ବାଉଁଶ କାରିଗରଙ୍କୁ ସ୍ବାବଲମ୍ବୀ କରିବାକୁ ପ୍ରୟାସ

ବାଲେଶ୍ୱର ଅଫିସ, ୧୧।୧-କୌଳିକ ବୃତ୍ତିକୁ ପାଥେୟ କରି ପରିବାର ଭରଣପୋଷଣ କରୁଥିବା ବାଉଁଶ କାରିଗରଙ୍କ ପରିବାର ଦୟନୀୟ ଅବସ୍ଥାରେ ରହିଛନ୍ତି। ସେମାନଙ୍କୁ ମିଳୁନି ପ୍ରସ୍ତୁତ ସାମଗ୍ରୀର ଉଚିତ୍‌ ମୂଲ୍ୟ। ବିକ୍ରି ଲାଗି ସ୍ବତନ୍ତ୍ର ବଜାର ନାହିଁ। ସରକାରୀ ସହାୟତା ମିଳିବା ଏମାନଙ୍କ ପାଇଁ ସ୍ବପ୍ନ ହୋଇଛି। ଏଭଳି ସ୍ଥିତିରେ କେତେକ ସ୍ବେଚ୍ଛାସେବୀ ସଙ୍ଗଠନ ଏକାଠି ହୋଇ ସେମାନଙ୍କ ଆର୍ଥିକ ମାନଦଣ୍ଡକୁ ଦୃଢ଼ କରିବା ସହ ସ୍ବାବଲମ୍ବୀ କରି ସମାଜର ମୁଖ୍ୟସ୍ରୋତରେ ସାମିଲ୍‌ କରିବାକୁ ଅଣ୍ଟା ଭିଡ଼ିଛନ୍ତି।
ବାଲେଶ୍ୱର ଜିଲା ରେମୁଣା ହାଟପଡ଼ିଆସ୍ଥିତ ଡୁମପଡ଼ାରେ ୫୦ବର୍ଷରୁ ଊର୍ଦ୍ଧ୍ୱ ହେବ ବସବାସ କରିଆସୁଥିବା ୭ ବାଉଁଶ କାରିଗର ପରିବାର ଏବେ ଅବହେଳିତ। ସେମାନଙ୍କୁ ସାମାଜିକ ଧାରାରେ ସାମିଲ କରି ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ବୃତ୍ତିର ଉନ୍ନତି ପାଇଁ ବାଲେଶ୍ୱରର ବିଶିଷ୍ଟ ଶିଳ୍ପୀ କେଶୁଦାସଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବାୟ ଫାଉଣ୍ଡେଶନ, ବଣ ଧୂଳିର ଫୁଲ, ନ୍ୟୁଟନ ନିଶା ନିବାରଣ କେନ୍ଦ୍ର, ରେ ଅଫ୍‌ ହୋପ୍‌, ଯୁବ ବିକାଶ, ଆଶାର ଆଲୋକ, ଆଶା ଅନୁଷ୍ଠାନ, କଲାମ ଯୁବ ପରିଷଦ ସହଯୋଗ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ପୂର୍ବାହ୍ନରେ ସେବାୟ ଫାଉଣ୍ଡେଶନ ପକ୍ଷରୁ ପ୍ରତି କାରିଗର ପରିବାରକୁ ୧୦ଟି ଲେଖାଏଁ ବାଉଁଶ ପ୍ରଦାନ କରାଯାଇଛି। ନିଜ ପରିବେଶକୁ ସଫାସୁତୁରା ରଖିବା ସହ ଆଚାର ବ୍ୟବହାର ଓ ଖାଦ୍ୟପେୟରେ ପରିବର୍ତ୍ତନ ଆଣି ନିଜର ଉନ୍ନତି ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦିଆଯାଇଥିଲା। ଏହି ବାଉଁଶକୁ ପୁଞ୍ଜି କରି ବ୍ୟବସାୟକୁ ଆଗକୁ ନେବେ ବୋଲି ଶୁକ୍ରା କାଳନ୍ଦୀ, ବାଇଧର କାଳନ୍ଦୀ, ବୁଦୁନୀ କାଳନ୍ଦୀ, ରଜନୀ କାଳନ୍ଦୀ, ଉତମୀ କାଳନ୍ଦୀ କହିଛନ୍ତି।
ଏ ସମ୍ପର୍କରେ ଶିଳ୍ପୀ କେଶୁ ଦାସ କହନ୍ତି, କିଛିଦିନ ପୂର୍ବରୁ ସେମାନଙ୍କ ବାଉଁଶରୁ ତିଆରି ବିଭିନ୍ନ ସାମଗ୍ରୀକୁ ଲକ୍ଷ୍ୟ କରିବା ପରେ ଗତ ନୂଆବର୍ଷରେ କିଛି ସ୍ବେଚ୍ଛାସେବୀ ସଙ୍ଗଠନର ମୁଖ୍ୟବ୍ୟକ୍ତିତ୍ୱଙ୍କ ସହ ଡୁମପଡ଼ାରେ ପହଞ୍ଚିଥିଲେ। ସେମାନଙ୍କ ସହ କଥାବାର୍ତ୍ତା ପରେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହୋଇ ଧୀରେ ଧୀରେ ସେମାନଙ୍କ ବୃତ୍ତି ବୁଡ଼ିଯାଉଥିବା ପ୍ରକାଶ କରିଥିଲେ। ଏହି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ସମସ୍ତ ସ୍ବେଚ୍ଛାସେବୀ ନିଜର ମତାମତ ରଖିଥିଲେ। ସେମାନଙ୍କ ସହିତ ନୂଆବର୍ଷ ପାଳନ କରି ଶୁଖିଲା ଖାଦ୍ୟ, କମ୍ବଳ, ଶାଲ, ରାଶନ ପ୍ରତି ପରିବାରକୁ ପ୍ରଦାନ କରାଯାଇଥିଲା। ଗୋଟିଏ ସପ୍ତାହ ମଧ୍ୟରେ ସେମାନଙ୍କ ମଧ୍ୟରେ କିଛି ପରିବର୍ତ୍ତନ ପରିଲକ୍ଷିତ ହେବା ପରେ ସେମାନଙ୍କ ବୃତ୍ତି ପାଇଁ ସହଯୋଗର ହାତ ବଢ଼ାଇଥିଲେ। ଏଥିସହିତ ଉକ୍ତ ଡୁମପଡ଼ାକୁ ଡୁମଧାମରେ ଗଢ଼ିବା ପାଇଁ ସାମିଲ ଥିବା ସ୍ବେଚ୍ଛାସେବୀ ସଙ୍ଗଠନଙ୍କ ପ୍ରୟାସ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ଭାରତ: ଟ୍ରଫିଠାରୁ ଆଉ ଗୋଟିଏ ପାଦ ଦୂରରେ

ଦୁବାଇ,୧୧/୯: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ଖେଳାଯାଇଥିବା ସେମିଫାଇନାଲରେ ବାଂଲାଦେଶକୁ ୪୦ ରନରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି। ଭାରତ ପକ୍ଷରୁ…

ଟିମ୍ ଇଣ୍ଡିଆକୁ ବଡ଼ ଝଟକା, BCCIକୁ ଇସ୍ତଫା ପତ୍ର ପଠାଇଲେ….

ନୂଆଦିଲ୍ଲୀ,୧୧ା୯: ଆଫଗାନିସ୍ତାନ ବିପକ୍ଷ T୨୦ ସିରିଜ୍‌ ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମ୍‌ର ସପୋର୍ଟ ଷ୍ଟାଫ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଟିମ୍ ଇଣ୍ଡିଆର ଫିଜିଓ କମଲେଶ…

ମାନବିକତାର ପରିଚୟ ଦେଲେ ଜିଲାପାଳ: ବଢୁଛି ଚର୍ଚ୍ଚା

ନୂଆପଡ଼ା,୧୧ା୯ (ମକାରୁ ବେମାଲ):ଦୁର୍ଘଟଣାରେ ଆହତ ଜଣେ ଯୁବକଙ୍କୁ ମେଡିକାଲ ପଠାଇ ମାନବିକତାର ପରିଚୟ ଦେଇଛନ୍ତି ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ। ଗୁରୁବାର ଅପରାହ୍ନରେ ଜିଲା ଅଦାଲତ ନିକଟ…

ଭାରତର GDP ଅଭିବୃଦ୍ଧି ଦେଖି IMF ଛାନିଆ, କହିଲା ଫଳାଫଳ….

ନୂଆଦିଲ୍ଲୀ,୧୧ା୯: ଭାରତୀୟ ଅର୍ଥନୀତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଦେଶର ବାସ୍ତବ GDP ବୃଦ୍ଧି ୭.୮…

ସାମାଜିକ ଗଣମାଧ୍ୟମ ବ୍ୟବହାରରେ ନାବାଳକଙ୍କ ସୁରକ୍ଷା ପ୍ରସଙ୍ଗ, କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ା୯: ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବା ନାବାଳକମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଏବଂ ୧୮ବର୍ଷରୁ କମ୍‌ ବୟସର ପିଲାଙ୍କ ସହିତ କୌଣସି ପ୍ଲାଟଫର୍ମ ଯେପରି ଚୁକ୍ତିବଦ୍ଧ ନ…

ପୂରାଉଁଆସରେ ସଂସ୍କୃତି-ପରମ୍ପରାର ଝଲକ: କୁଣ୍ଢିକାଚିରେ ଘର ସଂସାର ଶିକ୍ଷା

ଅମରପାଲି,୧୧।୯(ପୀତାମ୍ବର ସାହୁ):ପରମ୍ପରା ହିଁ ଗୋଟିଏ ଜାତିର ପରିଚୟ। ଯେଉଁ ପରମ୍ପରା ଲୋକଜୀବନ ସହ ପିଢି ପରେ ପିଢି ଯୋଡ଼ି ରହିଛି। ଏହା ହିଁ ହୋଇଯାଏ ଲୋକସଂସ୍କୃତିର ଅମୂଲ୍ୟ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରନେତାଙ୍କ ତତ୍ପରତା: ୮ବର୍ଷ ପରେ ଛାତ୍ରସଂସଦ ନିର୍ବାଚନ ହେବା ଚର୍ଚ୍ଚା

ଭବାନୀପାଟଣା,୧୧ା୯(ଉତ୍ତମ କୁମାର ଦାଶ):ଦୀର୍ଘ ୮ବର୍ଷର ବ୍ୟବଧାନ ପରେ ଛାତ୍ରସଂସଦ ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟରେ ଛାତ୍ରସଂସଦ ପୁଣି ଥରେ ଆରମ୍ଭ କରିବା ନେଇ ଉଚ୍ଚଶିକ୍ଷା…

ଆମେରିକା ଛାଡ଼ିବାକୁ ‘ମିଷ୍ଟର ସିଂ’ଙ୍କୁ ଧମକ, US ବିଜ୍ଞାପନକୁ ନେଇ ହଙ୍ଗାମା

ୱାଶିଂଟନ,୧୧।୯(ପି.ଟି.): ଆମେରିକାର ‘ଡିପାର୍ଟମେଣ୍ଟ ଅଫ୍‌ ହୋମଲ୍ୟାଣ୍ଡ୍‌ ସିକ୍ୟୁରିଟି’ (ଡିଏଚ୍‌ଏସ୍‌) ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ଜାରି କରାଯାଇଥିବା ଏକ ବିଜ୍ଞାପନକୁ ନେଇ ସାରା ବିଶ୍ୱରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri