
ଧରାକୋଟ,୨୮ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ଢଉଗାଁ ନିକଟରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଗୋଟିଏ ଯାତ୍ରୀବାହୀ ଅଟୋ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ମୃତକ ଜଣକ ହେଲେ ଲକ୍ଷ୍ମୀପୁର ଗ୍ରାମର ମାଲୁଣି ଦାସ(୫୨)।
ଆଜି ଅଟୋଟି ଲକ୍ଷ୍ମୀପୁରରୁ ୧୨ ଜଣ ଶ୍ରମିକ ଧରି ବାହାଡ଼ାଗୁଡ଼ା କେନାଲ କାମକୁ ଯାଉଥିଲା। ହେଲେ ହଠାତ ଦାନ ଗାଁ ନିକଟରେ ଜଣେ ଶ୍ରମିକ ଖସି ପଡ଼ିବାରୁ ତାଙ୍କୁ ଧରିବା ପାଇଁ ଅଟୋ ଚାଳକ ଉଦ୍ୟମ କରିବାରୁ ଅଟୋଟି ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା।
ଅନ୍ୟ ପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଟୋକୁ ଜବତ କରିଛି। ହେଲେ ଗୋଟିଏ ଅଟୋରେ ୧୨ ଜଣ ଶ୍ରମିକ ଯିବା ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।