ବୃହତ୍‌ ସଞ୍ଚୟ ଉପରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୨୨।୯: ଇ କର୍ମସ ବଜାରରେ ସବୁଠାରୁ ବଡ଼ ପର୍ବ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ-୨୦୨୪ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୭ରୁ ଏହି ମହାପର୍ବ ଆରମ୍ଭ ହେଉଛି। ଏହି ସମୟରେ ଆମାଜନ ପ୍ରାଇମ ମେମ୍ବରମାନେ ୨୪ଘଣ୍ଟାର ୟର୍ଲି ଆକ୍‌ସେସ୍‌ ପାଇପାରିବେ। ଏପରିକି ଆମାଜନ ଡଟ୍‌ ଇନ୍‌ରେ ୨୫,୦୦୦ ରୁ ଅଧିକ ନୂଆ ଲଞ୍ଚ, ଉତ୍ସାହଜନକ ଅଫର, ଡିଲ୍‌, ବୃହତ୍‌ ସଞ୍ଚୟ ଓ ମନୋରଞ୍ଜନ ସହ ଅନେକ ସୁବିଧା ସାମିଲ ରହିଛି। ଗ୍ରାହକମାନେ ସାମ୍‌ସଙ୍ଗ୍‌, ରିଅଲ୍‌ମି ନାର୍‌ଜୋ, ୱାନ୍‌ପ୍ଲସ୍‌, ଆଇକ୍ୟୁଓଓ, ଇଣ୍ଟେଲ, ସୋନି ପ୍ଲେଷ୍ଟେସନ, ହିନ୍ଦୁସ୍ଥାନ ୟୁନିଲିଭର,ପି ଆଣ୍ଡ ଜି, ଲୋରିୟଲ, ଟିସିଏଲ୍‌, ଆସର୍‌, ସାସମି, ଆଇଏଫ୍‌ବି ଆପ୍ଲାଏନ୍ସ, ଫେରେରୋ, ଏରିଏଲ୍‌, କୁବେର ଇଣ୍ଡଷ୍ଟ୍ରିଜ ଓ ୟୁରେକା ଫୋର୍ସବ ଭଳି ବ୍ରାଣ୍ଡ୍‌ଗୁଡିକ ଉପରେ ଆକର୍ଷଣୀୟ ଅଫର ପାଇପାରିବେ। ଆମାଜନ ଏକ ସ୍ବତନ୍ତ୍ର କ୍ୟୁରେଟେଡ୍‌ ସିଲେକ୍ସନ ଉପରେ ୭୦% ପର୍ଯ୍ୟନ୍ତ ରିହାତି ଓ ସ୍ବତନ୍ତ୍ର ଡିଲ୍‌ ସହ ଗ୍ରାହକଙ୍କ ପାଇଁ ଭାରତର କ୍ଷୁଦ୍ର ବ୍ୟବସାୟଗୁଡିକୁ ସମର୍ଥନ କରିବାକୁ ସହଜ କରୁଛି। ଏହି ସମୟରେ ଗ୍ରାହକମାନେ ଏସ୍‌ବିଆଇ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ଏବଂ କ୍ରେଡିଟ୍‌ ଇଏମ୍‌ଆଇ ସହ ୧୦%ର ତତ୍କାଳ ରିହାତି ପାଇପାରିବେ। ପ୍ରାଇମ ମେମ୍ବରମାନେ ନିଜର ଆମାଜନ ପେ’ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍‌ କାର୍ଡ ସହ ଶପିଙ୍ଗ୍‌ ଉପରେ ୫%ର ଅନ୍‌ଲିମିଟେଡ୍‌ କ୍ୟାଶ୍‌ବ୍ୟାକ୍‌ ଓ ୨୫୦୦ଟଙ୍କା ପର୍ଯ୍ୟନ୍ତ ୱେଲ୍‌କମ୍‌ ରିୱାର୍ଡ ଉପଭୋଗ କରିପାରିବେ। ଆମାଜନ ପେ ଲ୍ୟାଟର ସହ ଯୋଗ୍ୟ ଗ୍ରାହକମାନେ ୬୦,୦୦୦ଟଙ୍କା ପର୍ଯ୍ୟନ୍ତ ଋଣ ଓ ୬୦୦ଟଙ୍କା ପର୍ଯ୍ୟନ୍ତ ରିୱାର୍ଡ ପାଇପାରିବେ। ନିର୍ଦ୍ଦିଷ୍ଟ ବ୍ରାଣ୍ଡ ଗିଫ୍ଟ କାର୍ଡ କ୍ରୟ କରିବା ସମୟରେ ଗ୍ରାହକମାନେ ତତ୍କାଳ ରିହାତି ଓ ୧୫% ପର୍ଯ୍ୟନ୍ତ ସଞ୍ଚୟ ଏବଂ ଆମାଜନ ପେ ଗିଫ୍ଟ କାର୍ଡ ଉପରେ ୫% ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍‌ ପାଇପାରିବେ।

ସେହିଭଳି ଏହି ସମୟରେ ମୋବାଇଲ ଓ ଆକ୍‌ସେସରି ଉପରେ ୪୦% ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେବ ଏବଂ ମୋବାଇଲ ଆକ୍‌ସେସରିଗୁଡିକର ପ୍ରାରମ୍ଭିକ ମୂଲ୍ୟ ୮୯ଟଙ୍କା ରହିଛି। ସେହିପରି ଏକାଧିକ ବିକଳ୍ପରେ ସ୍ମାର୍ଟଫୋନ୍‌ ଉପରେ ୨୪ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମ୍‌ଆଇ ଉପଲବ୍ଧ ହେବ। ଇଲେକ୍‌ଟ୍ରୋନିକ୍ସ ଓ ଆକ୍‌ସେସରି ଉପରେ ୭୫% ପର୍ଯ୍ୟନ୍ତ ରିହାତି ମିଳିବ। ଆସ୍‌ର, ଆମେଜଫିଟ୍‌, ସାମ୍‌ସଙ୍ଗ୍‌, ଆପଲ, ସୋନି, ଜେବିଏଲ୍‌, ନଏଜ ଆଦି ବ୍ରାଣ୍ଡ ପକ୍ଷରୁ ନୂଆ ଉପତ୍ାଦ ଲଞ୍ଚ୍‌ କରାଯିବ। ଗ୍ରାହକମାନେ ଏହି ଅବଧିରେ ୨୪ ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମ୍‌ଆଇ,ଏକ୍ସଚେଞ୍ଜ ଉପରେ ୨୫୦୦୦ଟଙ୍କା ପର୍ଯ୍ୟନ୍ତ ରିହାତି ୧୧୦୦୦ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ରିହାତି,ଲାପ୍‌ଟପ୍‌ ଉପରେ ୪୦% ପର୍ଯ୍ୟନ୍ତ ରିହାତି, ଟାବ୍‌ଲେଟ୍‌ ଉପରେ ୬୦% ପର୍ଯ୍ୟନ୍ତ ରିହାତି, ହେଡ୍‌ଫୋନ ଉପରେ ୭୫%ପର୍ଯ୍ୟନ୍ତ ରିହାତି, ସ୍ପିକର ଓ ସାଉଣ୍ଡବାର ଉପରେ ୬୦%ପର୍ଯ୍ୟନ୍ତ ରିହାତି, ପ୍ରିମିୟମ ସ୍ମାର୍ଟୱାଚ୍‌ ଉପରେ ୫୦% ପର୍ଯ୍ୟନ୍ତ ରିହାତି ପାଇବେ। ଏହାବ୍ୟତୀତ ଗ୍ରାହକମାନେ ୱାଶିଂମେଶିନ, ରେଫ୍ରିଜରେଟର, ଏୟାର କଣ୍ଡିସ୍‌ନର ଭଳି ଆପ୍ଲାଏନ୍ସଗୁଡିକ ଉପରେ ୭୫% ପର୍ଯ୍ୟନ୍ତ ରିହାତି, ୧୦,୦୦୦ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ କ୍ୟାଶ୍‌ବ୍ୟାକ୍‌, ୨୦,୦୦୦ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ରିହାତି ଓ ୫୦୦୦ଟଙ୍କା ପର୍ଯ୍ୟନ୍ତ କୁପନ ରିହାତି ପାଇପାରିବେ। ସ୍ମାର୍ଟ ଟିଭି ଉପରେ ୬୫% ପର୍ଯ୍ୟନ୍ତ ରିହାତି, ୫୫୦୦ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ଓ ୩ ବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ ୱାରେଣ୍ଟିି ଉପଲବ୍ଧ ରହିଛି।
ସେହିପରି ଆମାଜନ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ ସମୟରେ ୪.୫ଲକ୍ଷରୁ ଅଧିକ ଷ୍ଟାଇଲ ଓ ୧୫୦୦ ରୁ ଅଧିକ ଟପ୍‌ ବ୍ରାଣ୍ଡରେ ଫ୍ୟାଶନ ଆଣ୍ଡ ବିୟୁଟି ବର୍ଗରେ ୫୦ରୁ ୮୦% ରିହାତି ଉପଲବ୍ଧ ହେବ। ଗ୍ରାହକମାନେ ଗ୍ରୋସେରି ଓ ଦୈନନ୍ଦିନ ସାମଗ୍ରୀ ଉପରେ ୭% ପର୍ଯ୍ୟନ୍ତ ରିହାତି ଓ ୪୦୦ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ। ଆମାଜନ ଫ୍ରେଶ୍‌ରେ ଗ୍ରାହକମାନେ ୧ଟଙ୍କାରୁ ଆରମ୍ଭ ହେଉଥିବା କ୍ରେଜି ଡିଲ୍‌ ଓ ୫୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏହି ବର୍ଗରେ ଚଳିତ ପାର୍ବଣଋତୁରେ ୩୦୦ରୁ ଅଧିକ ନୂଆ ଉପତ୍ାଦ ଲଞ୍ଚ ହେବ। କ୍ଷୁଦ୍ର ବ୍ୟବସାୟଗୁଡିକରୁ ୨ଲକ୍ଷରୁ ଅଧିକ ନୂଆ ଉପତ୍ାଦ ଉପରେ ସ୍ବତନ୍ତ୍ର ଡିଲ୍‌, କୁପନ ଓ ୭୦% ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେବ। ଏହାଛଡା ଆମାଜନ ବିଜ୍‌ନେସ୍‌ରେ ବ୍ୟବସାୟିକ ଗ୍ରାହକମାନେ ଜିଏସ୍‌ଟି ବିଲ୍‌ ସହ ୨୮% ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ ଓ ୯୯୯୯ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍‌ ଓ ବଡ ଅର୍ଡର ଉପରେ ୪୦% ପର୍ଯ୍ୟନ୍ତ ରିହାତି ଉପଭୋଗ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?