କୋଭିଡ୍‌ ହସ୍ପିଟାଲ ଅବ୍ୟବସ୍ଥାକୁ ନେଇ ଅଡିଓ ଭାଇରାଲ ଘଟଣା: ୨ ଗିରଫ, ୩ ଦିନିଆ ରିମାଣ୍ଡରେ ଆସିବେ

ଭୁବନେଶ୍ୱର,୧୧।୮(ବ୍ୟୁରୋ):  କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥାକୁ ନେଇ ଏକ ବାର୍ତ୍ତାଳାପର ଅଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ବାଦବିବାଦ ସୃଷ୍ଟି ହେବାପରେ କ୍ୟାପିଟାଲ ଥାନା ପୋଲିସ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ସୋମବାର ଗିରଫ କରିଛି। ସେମାନେ ହେଲେ ପଳାଶୁଣି ନିଉ କଲୋନୀର ବିଶ୍ୱଜିତ ମହାନ୍ତି ଓ ରସୁଲଗଡ଼ରେ ରହୁଥିବା ଲକ୍ଷ୍ମୀକାନ୍ତ ବେହେରା। ପୋଲିସ କେସ୍‌ ନଂ. ୩୦୩/୨୦ ରୁଜୁ କରି ଦଫା ୨୬୯, ୨୭୦, ୫୦୫, ୧୨୦(ବି) ଲଗାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଏହା ପୂର୍ବରୁ ଉଭୟଙ୍କର କ୍ୟାପିଟାଲ ହସ୍ପିଟାଲରେ କୋଭିଡ଼ ଟେଷ୍ଟ କରାଯାଇଥିଲା। ଏଥିସହ ଅଧିକ ତଦନ୍ତ ପାଇଁ ସେମାନଙ୍କୁ ରିମାଣ୍ଡରେ ନେବାକୁ ପୋଲିସ କୋର୍ଟରେ ଆବେଦନ କରିଥିଲା। ଏସ୍‌ଡିଜେଏମ୍‌ କୋର୍ଟ ଅଭିଯୁକ୍ତଙ୍କୁ ୩ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି। ମଙ୍ଗଳବାର ପର୍ଯ୍ୟନ୍ତ ଉଭୟ ବିଚାରବିଭାଗୀୟ ହାଜତରେ ରହିବେ। ବୁଧବାର ପୋଲିସ ସେମାନଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ ବୋଲି ସୂଚନା ମିଳିଛି।
ଲକ୍ଷ୍ମୀକାନ୍ତ ଓ ବିଶ୍ୱଜିତ ହେଉଛନ୍ତି ଦୁଇ ବନ୍ଧୁ। ଲକ୍ଷ୍ମୀକାନ୍ତ କରୋନାରେ ଆକ୍ରାନ୍ତ ହୋଇ ଜୁଲାଇ ୧୭ରୁ ଭୁବନେଶ୍ୱରର ଏକ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୁସ୍ଥହୋଇ ଫେରିବା ପରେ ବିଶ୍ୱଜିତଙ୍କୁ ଫୋନ୍‌ରେ କୋଭିଡ଼ ହସ୍ପିଟାଲରେ କରାଯାଉଥିବା ଚିକିତ୍ସାକୁ ନେଇ ରହିଥିବା ଅନୁଭୂତି କହିଥିଲେ। ବିଶ୍ୱଜିତ ଉକ୍ତ ବାର୍ତ୍ତାଳାପ ଅଡିଓକୁ ସୋସିଆଲ ମିଡିଆରେ ଅନ୍ୟମାନଙ୍କ ପାଖକୁ ଶେୟାର କରିଦେଇଥିଲେ, ଯାହା ପରବର୍ତ୍ତୀ ସମୟରେ ଭାଇରାଲ୍‌ ହୋଇଥିଲା। ଏଥିଯୋଗୁ ମହାମାରୀ ଆଇନ ଉଲ୍ଲଂଘନ ହୋଇଥିବା ଅଭିଯୋଗ ଆଣି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିଲା।
ବିଶ୍ୱଜିତ୍‌ କହିଛନ୍ତି, କରୋନାକୁ ନେଇ ତାଙ୍କ ସାଙ୍ଗମାନେ ଭୟଭୀତ ଅବସ୍ଥାରେ ରହିଥିଲେ। ତେଣୁ ଏହି ଭୟ ଦୂର ପାଇଁ ଲକ୍ଷ୍ମୀକାନ୍ତଙ୍କ ଅନୁଭୂତିକୁ ୨୦ରୁ ୨୫ଜଣଙ୍କ ସାଙ୍ଗଙ୍କ ପାଖକୁ ପଠାଇଥିଲି। ଲକ୍ଷ୍ମୀକାନ୍ତ କହିଛନ୍ତି, ମୁଁ କରୋନାରୁ ସୁସ୍ଥ ହୋଇ ଫେରିବା ପରେ ମୋର ଅନୁଭୂତିକୁ ସାଙ୍ଗ ବିଶ୍ୱଜିତ୍‌ଙ୍କୁ କହିଥିଲି। ତାହା ଏପରି ଭାଇରାଲ ହେବ ବୋଲି ଜାଣି ନ ଥିଲି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri