‘ଦି ଚିପ୍‌କୋ ମୁଭମେଣ୍ଟ’ ଲେଖକ

– ଜିତେନ୍ଦ୍ର କୁମାର ନାୟକ

 

ଦ୍ରୁତ ଜଙ୍ଗଲକ୍ଷୟ ରୋକିବା ଓ ପରିବେଶ ସଚେତନତା ଦିଗରେ ଉତ୍ତରାଖଣ୍ଡ (ଉତ୍ତରପ୍ରଦେଶର ଏକ ଅଂଶ ଥିଲା)ରେ ୧୯୭୩ରେ ଆରମ୍ଭ ହୋଇଥିବା ‘ଚିପ୍‌କୋ ମୁଭମେଣ୍ଟ’ ବା ‘ଚିପ୍‌କୋ ଆନ୍ଦୋଳନ’ ସେତେବେଳେ ବିଶ୍ୱକୁ ନୂଆ ଦିଗ ଦେଖାଇଥିଲା। ବୃକ୍ଷକୁ ବଞ୍ଚାଇବା ସକାଶେ ଯେଉଁ ଅହିଂସା ଅଭିଯାନ ହୋଇଥିଲା, ତାହାର ପୁରୋଧା ଥିଲେ ଗାନ୍ଧୀ ଆଦର୍ଶବାଦୀ ବିଶିଷ୍ଟ ପରିବେଶବିତ୍‌ ସୁନ୍ଦରଲାଲ ବହୁଗୁଣା। ଏବର ପିଢ଼ି ଯଦି ଚିପ୍‌କୋ ଆନ୍ଦୋଳନର ସେହି ସମୟର ଚିତ୍ରକୁ ଖୋଜିବେ ସେମାନେ ଦେଖିବାକୁ ପାଇବେ ମହିଳାମାନେ କିଭଳି ଗଛକୁ ବଞ୍ଚାଇବା ପାଇଁ ତାହାକୁ ଜାବୁଡ଼ି ଧରିଥିଲେ। ଏ ବିଷୟରେ ଆଲୋଚନା ହେଲା ବେଳେ ସୁନ୍ଦରଲାଲ ବହୁଗୁଣା ଓ ରମଣ ମାଗସେସେ ପୁରସ୍କାର ବିଜେତା ଚଣ୍ଡିପ୍ରସାଦ ଭଟ୍ଟଙ୍କ ସହ ଅନେକ ପରିବେଶବିତ୍‌ଙ୍କ କଥା ଉଠିଥାଏ। କିନ୍ତୁ ଯେଉଁ ସାଧାରଣ ମହିଳା ଓ ପୁରୁଷ ଏହାକୁ ଏକ ମିଶନ ଭାବେ ନେଇ ଜଙ୍ଗଲ ସୁରକ୍ଷା ଓ ହିମାଳୟ ଜୈବବିବିଧତାକୁ ବଜାୟ ରଖିବା ଦିଗରେ ନିଜକୁ ନିୟୋଜିତ କରି ଆନ୍ଦୋଳନକୁ ସଫଳ କରିଥିଲେ, ସେହିମାନଙ୍କ କଥା କ୍ୱଚିତ ଶୁଣିବାକୁ ମିଳେ। ହେଲେ ଏବେ ସେହି ଗଛ ଆଢ଼ୁଆଳରେ ରହିଯାଇଥିବା ବ୍ୟକ୍ତିଙ୍କ କାହାଣୀ ଓ ଅବଦାନକୁ ଉତ୍ତରାଖଣ୍ଡର ଐତିହାସିକ, ଲେଖକ ତଥା ଶିକ୍ଷାବିତ୍‌ ଶେଖର ପାଠକ ତାଙ୍କ ପୁସ୍ତକ ‘ଦି ଚିପ୍‌କୋ ମୁଭମେଣ୍ଟ’ରେ ସ୍ଥାନ ଦେଇଛନ୍ତି। ତାଙ୍କ ବର୍ଣ୍ଣନା ଅତି ଜୀବନ୍ତ ହୋଇଥିବାରୁ ସେ ‘କମଳାଦେବୀ ଚଟ୍ଟୋପାଧ୍ୟାୟ ଏନ୍‌ଆଇଏଫ୍‌ ବୁକ୍‌ ପ୍ରାଇଜ୍‌ ୨୦୨୨’ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ନ୍ୟୁ ଇଣ୍ଡିଆ ଫାଉଣ୍ଡେଶନ (ଏନ୍‌ଆଇଏଫ୍‌) ପକ୍ଷରୁ ନିକଟରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଏହି ପୁରସ୍କାର ୨୦୧୮ରେ ପ୍ରତିଷ୍ଠା କରାଯାଇଥିଲା। ସ୍ବାଧୀନତା ସଂଗ୍ରାମରେ ମହିଳା ଆନ୍ଦୋଳନ, ଶରଣାର୍ଥୀ ଥଇଥାନ ଓ ହସ୍ତଶିଳ୍ପ ପ୍ରସାର ଦିଗରେ କମଳାଦେବୀଙ୍କ ଭୂମିକା ଥିଲା ଅନନ୍ୟ। ତେବେ ଆଧୁନିକ ଓ ସମକାଳୀନ ଭାରତ ଉପରେ ବାସ୍ତବଧର୍ମୀ ଲେଖାକୁ ମାନ୍ୟତା ଦେବା ଲାଗି ଏହାର ଲେଖକଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ଦିଆଯାଇଆସୁଛି। ଶେଖର ପାଠକଙ୍କୁ ୨୦୨୨ ସମ୍ମାନ ଦିଆଯିବାର ବିଶେଷତ୍ୱ ବହନ କରୁଥିବା ମୁଖ୍ୟ କାରକ ହେଲା ଚିପ୍‌କୋ ମୁଭମେଣ୍ଟ ଉପରେ ତାଙ୍କର ଗଭୀର ଅନ୍ତର୍ଦୃଷ୍ଟି। ସାମୂହିକ ପଦକ୍ଷେପର ରୂପାନ୍ତରଣ ଶକ୍ତି କିଭଳି ପ୍ରାମାଣିକ ଅନୁସ୍ମାରକ ବହନ କରିଥାଏ, ତାହା ଏହି ପୁସ୍ତକରୁ ସ୍ପଷ୍ଟ ପ୍ରତୀତ ହୋଇଛି ବୋଲି ବିଚାରକମଣ୍ଡଳୀ ମତବ୍ୟକ୍ତ କରିଛନ୍ତି। ସେମାନଙ୍କ ମତରେ ଏହା କେବଳ ଏକ ସମୟର ଇତିହାସକୁ ସୂଚାଉ ନାହିଁ, ବରଂ ପରିବେଶ ଓ ଗଣତନ୍ତ୍ର ସମ୍ମୁଖୀନ ହେଉଥିବା ସଙ୍କଟକୁ ଦର୍ଶାଇଛି। ଏଭଳି ଅନୁଶୀଳନ କରିଥିବା ଚଳିତବର୍ଷର ୬ ବିଚାରକମଣ୍ଡଳୀ ହେଲେ-ରାଜନୀତି ବିଜ୍ଞାନୀ ତଥା ଲେଖକ ନିର୍‌ଜା ଗୋପାଳ ଜୟାଲ, ଉଦ୍ୟୋଗୀ ମନୀଷ ସଭରଓ୍ବାଲ, ଐତିହାସିକ-ଲେଖକ ଶ୍ରୀନାଥ ରାଘବନ, ଐତିହାସିକ-ଲେଖକ ନୟନଜ୍ୟୋତ୍‌ ଲାହିରି, ପୂର୍ବତନ କୂଟନୀତିଜ୍ଞ-ଲେଖକ ନଭ୍‌ତେଜ୍‌ ସର୍‌ନା ଏବଂ ଆଟର୍ନି-ଲେଖକ ରାହୁଲ ମଟ୍ଟହାନ୍‌।
ଦୀର୍ଘବର୍ଷ ପରେ ଚିପ୍‌କୋ ଆନ୍ଦୋଳନ ବିଷୟରେ ପୁନଶ୍ଚ ଚର୍ଚ୍ଚା କରିବା ଲାଗି ଅବସର ସୃଷ୍ଟି କରିଥିବା ଶେଖର ପାଠକଙ୍କ ଜନ୍ମ ଡେରାଡୁନ୍‌ରେ ୧୯୪୮ରେ ହୋଇଥିବା ଜଣାପଡ଼େ। ସେ ନୈନିତାଲସ୍ଥିତ କୁମାୟୁନ୍‌ ବିଶ୍ୱବିଦ୍ୟାଳୟର ଇତିହାସ ପ୍ରଫେସର ଥିଲେ। କିନ୍ତୁ ୧୯୭୪, ୧୯୮୪, ୧୯୯୪ ଓ ୨୦୦୪ ଯାଏ ପ୍ରତି ୧୦ ବର୍ଷରେ ଥରେ ହିମାଳୟ ପରିରକ୍ଷଣ ଦିଗରେ ପଦଯାତ୍ରାରେ ଯାଇଥାଆନ୍ତି। ତାହା ଅସକଟ୍‌-ଅରାକଟ୍‌ରୁ ଆରମ୍ଭ ହୋଇଥାଏ। ସୂଚନା ଦିଆଯାଇପାରେ ଯେ, ୧୯୭୪ରେ କେତେଜଣ ଯୁବକ ପ୍ରକୃତି ଓ ପର୍ବତ ସୁରକ୍ଷା ଦିଗରେ ଏହି ପଦଯାତ୍ରା ଆରମ୍ଭ କରିଥିଲେ। ଏହା ଏବେ ୫ ଦଶନ୍ଧି ଦେଖି ଏକ ଅଭିଯାନରେ ପରିଣତ ହୋଇଯାଇଛି। ଶିକ୍ଷାଦାନ ସହ ପରିବେଶ ପ୍ରତି ତାଙ୍କ ପ୍ରତିବଦ୍ଧତା ଶେଖରଙ୍କୁ ଏକ ସଙ୍ଗଠନ ଗଢ଼ିବାକୁ ପ୍ରେରଣା ଦେଇଥିଲା। ହିମାଳୟ ଲୋକଙ୍କ ଉପରେ ଗବେଷଣା କରିବା ଲାଗି ୧୯୮୩ରେ ଗଢ଼ାଯାଇଥିବା ନୈନିତାଲଭିତ୍ତିକ ଅଣଲାଭଦାୟକ ସଂସ୍ଥା ପିପୁଲ୍ସ ଆସୋସିଏସନ୍‌ ଫର୍‌ ହିମାଲୟ ଏରିଆ ରିସର୍ଚ୍ଚ (ପାହାର)ର ସେ ପ୍ରତିଷ୍ଠାତା ସମ୍ପାଦକ ଥିଲେ। ତାଙ୍କ କାର୍ଯ୍ୟ ବିଶ୍ୱସ୍ତରୀୟ ସଙ୍ଗଠନକୁ ଆକର୍ଷିତ କରିଛି। ୨୦୦୨ ଏପ୍ରିଲରେ ସିକ୍କିମ୍‌ର ୟୁକ୍‌ସୋମଠାରେ ଅନୁଷ୍ଠିତ ଓ୍ବାର୍ଲଡ ମାଉଣ୍ଟେନ୍‌ ପିପୁଲ ଆସୋସିଏସନ୍‌ର ଏସିଆ ବୈଠକରେ ଶେଖର ଭାରତୀୟ ଚାପ୍ଟରର ଜାତୀୟ ସଂଯୋଜକ ଦାୟିତ୍ୱ ନେବା ଲାଗି ବଛାଯାଇଥିଲେ। ରମଣ ମାଗ୍‌ସେସେ ପୁରସ୍କାର ବିଜେତା ଚଣ୍ଡିପ୍ରସାଦ ଭଟ୍ଟଙ୍କ ସହ ମିଶି ହିମାଳୟ ଲୋକଙ୍କ ଉପରେ ଗବେଷଣା କରିବା ଲାଗି ୩ ବର୍ଷିଆ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଶେଖର ଲେହରୁ ଅରୁଣାଚଳ ପ୍ରଦେଶ ଯାତ୍ରା କରିଥିଲେ। ୨୦୦୭ରେ ଭାରତ ସରକାରଙ୍କ ‘ପଦ୍ମଶ୍ରୀ’ ସମ୍ମାନ ସହ ଅନେକ ପୁରସ୍କାର ପାଇଥିବା ଶେଖର ପ୍ରକୃତି, ପରିବେଶ, ପାହାଡ଼ ଓ ଏହା କଡ଼େ କଡ଼େ ବାସ କରୁଥିବା ଲୋକଙ୍କ ଉପରେ ଅନବରତ କାର୍ଯ୍ୟ କରି ସମାଜ ଆଗରେ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri