Posted inଖେଳ

ପଏଣ୍ଟ ଭାଗକଲେ ଅଷ୍ଟ୍ରେଲିଆ-ଆର୍ଜେଣ୍ଟିନା

ଭୁବନେଶ୍ୱର, ୧୭।୧(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ର ସୋମବାର ଅନୁଷ୍ଠିତ ଅଷ୍ଟ୍ରେଲିଆ-ଆର୍ଜେଣ୍ଟନା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ୩-୩ ଗୋଲରେ ଡ୍ର ରହିଛି। ଫଳରେ ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ଭାଗ କରିଛନ୍ତି। ବିଶ୍ୱର ନମ୍ବର ୱାନ୍‌ ଦଳ ଆରମ୍ଭରୁ ଗୋଲ ସ୍କୋର କରି ଆଗୁଆ ରହିଥିଲେ ହେଁ ଆର୍ଜେଣ୍ଟିନା କଡ଼ା ଟକ୍କର ଦେଇ ଏକଦା ବିଜୟୀ ହେବା ସ୍ଥିତି ସୃଷ୍ଟି କରିଥିଲା। ମାତ୍ର ଶେଷ ମୁହୂର୍ତ୍ତ ଗୋଲ ବଳରେ ଅଷ୍ଟ୍ରେଲିଆ ମ୍ୟାଚ୍‌କୁ ଡ୍ର ରଖିବାରେ ସକ୍ଷମ ହୋଇଥିଲା। ପୂରା ମ୍ୟାଚ୍‌ରେ ଆକର୍ଷଣୀୟ ପ୍ରଦର୍ଶନ କରିଥିବା ଆର୍ଜେଣ୍ଟିନାର ମାର୍ଟିନ ଫେରେରୋ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ପୁଲ୍‌ ଏ’ରୁ କେଉଁ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବ ଏବଂ କେଉଁ ୨ ଦଳ କ୍ରସ୍‌ ଓଭର ଖେଳିବେ ତାହା ୨୦ ତାରିଖରେ ହେବାକୁଥିବା ଲିଗ୍‌ ମ୍ୟାଚ୍‌ ପରେ ସ୍ପଷ୍ଟ ହେବ। ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ୨ଟି ଲେଖାଏ ମ୍ୟାଚ୍‌ରୁ ୪ ପଏଣ୍ଟ ଲେଖାଏ ପାଇଛନ୍ତି। ତେବେ ଗୋଲ ବ୍ୟବଧାନରେ ଅଷ୍ଟ୍ରେଲିଆ ଶୀର୍ଷରେ ରହିଛି। ଫ୍ରାନ୍ସ ୩ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି।
ବିଶ୍ୱର ନମ୍ବର ୱାନ୍‌ ଦଳ ଅଷ୍ଟ୍ରେଲିଆ ପାରମ୍ପରିକ ଷ୍ଟାଇଲରେ ଆରମ୍ଭରୁ ଆକ୍ରମଣ କରି ଖେଳିଥିଲା। ମାତ୍ର ୭ ନମ୍ବର ଦଳ ଆର୍ଜେଣ୍ଟିନା କଡ଼ା ଟକ୍କର ଦେଇଥିଲା। ଫଳରେ ୫ମ ମିନିଟରେ ଆର୍ଜେଣ୍ଟିନାକୁ ପ୍ରଥମେ ପେନାଲ୍ଟି କର୍ନର ମିଳିଥିଲା। ମାତ୍ର ଅଷ୍ଟ୍ରେଲିଆ ଡିଫେଣ୍ଡରମାନେ ଏହାର ସଫଳ ପ୍ରତିହତ କରିଥିଲେ। କାଉଣ୍ଟର ଆକ୍ରମଣ କରି ଫାଇଦାରେ ରହିଥିଲା ଟୁର୍ନାମେଣ୍ଟରେ ସର୍ବାଧିକ ପଦକ ହାସଲକାରୀ ଦଳ। ୧୦ମ ମିନିଟ୍‌ରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଜେରେମି ହେୱାର୍ଡ ଅଷ୍ଟ୍ରେଲିଆକୁ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ ଆର୍ଜେଣ୍ଟିନା ଗୋଲ ପରିଶୋଧ ପାଇଁ ଉଦ୍ୟମକୁ ଜୋର୍‌ଦାର କରିଥିଲା। ୧୯ତମ ମିନିଟ୍‌ରେ ଦଳ ଏକ ପେନାଲ୍ଟି କର୍ନର ହାସଲ କରିଥିଲା, ଯାହାର ସଦୁପଯୋଗ କରିଥିଲେ ଡୋମେନେ ଟୋମାସ। ସେ ଗୋଲଟି ପରିଶୋଧ କରିଦେବାରୁ ମ୍ୟାଚ୍‌ ୧-୧ ସ୍ଥିତିକୁ ଚାଲିଆସିଥିଲା। ମାତ୍ର ଏହାପରେ ଅଷ୍ଟ୍ରେଲିଆ ଘନ ଘନ ଆକ୍ରମଣ କରିଥିଲା। ପ୍ରଥମାର୍ଦ୍ଧ ଶେଷପର୍ଯ୍ୟନ୍ତ ବଲ୍‌ ପ୍ରାୟତଃ ଆର୍ଜେଣ୍ଟିନା ହାଫ୍‌ରେ ରହିଥିଲା। ୩୦ତମ ମିନିଟରେ ଆର୍ଜେଣ୍ଟିନା ଡି’ ଏରିଆ ମଧ୍ୟରେ ବଲ୍‌ ପାଇଁ ସଂଘର୍ଷ ଚାଲିଥିବାବେଳେ ୨୩ ନମ୍ବର ଖେଳାଳି ଡାନିଏଲ ବାଏଲ ଏକ ଫିଲ୍ଡ ଗୋଲ ଦେଇ ଅଷ୍ଟ୍ରେଲିଆକୁ ପୁଣି ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧ ଶେଷବେଳକୁ ଅଷ୍ଟ୍ରେଲିଆ ୨-୧ ଗୋଲରେ ଆଗୁଆ ରହିଥିଲା।
ଦ୍ୱିତୀୟାର୍ଦ୍ଧରୁ ଆରମ୍ଭ ହୋଇଥିଲା ଅସଲ ଖେଳ। ସହଜରେ ହାର୍‌ ମାନିବାକୁ ପ୍ରସ୍ତୁତ ନ ଥିଲା ଆର୍ଜେଣ୍ଟିନା। ୩୩ତମ ମିନିଟରେ ଏକ ଫିଲ୍ଡ ଗୋଲ ମାଧ୍ୟମରେ ଆର୍ଜେଣ୍ଟିନାର ମାଇକୋ କାସେଲା ମ୍ୟାଚ୍‌କୁ ସମାନ ୨-୨ ସ୍ଥିତିକୁ ନେଇ ଆସିଥିଲେ। ୪୭ତମ ମିନିଟ୍‌ରେ ଅଷ୍ଟ୍ରେଲିଆ କ୍ରମାଗତ ୨ଟି ପେନାଲ୍ଟି କର୍ନର ମିସ୍‌ କରିଥିବାବେଳେ ୪୯ତମ ମିନିଟରେ ବଲ୍‌ ପୋଜେଶନ ଅବସରରେ ନିଜକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖି ଆର୍ଜେଣ୍ଟିନା ପକ୍ଷରୁ ବହୁ ମୂଲ୍ୟବାନ୍‌ ଗୋଲଟି ସ୍କୋର କରିଥିଲେ ମାର୍ଟିନ ଫେରେରୋ। ୫୮ତମ ମିନିଟରେ ଉଭୟ ଦଳର ଅଧିକାଂଶ ଖେଳାଳି ମଝି ପଡ଼ିଆରେ ଥିବାବେଳେ ଆର୍ଜେଣ୍ଟିନା ଡିଫେଣ୍ଡର ମାରିଥିବା ଶଟ୍‌କୁ ପାଖରେ ଥିବା ଅଷ୍ଟ୍ରେଲିଆର ବ୍ଲେକ୍‌ ଗୋଭର୍ସ ଅଟକାଇ ଦେଇଥିଲେ। ଆର୍ଜେଣ୍ଟିନା ଗୋଲପୋଷ୍ଟରେ ବଡ଼ ଗ୍ୟାପ୍‌ର ସୁଯୋଗ ନେଇ ସେ ବଲ୍‌କୁ ପୋଷ୍ଟ ମଧ୍ୟକୁ ପଠାଇବାରେ ସକ୍ଷମ ହୋଇଥିଲେ। ଫଳରେ ମ୍ୟାଚ୍‌ ପୁଣି ସମାନ ସ୍ତରକୁ ଅର୍ଥାତ୍‌ ୩-୩କୁ ଚାଲିଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri