Posted inଖେଳ

୧୨ ବର୍ଷ ପରେ ଜିତିଲା ଅଷ୍ଟ୍ରେଲିଆ

ଅଲ ଓ୍ବାକରା(କାତାର),୨୭।୧୧,(ପି.ଟି.): ଚଳିତ ଫିଫା ବିଶ୍ୱକପ୍‌ରେ ନିଜର ପ୍ରଥମ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ। ଟ୍ୟୁନିସିଆକୁ ୧-୦ରେ ହରାଇବା ସହିତ ଶନିବାର ପ୍ରଥମ ବିଜୟ ହାସଲ କରିଛି ଦଳ। ଏହା ସହିତ ଗ୍ରୁପ୍‌ ଡି’ର ପଏଣ୍ଟ ଟେବଲର ଦ୍ୱିତୀୟ ସ୍ଥାନରେ ରହି ନକ୍‌ଆଉଟ ଆଶା ଉଜ୍ଜୀବିତ ରଖିଛି। ଅଲ ଜନୌବ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ମିଚେଲ୍‌ ଡ୍ୟୁକଙ୍କ ଏକମାତ୍ର ଗୋଲ ବଳରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ମ୍ୟାଚର ପ୍ରଥମାର୍ଦ୍ଧରେ ହିଁ ଡ୍ୟୁକ ଏହି ଗୋଲ ସ୍କୋର କରିଥିଲେ। ସେହିପରି ୧୨ ବର୍ଷ ପରେ ଅଷ୍ଟ୍ରେଲିଆ ବିଶ୍ୱକପ୍‌ରେ ବିଜୟ ହାସଲ କରିଛି। ଶେଷ ଥର ପାଇଁ ୨୦୧୦ ବିଶ୍ୱକପରେ ଦଳ ସର୍ବିୟା ବିପକ୍ଷରେ ବିଜୟୀ ହୋଇଥିଲା। ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଫ୍ରାନ୍ସ ନିକଟରୁ ଅଷ୍ଟ୍ରେଲିଆ ୪-୧ରେ ପରାଜିତ ହୋଇଥିଲା। ସେହିପରି ୟୁରୋ ସେମିଫାଇନାଲିଷ୍ଟ ଡେନ୍‌ମାର୍କ ବିପକ୍ଷରେ ମ୍ୟାଚ୍‌ ଡ୍ର ରଖିଥିବା ଟ୍ୟୁନିସିଆ ସହିତ ପଏଣ୍ଟ ଭାଗ କରିଥିବା ଏହି ଦଳକୁ ପରାସ୍ତ କରି ଅଷ୍ଟ୍ରେଲିଆ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଶନିବାର ଟ୍ୟୁନିସିଆ ୩-୪-୨-୧ ଓ ଅଷ୍ଟ୍ରେଲିଆ ୪-୪-୨ କମ୍ବିନେଶନ ସହିତ ପଡିଆକୁ ଓହ୍ଲାଇଥିଲେ। ଟ୍ୟୁନିସିଆ ଦଳ ମ୍ୟାଚର ୫୮% ସମୟ ବଲକୁ ନିୟନ୍ତ୍ରଣରେ ମଧ୍ୟ ରଖିଥିଲା। ଏପରିକି ଟ୍ୟୁନିସିଆ ଦଳର ୧୪ ଶଟ୍‌ ଟାର୍ଗେଟରେ ରହିଥିବା ବେଳେ ଅଷ୍ଟ୍ରେଲିଆର ୯ଟି ଶଟ୍‌ ଟାର୍ଗେଟରେ ରହିଥିଲା। ଅଷ୍ଟ୍ରେଲିଆ ଓ ଟ୍ୟୁନିସିଆ ପକ୍ଷରୁ ଯଥାକ୍ରମେ ୧୫ ଓ ୧୬ଟି ଲେଖାଏ ଫାଉଲ୍‌ କରାଯାଇଥିବା ବେଳେ ଟ୍ୟୁନିସିଆକୁ ୩ ୟେଲୋ କାର୍ଡ ମିଳିଥିଲା। ପ୍ରଥମାର୍ଦ୍ଧର ୨୩ ତମ ମିନିଟରେ ହିଁ ମ୍ୟାଚର ଏକମାତ୍ର ଗୋଲ ଦେଖିବାକୁ ମିଳିଥିଲା। ବାମ ପାର୍ଶ୍ୱରୁ କ୍ରେଗ ଗୁଡଓ୍ବିନ୍‌ଙ୍କ ଏକ ଶକ୍ତିଶାଳୀ ଶଟ୍‌କୁ ଅଟକାଇବାକୁ ପ୍ରୟାସ କରିଥିଲେ ଟ୍ୟୁନିସିଆ ଡିଫେଣ୍ଡର। ତେବେ ଶଟ୍‌ଟି ତାଙ୍କ ବୁଟ୍‌ରେ ବାଜି ଉଠି ଯାଇଥିବା ବେଳେ ଏହାକୁ ହେଡର ଜରିଆରେ ଗୋଲରେ ପରିଣତ କରିଥିଲେ ମିଚେଲ୍‌ ଡ୍ୟୁକ୍‌। ଗୋଲ ସ୍କୋର କରିବା ପରେ ଆଙ୍ଗୁଠିରେ ଜେ ଆକୃତିର ମୁଦ୍ରା ସହିତ ସେ ସେଲିବ୍ରେଶନ୍‌ କରିଥିଲେ। ଦର୍ଶକ ଷ୍ଟାଣ୍ଡରେ ଉପସ୍ଥିତ ଥିବା ପୁଅ ଜାକ୍ସନ୍‌ ପାଇଁ ସେ ଏହି ସେଲିବ୍ରେଶନ କରିଥିଲେ। ଷ୍ଟାଡିୟମରେ ଶନିବାର ୪୧,୮୨୩ ଦର୍ଶକ ଉପସ୍ଥିତ ରହିଥିବା ବେଳେ ଏହା ମଧ୍ୟରେ ଅଧିକାଂଶ ଟ୍ୟୁନିସିଆର ଦର୍ଶକ ରହିଥିଲେ। ସେହିପରି ମ୍ୟାଚ ଶେଷ ବେଳକୁ ଟ୍ୟୁନିସିଆର ଫ୍ୟାନ୍‌ମାନେ ଏକ ବଡ ଫ୍ରି ପାଲେଷ୍ଟାଇନ୍‌ ପତାକା ଧରି ଷ୍ଟାଡିୟମରେ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri