ଉଦ୍ୟମ ବିଫଳ, ମିଳିତ ସହଯୋଗ ଆବଶ୍ୟକ

ସମ୍ବଲପୁର,୨୪ା୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ଦାବି ନେଇ ଆନ୍ଦୋଳନ ସମୟରେ ଡିସେମ୍ବର ୧୨ରେ କୋର୍ଟ ପରିସରରେ ଭଙ୍ଗାରୁଜା ସହ ବିଚାରପତିମାନଙ୍କୁ କୋର୍ଟରୁ ବାହାର କରିଦେବା ଭଳି ଘଟଣା ଘଟିଥିଲା। ଏହି ଘଟଣାରେ ମୋଟ ୩୮ଜଣଙ୍କୁ ଗିରଫ କରାଯାଇଛି। ଏସ୍‌ଡିଜେଏମ୍‌ ଓ ଅତିରିକ୍ତ ଜିଲାଜଜ୍‌ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ସେମାନେ ଜେଲରେ ଅଛନ୍ତି। ୪୩ ଓକିଲଙ୍କୁ ବାଦ୍‌ ଦେଇ ଅନ୍ୟ ସମସ୍ତଙ୍କ ଲାଇସେନ୍ସ ନିଲମ୍ବନ ନିର୍ଦ୍ଦେଶ ପ୍ରତ୍ୟାହର ହୋଇଛି। ନିଲମ୍ବନ ପ୍ରତ୍ୟାହାରର ୯ଦିନ ବତିଥିଲେ ମଧ୍ୟ ଓକିଲମାନେ କାର୍ଯ୍ୟରେ ଯୋଗଦାନ କରୁନାହାନ୍ତି। ଜେଲରେ ଥିବା ଓକିଲମାନଙ୍କୁ ଜାମିନ ମିଳିବା ପରେ ଆଲୋଚନା କରି କୋର୍ଟ କାର୍ଯ୍ୟରେ ଯୋଗଦେବେ ବୋଲି କହୁଛନ୍ତି। ଏଭଳି ପରିସ୍ଥିତିରେ କୋର୍ଟ କାର୍ଯ୍ୟରେ ଅଚଳାବସ୍ଥା ଦେଖାଦେଇଛି। ଜିଲା ପ୍ରଶାସନ, ପୋଲିସ ଓ ଜିଲା କୋର୍ଟ ପକ୍ଷରୁ ପ୍ରୟାସ କରାଯାଉଥିଲେ ମଧ୍ୟ ସଫଳ ହୋଇପାରୁ ନାହିଁ। ଏଥିପାଇଁ ସମସ୍ତ ରାଜନୈତିକ ଦଳ, ଅନୁଷ୍ଠାନ, ଜନ ପ୍ରତିନିଧିଙ୍କ ମିଳିତ ଉଦ୍ୟମ ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।

ଆଇଜିଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ

ସମ୍ବଲପୁର ଉତ୍ତରାଞ୍ଚଳ ପୋଲିସ ଆଇଜି ଡ. ଦୀପକ କୁମାରଙ୍କୁ ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଭେଟି ପରିସ୍ଥିତି ସ୍ବାଭାବିକ କରିବାକୁ ଦାବି କରିଛି। ଯାହା ଘଟିଲା ତାହା ଏକ ଦୁର୍ଘଟଣା। ଓକିଲମାନେ ଗିରଫ ହୋଇ ଜେଲରେ ଅଛନ୍ତି। ବାହାରେ ଥିବା ଓକିଲମାନେ କାର୍ଯ୍ୟରେ ଯୋଗଦେଉ ନାହାନ୍ତି। କୋର୍ଟ କାର୍ଯ୍ୟ ପାଇଁ ସାଧାରଣ ଲୋକ ସମସ୍ୟା ଭୋଗୁଛନ୍ତି। ୧୪୪ ଧାରା ଲାଗୁ ହୋଇଥିବାରୁ ପୋଲିସ ସୁରକ୍ଷା ରହିଛି। ଏହା ଦେଖି ଲୋକମାନେ ଭୟଭୀତ ରହୁଛନ୍ତି। କୋର୍ଟ କାର୍ଯ୍ୟ କିଭଳି ସୁରୁଖୁରୁରେ ଚାଲିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ତ୍ରୀପାଠୀ, ସୁତାପା ମିତ୍ର, ମହମ୍ମଦ ମୁକ୍ତାର, ବିଜୟଲକ୍ଷ୍ମୀ ବେହେରା, ସସ୍ମିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଓକିଲମାନେ ଅପରାଧୀ ନୁହନ୍ତି
ଡିସେମ୍ବର ୧୨ରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ। ହିଂସା ଗ୍ରହଣୀୟ ନୁହେଁ। ଓକିଲମାନେ ମଧ୍ୟ କୁଖ୍ୟାତ ଅପରାଧୀ ନୁହନ୍ତି। ପ୍ରାୟ ୨୯ ଜଣ ଓକିଲଙ୍କ ଜାମିନ ଖାରଜ ହୋଇଛି। ଅନ୍ୟ ଓକିଲ ଯୋଗଦାନ କରିବା ଓ ଜେଲରେ ଥିବା ଓକିଲମାନଙ୍କ ଜାମିନ ନେଇ ମିଳିତ ସହଯୋଗ ଆବଶ୍ୟକ। ଏଭଳି ସମୟରେ କେନ୍ଦ୍ର ସରକାର ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି। ହାଇକୋର୍ଟକୁ ପକ୍ଷ ରଖିବାକୁ ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାର ହାଇକୋର୍ଟରୁ ସିଧାସଳଖ ମତାମତ ଲୋଡିପାରିବେ। ହେଲେ ରାଜ୍ୟ ସରକାରଙ୍କୁ ଦାୟୀ କରି ନିଜ ମୁଣ୍ଡରୁ ଦୋଷ ଛଡାଇ ନେଉଛନ୍ତି। ଲୋକଙ୍କ ପାଇଁ ଯେଭଳି ଉପାୟରେ କୋର୍ଟ କାର୍ଯ୍ୟ ସ୍ବାଭାବିକ କରିବାକୁ ପଡିବ।
-ରାସେଶ୍ୱରୀ ପାଣିଗ୍ରାହୀ, ପୂର୍ବତନ ବିଧାୟିକା

ରାଜ୍ୟ ସରକାରଙ୍କ ଅବହେଳାର କୁପରିଣତି
ଡିସେମ୍ବର ୧୨ରେ ଘଟିଥିବା ଘଟଣା ପାଇଁ ପରିସ୍ଥିତି ଯେତିକି ଦାୟୀ ସମପରିମାଣାର ରାଜ୍ୟ ସରକାର ଦାୟୀ। ଆନ୍ଦୋଳନ ନେଇ ସବୁ ଜାଣିଥିବା ସମୟରେ ଆଲୋଚନା କରି ସମାଧାନ ବାଟ ବାହାର କଲେ ନାହିଁ। କେନ୍ଦ୍ର ସରକାରଙ୍କ ପାଖରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରୁନାହାନ୍ତି। ଘଟଣା ଦିନ ଭୁଲ ବୁଝାମଣା ଯୋଗୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ରାଜ୍ୟ ସରକାର ଘଟଣାର ସମାଧାନ କରିପାରିବେ। ବଳପୂର୍ବକ ଗିରଫ ଭୟ ଓ ଦମନଲୀଲା ନ କରି ଆପୋସ ସମାଧାନ କଲେ ସମସ୍ତଙ୍କର ମଙ୍ଗଳ ହେବ। କୋର୍ଟ କାର୍ଯ୍ୟ ସୁଚାରୁରୂପେ ଚାଲିବ ଓ ଲୋକମାନେ ସୁବିଧା ପାଇପାରିବେ।
-ଦେବେନ୍ଦ୍ର ମହାପାତ୍ର, ଭାଜପା କାର୍ଯ୍ୟକାରିଣୀ ସଦସ୍ୟ

ସୁପ୍ରିମକୋର୍ଟ ଆଦେଶ ପୁନଃ ବିଚାରର ସମୟ
ଓଡ଼ିଶାର ଆଡ୍‌ଭୋକେଟ ଜେନେରାଲଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଦିଆଯାଇଥିବା ସତ୍ୟପାଠ- ଓଡ଼ିଶାରେ ଆଉ ସ୍ଥାୟୀ ବେଞ୍ଚର ଆବଶ୍ୟକତା ନାହିଁ, ତାହା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଗ୍ରହଣୀୟ ନୁହେଁ। ରାଜ୍ୟ ସରକାର ପୂର୍ବରୁ ପଶ୍ଚିମ ଓ ଦକ୍ଷିଣରେ ହାଇକୋର୍ଟ ବେଞ୍ଚ ସ୍ଥାପନ ସପକ୍ଷରେ ଦେଇଥିବା ପ୍ରସ୍ତାବର ବିରୁଦ୍ଧାଚରଣ କରୁଛି। ଓଡ଼ିଶା ସରକାର ତାଙ୍କର ପୂର୍ବପତ୍ର ଅନୁଯାୟୀ ପୂର୍ଣ୍ଣାଙ୍ଗ ପ୍ରସ୍ତାବ କେନ୍ଦ୍ରକୁ ଦେବା, ଓକିଲ ଆନ୍ଦୋଳନ ଅସ୍ଥାୟୀ ଭାବେ ପ୍ରତ୍ୟାହାର କରିବା, କଟକଣା ନ ଥିବା ଓକିଲମାନେ କାର୍ଯ୍ୟରେ ଯୋଗଦେବା, ଘଟଣାସ୍ଥଳରୁ ୧୪୪ ଧାରା ଉଚ୍ଛେଦ କରିବା, ଓକିଲମାନଙ୍କୁ ପେଶାଦାର ଅପରାଧୀ ଭାବେ ଗଣା ନ ଯିବା, ସିଭିଲ୍‌ ସୋସାଇଟି ଆଦି ସମସ୍ତେ ପଦକ୍ଷେପ ଗ୍ରହଣ କଲେ ଶାନ୍ତି ନିଶ୍ଚିତ ଭାବେ ଫେରିଆସିବ ଓ ଜନତା ନ୍ୟାୟ ପାଇବା ପାଇଁ ବାଟ ଫିଟିଯିବ।
-ଆଦିତ୍ୟ ପ୍ରସାଦ ପାଢୀ, ପୂର୍ବତନ କୁଳପତି


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri