ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର ଉଦ୍ୟମ

କାଳିଆପାଣି,୯।୩(ଡି.ଏନ୍‌.ଏ.): ସୋମବାର ବିଶ୍ୱ ମହିଳା ଦିବସ ସମାରୋହ ଖୁବ୍‌ ଧୁମ୍‌ଧାମରେ ପାଳନ ହେଉଥିବା ବେଳେ ସୁକିନ୍ଦା ନିକଟ ଭିମଟଙ୍ଗର ଗ୍ରାମ ନିକଟ ବୁଦୁବୁଦିଆ ଜଙ୍ଗଲରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଆଦିବାସୀ ନାବାଳିକାଙ୍କୁ ୪ଜଣ ଯୁବକ ଗଣବଳାତ୍କାର ଉଦ୍ୟମ କରିଛନ୍ତି। ଏ ସଂକ୍ରାନ୍ତରେ କାଳିଆପାଣି ଥାନାରେ ଅଭିଯୋଗ ହୋଇଛି। ସମ୍ପୃକ୍ତ ଯୁବକମାନଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଟାଟାହଟିଂ ତାରେଣୀ ମାର୍କେଟରେ ରହୁଥିବା ଧାମନଗର ଥାନା ଦଶରଥପୁର ଗ୍ରାମର ସନ୍ତୋଷ କୁମାର ପୃଷ୍ଟି (୩୧) ଓ ରବି ନାଏକ(୨୦), ମଲ୍ଲାରସାହିର ସିଲୁ ମହାନ୍ତ(୨୦), କାଟେପୁର୍ତ୍ତି ନଗରର ସତ୍ୟବ୍ରତ ବେହେରା(୨୦)।
ସୂଚନା ଅନୁଯାୟୀ, ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ କଲରଙ୍ଗୀ ଗ୍ରାମର ଜଣେ ନାବାଳକଙ୍କ ସହ ଡୁବୁରୀ ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ଏକ ବସ୍‌ରେ ବ୍ରାହ୍ମଣୀପାଳରୁ ଆସି ଟାଟା ବଜାରରେ ସୋମବାର ଅପରାହ୍ନରେ ଓହ୍ଲାଇଥିଲେ। ସେମାନେ ଟାଟା ଖଣିର ମୁଖ୍ୟ ଫାଟକ ସମ୍ମୁଖରେ ଥିବା ଏକ ଫାଷ୍ଟଫୁଡ୍‌ ଦୋକାନରୁ ଚାଓମିନ ଖାଇ ଟମ୍‌କା-ମଙ୍ଗଳପୁର ଖଣି ରାସ୍ତାରେ ଚାଲି ଚାଲି କଲରଙ୍ଗୀ ଗ୍ରାମକୁ ଯାଉଥିଲେ। ଶୀଘ୍ର ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ବା ପାଇଁ ସେମାନେ ଭିମଟାଙ୍ଗର ଗ୍ରାମ ପରେ କଲରଙ୍ଗୀ ଢାବା ଛକକୁ ଏକ ପାଦଚଲା ଗଳି ରାସ୍ତାରେ ଯାଇଥିଲେ। ସନ୍ଧ୍ୟା ହୋଇ ଆସୁଥିବାରୁ ଉଭୟ ଶୀଘ୍ର ଶୀଘ୍ର ଚାଲିଥିଲେ। ଏହି ସମୟରେ ଅଚାନକ ୨ ମୋଟର ସାଇକେଲରେ ୪ ଜଣ ଯୁବକ ଆସି ସେମାନଙ୍କ ଆଗରେ ଅଟକିଥିଲେ। ନାବାଳକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ୪ଜଣ ଯୁବକଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା। ମାତ୍ର ସେହି ଯୁବକମାନେ ନାବାଳକଙ୍କୁ ଆକ୍ରମଣ କରିବା ସହ ୨ଜଣ ଯୁବକ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇଥିଲେ। କୌଶଳକ୍ରମେ ନାବାଳକ ଜଣକ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଏହି ସୁଯୋଗରେ ସମ୍ପୃକ୍ତ ଯୁବକମାନେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ହେଲେ ନାବାଳିକା ଖୁବ୍‌ ସାହସର ସହିତ ସେମାନଙ୍କ ସହିତ ଲଢ଼ି ଇଜ୍ଜତ ରକ୍ଷା ପାଇଁ ଚେଷ୍ଟା କରି ସଫଳ ହୋଇଥିଲେ। ଶେଷରେ ନାବାଳିକା ସେହି ବୁଦୁବୁଦିଆ ଜଙ୍ଗଲରୁ ମୁଖ୍ୟ ରାସ୍ତାକୁ ଚାଲି ଆସି ବଡ଼ପାଟିରେ ଚିତ୍କାର କରିବାରୁ କେତେଜଣ ଲୋକ ସେଠାରେ ପହଞ୍ଚତ୍ ଯାଇଥିଲେ। ସେମାନେ ନାବାଳିକାଙ୍କୁ ଉଦ୍ଧାର କରି କାଳିଆପାଣି ଥାନାକୁ ଖବର ଦେଇଥିଲେ। କାଳିଆପାଣି ଥାନା ଅଧିକାରୀ ରାମାକାନ୍ତ ମୁଦୁଲି ଘଟଣାସ୍ଥଳରେ ପହଞ୍ଚତ୍ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଘଟଣାରେ ସମ୍ପୃକ୍ତ ଯୁବକମାନଙ୍କଠାରୁ ଖସି ପଳାଇଥିବା ନାବାଳକଙ୍କ ବୟାନ ଅନୁଯାୟୀ ପୋଲିସ ସମ୍ପୃକ୍ତ ୪ ଯୁବକଙ୍କୁ ଗିରଫ କରିଛି। ନାବାଳିକାଙ୍କ ଅଭିଯୋଗ କ୍ରମେ କାଳିଆପାଣି ଥାନାରେ ଏକ ମାମଲା (ନଂ. ୨୪/୨୧) ପୋକ୍‌ସୋ ଆଇନ ଅନୁଯାୟୀ ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କ ମଙ୍ଗଳବାର ଡାକ୍ତରୀମାଇନା କରାଯିବା ପରେ କୋର୍ଟଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଶା କାରବାର ରୋକିବ ଟାକ୍ସ ଫୋର୍ସ

ଭୁବନେଶ୍ୱର,୧୭।୧(ବ୍ୟୁରୋ): ରାଜ୍ୟରେ ଡ୍ରଗ୍ସ ଚାଲାଣ ରୋକିବା ନେଇ ଟାକ୍ସ ଫୋର୍ସ ଗଠନ କରାଯିବ। ଏହି ଟାକ୍ସ ଫୋର୍ସ ଅବସରପ୍ରାପ୍ତ ଡିଜିପି ଅଭୟଙ୍କ ଅଧ୍ୟକ୍ଷତାରେ ହେବ। ମୁଖ୍ୟ...

ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ

ଆରଡ଼ି,୧୬।୫(ଡି.ଏନ.ଏ.): ସରକାରଙ୍କ ମୋ କୁଡ଼ିଆ, ବିଜୁ ପକ୍କାଘର, ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏଠି ପହଞ୍ଚିପାରି ନାହିଁ। ଘରଡିହ ୧ ଡିସିମିଲରୁ କମ୍‌...

ପୋଲିସ ଡିଜିଙ୍କ ଖବରଦାତା ସମ୍ମିଳନୀକୁ ବର୍ଜନ

ବଲାଙ୍ଗୀର ଅଫିସ,୭।୮: ବଲାଙ୍ଗୀର ଜିଲା ଗସ୍ତରେ ଶନିବାର ପୋଲିସ ଡିଜି ଅଭୟ ଆସିଛନ୍ତି। ଏ ନେଇ ପୂର୍ବାହ୍ନ ୧୧ଟା ୧୫ରେ ମନୋହରପୁର ରିଜର୍ଭ ପୋଲିସ କାର୍ଯ୍ୟାଳୟରେ...

କାନୁପୁର ସ୍ପିଲ୍‌ ଚ୍ୟାନେଲ ପୋଲ ନିର୍ମାଣ ବିଳମ୍ବ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ଜାତୀୟ ରାଜପଥ ୨୧୫ କାନୁପୁର ସ୍ପିଲ ଚ୍ୟାନେଲ ଉପରେ ୪ ଲାଇନ ବିଶିଷ୍ଟ ପୋଲ ନିର୍ମାଣ ବିଳମ୍ବ ହେବାରେ ଲାଗିଛି। ଦୀର୍ଘଦିନ ହେବ ଏହି...

ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶର,୧।୪(ବ୍ୟୁରୋ): ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୬ ମାସ ମିଳିବ ମାଗଣା ଚାଉଳ। ଏ ନେଇ ଶୁକ୍ରବାର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ପ୍ରକଳ୍ପ ନିର୍ମାଣକୁ ବର୍ଷେ ପୂରିନି: ଲୋକଙ୍କ ନିକଟରେ ପହଞ୍ଚୁନି ପିଇବା ପାଣି

ଖଇରା, ୬।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରଟିଣା ପାନୀୟ ଜଳ ପ୍ରକଳ୍ପ ନିର୍ମାଣର ବର୍ଷେ ନ ପୂରୁଣୁ ବହୁ ସ୍ଥାନରେ ପାଇପ ନଷ୍ଟ ହେବା...

ଟ୍ରକ ଧକ୍କାରେ ଦୁଇ ଜଣଙ୍କ ଜୀବନ ଗଲା

ରାଇସୁଆଁ,୩ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ଥାନା ନିକଟରେ ସୋମବାର ସକାଳେ ଏକ ଟ୍ରକ ଧକ୍କା ଦେବାରୁ ରାଇସୁଆଁର ଜଣେ ଯୁବତୀ ଓ ଜଣେ ମହିଳାଙ୍କ ଜୀବନ...

ଜୀବନବିନ୍ଦୁ ମାଧ୍ୟମରେ ୩୧ ୟୁନିଟ୍‌ ରକ୍ତ ସଂଗୃହୀତ

ଚମ୍ପୁଆ, ୨।୫(ଡି.ଏନ.ଏ.)-ଚମ୍ପୁଆ ବ୍ଲକ ଫର୍ଶଳା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ ମାଧ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ...

Advertisement
Archives

Model This Week