ଇରାକ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ

ବାଗଦାଦ, ୮ା୧୧: ଇରାକ ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ୍‌-କାଦିମିଙ୍କ ବାସଭବନକୁ ଟାର୍ଗେଟ କରି ରବିବାର ରକେଟ୍‌ ଓ ଡ୍ରୋନ ଯୋଗେ ବିସ୍ଫୋରଣ କରାଯାଇଛି। ତାଙ୍କୁ ହତ୍ୟା କରିବାକୁ ଏଭଳି ଆକ୍ରମଣ ହୋଇଥିବା କୁହାଯାଉଛି। ସେହି ସମୟରେ ଅଲ୍‌-କାଦିମି ଘରେ ଥିଲେ। ତେବେ ସୌଭାଗ୍ୟବଶତଃ ସେ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି। ଏହା ପରେ ସେ ସଙ୍ଗେ ସଙ୍ଗେ ସୁରକ୍ଷିତ ଥିବା ନେଇ ଏକ ଟୁଇଟ କରିବା ସହ ଲୋକଙ୍କୁ ଶାନ୍ତି ଓ ସଂଯମତା ବଜାୟ ରଖିବାକୁ ଆହ୍ବାନ ଦେଇଛନ୍ତି। ରାଜଧାନୀ ବାଗ୍‌ଦାଦର ହାଇ ସିକ୍ୟୁରିଟି ଗ୍ରୀନ୍‌ ଜୋନ୍‌ ଏରିଆରେ ଦୁଇଟି ଡ୍ରୋନ୍‌ ଦ୍ୱାରା ଆକ୍ରମଣ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ମୁସ୍ତାଫାଙ୍କ ୭ ସୁରକ୍ଷାକର୍ମୀ ଆହତ ହୋଇଥିବା ଇରାକର ଦୁଇ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି।
ପରେ ଅଲ୍‌-କାଦିମିଙ୍କୁ ଇରାକ ଟେଲିଭିଜନରେ ଦେଖିବାକୁ ମିଳିଥିଲା। ଏଥିରେ ସେ କହିଛନ୍ତି, ରକେଟ୍‌ ଓ ଡ୍ରୋନ୍‌ ଯୋଗେ ଭୀରୁତାପୂର୍ଣ୍ଣ ଆକ୍ରମଣ ଦ୍ୱାରା ନା ଘର ତିଆରି ହୁଏ ନା ଭବିଷ୍ୟତ। ସରକାରୀ ସ୍ତରରେ ଜାରି ଏକ ବିବୃତିରେ କୁହାଯାଇଛି,ବିସ୍ଫୋରକ ଭର୍ତ୍ତି ଡ୍ରୋନ୍‌ ଦ୍ୱାରା କାଦିମିଙ୍କ ଘରକୁ ଟାର୍ଗେଟ କରାଯାଇଥିଲା। ସ୍ଥାନୀୟ ଲୋକେ ବିସ୍ଫୋରଣ ସହିତ ପ୍ରଚଣ୍ଡ ଗୁଳିଗୋଳାର ଶବ୍ଦ ଶୁଣିବାକୁ ପାଇଥିଲେ। ତେବେ ଏହି ଉଦ୍ୟମ ବିଫଳ ସାବ୍ୟସ୍ତ ହୋଇଛି। ଆକ୍ରମଣ ପାଇଁ େକେହି ନିଜକୁ ଦାୟୀ କରି ନାହାନ୍ତି। ଗତମାସରେ ହୋଇଥିବା ନିର୍ବାଚନକୁ ଇରାନ୍‌ ସମର୍ଥିତ ମିଲିସିଆ ସ୍ବୀକାର ନ କରିବାକୁ ନେଇ ବିବାଦ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଉପରେ ଏଭଳି ଆକ୍ରମଣ କରାଯାଇଛି।
ବର୍ଷ ମେ’ରେ ୫୪ ବର୍ଷୀୟ ଅଲ୍‌-କାଦିମି ମୁସ୍ତାଫା ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ପୂର୍ବରୁ ସେ ଇରାକର ଗୋଇନ୍ଦା ବିଭାଗ ମୁଖ୍ୟ ଥିଲେ। ତାଙ୍କୁ ଆମେରିକାର ନିକଟତର ବିବେଚନା କରାଯାଏ। ଉଭୟ ଇରାନ୍‌ ଏବଂ ଆମେରିକା ସହ ଇରାକ୍‌ର ସମ୍ପର୍କ ସନ୍ତୁଳିତ ରଖିବାକୁ ସେ ଚେଷ୍ଟା କରିଛନ୍ତି। ନିର୍ବାଚନ ପୂର୍ବରୁ ସେ ଆଞ୍ଚଳିକ ତିକ୍ତତା ଦୂର କରିବା ପାଇଁ ଇରାନ ଏବଂ ସାଉଦି ଆରବ ମଧ୍ୟରେ ଅନେକ ରାଉଣ୍ଡ ଆଲୋଚନା ମଧ୍ୟ କରିଛନ୍ତି।

ଆତଙ୍କବାଦୀ ଆକ୍ରମଣ କହିଲା ଆମେରିକା

ଇରାକ୍‌ ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ୍‌-କାଦିମିଙ୍କ ବାସଭବନକୁ ଟାର୍ଗେଟ କରି ଡ୍ରୋନ୍‌ ଆକ୍ରମଣ କରିବା ଘଟଣାକୁ ଆମେରିକା ନିନ୍ଦା କରିଛି। ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ପରରାଷ୍ଟ୍ର ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି। ଇରାକ୍‌ର ଅଖଣ୍ଡତା ଏବଂ ସ୍ବାଧୀନତା ବଜାୟ ରଖିବା ପାଇଁ ଦାୟିତ୍ୱରେ ଥିବା ସୁରକ୍ଷାବଳ ସହ ଆମେରିକା ଯୋଗାଯୋଗରେ ଅଛି। ଆକ୍ରମଣର ତଦନ୍ତ ଏବଂ ଅନ୍ୟ ସହାୟତା ପ୍ରଦାନ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିବା ପ୍ରାଇସ୍‌ ସୂଚନା ଦେଇଛନ୍ତି। ସେହିପରି ସାଉଦିଆରବ ମଧ୍ୟ ଅଲ୍‌-କାଦିମିଙ୍କ ହତ୍ୟା ଉଦ୍ୟମକୁ ନିନ୍ଦା କରିଛି। ଏହା ଭୀରୂତାପୂର୍ଣ୍ଣ କାର୍ଯ୍ୟକଳାପ ବୋଲି ସାଉଦି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଗ୍ରୀନ୍‌ ଜୋନ ବାହାରେ ବିକ୍ଷୋଭ ଜାରି

ଇରାନ୍‌ ସୁରକ୍ଷାକର୍ମୀ ଏବଂ ଇରାକ୍‌ ସମର୍ଥିତ ଶିୟା ମିଲିସିଆଙ୍କ ସମର୍ଥକ ନିର୍ବାଚନ ପରିଣାମ ବିରୋଧରେ ପ୍ରାୟ ମାସେ ହେଲାଣି ଗ୍ରୀନ୍‌ ଜୋନ ବାହାରେ ବିକ୍ଷୋଭ କରୁଛନ୍ତି। ପୁନର୍ବାର ଭୋଟ ଗଣତି ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଶୁକ୍ରବାର ବିକ୍ଷୋଭକାରୀମାନେ ଗ୍ରୀନ୍‌ ଜୋନ ମଧ୍ୟକୁ ପଶିବାକୁ ଉଦ୍ୟମ କରୁଥିବାବେଳେ ସେମାନଙ୍କୁ ଘଉଡାଇବାକୁ ସୁରକ୍ଷାବାହିନୀ ପକ୍ଷରୁ ଲୁହବୁହା ଗ୍ୟାସ ଓ ଗୁଳି ଚାଳନା କରାଯାଇଥିଲା। ଏଥିରେ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା। ବହୁସଂଖ୍ୟାରେ ସୁରକ୍ଷାକର୍ମୀ ଆହତ ହୋଇଥିଲେ। ଅନ୍ୟପକ୍ଷରେ ଶୁକ୍ରବାର ହୋଇଥିବା ସଂଘର୍ଷ ପାଇଁ କେତେକ ମିଲିସିଆ ଗୋଷ୍ଠୀର ନେତାମାନେ ଅଲ-କାଦିମିଙ୍କୁ ଖୋଲାଖୋଲି ଭାବେ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?