ଉଦ୍ୟମ ବିଫଳ, ମିଳିତ ସହଯୋଗ ଆବଶ୍ୟକ

ସମ୍ବଲପୁର,୨୪ା୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ଦାବି ନେଇ ଆନ୍ଦୋଳନ ସମୟରେ ଡିସେମ୍ବର ୧୨ରେ କୋର୍ଟ ପରିସରରେ ଭଙ୍ଗାରୁଜା ସହ ବିଚାରପତିମାନଙ୍କୁ କୋର୍ଟରୁ ବାହାର କରିଦେବା ଭଳି ଘଟଣା ଘଟିଥିଲା। ଏହି ଘଟଣାରେ ମୋଟ ୩୮ଜଣଙ୍କୁ ଗିରଫ କରାଯାଇଛି। ଏସ୍‌ଡିଜେଏମ୍‌ ଓ ଅତିରିକ୍ତ ଜିଲାଜଜ୍‌ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ସେମାନେ ଜେଲରେ ଅଛନ୍ତି। ୪୩ ଓକିଲଙ୍କୁ ବାଦ୍‌ ଦେଇ ଅନ୍ୟ ସମସ୍ତଙ୍କ ଲାଇସେନ୍ସ ନିଲମ୍ବନ ନିର୍ଦ୍ଦେଶ ପ୍ରତ୍ୟାହର ହୋଇଛି। ନିଲମ୍ବନ ପ୍ରତ୍ୟାହାରର ୯ଦିନ ବତିଥିଲେ ମଧ୍ୟ ଓକିଲମାନେ କାର୍ଯ୍ୟରେ ଯୋଗଦାନ କରୁନାହାନ୍ତି। ଜେଲରେ ଥିବା ଓକିଲମାନଙ୍କୁ ଜାମିନ ମିଳିବା ପରେ ଆଲୋଚନା କରି କୋର୍ଟ କାର୍ଯ୍ୟରେ ଯୋଗଦେବେ ବୋଲି କହୁଛନ୍ତି। ଏଭଳି ପରିସ୍ଥିତିରେ କୋର୍ଟ କାର୍ଯ୍ୟରେ ଅଚଳାବସ୍ଥା ଦେଖାଦେଇଛି। ଜିଲା ପ୍ରଶାସନ, ପୋଲିସ ଓ ଜିଲା କୋର୍ଟ ପକ୍ଷରୁ ପ୍ରୟାସ କରାଯାଉଥିଲେ ମଧ୍ୟ ସଫଳ ହୋଇପାରୁ ନାହିଁ। ଏଥିପାଇଁ ସମସ୍ତ ରାଜନୈତିକ ଦଳ, ଅନୁଷ୍ଠାନ, ଜନ ପ୍ରତିନିଧିଙ୍କ ମିଳିତ ଉଦ୍ୟମ ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।

ଆଇଜିଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ

ସମ୍ବଲପୁର ଉତ୍ତରାଞ୍ଚଳ ପୋଲିସ ଆଇଜି ଡ. ଦୀପକ କୁମାରଙ୍କୁ ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଭେଟି ପରିସ୍ଥିତି ସ୍ବାଭାବିକ କରିବାକୁ ଦାବି କରିଛି। ଯାହା ଘଟିଲା ତାହା ଏକ ଦୁର୍ଘଟଣା। ଓକିଲମାନେ ଗିରଫ ହୋଇ ଜେଲରେ ଅଛନ୍ତି। ବାହାରେ ଥିବା ଓକିଲମାନେ କାର୍ଯ୍ୟରେ ଯୋଗଦେଉ ନାହାନ୍ତି। କୋର୍ଟ କାର୍ଯ୍ୟ ପାଇଁ ସାଧାରଣ ଲୋକ ସମସ୍ୟା ଭୋଗୁଛନ୍ତି। ୧୪୪ ଧାରା ଲାଗୁ ହୋଇଥିବାରୁ ପୋଲିସ ସୁରକ୍ଷା ରହିଛି। ଏହା ଦେଖି ଲୋକମାନେ ଭୟଭୀତ ରହୁଛନ୍ତି। କୋର୍ଟ କାର୍ଯ୍ୟ କିଭଳି ସୁରୁଖୁରୁରେ ଚାଲିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ତ୍ରୀପାଠୀ, ସୁତାପା ମିତ୍ର, ମହମ୍ମଦ ମୁକ୍ତାର, ବିଜୟଲକ୍ଷ୍ମୀ ବେହେରା, ସସ୍ମିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଓକିଲମାନେ ଅପରାଧୀ ନୁହନ୍ତି
ଡିସେମ୍ବର ୧୨ରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ। ହିଂସା ଗ୍ରହଣୀୟ ନୁହେଁ। ଓକିଲମାନେ ମଧ୍ୟ କୁଖ୍ୟାତ ଅପରାଧୀ ନୁହନ୍ତି। ପ୍ରାୟ ୨୯ ଜଣ ଓକିଲଙ୍କ ଜାମିନ ଖାରଜ ହୋଇଛି। ଅନ୍ୟ ଓକିଲ ଯୋଗଦାନ କରିବା ଓ ଜେଲରେ ଥିବା ଓକିଲମାନଙ୍କ ଜାମିନ ନେଇ ମିଳିତ ସହଯୋଗ ଆବଶ୍ୟକ। ଏଭଳି ସମୟରେ କେନ୍ଦ୍ର ସରକାର ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି। ହାଇକୋର୍ଟକୁ ପକ୍ଷ ରଖିବାକୁ ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାର ହାଇକୋର୍ଟରୁ ସିଧାସଳଖ ମତାମତ ଲୋଡିପାରିବେ। ହେଲେ ରାଜ୍ୟ ସରକାରଙ୍କୁ ଦାୟୀ କରି ନିଜ ମୁଣ୍ଡରୁ ଦୋଷ ଛଡାଇ ନେଉଛନ୍ତି। ଲୋକଙ୍କ ପାଇଁ ଯେଭଳି ଉପାୟରେ କୋର୍ଟ କାର୍ଯ୍ୟ ସ୍ବାଭାବିକ କରିବାକୁ ପଡିବ।
-ରାସେଶ୍ୱରୀ ପାଣିଗ୍ରାହୀ, ପୂର୍ବତନ ବିଧାୟିକା

ରାଜ୍ୟ ସରକାରଙ୍କ ଅବହେଳାର କୁପରିଣତି
ଡିସେମ୍ବର ୧୨ରେ ଘଟିଥିବା ଘଟଣା ପାଇଁ ପରିସ୍ଥିତି ଯେତିକି ଦାୟୀ ସମପରିମାଣାର ରାଜ୍ୟ ସରକାର ଦାୟୀ। ଆନ୍ଦୋଳନ ନେଇ ସବୁ ଜାଣିଥିବା ସମୟରେ ଆଲୋଚନା କରି ସମାଧାନ ବାଟ ବାହାର କଲେ ନାହିଁ। କେନ୍ଦ୍ର ସରକାରଙ୍କ ପାଖରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରୁନାହାନ୍ତି। ଘଟଣା ଦିନ ଭୁଲ ବୁଝାମଣା ଯୋଗୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ରାଜ୍ୟ ସରକାର ଘଟଣାର ସମାଧାନ କରିପାରିବେ। ବଳପୂର୍ବକ ଗିରଫ ଭୟ ଓ ଦମନଲୀଲା ନ କରି ଆପୋସ ସମାଧାନ କଲେ ସମସ୍ତଙ୍କର ମଙ୍ଗଳ ହେବ। କୋର୍ଟ କାର୍ଯ୍ୟ ସୁଚାରୁରୂପେ ଚାଲିବ ଓ ଲୋକମାନେ ସୁବିଧା ପାଇପାରିବେ।
-ଦେବେନ୍ଦ୍ର ମହାପାତ୍ର, ଭାଜପା କାର୍ଯ୍ୟକାରିଣୀ ସଦସ୍ୟ

ସୁପ୍ରିମକୋର୍ଟ ଆଦେଶ ପୁନଃ ବିଚାରର ସମୟ
ଓଡ଼ିଶାର ଆଡ୍‌ଭୋକେଟ ଜେନେରାଲଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଦିଆଯାଇଥିବା ସତ୍ୟପାଠ- ଓଡ଼ିଶାରେ ଆଉ ସ୍ଥାୟୀ ବେଞ୍ଚର ଆବଶ୍ୟକତା ନାହିଁ, ତାହା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଗ୍ରହଣୀୟ ନୁହେଁ। ରାଜ୍ୟ ସରକାର ପୂର୍ବରୁ ପଶ୍ଚିମ ଓ ଦକ୍ଷିଣରେ ହାଇକୋର୍ଟ ବେଞ୍ଚ ସ୍ଥାପନ ସପକ୍ଷରେ ଦେଇଥିବା ପ୍ରସ୍ତାବର ବିରୁଦ୍ଧାଚରଣ କରୁଛି। ଓଡ଼ିଶା ସରକାର ତାଙ୍କର ପୂର୍ବପତ୍ର ଅନୁଯାୟୀ ପୂର୍ଣ୍ଣାଙ୍ଗ ପ୍ରସ୍ତାବ କେନ୍ଦ୍ରକୁ ଦେବା, ଓକିଲ ଆନ୍ଦୋଳନ ଅସ୍ଥାୟୀ ଭାବେ ପ୍ରତ୍ୟାହାର କରିବା, କଟକଣା ନ ଥିବା ଓକିଲମାନେ କାର୍ଯ୍ୟରେ ଯୋଗଦେବା, ଘଟଣାସ୍ଥଳରୁ ୧୪୪ ଧାରା ଉଚ୍ଛେଦ କରିବା, ଓକିଲମାନଙ୍କୁ ପେଶାଦାର ଅପରାଧୀ ଭାବେ ଗଣା ନ ଯିବା, ସିଭିଲ୍‌ ସୋସାଇଟି ଆଦି ସମସ୍ତେ ପଦକ୍ଷେପ ଗ୍ରହଣ କଲେ ଶାନ୍ତି ନିଶ୍ଚିତ ଭାବେ ଫେରିଆସିବ ଓ ଜନତା ନ୍ୟାୟ ପାଇବା ପାଇଁ ବାଟ ଫିଟିଯିବ।
-ଆଦିତ୍ୟ ପ୍ରସାଦ ପାଢୀ, ପୂର୍ବତନ କୁଳପତି


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri