Posted inଖେଳ

ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆର ବଡ଼ ବିଜୟ

ବିଶାଖାପାଟଣା, ୧୬ା୧୦- ଅଧିନାୟିକା ଆଲିସା ହିଲିଙ୍କ ଅପରାଜିତ ଶତକ ଓ ଫୋଏବେ ଲିଚ୍‌ଫିଲ୍ଡଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ଆଇସିସି ମହିଳା ବିଶ୍ୱକପ୍‌ରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚ୍‌କୁ ୧୦ ଉଇକେଟରେ ଜିତି ନେଇଛି। ଏହା ଅଷ୍ଟ୍ରେଲିଆର ଚତୁର୍ଥ ବିଜୟ। ଏହି ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ୫ ମ୍ୟାଚ୍‌ରେ ୯ ପଏଣ୍ଟ ସହ ଶୀର୍ଷକୁ ଫେରିଛି।

ଜିତି ବାଂଲାଦେଶ ୫୦ ଓଭରରେ ୯ ଉଇକେଟ ହରାଇ ୧୯୮ ରନ କରିଥିଲା। ଦଳ ପାଇଁ ସୋଭନା ମୋଷ୍ଟାରୀ ଅପରାଜିତ ୬୬ (୯ ଚୌକା) ଓ ରୁବ୍ୟା ହାଇଦର ୪୪ (୮ ଚୌକା) ରନ କରିଥିଲେ। ଅଷ୍ଟ୍ରେଲିଆ ପାଇଁ ଆଶଲେ ଗାର୍ଡନର, ଆଲାନା କିଙ୍ଗ, ଆବାବେଲ ସଦରଲାଣ୍ଡ ଓ ଜର୍ଜିଆ ଓ୍ବାରେହମ ୨ ଲେଖାଏ ଉଇକେଟ ନେଇଥିଲେ। ଚଳିତ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଦଳକୁ ଅଲଆଉଟ୍‌ କରିବାରେ ପ୍ରଥମଥର ପାଇଁ ବିଫଳ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ୨୪.୫ ଓଭରରେ ବିନା ଉଇକେଟରେ ୨୦୨ ରନ କରି ମ୍ୟାଚ୍‌ ଜିତି ନେଇଥିଲା। ଅଧିନାୟିକା ହିଲି ୧୧୩ (୨୦ ଚୌକା) ଓ ଲିଚ୍‌ଫିଲ୍ଡ ୮୪ (୧୨ ଚୌକା ଓ ୧ ଛକା) ରନ କରି ଅପରାଜିତ ରହିଥିଲେ। ଏହା ହିଲିଙ୍କ ଚଳିତ ବିଶ୍ୱକପ୍‌ରେ ଦ୍ୱିତୀୟ ଶତକ ଥିଲା।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକ ଫଳାଫଳ: ସଫଳତାର ଶୀର୍ଷରେ ଘନଶ୍ୟାମ-ଏଞ୍ଜେଲିନା, ବିଭିନ୍ନ ମହଲରୁ ଶୁଭେଚ୍ଛା

ଥୁଆମୂଳ ରାମପୁର, ୩ା୫ (ଦୁର୍ଗା କୀର୍ତ୍ତି): ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଶିକ୍ଷା କ୍ଷେତ୍ରରେ ଏକ ନୂତନ…

କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା: ଗୋଡ଼ରେ ଲେଖି ମାଟ୍ରିକ୍‌ ପରୀକ୍ଷା ପାସ୍‌ କଲେ ଲକ୍ଷ୍ମୀ

ମାଲକାନଗିରି,୩ା୫(ଗୌରିଶଙ୍କର ପଣ୍ଡା/ଦୁର୍ଯ୍ୟୋଧନ ପାତ୍ର): ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା । ମାଲକାନଗିରି ଜିଲାର ଲକ୍ଷ୍ମୀ ଖିମୁଣ୍ଡୁ ୨ ହାତ…

ସାନ ଭାଇକୁ ହତ୍ୟା କରି କୂଅରେ ଫିଙ୍ଗିଦେଲେ ଦୁର୍ବୃତ୍ତ, ମର୍ମାହତ ହୋଇ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ବଡ଼ ଭାଇ

ଜୟପୁର,୩ା୫: ରାଜସ୍ଥାନର ବାଲୋତରା ଜିଲାରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ଅପହରଣ କରି ପିଟି ପିଟି ହତ୍ୟା କରିଛନ୍ତି । ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କ ମୃତଦେହକୁ…

ବଡ଼ ଦୁଃଖଦ ଘଟଣା, ମୁଣ୍ଡନ ସମାରୋହରେ ଗଙ୍ଗାରେ ବୁଡ଼ିଗଲେ ୬

ଲକ୍ଷ୍ନୌ,୩ା୫: ରବିବାର ଦିନ ଉତ୍ତର ପ୍ରଦେଶର ବାଲିଆ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି । ମୁଣ୍ଡନ ପରେ  ଗଙ୍ଗା ନଦୀରେ ଗାଧୋଇବା ସମୟରେ…

ଓଲଟିଲା ମିକ୍ସଚର ମେସିନ୍ ଗାଡ଼ି, ମାଟି ତଳେ ଚାପି ହୋଇ ରହିଛନ୍ତି ଡ୍ରାଇଭର

ଭଞ୍ଜନଗର,୩।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାର ତିଲିସିଙ୍ଗି ନିକଟରେ ଦୁର୍ଘଟଣା । ରାସ୍ତା କାମରେ ନିୟୋଜିତ ଏକ ମିକ୍ସଚର ମେସିନ୍ ଗାଡ଼ି ଓଲଟି…

ସାମାନ୍ୟ ବର୍ଷାରେ ବେହାଲ ଛତ୍ରପୁର, କଲେଜ ପରିସରରେ ଅଣ୍ଟାଏ ପାଣି

ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ଛତ୍ରପୁରରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହୋଇଛି । ତେବେ ହେଡ଼ କ୍ୱାଟରରେ ଥିବା ଜାତୀୟ ରାଜ ପଥରେ ସରବିସ…

ଚେନ୍ନାଇ ବିମାନବନ୍ଦରରେ ଚାଞ୍ଚଲ୍ୟ! ବିମାନରେ ଯାତ୍ରୀ ଖୋଲିଦେଲେ ଏମରଜେନ୍ସି ଦ୍ବାର, ତାପରେ…

ତାମିଲନାଡୁ,୩।୫: ଚେନ୍ନାଇ ବିମାନବନ୍ଦରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଲ୍ୟାଣ୍ଡିଂ କରିବା ପରେ ଏୟାର ଆରବିୟାର ଏକ ବିମାନରେ ଥିବା ଜଣେ ଯାତ୍ରୀ ଜରୁରୀକାଳୀନ…

ସାମ୍ବାଦିକଙ୍କ ଦାବି ପୂରଣ କରାଯାଉ: ଆଇନଜୀବୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର, ଓ ଜାତୀୟ ମାନବ ଅଧିକାର ଆୟୋଗରେ ଅଭିଯୋଗ

କୋରାପୁଟ/ନନ୍ଦପୁର,୩।୫(ଅମିତାଭ ବେହେରା/ତୁଷାର କାନ୍ତ ମହାନ୍ତି): ଭାରତୀୟ ସମ୍ବିଧାନରେ ଗଣମାଧ୍ୟମ  ଚତୁର୍ଥ ସ୍ତମ୍ଭ । ଗଣମାଧ୍ୟମ ପ୍ରତିନିଧି ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମନା କରି ସରକାରଙ୍କ ଶାସନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri