Posted inଫୁରସତ

ଧାର୍ମିକ ମହତ୍ତ୍ୱରେ ଭରା ଅଓ୍ବନ୍ତିପୋରା

ଜମ୍ମୁ-କଶ୍ମୀରକୁ ପୃଥିବୀର ସ୍ବର୍ଗ ବୋଲି କୁହାଯାଇଥାଏ। ଏହା ନିଜର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଅପୂର୍ବ ସଂସ୍କୃତି, ବ୍ୟଞ୍ଜନ ତଥା ଧାର୍ମିକସ୍ଥଳ ପାଇଁ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ଏଥିସହିତ ଅନେକ ପ୍ରାଚୀନ ମନ୍ଦିର ତଥା ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ମାରକୀ ପାଇଁ ବି ଏହାର ବହୁ ଖ୍ୟାତି ରହିଛି। ଅଓ୍ବନ୍ତିପୋରା ହେଉଛି ଜମ୍ମୁ-କଶ୍ମୀରର ଏମିତି ଏକ ପର୍ଯ୍ୟଟନସ୍ଥଳୀ; ଯାହା ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଧାର୍ମିକ ମାନ୍ୟତା ପାଇଁ ମଧ୍ୟ ଜଣାଯାଇଥାଏ। ପୁଲଓ୍ବାମା ଜିଲାରେ ଅବସ୍ଥିତ ଅଓ୍ବନ୍ତିପୋରାରେ ଦେଖିବା ପାଇଁ ରହିଛି ଅନେକ ଆକର୍ଷଣୀୟ ସ୍ଥାନ, ଯାହା ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଖାସ୍‌ ସେଥିପାଇଁ ଏଠାରେ ପ୍ରାୟ ଆଗନ୍ତୁକଙ୍କ ଭିଡ଼ ଦେଖିବାକୁ ମିଳେ।

ଇତିହାସ: ଅଓ୍ବନ୍ତିପୋରାର ନାମ ଉତ୍ପଳ ରାଜବଂଶର ପ୍ରଥମ ରାଜା ଅଓ୍ବନ୍ତିବର୍ମନଙ୍କ ନାମାନୁସାରେ ରଖାଯାଇଥିବା ସୂଚନା ରହିଛି; ଯିଏକି କଶ୍ମୀରରେ ୮୫୫ ଖ୍ରୀଷ୍ଟାବ୍ଦରୁ ୮୮୩ ଖ୍ରୀଷ୍ଟାବ୍ଦ ଯାଏଁ ଶାସନ କରିଥିଲେ। ତା’ସହିତ ସିଏ ଅଓ୍ବନ୍ତିପୋରାରେ ଅଓ୍ବନ୍ତିସ୍ବାମୀ ଓ ଅଓ୍ବନ୍ତିଶ୍ୱର ନାମରେ ଦୁଇଟି ହିନ୍ଦୁ ମନ୍ଦିର ମଧ୍ୟ ନିର୍ମାଣ କରାଇଥିଲେ, ଯାହାକୁ ଏବେ ଲୋକପ୍ରିୟ ଧାର୍ମିକପୀଠ ଭାବେ ଗଣାଯାଉଛି। କେବଳ ଏହି ଦୁଇଟି ମନ୍ଦିର ନୁହେଁ ଅଓ୍ବନ୍ତିପୋରାରେ ଆହୁରି ଅନେକ ଛୋଟବଡ଼ ମନ୍ଦିର ବି ଅଛି, ଯାହାକୁ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ବିଭାଗ ଦ୍ୱାରା ସଂରକ୍ଷିିତ କରି ରଖାଯାଇଛି।

ଅଓ୍ବନ୍ତିସ୍ବାମୀ ଓ ଅଓ୍ବନ୍ତିଶ୍ୱର ମନ୍ଦିର: ଅଓ୍ବନ୍ତିସ୍ବାମୀ ଏକ ସୁନ୍ଦର ମନ୍ଦିର, ଯାହା ଝେଲମ୍‌ ନଦୀର ତଟଦେଶରେ ଅବସ୍ଥିତ। ଉତ୍ପଳ ରାଜବଂଶର ପ୍ରଥମ ରାଜା ଅଓ୍ବନ୍ତିବର୍ମନଙ୍କ ଦ୍ୱାରା ନିର୍ମିତ ଏହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଇଥାଏ। ସେହିପରି ଏହି ମନ୍ଦିରଠାରୁ କିଛି ଦୂରରେ ରହିଛି ଅଓ୍ବନ୍ତିଶ୍ୱର ମନ୍ଦିର, ଯାହାକୁ ମଧ୍ୟ ରାଜା ଅଓ୍ବନ୍ତିବର୍ମନ ନିର୍ମାଣ କରାଇଥିଲେ। ଆଉ ଏହି ମନ୍ଦିରରେ ଭଗବାନ ଶିବଙ୍କୁ ପୂଜା କରାଯାଇଥାଏ। ତେବେ ଏହି ମନ୍ଦିର ଦୁଇଟିକୁ ୟୁନାନୀ ବାସ୍ତୁକଳା ଦ୍ୱାରା ନିର୍ମାଣ କରାଯାଇଥିଲା, ଯାହା ଖୁବ୍‌ ଆକର୍ଷଣୀୟ ଲାଗୁଥିଲା। କିନ୍ତୁ ପ୍ରାକୃତିକ ବିତ୍ପାତ ଯୋଗୁ ସମୟକ୍ରମେ ଏହି ମନ୍ଦିର ଦୁଇଟି ମାଟିରେ ପୋତି ହୋଇଯାଇଥିଲା। ଆଉ ଅଷ୍ଟାଦଶ ଶତାବ୍ଦୀ ବେଳକୁ ଇଂରେଜମାନଙ୍କ ଦ୍ୱାରା ମାଟି ଖୋଳାଯିବାରୁ ଏହି ମନ୍ଦିର ଦୁଇଟିର ଭଗ୍ନାବଶେଷ ମିଳିଥିଲା। ଆଜିବି ଏହି ମନ୍ଦିର ଦୁଇଟିର ଭଗ୍ନାବଶେଷ ନିଜର ସୌନ୍ଦର୍ଯ୍ୟପୂର୍ଣ୍ଣ ଇତିହାସର ପରିଚୟ ଦେଇଚାଲିଛି। ଆଉ ମନ୍ଦିରରେ ପୂଜା ପାଉଥିବା ଭଗବାନଙ୍କ ଉପରେ ସ୍ଥାନୀୟ ଲୋକଙ୍କର ଅତୁଟ ବିଶ୍ୱାସ ରହିଛି। ସେଥିପାଇଁ ଏଠାରେ ସର୍ବଦା ଭକ୍ତଗଣଙ୍କର ଭିଡ଼ ଦେଖିବାକୁ ମିଳିଥାଏ। ତେବେ ଏହି ଦୁଇ ମନ୍ଦିରଠାରୁ କିଛି ଦୂରରେ ରହିଛି ତୁଲିଆନ୍‌ ନାମକ ଏକ ହ୍ରଦ, ଯାହାର ଆକର୍ଷଣୀୟ ରୂପ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।

ତୁଲିଆନ୍‌ ହ୍ରଦ: ଏହି ହ୍ରଦଟି ସ୍ଥାନୀୟ ପୁଲ୍‌ଓ୍ବାମା ଓ ଅନ୍ତନନାଗ ଜିଲାର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ। ଏହା ସମୁଦ୍ରପତ୍ତନଠାରୁ ପ୍ରାୟ ୩,୬୮୪ ମିଟର ଉଚ୍ଚତାରେ ଅବସ୍ଥିତ। ଏତେ ଉଚ୍ଚରେ ରହିଥିବା କାରଣରୁୁ ଏଠାରେ ଥଣ୍ଡା ପ୍ରଚୁର ହୁଏ ଏବଂ ଶୀତଦିନେ ଏହି ହ୍ରଦର ପାଣି ବରଫ ପାଲଟିଯାଏ। ଆଉ ଖରାଦିନେ ବି ଏହି ହ୍ରଦରେ ବରଫ ଖଣ୍ଡ ଭାସୁଥିବାର ପ୍ରାୟ ଦେଖିବାକୁ ମିଳେ। ତେବେ ଦେବଦାରୁ ଜଙ୍ଗଲ ଓ ଉଚ୍ଚ ଉଚ୍ଚ ପାହାଡ଼ ଘେରା ଏହି ହ୍ରଦ ନିକଟରେ କଶ୍ମୀରର ପ୍ରକୃତ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ସୁଯୋଗ ରହିଛି।

ଆଉ କ’ଣ ଦେଖିବେ: ଅଓ୍ବନ୍ତିପୋରାରୁ ମାତ୍ର ୨୮ କି.ମି. ଦୂରରେ ଥିବା ଶ୍ରୀନଗରରେ ପର୍ଯ୍ୟଟକ ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀକୁ ଉପଭୋଗ କରିପାରିବେ। ଯେମିତିକି: ଡାଲ୍‌ ହ୍ରଦ, ସାଲିମାର୍‌ ଗାର୍ଡେନ୍‌, ମୁଗଲ୍‌ ଗାର୍ଡେନ୍‌, ପରୀ ମହଲ, ହରି ପର୍ବତ ଦୁର୍ଗ ଇତ୍ୟାଦି ଅନ୍ୟତମ।

କେବେ ଓ କେମିତି ଯିବେ: ଅଓ୍ବନ୍ତିପୋରାକୁ ବୁଲିଯିବା ପାଇଁ ଏପ୍ରିଲ୍‌ରୁ ନଭେମ୍ବର ହେଉଛି ସବୁଠୁ ଭଲ ସମୟ। କାରଣ ଏହି ସମୟରେ ଏଠାକାର ତାପମାତ୍ରା ପ୍ରାୟ ୨୫ ଡିଗ୍ରୀ ସେଲ୍‌ସିୟସ୍‌ ରହିଥାଏ, ଯଦ୍ଦ୍ବାରା ବୁଲାବୁଲି କରିବାକୁ ସୁବିଧା ହୁଏ। ନଚେତ୍‌ ଅନ୍ୟ ଦିନଗୁଡ଼ିକରେ ଏଠାରେ ପ୍ରଚୁର ଥଣ୍ଡା ହୁଏ, ଏପରିକି ବେଳେବେଳେ ପ୍ରବଳ ତୁଷାରପାତ ମଧ୍ୟ ହୋଇଥାଏ। ସେହିପରି ଏଠାକୁ ଯିବା ପାଇଁ ଟ୍ରେନ୍‌ ହେଉ ଅବା ବସ୍‌ ତଥା ବିମାନର ମଧ୍ୟ ଭଲ ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri