Posted inଖେଳ

ଭିକ୍ଟରଙ୍କ ଡବଲ ଗୋଲରେ ଫ୍ରାନ୍ସ ବିଜୟୀ

ଭୁବନେଶ୍ୱର, ୧୭।୧(କ୍ରୀଡ଼ା ପ୍ରତିନିଧି): ଅଧିନାୟକ ଭିକ୍ଟର ଚାର୍ଲେଟଙ୍କ ଡବଲ ଗୋଲ ବଳରେ ଫ୍ରାନ୍ସ ଚଳିତ ହକି ବିଶ୍ୱକପ୍‌ରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ସୋମବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପୁଲ୍‌ ଏ’ର ଏକ ମ୍ୟାଚ୍‌ରେ ଏହି ଦଳ ୨-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ୨ ମ୍ୟାଚରୁ ଏହା ଥିଲା ଫ୍ରାନ୍ସର ପ୍ରଥମ ବିଜୟ। ପ୍ରଥମ ମ୍ୟାଚ୍‌ରେ ଦଳ ୦-୮ ଗୋଲରେ ଟାଇଟଲ ଫେଭରାଇଟ ଅଷ୍ଟ୍ରେଲିଆ ନିକଟରୁ ହାରି ଯାଇଥିଲା। ଏଠାରେ ବିଜୟ ଫଳରେ ଫ୍ରାନ୍ସର କ୍ରସ୍‌ ଓଭର ଖେଳିବା ଆଶା ଉଜ୍ଜୀବିତ ରହିଛି। ଅନ୍ୟପକ୍ଷରେ ୨ ମ୍ୟାଚ୍‌ରୁ ଡବଲ ପରାଜୟ ଫଳରେ ଦକ୍ଷିିଣ ଆଫ୍ରିକା ଗ୍ରୁପ୍‌ ପର୍ଯ୍ୟାୟରୁ ଏଲିମିନେଟ ହେବାର ଦ୍ୱାରରେ ପହଞ୍ଚତ୍ୟାଇଛି। ଫ୍ରାନ୍ସ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଭିକ୍ଟର ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଫ୍ରାନ୍ସ ଏହାର ଅନ୍ତିମ ମ୍ୟାଚ୍‌ ୨୦ ତାରିଖରେ ଆର୍ଜେଣ୍ଟିନା ସହିତ ଖେଳିବ। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ସେହିଦିନ ଅନ୍ୟ ଏକ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ।
ଆରମ୍ଭରୁ ଫ୍ରାନ୍ସ ଆକ୍ରମଣାତ୍ମକ ଏବଂ ଦକ୍ଷିଣ ଆଫ୍ରିକା ରକ୍ଷଣାତ୍ମକ ରଣନୀତିରେ ଖେଳିଥିଲେ। ଫଳରେ ୬ଷ୍ଠ ମିନିଟ୍‌ରେ ଫ୍ରାନ୍ସକୁ ଲଗାତର ୨ଟି ପେନାଲ୍ଟି କର୍ନର ମିିଳିଥିଲା। ପ୍ରଥମଟି ବିଫଳ ହୋଇଥିଲେ ହେଁ ଦ୍ୱିତୀୟଟିକୁ ଗୋଲରେ ପରିଣତ କରି ଭିକ୍ସର ଫ୍ରାନ୍ସକୁ ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧ ଶେଷହେବାର ଅନ୍ତିମ କ୍ଷଣରେ ଦକ୍ଷିଣ ଆଫ୍ରିକା ଏକ ପେନାଲ୍ଟି କର୍ନର ପାଇଥିଲା। ଦଳର ୩୫ ନମ୍ବର ଖେଳାଳି କନ୍ନର ବିଉଚାମ୍ପ ଏହାକୁ ଗୋଲରେ ପରିଣତ କରିବାରୁ ମ୍ୟାଚ୍‌ ୧-୧ ସ୍ଥିତିକୁ ଚାଲିଆସିଥିଲା। ଫଳରେ ଦ୍ୱିତୀୟ କ୍ୱାର୍ଟର ରୋମାଞ୍ଚକ ହୋଇଥିଲା। ମାତ୍ର ଏହି ପର୍ଯ୍ୟାୟରେ କୌଣସି ଦଳ ଗୋଲ ସ୍କୋର କରିପାରି ନ ଥିଲେ। ତୃତୀୟ କ୍ୱାର୍ଟର ମଧ୍ୟ ଗୋଲଶୂନ୍ୟ ରହିଥିଲା। ମାତ୍ର ୪ର୍ଥ କ୍ୱାର୍ଟର ଅର୍ଥାତ୍‌ ମ୍ୟାଚ୍‌ର ୫୭ତମ ମିନିଟ୍‌ରେ ଫ୍ରାନ୍ସ ପାଇଥିବା ପେନାଲ୍ଟି କର୍ନରର ସଦୁପଯୋଗ କରିଥିଲେ ଭିକ୍ଟର। ତାଙ୍କ ଗୋଲ ବଳରେ ଫ୍ରାନ୍ସ ଅଗ୍ରଣୀ ହୋଇଯିବାରୁ ଦକ୍ଷିଣ ଆଫ୍ରିକାର ଆଶା ମଉଳି ଯାଇଥିଲା। ମ୍ୟାଚ୍‌ରେ ଫ୍ରାନ୍ସ ମୋଟ ୭ଟି ପେନାଲ୍ଟି କର୍ନର ପାଇଥିବାବେଳେ ଏଥିରୁ ୨ଟି ଗୋଲ ସ୍କୋର କରିଥିଲା। ଅନ୍ୟପକ୍ଷରେ ବିଳମ୍ବରେ ବିଶେଷକରି ଶେଷ କ୍ୱାର୍ଟରରେ ଆକ୍ରମଣକୁ ଜୋର୍‌ଦାର କରିଥିବା ଦକ୍ଷିଣ ଆଫ୍ରିକା ୬ଟି ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲେ ହେଁ ମାତ୍ର ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲା। ମ୍ୟାଚ୍‌ର ଶେଷ ମିନିଟ୍‌ ଅର୍ଥାତ୍‌ ୫୯ତମ ମିନିଟରେ ଦଳ ୩ଟି ପେନାଲ୍ଟି କର୍ନର ପାଇଥିଲା। ମାତ୍ର ତାହାର ସଦୁପଯୋଗ କରିପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌କୁ ନେଇ ଇଂଲଣ୍ଡ କୋଚ୍‌ ଦେଲେ ଏଭଳି ବୟାନ: କହିଲେ…

ନୂଆଦିଲ୍ଲୀ,୧୮।୨: ଇଂଲଣ୍ଡ କ୍ରିକେଟ ଟିମ୍‌ର ଅନେକ ଖେଳାଳି ଟେଷ୍ଟ କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ହେଁ ଆଇପିଏଲ୍‌ଠାରୁ ଦୂରରେ ରୁହନ୍ତି। ସେମାନଙ୍କ ମଧ୍ୟରେ ଜେମ୍ସ ଆଣ୍ଡରସନ...

‘୪ ଓଭର ବୋଲିଂ କରି ଥକି ପଡ଼ୁଛନ୍ତି ପେସର’

ନୂଆଦିଲ୍ଲୀ,୧।୭: ମାତ୍ର ୪ ଓଭର ବୋଲିଂ କରିବା ପରେ ବର୍ତ୍ତମାନ ପୀଢ଼ିର ବୋଲରମାନେ ଥକି ପଡ଼ୁଛନ୍ତି। କାର୍ଯ୍ୟଭାର ଯୋଗୁ ସେମାନଙ୍କୁ ୪ ଓଭରରୁ ଅଧିକ ବୋଲିଂ...

ନର୍ସଙ୍କ ପ୍ରେମରେ ଏହି କ୍ରିକେଟ୍‌ ଅଧିନାୟକ

ପ୍ରେମ କାହାକୁ କେତେବେଳେ ହୋଇଯାଏ ତାହା ଜାଣି ହୁଏ ନାହିଁ। ଏମିତି କିଛି ଘଟିଥିଲା ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଅଧିନାୟକ କେନ୍‌ ଓ୍ବିଲିମସନଙ୍କ କ୍ଷେତ୍ରରେ। ଚିକିତ୍ସା...

ଟସ୍‌ ଜିତି ଭାରତର ବ୍ୟାଟିଂ ଜାରି

ସାଉଥମ୍ପଟନ,୭।୭: ସ୍ଥାନୀୟ ରୋଜ ବାଉଲ ଷ୍ଟାଡିୟମରେ ଗୁରୁବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଗୁରୁବାର ପ୍ରଥମ ମ୍ୟାଚ ଆରମ୍ଭ...

ଆମେରିକା ପ୍ରତିନିଧି ଦଳର କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ

ଭୁବନେଶ୍ୱର, ୧୪ା୯(କ୍ରୀଡ଼ା ପ୍ରତିନିଧି): ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଭାରତର ୩ଟି ଭେନ୍ୟୁରେ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଅନୁଷ୍ଠିତ ହେବ। ଭାଗ...

ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌: ବିଜୟ ସହ ବର୍ଷ ଆରମ୍ଭ ଭାରତର ଲକ୍ଷ୍ୟ

ଭୁବନେଶ୍ୱର, ୧୦।୧(କ୍ରୀଡ଼ା ପ୍ରତିନିଧି)-ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ନେଦରଲାଣ୍ଡ୍ସ। ଚଳିତ ମାସ ୧୮ ଓ ୧୯ ତାରିଖରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ...

ଧୋନୀଙ୍କ ବଡ ଭକ୍ତ ଏହି ବାଂଲାଦେଶ ଖେଳାଳି

ବାଂଲାଦେଶ ଖେଳାଳି ମୁଶଫିକର ରହିମ ଭାରତୀୟ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କୁ ନିଜ ଆଦର୍ଶ ବୋଲି କହିଛନ୍ତି। ଉଇକେଟ୍‌ କିପିଂ, ବ୍ୟାଟିଂ ଏବଂ ଅଧିନାୟିକତ୍ୱ ସବୁଥିରେ...

ଅରୁଣ କୁମାର ଆମେରିକା କ୍ରିକେଟ ଟିମ୍‌ କୋଚ୍‌

ଚେନ୍ନାଇ, ୨୯ା୪ (ପି.ଟି.)-ପୂର୍ବତନ କର୍ନାଟକ ବ୍ୟାଟ୍ସମ୍ୟାନ ଜେ. ଅରୁଣ କୁମାର ମଙ୍ଗଳବାର ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ) କ୍ରିକେଟ ଟିମ୍‌ର କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ଅରୁଣ...

Advertisement
Archives

Model This Week