Posted inଖେଳ

ଅଷ୍ଟ୍ରେଲିଆନ ଓପନ୍‌  ସେରେନା- ଓସାକା ସେମିଫାଇନାଲ

ମେଲବୋର୍ନ,୧୭।୨: ଅଷ୍ଟ୍ରେଲିଆନ ଓପନ ଟେନିସ୍‌ ଟୁର୍ନାମେଣ୍ଟରେ ଅଭିଜ୍ଞ ଆମେରିକୀୟ ମହିଳା ଖେଳାଳି ସେରେନା ଓ୍ବିଲିୟମ୍ସ ପୁଣି ଥରେ ନିଜର ଯାଦୁ ଦେଖାଇଛନ୍ତି। ଟୁର୍ନାମେଣ୍ଟରେ ୧୦ତମ ସିଡ୍‌ ମାନ୍ୟତା ପାଇଥିବା ୩୯ ବର୍ଷୀୟ ସେରେନା ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମୁକାବିଲାରେ ସେରେନା ସ୍ଥାନୀୟ ରୋଡ ଲାଭେର ଏରିନାରେ ବିଶ୍ୱର ୨ ନମ୍ବର ଖେଳାଳି ରୋମାନିଆର ସିମୋନା ହାଲେପଙ୍କୁ ୬-୩, ୬-୩ ସେଟ୍‌ରେ ଅତି ସହଜରେ ପରାସ୍ତ କରି ସେମିକୁ ଉଠିଛନ୍ତି। ସେମିରେ ସେ ଏବେ ତୃତୀୟ ସିଡ୍‌ ଜାପାନର ୨୩ ବର୍ଷୀୟ ଖେଳାଳି ତଥା ୩ଟି ଗ୍ରାଣ୍ଡସ୍ଲାମ ଟାଇଟଲ ବିଜୟିନୀ ନାଓମି ଓସାକାଙ୍କୁ ଭେଟିବେ। ଓସାକା ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ ଚାଇନିଜ ତାଇପେର ଅଣସିଡ୍‌ ଅଭିଜ୍ଞ ଖେଳାଳି ସୁ- ଓ୍ବେଇ ସିହେଙ୍କୁ ମାତ୍ର ୬୬ ମିନିଟ୍‌ରେ ୬-୨, ୬-୨ ସେଟ୍‌ରେ ପରାସ୍ତ କରି ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଜୟୀ ହେବା ପାଇଁ ଓସାକାଙ୍କୁ ସେତେଟା କଷ୍ଟ କରିବାକୁ ପଡି ନ ଥିଲା। ଏହାପୂର୍ବରୁ ୨୦୧୮ ୟୁଏସ୍‌ ଓପନ୍‌ ଫାଇନାଲରେ ସେରେନା ଓ ଓସାକା ଶେଷଥର ପାଇଁ ପରସ୍ପରକୁ ଭେଟିଥିଲେ। ସେତେବେଳେ ଅମ୍ପାୟର କାର୍ଲୋସ ରାମୋସ୍‌ଙ୍କ ସହ ସେରେନାଙ୍କ ବିବାଦ ନେଇ ଚର୍ଚ୍ଚା ହୋଇଥିଲା।
ସେରେନା ଏଥିସହ କ୍ୟାରିୟରର ୪୦ତମ ଗ୍ରାଣ୍ଡସ୍ଲାମ ସେମିଫାଇନାଲ ଖେଳିବେ। ଏଥର ଅଷ୍ଟ୍ରେଲିଆନ ଓପନ୍‌ରେ ସଫଳ ହେଲେ ସେ ୨୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ମାର୍ଗାରେଟ କୋର୍ଟଙ୍କ ବିଶ୍ୱ ରେକର୍ଡର ସମକକ୍ଷ ହେବେ। ପାଖାପାଖି ୪ ବର୍ଷ ତଳେ ସେରେନା ଅଷ୍ଟ୍ରେଲିଆନ ଓପନ୍‌ରେ ଶେଷଥର ପାଇଁ ଗ୍ରାଣ୍ଡସ୍ଲାମ ଜିତିଥିଲେ। ଏଥର ତ୍ରୁଟି ସୁଧାରି ରେକର୍ଡ ସମକକ୍ଷ ହେବା ଲକ୍ଷ୍ୟରେ ସେରେନା ରହିଛନ୍ତି। ଅନ୍ୟପଟେ ହାଲେପ ଗତ ସଂସ୍କରଣର ସେମି ଫାଇନାଲରେ ପ୍ରବେଶ କରିଥିଲେ ଓ ୨୦୧୮ ଫାଇନାଲରେ ପରାସ୍ତ ହୋଇ ରନର୍ସ ଅପ୍‌ ହୋଇଥିଲେ। ଅନ୍ୟପଟେ ଓସାକା ୨୦୧୯ରେ ଅଷ୍ଟ୍ରେଲିଆନ ଓପନ ସିଙ୍ଗଲ୍ସ ଟାଇଟଲ ହାସଲ କରିଥିଲେ। ତେବେ ସେ ୨୦୧୮ ଓ ୨୦୨୦ରେ ୟୁଏସ୍‌ ଓପନରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ। ନିଜ ପ୍ରଦର୍ଶନରେ ସେରେନା ଓ ଓସାକା ଖୁସି ଜାହିର କରିଛନ୍ତି। ଓସାକାଙ୍କଠାରୁ ସେରେନା ୧୭ ବର୍ଷ ବଡ଼ ହୋଇଥିବାରୁ ସେମିଫାଇନାଲ ମୁକାବିଲା ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

ଆଜି ଶାନ୍ତିରେ ଟିକେ ଶୋଇବି, କାହିଁକି ଏମିତି କହିଲେ ଆର୍‌ସିବି ଅଧିନାୟକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri