Posted inଖେଳ

ଅଷ୍ଟ୍ରେଲିଆନ୍‌ ଓପନ୍‌: ଡୋଡିଗ୍‌- ପୋଲାସେକ ଚାମ୍ପିୟନ

ମେଲବୋର୍ନ,୨୨।୨(ଏପି): ଅଷ୍ଟ୍ରେଲିଆନ ଓପନ୍‌ ପୁରୁଷ ଡବଲ୍ସ ମୁକାବିଲାରେ କ୍ରୋଏସିଆର ଇଭାନ ଡୋଡିଗ ଓ ସ୍ଲୋଭାକିଆର ଫିଲିପ୍‌ ପୋଲାସେକ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ନବମ ସିଡ୍‌ ମାନ୍ୟତା ପାଇଥିବା ଏହି ଯୋଡି ୬-୩, ୬-୪ ସେଟ୍‌ରେ ପଞ୍ଚମ ସିଡ୍‌ ମାନ୍ୟତା ପାଇଥିବା ଆମେରିକାର ରାଜୀବ ରାମ ଓ ୟୁନାଇଟେଡ କିଙ୍ଗ୍‌ଡମ୍‌ର ଜୋଏ ସାଲିସ୍‌ବୁରୀଙ୍କୁ ଅତି ସହଜରେ ହରାଇ ଟାଇଟଲ ଜିତିଛନ୍ତି।
ଏକ କନ୍ୟା ସନ୍ତାନର ପିତା ହେବାର ଠିକ୍‌ ଗୋଟିଏ ଦିନ ପରେ ୩୫ ବର୍ଷୀୟ ପୋଲାସେକ ଏହି ସଫଳତା ପାଇଛନ୍ତି। ବାମ ଗୋଡରେ ଇଞ୍ଜୁରି କାରଣରୁ ପୋଲାସେକ ୨୦୧୩ରେ ଅବସର ଗ୍ରହଣ କରିଥିଲେ ଓ ୫ବର୍ଷ ଖେଳରୁ ଦୂରେଇ ରହିବା ପରେ ଜୁନିୟର ଖେଳାଳିଙ୍କୁ କୋଚିଂ ଦେଇଥିଲେ। ତେବେ ସେ ୨୦୧୮ରେ ପ୍ରତ୍ୟାବର୍ତ୍ତନ କରିଥିଲେ। ସ୍ଲୋଭାକିଆର ଦ୍ୱିତୀୟ ଖେଳାଳି ଭାବେ ପୋଲାସେକ କୌଣସି ମେଜର ଟାଇଟଲ ଜିତିଛନ୍ତି। ପୂର୍ବରୁ କ୍ରୋଏସିଆର ଡାନିଏଲା ହାଣ୍ଟୁକୋଭା ୪ଟି ଗ୍ରାଣ୍ଡସ୍ଲାମ ମିକ୍ସଡ ଡବଲ୍ସ ଟାଇଟଲ ହାସଲ କରିଥିଲେ। ସେହିପରି ଡୋଡିଗ ଦ୍ୱିତୀୟଥର ପାଇଁ ମେଜର ଟାଇଟଲ ଜିତିଛନ୍ତି। ୨୦୧୫ରେ ଡୋଡିଗ୍‌ ମାର୍ସେଲୋ ମେଲୋଙ୍କ ସହ ଫ୍ରେଞ୍ଚ୍‌ ଓପନ ଡବଲ୍ସ ଟାଇଟଲ ଜିତିଥିଲେ।
ରନର୍ସ ଅପ୍‌ ହୋଇଥିବା ରାଜୀବ ଶନିବାର ମିକ୍ସଡ୍‌ ଡବଲ୍ସ ଟାଇଟଲ ହାସଲ କରିଥିଲେ। ମିକ୍ସଡ୍‌ ଡବଲ୍ସ ଇଭେଣ୍ଟରେ ଚେକ୍‌ ଗଣରାଜ୍ୟର ବାରବୋରା କ୍ରେଜ୍‌ସିକୋଭା ଓ ରାଜୀବ ଟାଇଟଲ ହାସଲ କରିଥିଲେ। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଷଷ୍ଠ ସିଡ୍‌ ଏହି ଯୋଡି ୬-୧, ୬-୪ ସେଟ୍‌ରେ ଅତି ସହଜରେ ସ୍ଥାନୀୟ ଓ୍ବାଇଲ୍ଡ କାର୍ଡ ଯୋଡି ସାମନ୍ଥା ଷ୍ଟୋସୁର ଓ ମାଥ୍ୟୁ ଏବେଡେନଙ୍କୁ ହରାଇ ଚାମ୍ପିୟନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri