ତଥ୍ୟ ଅପେକ୍ଷାରେ

କେନ୍ଦ୍ର ସରକାର କହନ୍ତି, ଭାରତର ଜନଗଣନା ହେଉଛି ବିଭିନ୍ନ ପରିସଂଖ୍ୟାନ ତଥ୍ୟର ସବୁଠୁ ବଡ଼ ଉତ୍ସ। ଏହି ତଥ୍ୟ ଭାରତୀୟଙ୍କ ବିଭିନ୍ନ ବିଶେଷତା ଉପରେ ଆଧାରିତ। ୧୩୦ ବର୍ଷରୁ ଊର୍ଦ୍ଧ୍ୱ ଇତିହାସ ଥିବା ଏହି ଭରସାଯୋଗ୍ୟ ଜନଗଣନା ପ୍ରତି ୧୦ ବର୍ଷରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିଥାଏ। ଜନଗଣନା ୧୮୭୨ରେ ଆରମ୍ଭ ହୋଇଥିଲା ଏବଂ ଏହା ଜନସାଂଖିକ, ଅର୍ଥନୀତି, ମାନବବିଜ୍ଞାନ, ସାମାଜିକ ବିଜ୍ଞାନ, ପରିସଂଖ୍ୟାନ ଏବଂ ଅନ୍ୟ କେତେକ କ୍ଷେତ୍ରରେ ଛାତ୍ରୀଛାତ୍ର ଓ ଗବେଷକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହୋଇ ଆସିଛି। ଶେଷ ଥର ପାଇଁ ୨୦୧୧ରେ ଜନଗଣନା ହୋଇଥିଲା। ଏହାପରେ ଆମ ପାଖରେ ଅନେକ ବିଷୟର ଉତ୍ତମ ତଥ୍ୟ ନାହିଁ । ଦି ହ୍ୟୁମାନ୍‌ ଡେଭଲପ୍‌ମେଣ୍ଟ ଇଣ୍ଡେକ୍ସ (ଏଚ୍‌ଡିଆଇ) ବା ମାନବ ବିକାଶର ପ୍ରମୁଖ କ୍ଷେତ୍ରର ହାରାହାରି ସଫଳତାର ଏକ ମାପାଙ୍କ। ଏଥିରେ ଦୀର୍ଘ ସ୍ବାସ୍ଥ୍ୟପ୍ରଦ ଜୀବନ ସହ ଏକ ଉତ୍ତମ ଜୀବନମାନର ତଥ୍ୟ ଥାଏ। ତେବେ ଏଚ୍‌ଡିଆଇରେ ଜାତିସଂଘ ଜଣେ ନବଜାତ ଶିଶୁର ହାରାହାରି ଆୟୁଷ ଆଧାରରେ ସ୍ବାସ୍ଥ୍ୟଗତ ଦିଗକୁ ଆକଳନ କରିଥାଏ। ସେହିଭଳି ସ୍କୁଲରେ ପଢୁଥିବା ଓ ନାମ ଲେଖାଉଥିବା ପିଲାମାନେ କେତେ ବର୍ଷ ପଢ଼ିବାର ସମ୍ଭାବନା ରହିଛି ତାହାକୁ ନେଇ ଶିକ୍ଷା କ୍ଷେତ୍ରର ଆକଳନ କରାଯାଇଥାଏ। ମାନବ ଜୀବନ ସ୍ତର ବା ମାନକୁ ଦେଶର ବାର୍ଷିକ ମୁଣ୍ଡପିଛା ଆୟ ଆଧାରରେ ଆକଳନ କରାଯାଏ। ତେବେ ମୁଣ୍ଡପିଛା ଜିଏନ୍‌ଆଇ( ମୋଟ ଜାତୀୟ ଆୟ)ର ସମାନ ସ୍ତରରେ ଥିବା ଦୁଇଟି ଦେଶରେ କିପରି ମାନବ ବିକାଶ ପରିଣାମରେ ଭିନ୍ନତା ସରକାରଙ୍କ ନୀତି ପ୍ରାଥମିକତା ଉପରେ ବିତର୍କ ସୃଷ୍ଟି କରିଛି। ଭାରତ ଏଚ୍‌ଡିଆଇରେ ୦.୬୪୪ ଅଙ୍କ ପାଇ ଇରାକ (୦.୬୭୩) ବୋଟ୍ସଓ୍ବାନ (୦.୭୦୮) ଏବଂ ବାଂଲାଦେଶ(୦.୬୭୦) ତଳେ ରହିଛି। ଉଲ୍ଲେଖନୀୟ ଯେ, ଏହା ବୈଶ୍ୱିକ ହାରାହାରି (୦.୭୭୫)ର ନିମ୍ନରେ ଅଛି। କିନ୍ତୁ କେରଳ ୦.୭୭୫ ଅଙ୍କ ପାଇ ମେକ୍ସିକୋ (୦.୭୮୧), କ୍ୟୁବା (୦.୭୬୪) ଏବଂ ଚାଇନା (୦.୭୮୮) ଗୋଷ୍ଠୀରେ ରହିଛି। ଅନ୍ୟପଟେ ୩୦ କୋଟି ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଉତ୍ତରପ୍ରଦେଶର ଏଚ୍‌ଡିଆଇ ୦.୫୯୨ ଏବଂ ବିହାରର ୦.୫୫୧ ରହିଛି, ଯାହା ସେମାନଙ୍କୁ ଜିମ୍ବାଓ୍ବେ (୦.୫୫୦) ଏବଂ ପାକିସ୍ତାନ (୦.୫୪୦) ଗ୍ରୁପରେ ସ୍ଥାନିତ କରିଛି। ଯଦି ସେମାନଙ୍କୁ ପୃଥକ ଭାବେ ସ୍ଥାନିତ କରାଯାଏ ତେବେ ତାମିଲନାଡୁ (୦.୭୩୮) ବିହରଠାରୁ ୫୦ଟି ର଼୍ୟାଙ୍କ ଉପରେ ରହିବ। ଆମ ଦେଶରେ ଅବଶିଷ୍ଟ ରାଜ୍ୟରେ ବି ସମାନ କଥା ଦେଖିବାକୁ ମିଳେ। ପାକିସ୍ତାନରେ ମଧ୍ୟ ବିଭିନ୍ନ ରାଜ୍ୟ ମଧ୍ୟରେ ଅତ୍ୟଧିକ ପ୍ରଭେଦ ଲକ୍ଷ୍ୟ କରାଯାଏ। ପାକିସ୍ତାନର ଏକ ଆଭ୍ୟନ୍ତରୀଣ ସର୍ଭେ ଯାହା ଦର୍ଶାଏ ତାହା ବୈଶ୍ୱିକ ସର୍ଭେ ସ୍ପଷ୍ଟ କରିଥିବା ପଞ୍ଜାବର (୦.୭୩୨), ବେଲୁଚିସ୍ତାନ(୦.୪୨୧) ଏବଂ ଖିବର ପାଖତୁନ୍‌ଖଓ୍ବା (୦.୨୧୬)ର ଏଚ୍‌ଡିଆଇ ର଼୍ୟାଙ୍କ ସହ ତୁଳନୀୟ ନୁହେଁ।

ଜୁଲାଇ ୨୦୨୩ରେ ଭାରତର ପରିସଂଖ୍ୟାନ ଓ ଯୋଜନା କାର୍ଯ୍ୟାନ୍ବୟନ ମନ୍ତ୍ରଣାଳୟ ମୁଣ୍ଡପିଛା ଆୟ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲା। ତେଲଙ୍ଗାନାର ଏହା ବାର୍ଷିକ ୩.୦୮ ଲକ୍ଷ କିମ୍ବା ମାସିକ ୨୫,୦୦୦ ଟଙ୍କା ଥିଲା। ଏହା ମଧ୍ୟପ୍ରଦେଶ(୧.୪ ଲକ୍ଷ ଟଙ୍କା)ଠାରୁ ଦୁଇଗୁଣ, ଉତ୍ତରପ୍ରଦେଶ(୨୦୨୨ରେ ୭୦,୦୦୦ ଟଙ୍କା)ଠାରୁ ୪ଗୁଣ ଏବଂ ବିହାର(୨୦୨୨ରେ ୪୯,୦୦୦ ଟଙ୍କା)ଠାରୁ ୬ଗୁଣ ବେଶି। ପାକିସ୍ତାନର ମୁଣ୍ଡପିଛା ଆୟ ବାର୍ଷିକ ୧.୨ ଲକ୍ଷ ଟଙ୍କା ଏବଂ ବାଂଲାଦେଶର ଏହା ଥିଲା ୨.୧ ଲକ୍ଷ। ପଞ୍ଜାବରେ ପାକିସ୍ତାନ ଜନସଂଖ୍ୟାର ଅଧାରୁ ଅଧିକ ରହୁଛନ୍ତି। ଦେଖିବାକୁ ଗଲେ ସେମାନେ ଭାରତର ପଞ୍ଜାବ (ବାର୍ଷିକ ମୁଣ୍ଡପିଛା ଆୟ ସହ ପ୍ରାୟ ୧.୭ ଲକ୍ଷ ଟଙ୍କା) ସହ ସମାନ। ନୀଳକଣ୍ଟନ ଆରଏସ୍‌ ତାଙ୍କ ପୁସ୍ତକ ‘ସାଉଥ୍‌ ଭର୍ସେସ ନର୍ଥ’ରେ ଜଣଙ୍କ ଜନ୍ମସ୍ଥାନର ପାରିପାର୍ଶ୍ୱିକ ପରିସ୍ଥିତିକୁ ଆଧାରରେ ହୋଇଥିବା ଭାରତୀୟଙ୍କ ମାନବ ବିକାଶରେ ଥିବା ଭିନ୍ନତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଦେଢ ଦଶନ୍ଧି ହେଲା ଆମର ଜନଗଣନା ହୋଇନାହିଁ। କିନ୍ତୁ ଉପଲବ୍ଧ ତଥ୍ୟ ଆଧାରରେ ସେ ଲେଖିଛନ୍ତି ଯେ, ଉତ୍ତରାଖଣ୍ଡରେ ଜନ୍ମିତ ଜଣେ ବ୍ୟକ୍ତିଙ୍କ ତୁଳନାରେ ମଧ୍ୟପ୍ରଦେଶରେ ଜଣେ ଜନ୍ମିତ ବ୍ୟକ୍ତି ୮ ବର୍ଷ କମ୍‌ ବଞ୍ଚିପାରେ। ଉତ୍ତରାଖଣ୍ଡରେ ଏହା ୭୨ ବର୍ଷ ହେଲେ ମଧ୍ୟପ୍ରଦେଶର ୬୪। କେରଳ ତୁଳନାରେ ଉତ୍ତରପ୍ରଦେଶର ଜନ୍ମ ମୃତ୍ୟୁହାର (୧୦୦୦ ଜନ୍ମିତ ଶିଶୁଙ୍କ ମଧ୍ୟରେ) ୬ଗୁଣ ଅଧିକ। ଶିଶୁ ଜନ୍ମ ସମୟରେ ମାତୃ ମୃତ୍ୟୁହାର ମହାରାଷ୍ଟ୍ର ତୁଳନାରେ ଆସାମରେ ୪ଗୁଣ ବେଶି। ପଞ୍ଜାବର ମୋଟ ପିଲାଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ ଏବଂ ବିହାରର ଅଧା ପିଲାଙ୍କର ଷ୍ଟଣ୍ଟିଂ (ବୟସ ତୁଳନାରେ କମ୍‌ ଉଚ୍ଚତା) ସମସ୍ୟା ରହିଛି। ୧ ଲକ୍ଷ ଲୋକରେ ହସ୍ପିଟାଲ ବେଡ୍‌ ସଂଖ୍ୟାକୁ ଦେଖିଲେ କର୍ନାଟକରେ ଏହା ବିହାରଠାରୁ ୧୦ ଗୁଣ ଅଧିକ। ଏହାସହ ୧ ଲକ୍ଷ ଲୋକରେ ମହାରାଷ୍ଟ୍ରର ଡାକ୍ତରଙ୍କ ସଂଖ୍ୟା ଓଡ଼ିଶାଠାରୁ ୮ଗୁଣ ବେଶି। ଗୁଜରାଟୀଙ୍କ ତୁଳନାରେ ହିମାଚଳର ଲୋକମାନେ ଉଚ୍ଚଶିକ୍ଷାରେ ଦୁଇଗୁଣ ବେଶି ନାମ ଲେଖାଇବାର ସମ୍ଭାବନା ରହିଛି। ନୀଳକଣ୍ଟନ ସୂଚିତ କରିଛନ୍ତି ଯେ, ମଧ୍ୟପ୍ରଦେଶର ଆର୍ଥିକ ଉତ୍ପାଦରେ କୃଷିର ଅଂଶଧନ ତାମିଲନାଡୁଠାରୁ ପାଞ୍ଚଗୁଣ ବେଶି। ଅନ୍ୟପକ୍ଷରେ ଜିଡିପିରେ ମାନୁଫାକରିଂର ଅଂଶଧନକୁ ଦେଖିଲେ ଗୁଜରାଟରେ ଏହା ଆନ୍ଧ୍ରପ୍ରଦେଶଠାରୁ ୩ଗୁଣ ଅଧିକ। ଶ୍ରମଶକ୍ତି କ୍ଷେତ୍ରରେ ହିମାଚଳ ପ୍ରଦେଶରେ ମହିଳାଙ୍କ ଭାଗୀଦାରି ବିହାର ତୁଳନାରେ ୧୨ ଗୁଣ ଏବଂ ଉତ୍ତରପ୍ରଦେଶ ତୁଳନାରେ ଚଣ୍ଡିଗଡ଼ରେ ଏହା ୩ଗୁଣ ଅଧିକ। ୨୦୨୧ ସରକାରୀ ତଥ୍ୟରୁ ଜଣାପଡ଼େ, ଆନ୍ଧ୍ରରେ ଚାର୍ଜଶିଟର ହାର ବିଚାର ପ୍ରକ୍ରିୟା ଆରମ୍ଭକୁ ୯୨ ପ୍ରତିଶତ ତ୍ୱରାନ୍ବିତ କରୁଥିଲା ବେଳେ ମଣିପୁରରେ ଏହା ମାତ୍ର ୧୪ ପ୍ରତିଶତ। ୧ ଲକ୍ଷ ନାଗରିକରେ କେରଳରେ ଅପରାଧ ପଞ୍ଜୀକରଣ ହାର କର୍ନାଟକ ତୁଳନାରେ ୧୨ ଗୁଣ ବେଶି (୧୦୭୫/୭୧)। ଭାରତରେ କେରଳରେ ହତ୍ୟା ହାର ସବୁଠୁ କମ୍‌ ( ଲକ୍ଷେ ଲୋକରେ ୦.୯ ଘଟଣା) ଏବଂ ଆନ୍ଧ୍ରପ୍ରଦେଶ ତୁଳନାରେ ଅଧା(୧.୮)। ଏହା ଗୁଜରାଟ(୧.୪), ଓଡ଼ିିଶା(୩.୦) ଏବଂ ଝାଡ଼ଖଣ୍ଡ(୪.୦) ଠାରୁ ମଧ୍ୟ କମ୍‌। ବିମୁଦ୍ରୀକରଣ ଓ କୋଭିଡ୍‌ ଦ୍ୱିତୀୟ ଲହରଠାରୁ ଆରମ୍ଭ କରି ଜନ୍ମହାର ହ୍ରାସ ଓ କୃଷିଶ୍ରମିକ ବୃଦ୍ଧି ପର୍ଯ୍ୟନ୍ତ ଘଟଣାରେ,ବିଗତ ଦେଢ଼ ଦଶନ୍ଧି ମଧ୍ୟରେ, ରେକର୍ଡ କରାଯାଇଥିବା ପରିବର୍ତ୍ତନକୁ ଲକ୍ଷ୍ୟ କଲେ ଆଶ୍ଚର୍ଯ୍ୟ ଲାଗେ। ହେଲେ ଜନଗଣନା ହେଲେ ହିଁ ତଥ୍ୟର ବାସ୍ତବତା ଆମେ ଜାଣିପାରିବା।

ଆକାର ପଟେଲ

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

ସରଳ ଓ ଜଟିଳତାର ଭାଗମାପ

ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍‌ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍‌ ତାଙ୍କ…

ବିଷ ବଳୟର ଧାରା

ବ୍ରିଟିଶ ଜୀବବିଜ୍ଞାନୀ ତଥା ରିଭର ମନଷ୍ଟର୍ସ ଉପସ୍ଥାପକ ଜେରେମି ୱେଡ୍‌ ରହସ୍ୟମୟ ମିଠାପାଣି ପ୍ରାଣୀଙ୍କୁ ଖୋଜିବାରେ ପ୍ରସିଦ୍ଧ। ତାଙ୍କର ଯାତ୍ରା କେବଳ ମାଛ ଧରିବା ନୁହେଁ, ପ୍ରକୃତି…

ସମ୍ଭାବ୍ୟ ଖାଦ୍ୟ ସଙ୍କଟ

ଇରାନ୍‌ ବିରୋଧରେ ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ହର୍ମୁଜ ଷ୍ଟ୍ରେଟ୍‌ରେ ସଙ୍କଟ ଦେଖାଯାଇଛି। ସେହି ସମୁଦ୍ର ପଥ ଦେଇ ପ୍ରତିଦିନ ପାଖାପାଖି ୧୦୦ ଜାହାଜ ଯାଉଥିଲା।…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri