Posted inଖେଳ

ହୃଦୟ ଜିତିବାରେ ବିଫଳ ଦର୍ଶକ

(ଗୌତମ ଗମ୍ଭୀର)
ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଏହାର ୩ଟି ଯାକ ମ୍ୟାଚରେ ବିଜୟୀ ହୋଇଛି। ତେବେ ମ୍ୟାଚ୍‌ ଜିତିଥିଲେ ମଧ୍ୟ ଭାରତୀୟ ସମର୍ଥକମାନେ ହୃଦୟ ଜିତିବାରେ ସମର୍ଥ ହୋଇ ନାହାନ୍ତି। ଭାରତ ମ୍ୟାଚ୍‌ ବେଳେ ଷ୍ଟାଡିୟମ ଫୁଲ୍‌ ରହୁଥିବା ବେଳେ ଅନ୍ୟ ମ୍ୟାଚ୍‌ଗୁଡିକରେ ଦର୍ଶକ ନ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭାରତୀୟମାନେ କ୍ରିକେଟକୁ ଭଲ ପାଆନ୍ତି କି ଏହାର ସୁପରଷ୍ଟାରମାନଙ୍କୁ ତାହାକୁ ନେଇ ମଧ୍ୟ ବଡ ପ୍ରଶ୍ନ ସୃଷ୍ଟି ହୋଇଛି। ଦିଲ୍ଲୀରେ ନବୀନ ଉଲ୍‌ ହକ୍‌ ଓ ଅହମଦାବାଦରେ ବାବର ଆଜମଙ୍କୁ ଭାରତୀୟ ଦର୍ଶକ ଅସମ୍ମାନ କରିଥିଲେ। ‘ବସୁଧୈବ କୁଟୁମ୍ବକମ’ରେ ବିଶ୍ୱାସ କରୁଥିବା ଭାରତୀୟ ଦର୍ଶକଙ୍କ ନିକଟରୁ ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ।
୨୦୩୬ରେ ଭାରତ ଅଲିମ୍ପିକ୍ସ ଆୟୋଜନ ପାଇଁ ବିଡ୍‌ ଦାଖଲ ପୂର୍ବରୁ ଏଭଳି ହେଲେ ସମଗ୍ର ବିଶ୍ୱରେ ଭାରତର ଏକ ନକାରାତ୍ମକ ଛବି ସୃଷ୍ଟି ହେବ। ସେହିପରି ଅହମଦାବାଦର ମ୍ୟାଚ୍‌ ଏକ ଆଇସିସି ଇଭେଣ୍ଟ ନୁହେଁ ବରଂ ବିସିସିଆଇ ଇଭେଣ୍ଟ ପରି ମନେହେଉଥିଲା ବୋଲି ପାକିସ୍ତାନ କ୍ରିକେଟ ଟିମ୍‌ ଡିରେକ୍ଟର ମିକି ଆର୍ଥର ମତ ଦେଇଥିଲେ। ଜଣେ ଭାଷ୍ୟକାର ଭାବେ ମୁଁ ଷ୍ଟାଡିୟମରେ ଉପସ୍ଥିତ ଥିବାରୁ ମୁଁ ଆର୍ଥରଙ୍କ ସହିତ ସହମତ। ଦୁଇ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାକୁ ମୁଁ ସମର୍ଥନ କରେ, ମାତ୍ର ଦର୍ଶକଙ୍କ ମଧ୍ୟରେ ଶାଳୀନତା ରହିବା ଆବଶ୍ୟକ।
ଭାରତ ଗୁରୁବାର ପୁଣେରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଭାରତ ଫେଭରିଟ ରହିବ। ଏହା ସହ ଶାର୍ଦ୍ଦୂଳ ଠାକୁରଙ୍କ ସ୍ଥାନରେ ମହମ୍ମଦ ଶାମିଙ୍କୁ ଆକ୍ସନରେ ଦେଖିବା ମୋର ଇଚ୍ଛା। ଜଣେ ଅଧିନାୟକ ଭାବରେ ମୁଁ ଶାମିଙ୍କ ପରି ବୋଲରଙ୍କୁ ସୁଯୋଗ ଦେବାକୁ ପ୍ରାଧାନ୍ୟ ଦେବି। ଯଦି ସେ ଖେଳନ୍ତି ତେବେ ନାଲି ଓ କଳା ମାଟିରେ ପ୍ରସ୍ତୁତ ପୁଣେ ପିଚ୍‌ରେ ରିଭର୍ସ ସୁଇଂ ଦେଖିବାକୁ ମିଳିବ। ବର୍ତ୍ତମାନର ଲାଇନ୍‌ଅପ୍‌କୁ ଦେଖିଲେ ୮ନମ୍ବରରେ ଶାର୍ଦ୍ଦୂଳଙ୍କ ଆବଶ୍ୟକତା ମନେହେଉନାହିଁ। ଏହା ବ୍ୟତୀତ ଅନ୍ୟ କୌଣସି ପରିବର୍ତ୍ତନ ହେବା ଭଳି ମୋର ଆଶା ନାହିଁ।
ଭାରତୀୟ ଅଧିନାୟକ ରୋହିତ ଶର୍ମା ଟୁର୍ନାମେଣ୍ଟରେ ଚମତ୍କାର ଆରମ୍ଭ କରିଛନ୍ତି। ସକାରାତ୍ମକ ଆଭିମୁଖ୍ୟ ସହ ଆକ୍ରମଣାତ୍ମକ ବ୍ୟାଟିଂ ଭାରତୀୟ ଦଳର ମନୋବଳ ବୃଦ୍ଧି ପାଇଁ ଯଥେଷ୍ଟ। ପ୍ରଥମ ବଲ୍‌ରୁ ରୋହିତ ଆକ୍ରମଣ କରୁଥିବା ବେଳେ ଭାରତୀୟ ଦଳ ଫାୟାର ବ୍ରାଣ୍ଡ କ୍ରିକେଟ ଖେଳୁଛି। ବାଂଲାଦେଶ ବୋଲିଂ ବିପକ୍ଷରେ ରୋହିତ ଆଉ ଏକ ବଡ ଇନିଂସ ଖେଳିଲେ ଏଥିରେ ଆଶ୍ଚର୍ଯ୍ୟ ହେବି ନାହିଁ ।
ପାକିସ୍ତାନ ବିପକ୍ଷରେ ଶ୍ରେୟସ୍‌ ଆୟାର ଶର୍ଟ ବଲ୍‌ ଆକ୍ରମଣକୁ ଯେଉଁଭଳି ସଫଳତାର ସହ ମୁକାବିଲା କଲେ ତାହା ପ୍ରଶଂସନୀୟ। ଆରମ୍ଭରୁ ସାମାନ୍ୟ ରହିଥିଲେ ହେଁ ପରବର୍ତ୍ତୀ ସମୟରେ ସେ ଯେଉଁଭଳି ଆତ୍ମବିଶ୍ୱାସ ଦେଖାଇଲେ ତାହା ତାଙ୍କୁ ଆଗକୁ ସାହାଯ୍ୟ କରିବ। ବାଂଲାଦେଶ ମଧ୍ୟ ଆୟରଙ୍କ ବିପକ୍ଷରେ ସମାନ ଶର୍ଟବଲ୍‌ ରଣନୀତି ଆପଣେଇପାରେ। ଶାକିବ୍‌ ଅଲ ହସନ ଏହି ମ୍ୟାଚ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଭାରତ ପରି ଶକ୍ତିଶାଳୀ ଦଳ ସମ୍ମୁଖରେ ଏହା ବାଂଲାଦେଶ ପାଇଁ ବଡ ସମସ୍ୟା ସୃଷ୍ଟି କରିପାରେ।
ବିଗତ ସପ୍ତାହରେ ବିଶ୍ୱକପ୍‌ରେ କିଛି ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଫଗାନିସ୍ତାନ ଦିଲ୍ଲୀରେ ଇଂଲଣ୍ଡକୁ ଓ ନେଦରଲାଣ୍ଡ୍ସ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିପର୍ଯ୍ୟୟ ଘଟାଇଥିଲେ। ଏହା ବିଶ୍ୱକପ୍‌ର ସମୀକରଣକୁ ସମସ୍ତ ଦଳ ପାଇଁ ଉନ୍ମୁକ୍ତ ରଖିଛି। ଅଷ୍ଟ୍ରେଲିଆ ପରି ଦଳ ଏହି ଫଳାଫଳରେ ବହୁତ ଖୁସି ଥିବେ। ମିଡିଲ ଓଭରରେ ରନ୍‌ ସଂଗ୍ରହରେ ବିଫଳତା ଏଭଳି ବିପର୍ଯ୍ୟୟର କାରଣ। ଯେତେବେଳେ ବାଉଣ୍ଡ୍ରି ଆସିବା ସମ୍ଭବ ହେଉନି ଖେଳାଳିମାନେ ସିଙ୍ଗଲ ଓ ଡବଲ ନେବା ଉପରେ ଗୁରୁତ୍ୱ ଦେବା ଉଚିତ।

 


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri