Posted inଫୁରସତ

ଭାରତର ଏହି ସହରରେ ଖୋଲିଲା ପାନର ଏଟିଏମ୍‌, ବାର୍‌ କୋଡ୍‌ ସ୍କାନ କଲେ ମିଳିବ ମନ ପସନ୍ଦର ପାନ

ଭାରତୀୟ ସଂସ୍କୃତିରେ ପାନର ଗୁରୁତ୍ୱ ରହିଛି। ପ୍ରତ୍ୟେକ ମାଙ୍ଗଳକ କାର୍ଯ୍ୟରେ ପ୍ରଥମେ ଖୋଜାପଡ଼େ ପାନ। ପାନ ନ ଥିଲେ ପୂଜା ଯେମିତି ଅଧୁରା। ସେହିପରି ଭାରତରେ ଅନେକ ପାନପ୍ରିୟ ଲୋକ ଅଛନ୍ତି। ସେଥିପାଇଁ ଦୋକାନ ବଜାରରୁ କିଣି କି ହେଉ କି ଘରେ ପାନ ଖାଇଥାନ୍ତି। ତେବେ ପାନ ଖାଉଥିବା ଲୋକଙ୍କ ପାଇଁ ଏବେ ଖୁସି ଖବର। ଭାରତର ପୁଣେରେ ପାନର ଏକ ଏଟିଏମ୍‌ ଖୋଲାଯାଇଛି। ଯେଉଁଠାରେ ୨୪ ଘଣ୍ଟା ପର୍ଯ୍ୟନ୍ତ ସେବା ମିଳିପାରିବ।

ପାନ ଖାଉଥିବା ଲୋକଙ୍କ ପାଇଁ ଏହି ମେଶିନ ବ୍ୟବସ୍ଥା କରାଯାଇଛି। ଏହାର ନାମ ରହିଛି ‘ସୌକିନ’। ଦୋକାନ ମାଲିକଙ୍କ କହିବା କଥା, ‘ଭାରତର ଏହା ପ୍ରଥମ ଅଟୋମେଟିକ୍‌ ପାନ ମେଶିନ’। ଏହି ମେଶିନରୁ ମନ ପସନ୍ଦର ପାନ ବାହାର କରିବା ପାଇଁ ମେଶିନରେ ଲଗାଯାଇଥିବା ବାର୍‌ କୋଡ୍‌ରେ ସ୍କାନ୍‌ କରିବାକୁ ପଡ଼ିବ। ଇଣ୍ଟରଫେସ୍‌ରେ ଆପଣଙ୍କ ଫୋନ୍‌ରେ ଉପଲବ୍ଧ ପାନର ଲିଷ୍ଟ ଆସିବ। ଏହା ପରେ ଅନ୍‌ଲାଇନ୍‌ ପେମେଣ୍ଟ କରିବା ପରେ ଏକ ଛୋଟ ବାକ୍ସରେ ସଫା ସୁତରା ପ୍ୟାକେଟ ହୋଇ ପାନ ବାହାରକୁ ଆସିବ। ଏହି ମେଶିନରୁ ପାନ ବ୍ୟତୀତ ଗ୍ରାହକ ଚକୋଲେଟ୍‌, ଆଇସକ୍ରିମ୍‌, ଡ୍ରାଏ ଫ୍ରୁଟ୍‌, ମସଲା ଆଦି ଫ୍ଲେଭରର ପାନ ବାହାର କରିପାରିବେ।

ମହାରାଷ୍ଟ୍ରରେ ଲଗାତର କରୋନା ସଂକ୍ରମଣ ବଢୁଥିବାରୁ ପୁଣେରେ ଏହି ମେଶିନ ଗୁରୁବାର ରାତିରେ ଲଗାଯାଇଛି। ଏପରି ମେଶିନ ଲଗାଯିବା ପଛରେ ୫୧ ବର୍ଷୀୟ ଶରତ ମୋରେଙ୍କ ହାତ ରହିଛି। ଶରତଙ୍କ ଦୋକାନରେ ୫ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କା ପର୍ଯ୍ୟନ୍ତ ପାନ ରହିଛି। ଏପରି ମେଶିନ ଲଗାଇବା ପାଇଁ ଶରତଙ୍କ ମୁଣ୍ଡକୁ ୧୦ ବର୍ଷ ତଳେ ବୁଦ୍ଧି ଆସିଥିଲା। ଯାହା ବର୍ତ୍ତମାନ ସଫଳ ହୋଇଛି। ସେ ଏଥିରେ ୩-୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। କରୋନା ମହାମାରୀ ସମୟରେ ଏହା ସଫଳ ହୋଇଥିବା ଶରତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri