Categories: ଖେଳ

ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଝଟ୍‌କା

ସିଡନୀ,୨୭।୧୦: ଇଂଲଣ୍ଡ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଛି ଆଉ ଏକ ଝଟ୍‌କା। ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ମାଥ୍ୟୁ ଓ୍ବେଡ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୫ ସଦସ୍ୟ ବିଶିଷ୍ଟ ଦଳରେ ଏକମାତ୍ର ଉଇକେଟକିପର ଓ୍ବେଡ୍‌ଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି। ଏଣୁ ସେ ଇଂଲଣ୍ଡ ବିପକ୍ଷେରେ ଖେଳିପାରନ୍ତି ବୋଲି ଆଶା କରାଯାଉଛି।

କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ଓ୍ବେଡ୍‌ ଅଷ୍ଟ୍ରେଲିଆର ଇନଡୋର ଟ୍ରେନିଂ ଅଧିବେଶନରେ ଭାଗ ନେଇ ନାହାନ୍ତି। ଏଭଳି ସ୍ଥିତିରେ ସେ ଯଦି ମ୍ୟାଚ୍‌ରେ ଖେଳି ନ ପାରନ୍ତି ତେବେ ଡେଭିଡ୍‌ ଓ୍ବାର୍ନର କିମ୍ବା ଗ୍ଲେନ ମ୍ୟାକ୍ସଓ୍ବେଲ୍‌ ଇଂଲଣ୍ଡ ବିପକ୍ଷରେ ଉଇକେଟକିପର ଦାୟିତ୍ୱ ଗ୍ରହଣ କରିବେ ବୋଲି କୁହାଯାଉଛି।

ପୂର୍ବରୁ ଅଷ୍ଟ୍ରେଲିଆର ଆଡାମ ଜାମ୍ପା କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ସେ ଅଷ୍ଟ୍ରେଲିଆର ଶେଷ ମୁକାବିଲାରେ ଖେଳି ନ ଥିଲେ।

Share