ସ୍କୁଲ, କଲେଜରେ ଉପସ୍ଥାନ ବାଧ୍ୟତାମୂଳକ ନୁହେଁ : ମନ୍ତ୍ରୀ

ନୟାଗଡ଼ ଅଫିସ,୧୨।୧: ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ସୋମବାର ନୟାଗଡ଼ ଜିଲା ଗସ୍ତରେ ଆସି ଇଟାମାଟିର ବାମନ ଅବକାଶ ହାଇସ୍କୁଲ ଓ ନାରାୟଣୀ ନୋଡାଲ ଗାଲର୍ସ ସ୍କୁଲ, ରାଜପାଟଣା ନିକଟସ୍ଥ ଆଙ୍କୁଲାଇ ନୋଡାଲ ହାଇସ୍କୁଲ ଏବଂ ନୟାଗଡ଼ ଜୁନିୟର କଲେଜ ପରିଦର୍ଶନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଦାଶ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀ,ଶିକ୍ଷକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ା ଏସ୍‌ଓପି ନିର୍ଦ୍ଦେଶ ଅନୁସାରେ ସ୍କୁଲ, କଲେଜ ପରିଚାଳନା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ଏ ନେଇ ମନ୍ତ୍ରୀ ଦାସ ଗଣମାଧ୍ୟମକୁ କହିଛନ୍ତି, ସ୍କୁଲ, କଲେଜରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ବାଧ୍ୟତାମୂଳକ ନୁହେଁ। ଛାତ୍ରୀଛାତ୍ରଙ୍କୁ ସ୍କୁଲ ଓ କଲେଜକୁ ଛାଡିବା ଅଭିଭାବକଙ୍କ ଉପରେ ନିର୍ଭର କରେ। ୮ରୁ ସେକେଣ୍ଡାରୀ କଲେଜ ଓ ସ୍କୁଲ ଖୋଲିଛି। ୯ମାସ ପରେ ଛାତ୍ରୀଛାତ୍ରମାନେ ପାଠ ପଢ଼ିବାକୁ ଆସୁଛନ୍ତି। ରବିବାର ସୁଦ୍ଧା ରାଜ୍ୟରେ ୬୦ ପ୍ରତିଶତ ଛାତ୍ରୀଛାତ୍ର ସ୍କୁଲ ଓ କଲେଜକୁ ଆସିଲେଣି। ପାଠପଢ଼ା ନେଇ ପିଲାଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହ ଅଛି। ଅଭିଭାବକମାନେ ବି ଖୁସି ଅଛନ୍ତି। ଆମେ ଭାବୁଥିଲୁ ରବିବାର ଛୁଟିଦିନରେ କାଳେ ଛାତ୍ରୀଛାତ୍ର ଚାପରେ ରହିବେ। କିନ୍ତୁ ସେପରି ବ୍ୟତିକ୍ରମ ଦେଖିବାକୁ ମିଳିନାହିଁ ା ପିଲାଙ୍କୁ ଅନ୍‌ଲାଇନ ପାଠପଢ଼ା ନେଇ ପଚାରିଥିଲି। ଦେଖିଲି ୫୦ ପ୍ରତିଶତ ପିଲା ଅନ୍‌ଲାଇନ ପାଠପଢ଼ାରେ ସାମିଲ ହୋଇ ପାରି ନାହାନ୍ତି। ଏସ୍‌ଓପି ନିର୍ଦ୍ଦେଶ ଅନୁସାରେ ଏକ ସମୟରେ ଖେଳ ଛୁଟି କଲେ ଅସୁବିଧା ହେଉଛି। ଏଣୁ ଖେଳଛୁଟି ପର୍ଯ୍ୟାୟ କ୍ରମେ କରିବାକୁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ବୋଲି ସେ କହିଛନ୍ତି ା ନୟାଗଡ଼ କଲେଜରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ସନ୍ତୋଷଜନକ ନ ଥିଲା। ଏନେଇ ଅଭିଭାବକ ଛାତ୍ରୀଛାତ୍ରଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଛି। ସ୍କୁଲ କଲେଜ ଆସିବା ସମସ୍ତ ପାଇଁ ବାଧ୍ୟତାମୂଳକ ନୁହେଁ। ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ସ୍ବାସ୍ଥ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏସଓପି କାର୍ଯ୍ୟକାରୀ କିପରି ହେଉଛି ଓ ପିଲା ପାଠପଢ଼ାକୁ କିପରି ଗ୍ରହଣ କରୁଛନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ସେ କହିଛନ୍ତି ା ପର୍ସେଣ୍ଟେଜ୍‌ ନ ଥିଲେ ପରୀକ୍ଷା ଦେଇ ହେବ ନାହିଁ ବୋଲି ଯାହା କୁହାଯାଉଛି ତାହା ଠିକ୍‌ ନୁହେଁ। ୧୦୦ ଦିନ ମଧ୍ୟରେ ସିଲାବସ୍‌ର ୭୦ ପ୍ରତିଶତ ପାଠପଢ଼ା ହେବ। ପାଠପଢ଼ାକୁ ଆଧାର କରି ପ୍ରଶ୍ନପତ୍ର କରାଯିବ ବୋଲି ସେ କହିଛନ୍ତି। କମ୍‌ ଛାତ୍ରୀଛାତ୍ର ଥିବା ସ୍କୁଲକୁ ବନ୍ଦ ସଂକ୍ରାନ୍ତରେ ସେ କହିଛନ୍ତି, ସ୍କୁଲ ବନ୍ଦ ଆମେ କରୁ ନାହୁଁ। ୨୦ରୁ କମ୍‌ ପିଲା ଥିଲେ ପାଖ ସ୍କୁଲରେ ସେହି ସ୍କୁଲକୁ ମିଶ୍ରଣ କରାଉଛୁ। ଏସମ୍ପର୍କରେ ବିଧାନସଭାରେ ବିସ୍ତୃତ ଆଲୋଚନା ହୋଇ ସହମତି ଭିତ୍ତିରେ କରାଯାଉଛି। ପ୍ରତି ପିଲାଙ୍କୁ କ୍ଲାସ୍‌ରୁମ୍‌ ଓ କ୍ଲାସ ଟିଚର ଦେବା ନେଇ ସରକାର ପଦକ୍ଷେପ ନେଇଛନ୍ତି। ପାହାଡ, ଜଙ୍ଗଲ, ଜୋର, ନାଳ, ହାତୀ, ହିଂସ୍ରଜନ୍ତୁ ଓ ଜାତୀୟ ରାଜପଥ ସମସ୍ୟା ଥିଲେ ଭୌଗଳିକ ବାଉଣ୍ଡରୀକୁ ଗୁରୁତ୍ୱ ଦେଇ ପଦକ୍ଷେପ ନିଆଯାଉଛି। ଜିଲାରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଅଛି। ସେହି କମିଟି ଯାହା ପ୍ରସ୍ତାବ ଦେବ ସେ ନେଇ ସ୍କୁଲ ମିଶ୍ରଣ ହେଉଛି। ସ୍କୁଲ ମିଶ୍ରଣ ହେଲେ ଏସ୍‌କଟ ପାଇଁ ଆଲାଉନ୍ସ ପ୍ରତିମାସରେ ୬୦୦ ଟଙ୍କା ଦିଆଯାଉଛି। ଏକା ସମୟରେ ମଧ୍ୟ ସେହି ପରିବାରକୁ ୩ ହଜାର ଟଙ୍କା ଦିଆଯାଉଛି। ୧୦ କମ ପିଲା ଥିବା ୯୬୩ ସ୍କୁଲ ଗତ ବର୍ଷ ଥିଲା। ଏଥିରୁ ୭୦୦ସ୍କୁଲ ବନ୍ଦ ହୋଇଛି। ସ୍କୁଲ ମିଶ୍ରଣ ନେଇ ଜିଲାପାଳ ଯେଇଁ ନିଷ୍ପତ୍ତି ନେବେ ତାହା ଲାଗୁ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri