ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର ଉଦ୍ୟମ

କାଳିଆପାଣି,୯।୩(ଡି.ଏନ୍‌.ଏ.): ସୋମବାର ବିଶ୍ୱ ମହିଳା ଦିବସ ସମାରୋହ ଖୁବ୍‌ ଧୁମ୍‌ଧାମରେ ପାଳନ ହେଉଥିବା ବେଳେ ସୁକିନ୍ଦା ନିକଟ ଭିମଟଙ୍ଗର ଗ୍ରାମ ନିକଟ ବୁଦୁବୁଦିଆ ଜଙ୍ଗଲରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଆଦିବାସୀ ନାବାଳିକାଙ୍କୁ ୪ଜଣ ଯୁବକ ଗଣବଳାତ୍କାର ଉଦ୍ୟମ କରିଛନ୍ତି। ଏ ସଂକ୍ରାନ୍ତରେ କାଳିଆପାଣି ଥାନାରେ ଅଭିଯୋଗ ହୋଇଛି। ସମ୍ପୃକ୍ତ ଯୁବକମାନଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଟାଟାହଟିଂ ତାରେଣୀ ମାର୍କେଟରେ ରହୁଥିବା ଧାମନଗର ଥାନା ଦଶରଥପୁର ଗ୍ରାମର ସନ୍ତୋଷ କୁମାର ପୃଷ୍ଟି (୩୧) ଓ ରବି ନାଏକ(୨୦), ମଲ୍ଲାରସାହିର ସିଲୁ ମହାନ୍ତ(୨୦), କାଟେପୁର୍ତ୍ତି ନଗରର ସତ୍ୟବ୍ରତ ବେହେରା(୨୦)।
ସୂଚନା ଅନୁଯାୟୀ, ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ କଲରଙ୍ଗୀ ଗ୍ରାମର ଜଣେ ନାବାଳକଙ୍କ ସହ ଡୁବୁରୀ ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ଏକ ବସ୍‌ରେ ବ୍ରାହ୍ମଣୀପାଳରୁ ଆସି ଟାଟା ବଜାରରେ ସୋମବାର ଅପରାହ୍ନରେ ଓହ୍ଲାଇଥିଲେ। ସେମାନେ ଟାଟା ଖଣିର ମୁଖ୍ୟ ଫାଟକ ସମ୍ମୁଖରେ ଥିବା ଏକ ଫାଷ୍ଟଫୁଡ୍‌ ଦୋକାନରୁ ଚାଓମିନ ଖାଇ ଟମ୍‌କା-ମଙ୍ଗଳପୁର ଖଣି ରାସ୍ତାରେ ଚାଲି ଚାଲି କଲରଙ୍ଗୀ ଗ୍ରାମକୁ ଯାଉଥିଲେ। ଶୀଘ୍ର ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ବା ପାଇଁ ସେମାନେ ଭିମଟାଙ୍ଗର ଗ୍ରାମ ପରେ କଲରଙ୍ଗୀ ଢାବା ଛକକୁ ଏକ ପାଦଚଲା ଗଳି ରାସ୍ତାରେ ଯାଇଥିଲେ। ସନ୍ଧ୍ୟା ହୋଇ ଆସୁଥିବାରୁ ଉଭୟ ଶୀଘ୍ର ଶୀଘ୍ର ଚାଲିଥିଲେ। ଏହି ସମୟରେ ଅଚାନକ ୨ ମୋଟର ସାଇକେଲରେ ୪ ଜଣ ଯୁବକ ଆସି ସେମାନଙ୍କ ଆଗରେ ଅଟକିଥିଲେ। ନାବାଳକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ୪ଜଣ ଯୁବକଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା। ମାତ୍ର ସେହି ଯୁବକମାନେ ନାବାଳକଙ୍କୁ ଆକ୍ରମଣ କରିବା ସହ ୨ଜଣ ଯୁବକ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇଥିଲେ। କୌଶଳକ୍ରମେ ନାବାଳକ ଜଣକ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଏହି ସୁଯୋଗରେ ସମ୍ପୃକ୍ତ ଯୁବକମାନେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ହେଲେ ନାବାଳିକା ଖୁବ୍‌ ସାହସର ସହିତ ସେମାନଙ୍କ ସହିତ ଲଢ଼ି ଇଜ୍ଜତ ରକ୍ଷା ପାଇଁ ଚେଷ୍ଟା କରି ସଫଳ ହୋଇଥିଲେ। ଶେଷରେ ନାବାଳିକା ସେହି ବୁଦୁବୁଦିଆ ଜଙ୍ଗଲରୁ ମୁଖ୍ୟ ରାସ୍ତାକୁ ଚାଲି ଆସି ବଡ଼ପାଟିରେ ଚିତ୍କାର କରିବାରୁ କେତେଜଣ ଲୋକ ସେଠାରେ ପହଞ୍ଚତ୍ ଯାଇଥିଲେ। ସେମାନେ ନାବାଳିକାଙ୍କୁ ଉଦ୍ଧାର କରି କାଳିଆପାଣି ଥାନାକୁ ଖବର ଦେଇଥିଲେ। କାଳିଆପାଣି ଥାନା ଅଧିକାରୀ ରାମାକାନ୍ତ ମୁଦୁଲି ଘଟଣାସ୍ଥଳରେ ପହଞ୍ଚତ୍ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଘଟଣାରେ ସମ୍ପୃକ୍ତ ଯୁବକମାନଙ୍କଠାରୁ ଖସି ପଳାଇଥିବା ନାବାଳକଙ୍କ ବୟାନ ଅନୁଯାୟୀ ପୋଲିସ ସମ୍ପୃକ୍ତ ୪ ଯୁବକଙ୍କୁ ଗିରଫ କରିଛି। ନାବାଳିକାଙ୍କ ଅଭିଯୋଗ କ୍ରମେ କାଳିଆପାଣି ଥାନାରେ ଏକ ମାମଲା (ନଂ. ୨୪/୨୧) ପୋକ୍‌ସୋ ଆଇନ ଅନୁଯାୟୀ ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କ ମଙ୍ଗଳବାର ଡାକ୍ତରୀମାଇନା କରାଯିବା ପରେ କୋର୍ଟଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri