରକ୍ଷା ସମ୍ପର୍କିତ ଏକ ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବା ଜାଣିବା ପରେ ବାଲେଶ୍ୱର ସହର ଚୂନଭାଟିରେ ରହୁଥିବା ଅଭିନେତା ମନ୍ମୟ ଦେ ନିଜ ଟିମ୍‌କୁ ନେଇ କାମ ଆରମ୍ଭ କରି ଦେଇଥିଲେ। ୨ମିନିଟ୍‌ର ଏହି ଭିଡ଼ିଓରେ ସଡ଼କ ସୁରକ୍ଷା ବାର୍ତ୍ତା ଦିଆଯାଇଛି। ଗାଡ଼ି ଚଳାଇବା ସମୟରେ ହେଲମେଟ୍‌ ବ୍ୟବହାର କେତେ ଗୁରୁତ୍ୱପୂର୍ଣ୍ଣ ତାର ଏକ ସୁନ୍ଦର ଉଦାହରଣ ଦେଇଛନ୍ତି ଏହି କଳାକାରମାନେ। ସେହିପରି ମହିଳାମାନଙ୍କ ମାସିକ ଋତୁସ୍ରାବ ସମୟରେ ସ୍ବଚ୍ଛତା କେତେ ଗୁରୁତ୍ୱପୂର୍ଣ୍ଣ, କପଡ଼ା ବଦଳରେ ସାନିଟାରୀ ନାପକିନ୍‌ ବ୍ୟବହାର ଫଳରେ ମହିଳା ବା ଝିଅମାନେ ସୁସ୍ଥତା ବଜାୟ ରଖିପାରିବେ ବୋଲି ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ଦର୍ଶାଯାଇଛି। ‘ରାକ୍ଷୀ’ ଫିଲ୍ମରେ ଭାଇ ଭୂମିକାରେ ମନ୍ମୟ ଅଭିନୟ କରିଥିବା ବେଳେ ଅନନ୍ୟା ପରିଡ଼ା ଭଉଣୀ ଭୂମିକାରେ ଅଭିନୟ କରିଛନ୍ତି। ସେମାନଙ୍କୁ ସହଯୋଗ କରିଥିଲେ ତାଙ୍କ ଟିମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri