ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର ଉଦ୍ୟମ

କାଳିଆପାଣି,୯।୩(ଡି.ଏନ୍‌.ଏ.): ସୋମବାର ବିଶ୍ୱ ମହିଳା ଦିବସ ସମାରୋହ ଖୁବ୍‌ ଧୁମ୍‌ଧାମରେ ପାଳନ ହେଉଥିବା ବେଳେ ସୁକିନ୍ଦା ନିକଟ ଭିମଟଙ୍ଗର ଗ୍ରାମ ନିକଟ ବୁଦୁବୁଦିଆ ଜଙ୍ଗଲରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଆଦିବାସୀ ନାବାଳିକାଙ୍କୁ ୪ଜଣ ଯୁବକ ଗଣବଳାତ୍କାର ଉଦ୍ୟମ କରିଛନ୍ତି। ଏ ସଂକ୍ରାନ୍ତରେ କାଳିଆପାଣି ଥାନାରେ ଅଭିଯୋଗ ହୋଇଛି। ସମ୍ପୃକ୍ତ ଯୁବକମାନଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଟାଟାହଟିଂ ତାରେଣୀ ମାର୍କେଟରେ ରହୁଥିବା ଧାମନଗର ଥାନା ଦଶରଥପୁର ଗ୍ରାମର ସନ୍ତୋଷ କୁମାର ପୃଷ୍ଟି (୩୧) ଓ ରବି ନାଏକ(୨୦), ମଲ୍ଲାରସାହିର ସିଲୁ ମହାନ୍ତ(୨୦), କାଟେପୁର୍ତ୍ତି ନଗରର ସତ୍ୟବ୍ରତ ବେହେରା(୨୦)।
ସୂଚନା ଅନୁଯାୟୀ, ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ କଲରଙ୍ଗୀ ଗ୍ରାମର ଜଣେ ନାବାଳକଙ୍କ ସହ ଡୁବୁରୀ ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ଏକ ବସ୍‌ରେ ବ୍ରାହ୍ମଣୀପାଳରୁ ଆସି ଟାଟା ବଜାରରେ ସୋମବାର ଅପରାହ୍ନରେ ଓହ୍ଲାଇଥିଲେ। ସେମାନେ ଟାଟା ଖଣିର ମୁଖ୍ୟ ଫାଟକ ସମ୍ମୁଖରେ ଥିବା ଏକ ଫାଷ୍ଟଫୁଡ୍‌ ଦୋକାନରୁ ଚାଓମିନ ଖାଇ ଟମ୍‌କା-ମଙ୍ଗଳପୁର ଖଣି ରାସ୍ତାରେ ଚାଲି ଚାଲି କଲରଙ୍ଗୀ ଗ୍ରାମକୁ ଯାଉଥିଲେ। ଶୀଘ୍ର ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ବା ପାଇଁ ସେମାନେ ଭିମଟାଙ୍ଗର ଗ୍ରାମ ପରେ କଲରଙ୍ଗୀ ଢାବା ଛକକୁ ଏକ ପାଦଚଲା ଗଳି ରାସ୍ତାରେ ଯାଇଥିଲେ। ସନ୍ଧ୍ୟା ହୋଇ ଆସୁଥିବାରୁ ଉଭୟ ଶୀଘ୍ର ଶୀଘ୍ର ଚାଲିଥିଲେ। ଏହି ସମୟରେ ଅଚାନକ ୨ ମୋଟର ସାଇକେଲରେ ୪ ଜଣ ଯୁବକ ଆସି ସେମାନଙ୍କ ଆଗରେ ଅଟକିଥିଲେ। ନାବାଳକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ୪ଜଣ ଯୁବକଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା। ମାତ୍ର ସେହି ଯୁବକମାନେ ନାବାଳକଙ୍କୁ ଆକ୍ରମଣ କରିବା ସହ ୨ଜଣ ଯୁବକ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇଥିଲେ। କୌଶଳକ୍ରମେ ନାବାଳକ ଜଣକ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଏହି ସୁଯୋଗରେ ସମ୍ପୃକ୍ତ ଯୁବକମାନେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ହେଲେ ନାବାଳିକା ଖୁବ୍‌ ସାହସର ସହିତ ସେମାନଙ୍କ ସହିତ ଲଢ଼ି ଇଜ୍ଜତ ରକ୍ଷା ପାଇଁ ଚେଷ୍ଟା କରି ସଫଳ ହୋଇଥିଲେ। ଶେଷରେ ନାବାଳିକା ସେହି ବୁଦୁବୁଦିଆ ଜଙ୍ଗଲରୁ ମୁଖ୍ୟ ରାସ୍ତାକୁ ଚାଲି ଆସି ବଡ଼ପାଟିରେ ଚିତ୍କାର କରିବାରୁ କେତେଜଣ ଲୋକ ସେଠାରେ ପହଞ୍ଚତ୍ ଯାଇଥିଲେ। ସେମାନେ ନାବାଳିକାଙ୍କୁ ଉଦ୍ଧାର କରି କାଳିଆପାଣି ଥାନାକୁ ଖବର ଦେଇଥିଲେ। କାଳିଆପାଣି ଥାନା ଅଧିକାରୀ ରାମାକାନ୍ତ ମୁଦୁଲି ଘଟଣାସ୍ଥଳରେ ପହଞ୍ଚତ୍ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଘଟଣାରେ ସମ୍ପୃକ୍ତ ଯୁବକମାନଙ୍କଠାରୁ ଖସି ପଳାଇଥିବା ନାବାଳକଙ୍କ ବୟାନ ଅନୁଯାୟୀ ପୋଲିସ ସମ୍ପୃକ୍ତ ୪ ଯୁବକଙ୍କୁ ଗିରଫ କରିଛି। ନାବାଳିକାଙ୍କ ଅଭିଯୋଗ କ୍ରମେ କାଳିଆପାଣି ଥାନାରେ ଏକ ମାମଲା (ନଂ. ୨୪/୨୧) ପୋକ୍‌ସୋ ଆଇନ ଅନୁଯାୟୀ ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କ ମଙ୍ଗଳବାର ଡାକ୍ତରୀମାଇନା କରାଯିବା ପରେ କୋର୍ଟଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri