ଆଉ ଏକୁଟିଆ ନାହାନ୍ତି ଅବନୀତ, ପଡ଼ିଛନ୍ତି ଏହି ହ୍ୟାଣ୍ଡସମ୍‌ଙ୍କ ପ୍ରେମରେ…

ବମ୍ବେ: କଥାରେ ଅଛି ଯେତେ ଲୁଚାଇଲେ ବି ସତ କେବେ ଲୁଚି ରହେନା। ସେଭଳି କିଛି ଘଟିଛି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅବନୀତ କୌରଙ୍କ କ୍ଷେତ୍ରରେ। ସେ ଦୀର୍ଘଦିନରୁ ନିଜ ପ୍ରେମ ସମ୍ପର୍କକୁ ଲୁଚାଇ ଆସୁଥିଲେ। ହେଲେ ଏବେ ତାହା ଏକପ୍ରକାର ସ୍ପଷ୍ଟ ହୋଇଛି।

୨୦ ବର୍ଷୀୟ ଅବନୀତ ପ୍ରଯୋଜକ ରାଘବ ଶର୍ମାଙ୍କୁ ଡେଟ୍‌ କରୁଛନ୍ତି। ଗତ ୩ରୁ ୪ ବର୍ଷ ହେଲାଣି ଉଭୟ ପ୍ରେମରେ ଥିଲେ ହେଁ ଏକଥା ସମସ୍ତଙ୍କୁ ଲୁଚାଇ ଆସୁଛନ୍ତି। କୁହାଯାଉଛି, ସୋସିଆଲ ମିଡିଆ ଜରିଆରେ ଉଭୟ ପରସ୍ପରକୁ ଭେଟିଥିଲେ। ଏବେ ଏହାକୁ ଅନେକ ଦିନ ବିତି ଗଲାଣି। ପ୍ରଫେସନାଲ ଜୀବନ କାରଣରୁ ତାଙ୍କୁ ସମ୍ପର୍କକୁ ଲୁଚାଇ ରଖିବାକୁ ପଡୁଛି।

ରାଘବ ‘ମ୍ୟୁଜିକ୍‌ ଲେବଲ୍‌’ କମ୍ପାନୀ ନାମକ ପ୍ରଯୋଜନା ସଂସ୍ଥା ସହ ଜଡ଼ିତ। ଅବନୀତ ଏହି ସଂସ୍ଥା ଅଧୀନରେ ଅନେକ ପ୍ରୋଜେକ୍ଟରେ କାମ କରିଛନ୍ତି। ଏଥିଲାଗି ନିଜ ଡେଟିଂ ଲାଇଫ୍‌କୁ ବ୍ୟକ୍ତିଗତ ରଖିବାକୁ ସେ ଚାହାନ୍ତି।

ଅବନୀତ ଏବେ ରାଘବଙ୍କ ସହ ଥାଇଲାଣ୍ଡରେ ଛୁଟି କାଟୁଛନ୍ତି। ଉଭୟଙ୍କର କିଛି ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓରେ ସେମାନେ ଗୋଟିଏ ବିମାନରେ ଯାତ୍ରା କରୁଥିବା ଦେଖାଯାଇଛି। ଏହି ଟ୍ରିପ୍‌ର କିଛି ଫଟୋ ସେମାନେ ସୋସିଆଲ ଆକାଉଣ୍ଟରେ ଶେୟାର କରୁଥିଲେ ହେଁ ଏକାଠି ଥିବା ପୋଷ୍ଟ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ ତାଣ୍ଡବ, ଟିଣ ଆଜବେଷ୍ଟ ପଡି କଟିଗଲା ଯୁବକଙ୍କ ହାତ

ଦେବଗଡ,୨୬।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି । ଅନେକ ଲୋକଙ୍କ ଘର ଦ୍ୱାର ଭାଙ୍ଗି ବାସହରା ହୋଇ ପଡିଛନ୍ତି ।…

ବଳାତ୍କାର ଅଭିଯୁକ୍ତ ରାମ ରହିମଙ୍କୁ ପୁଣି ମିଳିଲା ୩୦ ଦିନର ପାରୋଲ

ରୋହତକ,୨୬।୫: ଡେରା ସଚ୍ଚା ସୌଦା ମୁଖ୍ୟ ଏବଂ ଦୋଷୀ ସାବ୍ୟସ୍ତ ବଳାତ୍କାରୀ ଗୁରମିf ରାମ ରହିମଙ୍କୁ ପୁଣି ଥରେ ପାରୋଲ ମିଳିଛି। ଏଥର ସେ ୩୦ ଦିନ…

ଧାନବିଲରୁ ନିର୍ଗତ ଗ୍ରୀନହାଉସ୍‌ ଗ୍ୟାସ୍‌ ଏସିଆରେ ସର୍ବାଧିକ

ନୂଆଦିଲ୍ଲୀ, ୨୬।୫(ପି.ଟି.):୨୦୦୧ରୁ ୨୦୨୦ ମଧ୍ୟରେ ଧାନବିଲରୁ ନିର୍ଗତ ହେଉଥିବା ବିଶ୍ୱର ମୋଟ ସବୁଜ ଗୃହ ବାଷ୍ପ(ଗ୍ରୀନହାଉସ ଗ୍ୟାସ୍‌)ର ୯୦%ରୁ ଅଧିକ କେବଳ ଏସିଆରୁ ନିର୍ଗତ ହୋଇଛି, ଯେଉଁଥିରେ…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ଅସ୍ତ୍ରବିରତି ମଝିରେ ଇରାନର ଜାହାଜ ଉପରକୁ ଆମେରିକାର ବଡ଼ ଆକ୍ରମଣ, ୨ ଜାହାଜ…

ଓ୍ବାଶିଂଟନ,୨୬।୫: ଆମେରିକା ଏବଂ ଇରାନ ମଧ୍ୟରେ ବର୍ତ୍ତମାନ ଯୁଦ୍ଧବିରତି କାର୍ଯ୍ୟକାରୀ ହେଉଛି ଏବଂ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି । ତଥାପି, ଉତ୍ତେଜନା ସମ୍ପୂର୍ଣ୍ଣ ଭାବରେ…

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ: ପରିବାର ଲୋକେ ଦେଲେ ଚେତାବନୀ

ଭୁବନେଶ୍ୱର/ବାରଙ୍ଗ,୨୬ା୫(ତ୍ରିନାଥ ମହାନ୍ତି/ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ହାଜତରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗରେ ସୋମବାର ରାତିରେ ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଚଣ୍ଡୀପ୍ରସାଦ ଗ୍ରାମର ଶତାଧିକ ମହିଳାପୁରୁଷ ରାତିତମାମ…

ମହିଳାଙ୍କୁ ପାଗଳ କଲା ପରକୀୟା ପ୍ରୀତି, ସ୍ବାମୀଙ୍କୁ ବିଦ୍ୟୁତ୍‌ ଶକ୍‌ ଦେଇ ମାରିଲେ ସ୍ତ୍ରୀ

ବରେଲି,୨୬।୫: ଉତ୍ତରପ୍ରଦେଶର ବରେଲିରେ ଜଣେ ମହିଳାଙ୍କ ପରକୀୟା ପ୍ରୀତିକୁ ସ୍ବାମୀ ବିରୋଧ କରିବାରୁ ସେ ପ୍ରେମିକ, ଭଉଣୀ ଓ ଭଉଣୀଙ୍କ ପୁରୁଷ ବନ୍ଧୁ ସହ ମିଶି ସ୍ବାମୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri