ଆତ୍ମଜୀବନୀର ଆତ୍ମକଥା

ରାଧାଶ୍ୟାମ ରାଉଳ

 

‘ଆତ୍ମଜୀବନୀର ଆତ୍ମକଥା’ ଶୀର୍ଷକ ଏକ ସାହିତ୍ୟ ଚର୍ଚ୍ଚାରେ ସମ୍ମାନିତ ବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ସୌଭାଗ୍ୟ ସାହୁ, ଆତ୍ମଜୀବନୀ କ’ଣ, ଜୀବନୀ ଓ ଆତ୍ମଜୀବନୀ ମଧ୍ୟରେ ପାର୍ଥକ୍ୟ କ’ଣ, କେଉଁମାନେ ଆତ୍ମଜୀବନୀ ଲେଖନ୍ତି ଓ କାହିଁକି ଲେଖନ୍ତି, ଆତ୍ମଜୀବନୀର ବୈଶିଷ୍ଟ୍ୟ ଓ ସ୍ବରୂପ କ’ଣ, ଅତୀତରୁ ଆଜି ପର୍ଯ୍ୟନ୍ତ ଆତ୍ମଜୀବନୀ ଲେଖିଥିବା କେତେଜଣ ବିଶେଷ ବ୍ୟକ୍ତିଙ୍କର ନାମ ଏବଂ ସେମାନେ ଲେଖିଥିବା ସେମାନଙ୍କ ଆତ୍ମଜୀବନୀ ପୁସ୍ତକର ନାମ, ଅନ୍ୟମାନଙ୍କର ଆତ୍ମଜୀବନୀ ପୁସ୍ତକଗୁଡ଼ିକୁ କାହିଁକି ଜଣେ ପଢ଼ିବ, କ’ଣ ସେଇସବୁ ପୁସ୍ତକରୁ ଜାଣିବାକୁ ଏବଂ ଶିଖିବାକୁ ମିଳେ ଇତ୍ୟାଦି ଇତ୍ୟାଦି ସମ୍ପର୍କରେ ଦୀର୍ଘ ୧ଘଣ୍ଟାର ଲମ୍ବା ବକ୍ତବ୍ୟ ପ୍ରଦାନକଲେ। ପ୍ରଫେସର ମହାଶୟ ମଧ୍ୟ ନିଜ ସମ୍ପର୍କରେ ସୂଚନା ଦେବାକୁ ଯାଇ କହିଲେ,ସେ ତାଙ୍କର ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ଚାକିରି ଜୀବନକାଳ ଭିତରେ କିଛି ସାହିତ୍ୟ ଫାହିତ୍ୟ ରଚନା କିମ୍ବା କିଛି ଲେଖାଲେଖି କରିପାରି ନ ଥିଲେ। ଚାକିରିରୁ ଅବସର ନେବା ପରେ କିଛି ଲେଖାଲେଖି କରିବାକୁ ଆଗ୍ରହୀ ଥିଲେ ହେଁ କ’ଣ ଲେଖିବେ,କ’ଣ ନାଇଁ-ଏଇ ଦ୍ୱନ୍ଦ୍ୱ ଭିତରେ ଧନ୍ଦିହୋଇ ଶେଷକୁ ଆତ୍ମଜୀବନୀ ଲେଖିବାକୁ ସ୍ଥିରକଲେ ଏବଂ ତାକୁ ଲେଖିଲେ ମଧ୍ୟ।
ତା’ପରେ ଛାଆଁକୁ ଛାଆଁ ଗଳ୍ପ,କବିତା, ପ୍ରବନ୍ଧ, ନାଟକ, ଉପନ୍ୟାସ ଆଦି ଲେଖିବା ପାଇଁ ତାଙ୍କୁ ପର୍ଯ୍ୟାପ୍ତ ଉତ୍ସାହ ଓ ପ୍ରେରଣା ମିଳିଗଲା। ତେବେ ପ୍ରଫେସର ମହାଶୟଙ୍କର କହିବାର କଥା, ତାଙ୍କ ସାହିତ୍ୟ ସାଧନାର ଭିତ୍ତିଭୂମି ଓ ପହିଲି ପୁଲକ ହେଉଛି ତାଙ୍କର ଆତ୍ମଜୀବନୀ ଲେଖା!
ଏବେ ଏ ଚର୍ଚ୍ଚାକୁ ନିର୍ଦ୍ଦିଷ୍ଟ ଭବନ ବା କକ୍ଷ ଭିତରେ ସୀମିତ ନ ରଖି ସାର୍ବଜନୀନ କରିବାର ଆବଶ୍ୟକତା ରହିଛି। ଆତ୍ମଜୀବନୀ ହେଉଛି ଆତ୍ମଚରିତ ବା ଆତ୍ମକାହାଣୀ; ନିଜ ଜୀବଦ୍ଦଶାରେ ଘଟିଥିବା ଘଟଣା,ଦୁର୍ଘଟଣା, ସୁଖଦୁଃଖ, ଆବେଗ ଉଦ୍‌ବେଗ,ଉତ୍ଥାନ ପତନ ଆଦିର ବର୍ଣ୍ଣନାତ୍ମକ ଦଲିଲ! ଯେଉଁମାନେ ସାମାଜିକ ଜୀବନରେ, ରାଜନୀତି କ୍ଷେତ୍ରରେ, ସାହିତ୍ୟ, ସଂସ୍କୃତି, ସମାଜସେବା,କ୍ରୀଡ଼ା,ଚଳଚ୍ଚିତ୍ର ଆଦି କ୍ଷେତ୍ରରେ ଲବ୍ଧପ୍ରତିଷ୍ଠ,ସ୍ବନାମଧନ୍ୟ, ଖ୍ୟାତିସମ୍ପନ୍ନ, ସେମାନେ ଆତ୍ମଜୀବନୀ ଲେଖନ୍ତି, ଲେଖିବା ମଧ୍ୟ ଉଚିତ। କାରଣ ସାଧାରଣ ପାଠକ ସେସବୁ ତଥାକଥିତ ବଡ଼ଲୋକମାନଙ୍କର ଜୀବନ କାହାଣୀ ଜାଣିବାକୁ ଚାହାନ୍ତି,ପଢ଼ିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରନ୍ତି। ସେମାନଙ୍କର ସଂଗ୍ରାମ, ସଂଘର୍ଷ,ସଫଳତା,କୃତି, ସ୍ବୀକୃତି, ଖ୍ୟାତି,ସ୍ମୃତି, ଅନୁଭୂତି, ବିଚାର,ଆଚାର, ଦୃଷ୍ଟିଭଙ୍ଗୀ ବାବଦରେ ମଧ୍ୟ ଜାଣିବାକୁ ଚାହାନ୍ତି। ଅବଶ୍ୟ ଅନ୍ୟମାନଙ୍କ ପାଇଁ ଆତ୍ମଜୀବନୀ ଲେଖିବା ମନା ନାହିଁ।
ନିଜ ସହ ସମକାଳୀନ ଘଟଣା ବିଶେଷକରି ଗୁରୁତ୍ୱପୂର୍ଣ୍ଣ ଓ ଉଲ୍ଲେଖନୀୟ ଘଟଣା ,ଲୋକ ସମ୍ପର୍କ, ସାମ୍ନା କରୁଥିବା ସମସ୍ୟା,ଆହ୍ବାନ, ପାଇଥିବା ସଫଳତା, ବିଫଳତା ଏବଂ ଜୀବନର ଶିକ୍ଷଣୀୟ ତଥା ଉପାଦେୟ ଉପାଦାନ ଆଦି ଆତ୍ମଜୀବନୀରେ ସ୍ଥାନିତ ହେବା ନିହାତି ଆବଶ୍ୟକ। ନିଜ ଜୀବନାନୁଭୂତି, ସମକାଳର ସାହିତ୍ୟ, ସଂସ୍କୃତି, ଶାସନ, ସରକାର, ପାରିବାରିକ ସମ୍ପର୍କ, ସାମାଜିକ ଚଳଣି, ରାଜନୀତି, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦି ତଥ୍ୟ ପାଠକମାନଙ୍କୁ ଅବଗତ ଓ ଆମୋଦିତ କରିବା ହେଉଛି ଆତ୍ମଜୀବନୀ ଲେଖକଙ୍କର ଉଦ୍ଦେଶ୍ୟ । ଶତାବ୍ଦୀ ଶତାବ୍ଦୀ ଧରି ଆତ୍ମଜୀବନୀ ଏକ ବିଶେଷ ଶୈଳୀର ସାହିତ୍ୟ ଭାବରେ ଜନମାନସରେ ମାନ୍ୟତା ପାଇଆସୁଛି।
ଏବେ ପ୍ରଶ୍ନ ଆସୁଛି, ଆତ୍ମଜୀବନୀ ଲେଖୁଥିବା ଲେଖକମାନଙ୍କର ଆତ୍ମଜୀବନୀର ଆତ୍ମକଥା କେତେ ମୌଳିକ,କେତେ ମନଗଢ଼ା,କେତେ ସତ୍ୟ କେତେ ଛଳନା,କେତେ
ସ୍ବୀକାରୋକ୍ତି କେତେ ବାହାନା? ଆୟର୍ଲାଣ୍ଡର ବିଶ୍ବ ପ୍ରସିଦ୍ଧ ନାଟ୍ୟକାର ଜର୍ଜ ବର୍ନାଡ୍‌ ଶ’ଙ୍କ ମତରେ ‘ସବୁ ଆତ୍ମଜୀବନୀ ହେଉଛି ଉଦ୍ଦେଶ୍ୟମୂଳକ ମିଛ’।‘All autobiographies are deliberate lies’. ଆତ୍ମଜୀବନୀ ପ୍ରକୃତ, ଯଥାର୍ଥ,ବିଶ୍ୱାସଯୋଗ୍ୟ ନୁହେଁ। କାରଣ ଜଣେ ତାଙ୍କର ଦୃଷ୍ଟିଭଙ୍ଗୀ, ବିଚାରବୋଧ, ସ୍ମୃତି, ଅନୁଭୂତିକୁ ନେଇ ତାଙ୍କ ଆତ୍ମକଥା ଲେଖିଥାନ୍ତି, ଯାହା ସମ୍ପୂର୍ଣ୍ଣ ସତ୍ୟ ଆଧାରିତ ନୁହେଁ। ଅଧିକନ୍ତୁ ଏହା ସୁନିର୍ବାଚିତ , କପୋଳକଳ୍ପିତ,ମନଗଢ଼ା, ଅବାସ୍ତବ ଏବଂ ସର୍ବୋପରି ଉଦ୍ଦେଶ୍ୟଭିତ୍ତିକ ହେବାର ସମ୍ଭାବନା ଯଥେଷ୍ଟ ଥାଏ! ଏହା ମଧ୍ୟ କୁହାଯାଇପାରେ ଯେ, ଆତ୍ମଜୀବନୀର ଆତ୍ମକଥାରେ ଘଟଣା ଓ ଚରିତ୍ରର ବ୍ୟାଖ୍ୟା, ବ୍ୟୁତ୍ପତ୍ତି ଓ ସେ ସମ୍ବନ୍ଧୀୟ ମତାମତରେ ଯଥେଷ୍ଟ ନାଟକୀୟତା ରହୁଥିବାରୁ ଏହା ସତ୍ୟଠାରୁ ଦୂରେଇଯାଏ। ଆତ୍ମଜୀବନୀ ଲେଖୁଥିବା ଲେଖକ ନିଜେ ନିଜକୁ ସବୁ ଭଲଗୁଣ,ସକାରାତ୍ମକ ଲକ୍ଷଣର ଅଧିକାରୀ ବୋଲି ବିଦିତ କରିବା ପୁଣି ନିଜ ସପକ୍ଷରେ ନିଜେ ଅକାଟ୍ୟ ଯୁକ୍ତି ବାଢ଼ିବା ସାଧାରଣତଃ ପରିଲକ୍ଷିତ ହୁଏ। ଅପ୍ରିୟ ସତ୍ୟ ଓ ନିଷ୍ଠୁର ବାସ୍ତବତାକୁ ଚାପିଦେଇ ନିଜେ ଭଲ, ନିଜର ସବୁ କାର୍ଯ୍ୟ ଓ ଗୁଣ ଭଲ ବୋଲି ରଙ୍ଗିନ ଅବତାରଣା ଓ ଉପସ୍ଥାପନା ରହୁଛି ପ୍ରାୟ ପ୍ରତ୍ୟେକ ଆତ୍ମଜୀବନୀରେ। ଅତଏବ ଏଇ ଦୃଷ୍ଟିରୁ ଆତ୍ମଜୀବନୀକୁ ଆତ୍ମ ବିଜ୍ଞାପନ କହିଲେ ହୁଏତ ଅଧିକ ପ୍ରାସଙ୍ଗିକ ହେବ! କାରଣ ଆତ୍ମଜୀବନୀରେ ଆତ୍ମକଥା ବଖାଣିବା ବେଳେ ଲେଖକ ନିଜ ଗୁଣ ଓ କାର୍ଯ୍ୟର ଉଭୟ ପାର୍ଶ୍ୱ (ଭଲ ଓ ମନ୍ଦ ଗୁଣ ) ପ୍ରାୟତଃ ବଖାଣନ୍ତି ନାହିଁ । ନିଜର ଯଶ,ଖ୍ୟାତି, କୃତିତ୍ୱ, ସୌଭାଗ୍ୟ, ସଫଳତା ଦିଗକୁ ଅଧିକ ଗୁରୁତ୍ୱ ଦେଇ ଲେଖୁଥିବାବେଳେ ନିଜର ପରାଜୟ, ବିଫଳତା ଅପଯଶ, କୁଖ୍ୟାତି ଓ ଅନ୍ୟାନ୍ୟ ଅବିଗୁଣକୁ ଗୁରୁତ୍ୱ ନ ଦେଇ ଚାପିଦିଅନ୍ତି। ଦାମ୍ପତ୍ୟ ଜୀବନରେ କଳହ, ବିବାଦ, ସନ୍ଦେହ,ଭୁଲ୍‌ ବୁଝାମଣା, ପାରିବାରିକ ଅଶାନ୍ତି, ବାପପୁଅ ଭିତରେ, ଭାଇ ଭାଇ ଭିତରେ ତିକ୍ତତା, ମନୋମାଳିନ୍ୟ,ମତ ପାର୍ଥକ୍ୟ ଆଦିକୁ ଆତ୍ମଜୀବନୀରେ କ୍ୱଚିତ କେଉଁଠି ଦେଖିବାକୁ ମିଳେ। ଇଏ ବଡ଼ ବିପର୍ଯ୍ୟୟ, ଅଭାବନୀୟ ପରିସ୍ଥିତି! ଏ ଦିଗଟି ଅଭାବ ରହିଲେ, ‘ଆତ୍ମଜୀବନୀର ଆତ୍ମକଥା’କୁ ଶତ ପ୍ରତିଶତ ଠିକ୍‌ କହିବା ସତ୍ୟର ଅପଳାପ ହେବ ନିଶ୍ଚୟ!
ଆତ୍ମଜୀବନୀର ଆତ୍ମକଥା ସ୍ବଚ୍ଛ, ସ୍ପଷ୍ଟ, ପ୍ରାଞ୍ଜଳ, ନିଷ୍କପଟ ହେବା ଉଚିତ । ଉତ୍କଟ, ଉଦ୍ଭଟ, କପୋଳକଳ୍ପିତ,ଅତିରଞ୍ଜିତ ହେବା ଅନୁଚିତ। ଆତ୍ମପ୍ରଶଂସା ସର୍ବସ୍ବ ହେବା ମଧ୍ୟ ଅନୁଚିତ। ଏଥିରେ ନିର୍ଦ୍ଦିଷ୍ଟ ବାର୍ତ୍ତା ରହୁ; ଯାହା ବ୍ୟକ୍ତି ଚରିତ୍ର ଓ ସମାଜରେ ସୁଧାର ଓ ସଂଶୋଧନ ଆଣିବା କ୍ଷେତ୍ରରେ ସହାୟକ ହେବ। ସମକାଳୀନ ବା ତତ୍କାଳୀନ ସମାଜର ଚିତ୍ର, ଘଟଣା, ସୁଖଦୁଃଖ , ଆଶ୍ୱାସନା, ଅବସୋସ ମଧ୍ୟ ଏଥିରେ ରହୁ । ସାହିତ୍ୟର ଅନ୍ୟାନ୍ୟ ବିଭାଗ ପରି ଆତ୍ମଜୀବନୀର ମଧ୍ୟ ନିରପେକ୍ଷ ଓ ଯଥାଯଥ ସମୀକ୍ଷା, ମୂଲ୍ୟାୟନ ହେବା ଉଚିତ। ବୃହତ୍ତର ପାଠକ ସମାଜ ନ ଚାହିଁବା ଯାଏଁ ଆତ୍ମଜୀବନୀ ଲେଖିବା କେବଳ ତୁଚ୍ଛା ଅହଂର ପ୍ରଦର୍ଶନ!
ମର୍କତନଗର,କଟକ
ମୋ: ୯୪୩୭୦୯୦୯୮୫


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri