ଟ୍ରାନ୍ସଜେଣ୍ଡରଙ୍କ ପାଇଁ ବଡ ହୃଦୟ ଦେଖାଇଲେ ଆୟୁଷ୍ମାନ

ମୁମ୍ବାଇ: ନିକଟରେ ବଲିଉଡ ତାରକା ଆୟୁଷ୍ମାନ ଖୁରାନା ଚଣ୍ଡିଗଡ଼ରେ ଏକ ନିଆରା କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ସେ ଜିରକପୁରରେ ଏକ ଫୁଡ ଟ୍ରକର ଉଦଘାଟନ କରିଥିଲେ ଯାହା କେବଳ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ସଦସ୍ୟଙ୍କ ଦ୍ୱାରା ପରିଚାଳିତ। ‘ସ୍ବୀକାର’ନାମକ ଏହି ଫୁଡ ଟ୍ରକର ଉଦଘାଟନୀ ଉତ୍ସବରେ ଆୟୁଷ୍ମାନ ଖୁବ କୁଲ ଅନ୍ଦାଜରେ ନଜର ଆସିଥିଲେ। ଫୁଡ ଟ୍ରକ ନିକଟରେ ଏକ ନଡ଼ିଆ ଭାଙ୍ଗି ସେ ଏହାକୁ ଉଦଘାଟନ କରିଥିଲେ। ଟ୍ରାନ୍ସ ଜେଣ୍ଡର ସମ୍ପ୍ରଦାୟର ଅନେକ ଲୋକ ସେଠାରେ ଉପସ୍ଥିତ ଥିଲେ, ସେମାନଙ୍କ ମୁହଁରେ ଖୁସି ସ୍ପଷ୍ଟ ଭାବରେ ବାରିହୋଇପଡୁଥିଲା। ଏହାକୁ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ସ୍ବୀକୃତି ଏବଂ ସମର୍ଥନର ପ୍ରତୀକ ଭାବରେ ବିବେଚନା କରାଯାଉଛି। ଆୟୁଷ୍ମାନ ଖୁରାନାର କିଛି ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି ଯେଉଁଥିରେ ସେ ଏହି ଫୁଡ ଟ୍ରକ ଉଦଘାଟନ କରୁଥିବା ଦେଖିବାକୁ ମିଳିଛି।

ଫୁଡ ଟ୍ରକର ଉଦଘାଟନ କରି ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟକୁ ଏହାର ଚାବି ଆୟୁଷ୍ମାନ ହସ୍ତାନ୍ତର କରିଥିଲେ। ଏହି ପଦକ୍ଷେପ ମାଧ୍ୟମରେ ସମାବେଶ ଏବଂ ସଶକ୍ତିକରଣର ଗୁରୁତ୍ୱ ଉପରେ ଅଭିନେତା ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି ଯେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟକୁ ସମାଜରେ ଉତ୍ସାହିତ କରିବା ତଥା ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ଫୁଡ ଟ୍ରକକୁ ଉଦଘାଟନ କରାଯାଇଛି। ସାମାଜିକ ସମ୍ବେଦନଶୀଳତା ଏବଂ ସମର୍ଥନର ମହତ୍ୱକୁ ଗୁରୁତ୍ୱ ଦେଇ ସେ ଦେଶରେ ବାରମ୍ବାର ଅବହେଳିତ ଏବଂ ଉପେକ୍ଷିତ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ଦୁଃଖ ବିଷୟରେ ଖୋଲାଖୋଲି ଭାବେ କହିଥିଲେ। ଏହି ପଦକ୍ଷେପ ସେମାନଙ୍କୁ ଆତ୍ମନିର୍ଭରଶୀଳ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ବାଧୀନ କରିବାରେ ସାହାଯ୍ୟ କରିବ ବୋଲି ଅଭିନେତା ଆଶା ପ୍ରକଟ କରିଛନ୍ତି।
ଏହି ପଦକ୍ଷେପ ପାଇଁ ଟ୍ରାନ୍ସ ସମ୍ପ୍ରଦାୟରେ ଆୟୁଷ୍ମାନ ଖୁରାନାଙ୍କୁ ବହୁତ ପ୍ରଶଂସା କରାଯାଉଛି।
ଚଣ୍ଡିଗଡ଼ର ବିଶିଷ୍ଟ ଟ୍ରାନ୍ସ କାର୍ଯ୍ୟକର୍ତ୍ତା ଧନଞ୍ଜୟ ଚୌହାନ ଆୟୁଷ୍ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ପ୍ରତ୍ୟେକ ସମ୍ପ୍ରଦାୟର ଅନୁଭବ କିପରି ସଶକ୍ତ, ଆତ୍ମନିର୍ଭରଶୀଳ ଏବଂ ସୁରକ୍ଷିତ ତାହା ଦ୍ୱାରା ଦେଶର ପ୍ରଗତି ମାପ କରାଯାଇପାରିବ। LGBTQIA + ଅଧିକାର ପାଇଁ ଆୟୁଷ୍ମାନଙ୍କ ପଦକ୍ଷେପ ପାଇଁ ଧନ୍ୟବାଦ।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ରାମାୟଣ ସେଟ୍‌ରୁ ରଣବୀର କପୁର-ସାଇ ପଲ୍ଲବୀଙ୍କ ଲୁକ୍‌ ଭାଇରାଲ୍‌, ରାମ-ସୀତା ଅବତାରରେ ଆସିଲେ ନଜର

ଭୁବନେଶ୍ୱର,୨୭।୪: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର...

ସଲମାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା: ମାଷ୍ଟରମାଇଣ୍ଡଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ଜାରି

ମୁମ୍ବାଇ,୨୭।୪: ବାନ୍ଦ୍ରାସ୍ଥିତ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଆବାସ ବାହାରେ ହୋଇଥିବା ଗୁଳିମାଡ଼ ଘଟଣାରେ ଅନ୍‌ମୋଲ ବିଶ୍ନୋଇଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି। ଅନମୋଲ...

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri