ଇରାକ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ

ବାଗଦାଦ, ୮ା୧୧: ଇରାକ ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ୍‌-କାଦିମିଙ୍କ ବାସଭବନକୁ ଟାର୍ଗେଟ କରି ରବିବାର ରକେଟ୍‌ ଓ ଡ୍ରୋନ ଯୋଗେ ବିସ୍ଫୋରଣ କରାଯାଇଛି। ତାଙ୍କୁ ହତ୍ୟା କରିବାକୁ ଏଭଳି ଆକ୍ରମଣ ହୋଇଥିବା କୁହାଯାଉଛି। ସେହି ସମୟରେ ଅଲ୍‌-କାଦିମି ଘରେ ଥିଲେ। ତେବେ ସୌଭାଗ୍ୟବଶତଃ ସେ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି। ଏହା ପରେ ସେ ସଙ୍ଗେ ସଙ୍ଗେ ସୁରକ୍ଷିତ ଥିବା ନେଇ ଏକ ଟୁଇଟ କରିବା ସହ ଲୋକଙ୍କୁ ଶାନ୍ତି ଓ ସଂଯମତା ବଜାୟ ରଖିବାକୁ ଆହ୍ବାନ ଦେଇଛନ୍ତି। ରାଜଧାନୀ ବାଗ୍‌ଦାଦର ହାଇ ସିକ୍ୟୁରିଟି ଗ୍ରୀନ୍‌ ଜୋନ୍‌ ଏରିଆରେ ଦୁଇଟି ଡ୍ରୋନ୍‌ ଦ୍ୱାରା ଆକ୍ରମଣ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ମୁସ୍ତାଫାଙ୍କ ୭ ସୁରକ୍ଷାକର୍ମୀ ଆହତ ହୋଇଥିବା ଇରାକର ଦୁଇ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି।
ପରେ ଅଲ୍‌-କାଦିମିଙ୍କୁ ଇରାକ ଟେଲିଭିଜନରେ ଦେଖିବାକୁ ମିଳିଥିଲା। ଏଥିରେ ସେ କହିଛନ୍ତି, ରକେଟ୍‌ ଓ ଡ୍ରୋନ୍‌ ଯୋଗେ ଭୀରୁତାପୂର୍ଣ୍ଣ ଆକ୍ରମଣ ଦ୍ୱାରା ନା ଘର ତିଆରି ହୁଏ ନା ଭବିଷ୍ୟତ। ସରକାରୀ ସ୍ତରରେ ଜାରି ଏକ ବିବୃତିରେ କୁହାଯାଇଛି,ବିସ୍ଫୋରକ ଭର୍ତ୍ତି ଡ୍ରୋନ୍‌ ଦ୍ୱାରା କାଦିମିଙ୍କ ଘରକୁ ଟାର୍ଗେଟ କରାଯାଇଥିଲା। ସ୍ଥାନୀୟ ଲୋକେ ବିସ୍ଫୋରଣ ସହିତ ପ୍ରଚଣ୍ଡ ଗୁଳିଗୋଳାର ଶବ୍ଦ ଶୁଣିବାକୁ ପାଇଥିଲେ। ତେବେ ଏହି ଉଦ୍ୟମ ବିଫଳ ସାବ୍ୟସ୍ତ ହୋଇଛି। ଆକ୍ରମଣ ପାଇଁ େକେହି ନିଜକୁ ଦାୟୀ କରି ନାହାନ୍ତି। ଗତମାସରେ ହୋଇଥିବା ନିର୍ବାଚନକୁ ଇରାନ୍‌ ସମର୍ଥିତ ମିଲିସିଆ ସ୍ବୀକାର ନ କରିବାକୁ ନେଇ ବିବାଦ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଉପରେ ଏଭଳି ଆକ୍ରମଣ କରାଯାଇଛି।
ବର୍ଷ ମେ’ରେ ୫୪ ବର୍ଷୀୟ ଅଲ୍‌-କାଦିମି ମୁସ୍ତାଫା ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ପୂର୍ବରୁ ସେ ଇରାକର ଗୋଇନ୍ଦା ବିଭାଗ ମୁଖ୍ୟ ଥିଲେ। ତାଙ୍କୁ ଆମେରିକାର ନିକଟତର ବିବେଚନା କରାଯାଏ। ଉଭୟ ଇରାନ୍‌ ଏବଂ ଆମେରିକା ସହ ଇରାକ୍‌ର ସମ୍ପର୍କ ସନ୍ତୁଳିତ ରଖିବାକୁ ସେ ଚେଷ୍ଟା କରିଛନ୍ତି। ନିର୍ବାଚନ ପୂର୍ବରୁ ସେ ଆଞ୍ଚଳିକ ତିକ୍ତତା ଦୂର କରିବା ପାଇଁ ଇରାନ ଏବଂ ସାଉଦି ଆରବ ମଧ୍ୟରେ ଅନେକ ରାଉଣ୍ଡ ଆଲୋଚନା ମଧ୍ୟ କରିଛନ୍ତି।

ଆତଙ୍କବାଦୀ ଆକ୍ରମଣ କହିଲା ଆମେରିକା

ଇରାକ୍‌ ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ୍‌-କାଦିମିଙ୍କ ବାସଭବନକୁ ଟାର୍ଗେଟ କରି ଡ୍ରୋନ୍‌ ଆକ୍ରମଣ କରିବା ଘଟଣାକୁ ଆମେରିକା ନିନ୍ଦା କରିଛି। ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ପରରାଷ୍ଟ୍ର ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି। ଇରାକ୍‌ର ଅଖଣ୍ଡତା ଏବଂ ସ୍ବାଧୀନତା ବଜାୟ ରଖିବା ପାଇଁ ଦାୟିତ୍ୱରେ ଥିବା ସୁରକ୍ଷାବଳ ସହ ଆମେରିକା ଯୋଗାଯୋଗରେ ଅଛି। ଆକ୍ରମଣର ତଦନ୍ତ ଏବଂ ଅନ୍ୟ ସହାୟତା ପ୍ରଦାନ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିବା ପ୍ରାଇସ୍‌ ସୂଚନା ଦେଇଛନ୍ତି। ସେହିପରି ସାଉଦିଆରବ ମଧ୍ୟ ଅଲ୍‌-କାଦିମିଙ୍କ ହତ୍ୟା ଉଦ୍ୟମକୁ ନିନ୍ଦା କରିଛି। ଏହା ଭୀରୂତାପୂର୍ଣ୍ଣ କାର୍ଯ୍ୟକଳାପ ବୋଲି ସାଉଦି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଗ୍ରୀନ୍‌ ଜୋନ ବାହାରେ ବିକ୍ଷୋଭ ଜାରି

ଇରାନ୍‌ ସୁରକ୍ଷାକର୍ମୀ ଏବଂ ଇରାକ୍‌ ସମର୍ଥିତ ଶିୟା ମିଲିସିଆଙ୍କ ସମର୍ଥକ ନିର୍ବାଚନ ପରିଣାମ ବିରୋଧରେ ପ୍ରାୟ ମାସେ ହେଲାଣି ଗ୍ରୀନ୍‌ ଜୋନ ବାହାରେ ବିକ୍ଷୋଭ କରୁଛନ୍ତି। ପୁନର୍ବାର ଭୋଟ ଗଣତି ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଶୁକ୍ରବାର ବିକ୍ଷୋଭକାରୀମାନେ ଗ୍ରୀନ୍‌ ଜୋନ ମଧ୍ୟକୁ ପଶିବାକୁ ଉଦ୍ୟମ କରୁଥିବାବେଳେ ସେମାନଙ୍କୁ ଘଉଡାଇବାକୁ ସୁରକ୍ଷାବାହିନୀ ପକ୍ଷରୁ ଲୁହବୁହା ଗ୍ୟାସ ଓ ଗୁଳି ଚାଳନା କରାଯାଇଥିଲା। ଏଥିରେ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା। ବହୁସଂଖ୍ୟାରେ ସୁରକ୍ଷାକର୍ମୀ ଆହତ ହୋଇଥିଲେ। ଅନ୍ୟପକ୍ଷରେ ଶୁକ୍ରବାର ହୋଇଥିବା ସଂଘର୍ଷ ପାଇଁ କେତେକ ମିଲିସିଆ ଗୋଷ୍ଠୀର ନେତାମାନେ ଅଲ-କାଦିମିଙ୍କୁ ଖୋଲାଖୋଲି ଭାବେ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri