Posted inଫୁରସତ

ଆମେରିକା ପାରାକୁ ମାରିବାକୁ ଚାହୁଁଛି ଅଷ୍ଟ୍ରେଲିଆ, କାରଣ…

ଅଷ୍ଟ୍ରେଲିଆ ସରକାର ଆମେରିକାରୁ ଆସିଥିବା ଏକ ଧଳାରଙ୍ଗର ପାରାକୁ ମାରିବା ପାଇଁ ଚେଷ୍ଟା ଚଳାଇଛି। ଫଳରେ ଏହି ପାରାର ଜୀବନ ଏବେ ବିପଦରେ। ଅଷ୍ଟ୍ରେଲିଆ ସରକାରଙ୍କ ମତରେ ଏହି ପାରା ଆସିଥିବାରୁ ନାନା ରୋଗ ହେବ। ପାରାଟି ଆମେରିକାରୁ ୧୩ ହଜାର କିଲୋମିଟର ଉଡ଼ି ଆସି ଅଷ୍ଟ୍ରେଲିଆରେ ପହଞ୍ଚିଛି।
ଏକ ରିପୋର୍ଟ ଅନୁଯାୟୀ, ଗତ ଅକ୍ଟୋବରରେ ଏକ ଧଳା ପାରା ଆମେରିକାର ଅରେଗନରୁ ପାରା ରେସ୍‌ରେ ଭାଗ ନେଇଥିଲା। ମାତ୍ର ରେସ୍‌ ସମୟରେ ଏହା କେଉଁଆଡ଼େ ଉଡ଼ିଗଲା। ଏହାର ନାମ ଜୋ। ଏହାର ଗୋଡ଼ରେ ଏକ ନୀଳ ରଙ୍ଗର ପଟି ବନ୍ଧା ଯାଇଥିଲା। ଯାହା କି ରେସ୍‌ରେ ଭାଗ ନେଇଥିବା ଜଣାପଡ଼ିବା ପାଇଁ ବନ୍ଧା ଯାଇଥିଲା। ୧୩ ହଜାର କିଲୋମିଟର ଯାତ୍ରା କରି ୨୬ ଡିସେମ୍ବରରେ ମେଲବୋର୍ନରେ ପହଞ୍ଚିଥିଲା।

ବର୍ତ୍ତମାନ ପାରା ଗୋଡ଼ରେ ବନ୍ଧା ଯାଇଥିବା ନୀଳ ରଙ୍ଗର ବ୍ୟାଣ୍ଡ ଆଧାରରେ ଅଷ୍ଟ୍ରେଲିଆ ସରକାର ଏହା ଅନୁମାନ କରିଛି କି, ପାରାଟି ରୋଗ ସୃଷ୍ଟି କରିବ। ତେଣୁ ପାରାଟିକୁ ମାରି ଦେବାକୁ ନିଷ୍ପତ୍ତି ନେଇଛି। ଓକ୍‌ଲାହୋମାସ୍ଥିତ ଆମେରିକାନ ରେସିଂ ପିଜନ ୟୁନିୟନର ସ୍ପୋର୍ଟସ ଡେଭଲପମେଣ୍ଟ ମ୍ୟାନେଜର ଡିୟୋନ ରୋବର୍ଟସ କୁହନ୍ତି, ପାରା ଗୋଡ଼ରେ ବନ୍ଧା ଯାଇଥିବା ବ୍ୟାଣ୍ଡ ନକଲି ଅଟେ। ତାଙ୍କ କହିବା ଅନୁଯାୟୀ, ଅଷ୍ଟ୍ରେଲିଆରେ ଯେଉଁ ପାରା ସହିତ ମିଶା ଯାଇ ଏହି ଆମେରିକୀୟ ନୀଳ ବ୍ୟାଣ୍ଡ ବନ୍ଧା ଥିବା ପାରା ଭିନ୍ନ ଅଟେ। କାରଣ ଏହି ପାରା ରେସ୍‌ କରି ପାରି କୁଆଡ଼େ ଗାଏବ ହୋଇଯାଇଥିଲା। ଏହା ଆମେରିକାର ନୁହେଁ। ଅଷ୍ଟ୍ରେଲିଆ କୃଷି ବିଭାଗ କହିଛି, ଯଦି ଏହି ପାରା ଗୋଡ଼ରେ ବନ୍ଧା ଯାଇଥିବା ବ୍ୟାଣ୍ଡ ନକଲି ହୋଇଥିବ ତେବେ ଏହାକୁ ମରାଯିବ ନାହିଁ। ମାତ୍ର ଧଳା ପାରା ହୋଇଥିବାରୁ ଏହା ପ୍ରତି ନଜର ରଖାଯାଇଛି। ଗୁରୁବାର ଅଷ୍ଟ୍ରେଲିଆ ସରକାର କହିଛନ୍ତି, ଏହି ପାରାର ଏଠାରେ ରହିବାର କୌଣସି ହକ୍‌ ନାହିଁ। ଏହା ଦ୍ୱାରା ଅନ୍ୟ ପକ୍ଷୀମାନଙ୍କ ଜୀବନ ବିପଦପୂର୍ଣ୍ଣ ହୋଇଯିବ। ତେବେ ଦ୍ୱନ୍ଦ୍ୱରେ ପଡ଼ିଛି ଅଷ୍ଟ୍ରେଲିଆ ସରକାର। ପାରାର ଗତିବିଧିକୁ ଲକ୍ଷ୍ୟ ରଖି ଯାହା ନିଷ୍ପତ୍ତି ନିଆଯିବ ବୋଲି ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri