ସ୍କୁଲ, କଲେଜରେ ଉପସ୍ଥାନ ବାଧ୍ୟତାମୂଳକ ନୁହେଁ : ମନ୍ତ୍ରୀ

ନୟାଗଡ଼ ଅଫିସ,୧୨।୧: ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ସୋମବାର ନୟାଗଡ଼ ଜିଲା ଗସ୍ତରେ ଆସି ଇଟାମାଟିର ବାମନ ଅବକାଶ ହାଇସ୍କୁଲ ଓ ନାରାୟଣୀ ନୋଡାଲ ଗାଲର୍ସ ସ୍କୁଲ, ରାଜପାଟଣା ନିକଟସ୍ଥ ଆଙ୍କୁଲାଇ ନୋଡାଲ ହାଇସ୍କୁଲ ଏବଂ ନୟାଗଡ଼ ଜୁନିୟର କଲେଜ ପରିଦର୍ଶନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଦାଶ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀ,ଶିକ୍ଷକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ା ଏସ୍‌ଓପି ନିର୍ଦ୍ଦେଶ ଅନୁସାରେ ସ୍କୁଲ, କଲେଜ ପରିଚାଳନା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ଏ ନେଇ ମନ୍ତ୍ରୀ ଦାସ ଗଣମାଧ୍ୟମକୁ କହିଛନ୍ତି, ସ୍କୁଲ, କଲେଜରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ବାଧ୍ୟତାମୂଳକ ନୁହେଁ। ଛାତ୍ରୀଛାତ୍ରଙ୍କୁ ସ୍କୁଲ ଓ କଲେଜକୁ ଛାଡିବା ଅଭିଭାବକଙ୍କ ଉପରେ ନିର୍ଭର କରେ। ୮ରୁ ସେକେଣ୍ଡାରୀ କଲେଜ ଓ ସ୍କୁଲ ଖୋଲିଛି। ୯ମାସ ପରେ ଛାତ୍ରୀଛାତ୍ରମାନେ ପାଠ ପଢ଼ିବାକୁ ଆସୁଛନ୍ତି। ରବିବାର ସୁଦ୍ଧା ରାଜ୍ୟରେ ୬୦ ପ୍ରତିଶତ ଛାତ୍ରୀଛାତ୍ର ସ୍କୁଲ ଓ କଲେଜକୁ ଆସିଲେଣି। ପାଠପଢ଼ା ନେଇ ପିଲାଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହ ଅଛି। ଅଭିଭାବକମାନେ ବି ଖୁସି ଅଛନ୍ତି। ଆମେ ଭାବୁଥିଲୁ ରବିବାର ଛୁଟିଦିନରେ କାଳେ ଛାତ୍ରୀଛାତ୍ର ଚାପରେ ରହିବେ। କିନ୍ତୁ ସେପରି ବ୍ୟତିକ୍ରମ ଦେଖିବାକୁ ମିଳିନାହିଁ ା ପିଲାଙ୍କୁ ଅନ୍‌ଲାଇନ ପାଠପଢ଼ା ନେଇ ପଚାରିଥିଲି। ଦେଖିଲି ୫୦ ପ୍ରତିଶତ ପିଲା ଅନ୍‌ଲାଇନ ପାଠପଢ଼ାରେ ସାମିଲ ହୋଇ ପାରି ନାହାନ୍ତି। ଏସ୍‌ଓପି ନିର୍ଦ୍ଦେଶ ଅନୁସାରେ ଏକ ସମୟରେ ଖେଳ ଛୁଟି କଲେ ଅସୁବିଧା ହେଉଛି। ଏଣୁ ଖେଳଛୁଟି ପର୍ଯ୍ୟାୟ କ୍ରମେ କରିବାକୁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ବୋଲି ସେ କହିଛନ୍ତି ା ନୟାଗଡ଼ କଲେଜରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ସନ୍ତୋଷଜନକ ନ ଥିଲା। ଏନେଇ ଅଭିଭାବକ ଛାତ୍ରୀଛାତ୍ରଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଛି। ସ୍କୁଲ କଲେଜ ଆସିବା ସମସ୍ତ ପାଇଁ ବାଧ୍ୟତାମୂଳକ ନୁହେଁ। ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ସ୍ବାସ୍ଥ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏସଓପି କାର୍ଯ୍ୟକାରୀ କିପରି ହେଉଛି ଓ ପିଲା ପାଠପଢ଼ାକୁ କିପରି ଗ୍ରହଣ କରୁଛନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ସେ କହିଛନ୍ତି ା ପର୍ସେଣ୍ଟେଜ୍‌ ନ ଥିଲେ ପରୀକ୍ଷା ଦେଇ ହେବ ନାହିଁ ବୋଲି ଯାହା କୁହାଯାଉଛି ତାହା ଠିକ୍‌ ନୁହେଁ। ୧୦୦ ଦିନ ମଧ୍ୟରେ ସିଲାବସ୍‌ର ୭୦ ପ୍ରତିଶତ ପାଠପଢ଼ା ହେବ। ପାଠପଢ଼ାକୁ ଆଧାର କରି ପ୍ରଶ୍ନପତ୍ର କରାଯିବ ବୋଲି ସେ କହିଛନ୍ତି। କମ୍‌ ଛାତ୍ରୀଛାତ୍ର ଥିବା ସ୍କୁଲକୁ ବନ୍ଦ ସଂକ୍ରାନ୍ତରେ ସେ କହିଛନ୍ତି, ସ୍କୁଲ ବନ୍ଦ ଆମେ କରୁ ନାହୁଁ। ୨୦ରୁ କମ୍‌ ପିଲା ଥିଲେ ପାଖ ସ୍କୁଲରେ ସେହି ସ୍କୁଲକୁ ମିଶ୍ରଣ କରାଉଛୁ। ଏସମ୍ପର୍କରେ ବିଧାନସଭାରେ ବିସ୍ତୃତ ଆଲୋଚନା ହୋଇ ସହମତି ଭିତ୍ତିରେ କରାଯାଉଛି। ପ୍ରତି ପିଲାଙ୍କୁ କ୍ଲାସ୍‌ରୁମ୍‌ ଓ କ୍ଲାସ ଟିଚର ଦେବା ନେଇ ସରକାର ପଦକ୍ଷେପ ନେଇଛନ୍ତି। ପାହାଡ, ଜଙ୍ଗଲ, ଜୋର, ନାଳ, ହାତୀ, ହିଂସ୍ରଜନ୍ତୁ ଓ ଜାତୀୟ ରାଜପଥ ସମସ୍ୟା ଥିଲେ ଭୌଗଳିକ ବାଉଣ୍ଡରୀକୁ ଗୁରୁତ୍ୱ ଦେଇ ପଦକ୍ଷେପ ନିଆଯାଉଛି। ଜିଲାରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଅଛି। ସେହି କମିଟି ଯାହା ପ୍ରସ୍ତାବ ଦେବ ସେ ନେଇ ସ୍କୁଲ ମିଶ୍ରଣ ହେଉଛି। ସ୍କୁଲ ମିଶ୍ରଣ ହେଲେ ଏସ୍‌କଟ ପାଇଁ ଆଲାଉନ୍ସ ପ୍ରତିମାସରେ ୬୦୦ ଟଙ୍କା ଦିଆଯାଉଛି। ଏକା ସମୟରେ ମଧ୍ୟ ସେହି ପରିବାରକୁ ୩ ହଜାର ଟଙ୍କା ଦିଆଯାଉଛି। ୧୦ କମ ପିଲା ଥିବା ୯୬୩ ସ୍କୁଲ ଗତ ବର୍ଷ ଥିଲା। ଏଥିରୁ ୭୦୦ସ୍କୁଲ ବନ୍ଦ ହୋଇଛି। ସ୍କୁଲ ମିଶ୍ରଣ ନେଇ ଜିଲାପାଳ ଯେଇଁ ନିଷ୍ପତ୍ତି ନେବେ ତାହା ଲାଗୁ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ଜାନୁଆରୀ ୧ରୁ କଡ଼ାକଡ଼ି ହେବ ଗାଡ଼ି ଚେକିଂ, ଏହି ସାର୍ଟିଫିକେଟ ନ ଥିଲେ ମିଳିବନି ପେଟ୍ରୋଲ!

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ ତାରିଖରୁ ଜୋରଦାର ଗାଡ଼ି ଚେକିଂ ହେବ। ଏନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି। ସେ କହିଛନ୍ତି, MVI ନିୟମ...

ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ: ପୋଲିସ ପାଟ୍ରୋଲିଂକୁ କରାଯିବ କଡାକଡ଼ି

ଦାରିଙ୍ଗବାଡି, ୨୨ା୧୨ (ଅରୁଣ ସାହୁ): ଆଉ ମାତ୍ର ୨ ଦିନ ପରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ହେବ। ଏଥିପାଇଁ ସବୁଠି ଆନନ୍ଦର ଲହରି ଦେଖା ଦେଇଛି।...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଅତିଷ୍ଠ ହେଉଛି ସାମାଜିକ ବାସନ୍ଦ: ପରିବାର ସହ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଲେ ବ୍ୟକ୍ତି

ଦିଗପହଣ୍ଡି,୨୨।୧୨: ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ସାମାଜିକ ବାସନ୍ଦର ଶିକାର ହୋଇ ଶେଷରେ ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଜଣେ ବ୍ୟକ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri