ଆକର୍ଷଣ ସାଜିବ ମିସାଇଲ୍‌ ତୋରଣ

ଭୁବନେଶ୍ୱର, ୧।୧୦ (ବ୍ୟୁରୋ): ପାର୍ବଣରେ ଦେବୀ ଦୁର୍ଗାଙ୍କୁ ଆବାହନ କରିବାକୁ ସମସ୍ତେ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ଶନିବାର ଷଷ୍ଠୀଠାରୁ ରୀତିନୀତି ଆରମ୍ଭ ହେଉଥିବାରୁ ଚଳଚଞ୍ଚଳ ହୋଇ ପଡିଛି ଗାଁରୁ ସହର। ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ସରିଥିବାବେଳେ ଅପେକ୍ଷା କେବଳ ମା’ଙ୍କ ଆଗମନକୁ। ହିନ୍ଦୁ-ମୁସଲିମ୍‌ ଭାଇଚାରର ପ୍ରତୀକ ପାଇଁ ଚର୍ଚ୍ଚାରେ ରହି ଆସିଥିବା ୟୁନିଟ-୮ ହରପାର୍ବତୀ ପୂଜା କମିଟି ଏଥର ମଧ୍ୟ ପ୍ରତିଯୋଗିତାମୂଳକ ପ୍ରସ୍ତୁତିରୁ ବାଦ୍‌ ପଡିନି। ଚଳିତ ବର୍ଷ ୩୫ବର୍ଷରେ ପଦାର୍ପଣ କରିଥିବା ଏହି କମିଟି ପୂଜା ପାଇଁ ୭ଲକ୍ଷ ଟଙ୍କା ବଜେଟ ରଖାଯାଇଛି। କମ୍‌ ଖର୍ଚ୍ଚରେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଦେଶର ସାମରିକ ଶକ୍ତିର ପ୍ରଦର୍ଶନ ସ୍ବରୂପ ‘ମିସାଇଲ୍‌’ ଆକୃତିର ତୋରଣ ଆକର୍ଷଣ ସାଜିଛି। ଏଥିରେ ସାମରିକ ଶକ୍ତିର ବିଭିନ୍ନ ଚିତ୍ର ସ୍ଥାନ ପାଇବା ସହିତ ତ୍ରିରଙ୍ଗା ପତାକାରେ ମଣ୍ଡପକୁ ସଜାଯାଇଛି। ତୋରଣର ଉଚ୍ଚତା ୪୦ ଫୁଟ ଥିବାବେଳେ ଓସାର ୪୬ ଫୁଟ ରହିଛି। ସେହିପରି କମିଟି ପକ୍ଷରୁ ପ୍ରତିବର୍ଷ ଏଠାରେ ଦେବୀ ଦୁର୍ଗାଙ୍କ ବଦଳରେ ହରପାର୍ବତୀଙ୍କ ମୂର୍ତ୍ତି ପୂଜା କରାଯାଏ। ମୂର୍ତ୍ତିର ଉଚ୍ଚତା ୧୨ଫୁଟ ହୋଇଥିବାବେଳେ ମା’ ଏବଂ ପାର୍ଶ୍ୱ ଦେବାଦେବୀଙ୍କୁ ରୂପାର ଅଳଙ୍କାରରେ ଭୂଷିତ କରାଯିବ। ରୀତିନୀତି ଅନୁଯାୟୀ ଷଷ୍ଠୀ ରାତିରୁ ପୂଜାପାଠ ଆରମ୍ଭ ହୋଇ ସପ୍ତମୀରେ ହାଲୁଆ ଭୋଗ ଓ ଦଶମୀରେ ଖେଚୁଡି ଭୋଗ ଲାଗିବ। ସେହିପରି ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ଭଜନ, ମେଲୋଡି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କମିଟି ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ୫ଟି ସିସିଟିଭି କ୍ୟାମେରା ଓ ସୁରକ୍ଷା କର୍ମୀ ନିୟୋଜିତ କରାଯାଇଛି। ପ୍ରତିବର୍ଷ ରାଜ୍ୟପାଳ ଏହି ମଣ୍ଡପକୁ ଦର୍ଶନ ପାଇଁ ଆସିଥାନ୍ତି। ଏଥର ମଧ୍ୟ କମିଟି ପକ୍ଷରୁ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରାଯାଇଛି। ଭସାଣିରେ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ଠାକୁରଙ୍କୁ ମେଲାଣି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri