Posted inଜାତୀୟ

ଉତ୍ତରକାଶୀରେ ହିମସ୍ଖଳନ: ପ୍ରଶିକ୍ଷକଙ୍କ ମୃତଦେହ ଉଦ୍ଧାର, ୩୨ ଜଣଙ୍କ ସନ୍ଧାନ ଜାରି, ପ୍ରତିରକ୍ଷାମନ୍ତ୍ରୀଙ୍କ ସହାୟତା ଲୋଡିଲେ ମୁଖ୍ୟମନ୍ତ୍ରୀ…

ଡେରାଡୁନ,୪।୧୦ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାର ଡୋକ୍ରାନି ବମାକ ଗ୍ଳାସିୟରରେ ମଙ୍ଗଳବାର ହିମସ୍ଖଳନ ଘଟିଛି। ସୂଚନାନୁସାରେ, ନେହେରୁ ପର୍ବତାରୋହଣ ପ୍ରତିଷ୍ଠାନ (ଏନଆଇଏମ)ର ୩୪ ଜଣ ପର୍ବତାରୋହୀ ଏବଂ ୭ ଜଣ ପ୍ରଶିକ୍ଷକ ସେଠାରେ ଖରାପ ପାଗ ଯୋଗୁ ଫସି ରହିଛନ୍ତି। ଏନଆଇଏମ କଲୋନେଲ ଅଜୟ ବିଷ୍ଟ କହିଛନ୍ତି ଯେ ଏହି ସମୟ ମଧ୍ୟରେ ୯ ଜଣ ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେଥି ମଧ୍ୟରେ ଜଣେ ପ୍ରଶିକ୍ଷକଙ୍କ ମୃତଦେହ ରହିଛି। ଏଥିସହିତ ୨୩ ଜଣ ପର୍ବତାରୋହୀ ନିଖୋଜ ଅଛନ୍ତି। ଡିଏମ ଅଭିଷେକ ରୁହେଲା କହିଛନ୍ତି ଯେ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ବନ୍ଦ ହୋଇଯାଇଛି। ପାଗ ଭଲ ହେଲେ ପୁନର୍ବାର ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ।

ଡିଜି ଏସଡିଆରଏଫ ରିଦ୍ଧିମ ଅଗ୍ରୱାଲ କହିଛନ୍ତି ଯେ ସରକାର ବାୟୁସେନା ସହିତ ଯୋଗାଯୋଗ କରିଛନ୍ତି। ତିନୋଟି ହେଲିକପ୍ଟର ସମଗ୍ର ଅଞ୍ଚଳର ଏକ ରେକି କରି ଅନ୍ୟମାନଙ୍କ ସନ୍ଧାନ କରିବେ। ଏସଡିଆରଏଫ କମାଣ୍ଡାଣ୍ଟ ମାଣିକାନ୍ତ ମିଶ୍ର କହିଛନ୍ତି ଯେ ଏସଡିଆରଏଫର ପାଞ୍ଚଟି ଟିମ ସାହସ୍ତ୍ରଧାରା ହେଲିପ୍ୟାଡରୁ ଯାତ୍ରା ଆରମ୍ଭ କରିଛନ୍ତି। ତିନୋଟି ଦଳକୁ ରିଜର୍ଭରେ ରଖାଯାଇଛି। ଆବଶ୍ୟକ ହେଲେ ଏହି ଦଳଗୁଡିକ ମଧ୍ୟ ପଠାଯିବ ।

ନେହେରୁ ପର୍ବତାରୋହୀ ପ୍ରତିଷ୍ଠାନର ମୌଳିକ ଏବଂ ଉନ୍ନତ ପ୍ରଶିକ୍ଷଣ ୨୨ ସେପ୍ଟେମ୍ବରରୁ ଡୋକ୍ରାନି ବମାକ ଗ୍ଲାସିଅରର ଦ୍ରୌପଦୀ ଦାଣ୍ଡା -୨ପାହାଡରେ ଚାଲିଥିଲା। ଯେଉଁଥିରେ ମୌଳିକ ତାଲିମ ପାଇଁ ୯୭ ପ୍ରଶିକ୍ଷାର୍ଥୀ, ୨୪ ପ୍ରଶିକ୍ଷକ ଏବଂ ନିମର ଜଣେ ଅଧିକାରୀଙ୍କ ସମେତ ସମୁଦାୟ ୧୨୨ ଜଣ ବ୍ୟକ୍ତି ସାମିଲ ହୋଇଥିଲେ । ଅପରପକ୍ଷରେ ଉନ୍ନତ ପାଠ୍ୟକ୍ରମରେ ୪୪ ଜଣ ପ୍ରଶିକ୍ଷାର୍ଥୀ ଏବଂ ନଅ ଜଣ ପ୍ରଶିକ୍ଷକଙ୍କ ସମେତ ମୋଟ ୫୩ ଜଣ ଯୋଗ ଦେଇଥିଲେ।

ଜିଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଦେବେନ୍ଦ୍ର ପାଟୱାଲ କହିଛନ୍ତି ଯେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏନଆଇଏମ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଛି। ଘଟଣାସ୍ଥଳରେ ପ୍ରତିଷ୍ଠାନର ଦୁଇଟି ସାଟେଲାଇଟ ଫୋନ ଅଛି। ଉଦ୍ଧାର କାର୍ଯ୍ୟ ପାଇଁ ଏନଆଇଏମର ଅଧିକାରୀଙ୍କ ସହ ନିରନ୍ତର ସମନ୍ବୟ ରକ୍ଷା କରାଯାଉଛି।
୍‌
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଟୁଇଟରେ ଏସମ୍ପର୍କରେ ସୂଚନା ଦେଇ ଏହି ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ କଥା ହୋଇଛନ୍ତି। ସେ ଲେଖିଛନ୍ତି ଯେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ସେନାର ସାହାଯ୍ୟ ନେବାକୁ ଏକ ଅନୁରୋଧ କରାଯାଇଛି। କନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ସାହାଯ୍ୟ କରିବାକୁ ନିର୍ଭର ପ୍ରତିଶ୍ରୁତି ଦିଆ ଯାଇଥିବା ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri