ଶିଶୁ ବଳି ଯୋଜନା ପଣ୍ଡ

ଦେବଗଡ଼,୨୨ା୧୧(ଡି.ଏନ.ଏ): ମହାଦେବଙ୍କ ଦର୍ଶନ ପାଇଁ ଶିଶୁ ବଳି ଯୋଜନା ସହ ଜଣେ ଶିଶୁଙ୍କୁ ଅପହରଣ କରିବା ଅଭିଯୋଗରେ ଦେବଗଡ଼ ଆଦର୍ଶ ଥାନା ପୋଲିସ ଏକ ଦମ୍ପତି ଓ ଜଣେ ତଥାକଥିତ ତାନ୍ତ୍ରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ମାତ୍ର ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କିଛିମାସ ପୂର୍ବେ ଦେବଗଡ ଥାନା ଅନ୍ତର୍ଗତ ଖଣ୍ଡାଧୂଆଁ ଗ୍ରାମର ନିରଞ୍ଜନ ନାୟକଙ୍କ ସ୍ତ୍ରୀ ବନିତାଙ୍କୁ କୁଆଡେ ସ୍ବପ୍ନାଦେଶ ହୋଇଥିଲା ଯେ, ନିକଟସ୍ଥ ଗଳଖାଇର ଏକ ମହୁଲ ଗଛ ମୂଳରେ ପୂଜା କଲେ ସ୍ବୟଂ ଦେବଦେବ ମହାଦେବ ପ୍ରକଟ ହେବେ। ଏହି ସ୍ବପ୍ନାଦେଶ ପରେ ବନିତା ଓ ତାଙ୍କ ସ୍ବାମୀ ନିରଞ୍ଜନ ମହୁଲ ଗଛ ମୂଳରେ ପୂଜାର୍ଚ୍ଚନା କରିବା ଆରମ୍ଭ କରିଥିଲେ। ଗତ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଓ ଶନିବାର ସେଠାରେ ଫୁଲ, ବେଲପତ୍ର, ସିନ୍ଦୁର ଆଦି ଅର୍ପଣ କରୁଥିଲେ। ଏହା ସତ୍ତ୍ୱେ ମହାଦେବ ପ୍ରକଟ ନ ହେବାରୁ ଉକ୍ତ ଦମ୍ପତି ତାନ୍ତ୍ରୀକ ବୋଲାଇ ଲୋକଙ୍କୁ ଭୂଆଁ ବୁଲାଉଥିବା ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ରାଇପାଲ ଗ୍ରାମର ତ୍ରିନାଥ ବେହେରାଙ୍କ ଆଶ୍ରୟ ନେଇଥିଲେ। ଉକ୍ତ ମହୁଲ ଗଛମୂଳେ କୌଣସି ଶିଶୁକୁ ବଳି ଦେଲେ ସ୍ବୟଂ ମହାଦେବ ଆବିର୍ଭାବ ହେବେ ବୋଲି ତାନ୍ତ୍ରୀକ ତ୍ରିନାଥ ପରାମର୍ଶ ଦେଇଥିଲେ। ଏହାକୁ ସାକାର ରୂପ ଦେବାପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ସେହିପରି ଏହି ଯୋଜନା ଅନୁଯାୟୀ ତଥାକଥିତ ତାନ୍ତ୍ରୀକ ତ୍ରିନାଥ, ନିରଞ୍ଜନ ଓ ବନିତା ମିଳିତ ସହଯୋଗରେ ଉକ୍ତ ମହୁଲଗଛ ମୂଳେ ପ୍ରାୟ ୪ଫୁଟ ଗଭୀର ଓ ୩ ଫୁଟ ଓସାରର ଗାତ ଖୋଳିଥିଲେ। ରବିବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଖଣ୍ଡାଧୂଆଁ ଗ୍ରାମର ରାଜୁ ନାୟକଙ୍କ ସ୍ତ୍ରୀ ତାଙ୍କର ୬ ବର୍ଷର ଶିଶୁପୁତ୍ର ସହ ନିକଟସ୍ଥ ଏକ ନାଳକୁ ଯାଇଥିଲେ। ଶିଶୁ ପୁତ୍ରକୁ ରାସ୍ତାରେ ଠିଆ ହେବାକୁ କହି ସେ ନାଳକୁ ଯାଇଥିବାବେଳେ ଶୌଚ ସାରି ଫେରିବା ବେଳକୁ ଶିଶୁ ପୁତ୍ର ସେଠାରେ ନ ଥିଲା। ସେ ଏଣେତେଣେ ବହୁ ଖୋଜିଥିଲେ। ଶିଶୁଟିର କୌଣସି ସନ୍ଧାନ ନ ମିଳିବାରୁ ନିରାଶ ହୋଇ ଚିତ୍କାର କରି ଲୋକଙ୍କର ସହାୟତା ଲୋଡିଥିଲେ। ଖଣ୍ଡାଧୁଆଁ ସମେତ ଆଖପାଖ ଗ୍ରାମର ବହୁ ଲୋକ ସେଠାରେ ରୁଣ୍ଡ ହୋଇ ଶିଶୁକୁ ଖୋଜିବାକୁ ଯାଉଥିବାବେଳେ ଶିଶୁ କାନ୍ଦି କାନ୍ଦି ଫେରୁଥିବା ଦେଖି ଉଦ୍ଧାର କରିଥିଲେ। ଶିଶୁ ପାଟିରେ ହାତ ଚାପି ଅପହରଣ କରାଯାଇଥିବା, ଜୋରରେ କାନ୍ଦିବା ଏବଂ ଘଟଣାସ୍ଥଳ ଆଡକୁ ଗ୍ରାମବାସୀ ଯାଉଥିବା ଦେଖି ସେମାନେ ଛାଡିଦେଇଥିବା ଶିଶୁ ପ୍ରକାଶ କରିଥିଲେ। ଫଳରେ ଗ୍ରାମବାସୀ ସଦଳବଳେ ଉକ୍ତ ଶିଶୁକୁ ଧରି ମହୁଳ ଗଛ ମୂଳକୁ ଯିବାସହ ସେଠାରେ ଗାତ ଖୋଳାଯାଇଥିବା ଏବଂ ତହିଁରେ ଫୁଲ, ସିନ୍ଦୁର ଦେଇ ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ପାଇ ଆଶ୍ଚର୍ଯ୍ୟ ହୋଇଥିଲେ। ଶିଶୁ ବଳି ପାଇଁ ଉକ୍ତ ଗାତ ଖୋଳାଯାଇଥିବା ନିରଞ୍ଜନ, ବନିତା ଓ ତ୍ରିନାଥ ସ୍ବୀକାର କରିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସେମାନେ ଉକ୍ତ ତିନିଜଣଙ୍କୁ ଘେରାଉ କରି ଅଟକ ରଖିବା ସହ ଦେବଗଡ଼ ଥାନା ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପହଞ୍ଚତ୍ ଉକ୍ତ ତିନି ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରୁଥିବାବେଳେ ଘଟଣା ସମ୍ପର୍କରେ ସମ୍ପୃକ୍ତ ଅଞ୍ଚଳର ୨୦ ଜଣ ଲିଖିତ ଏତଲା ଦେଇଥିଲେ। ପୋଲିସ ଏକ ମାମଲା (ନଂ. ୮୬୫/୨୨) ରୁଜୁକରି ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri